Advertisment

Fire Breaks Out: ପୁରୀରେ ବଡ଼ ଅଘଟଣ; ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍

ମାଳତିପାଟପୁର ବସଷ୍ଟାଣ୍ଡରେ ଟୁରିଷ୍ଟ ବସ୍‌ଟି ଆସି ରହିଥିଲା। ଯେତେବେଳେ ଟୁରିଷ୍ଟ ବସଟି ଆଜି ସକାଳେ ବାହାରକୁ ଆସିଥିଲା ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ରାସ୍ତାଉପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା।  ନିଆଁ ଲାଗିବା ସମୟରେ ବସ୍‌ରେ କେହି ପର୍ଯ୍ୟଟକ ନଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ଜଳିଗଲା ଟୁରିଷ୍ଟ ବସ୍ । ପୁରୀ ମାଳତିପାଟପୁର ବସଷ୍ଟାଣ୍ଡ ନିକଟରେ ବସ୍‌ଟି ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ କାହାର କିଛି କ୍ଷତି ଘଟିନାହିଁ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

ମାଳତିପାଟପୁର ବସଷ୍ଟାଣ୍ଡରେ ଟୁରିଷ୍ଟ ବସ୍‌ଟି ଆସି ରହିଥିଲା। ଯେତେବଳେ ବସଟି ଆଜି ସକାଳେ ବାହାରକୁ ଆସିଥିଲା ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ରାସ୍ତାଉପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା।  ନିଆଁ ଲାଗିବା ସମୟରେ ବସ୍‌ରେ କେହି ପର୍ଯ୍ୟଟକ ନଥିଲେ।

ସ୍ଥାନୀୟ ଲୋକେ ବସ୍‌ରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତେବେ ବସ୍‌ରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।

Advertisment

ଅଧିକ ପଢ଼ନ୍ତୁ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

Puri Fire Mishap Fire Breaks Out
Advertisment
Advertisment