Advertisment

Hardik and Virat Record: ପ୍ରଥମ ଭାରତୀୟ ଖେଳାଳି ଭାବରେ ଏମିତି ରେକର୍ଡ କଲେ ହାର୍ଦ୍ଦିକ ଓ ବିରାଟ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
kohli

kohli

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବୋଲିଂରେ ୨ ୱିକେଟ ନେଇଥିବା ବେଳେ ବ୍ୟାଟିଂରେ ସେ ସ୍କୋର କରିଥି଼ଲେ ଧୂଆଁଧାର ୪୬ ରନ। ହାର୍ଦ୍ଦିକ ଗୋଟିଏ ଓଭରରେ ବିରାଟ କୋହଲିଙ୍କ ଓ ଲିଆମ ଲିଭିଷ୍ଟୋନଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ଫଳରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟରେ ୫୦୦୦ ରନ ଏବଂ ୨୦୦ ଉଇକେଟ ନେବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ଏଭଳି କରି ନ ଥିଲେ। ହାର୍ଦ୍ଦିକ ଟି-୨୦ କ୍ରିକେଟରେ ୫୩୯୦ ରନ ସ୍କୋର କରିଛନ୍ତି। ହାର୍ଦ୍ଦିକ ଟି-୨୦ରେ ୫୦୦୦ ରନ ଏବଂ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ୧୨ତମ ଖେଳାଳି।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

ବିରାଟ ଏବଂ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରିବା ମାତ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟ୍‌ରେ ତାଙ୍କର ୨୦୦ ଉଇକେଟ ପୂରଣ କରିଥିଲେ। ପାଣ୍ଡ୍ୟା ୨୯୧ତମ ଟି-୨୦ ମ୍ୟାଚ୍‌ର ୨୩୨ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ହାର୍ଦ୍ଦିକ ଟି-୨୦ କ୍ରିକେଟରେ ୨୦୦ ୱିକେଟ ହାସଲ କରିବାରେ ୧୭ତମ ଭାରତୀୟ ବୋଲର। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ଚହଲ ୩୬୫ଟି ଉଇକେଟ ନେଇଛନ୍ତି। କେବଳ ୪ ଜଣ ବୋଲର ଟି-୨୦ରେ ୩୦୦ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର ସଫଳତା ପାଇଛନ୍ତି। ଚହଲଙ୍କ ବ୍ୟତୀତ ଏଥିରେ ପୀୟୁଷ ଚାୱଲା, ଆର ଅଶ୍ୱିନ ଏବଂ ଭୁବନେଶ୍ୱର କୁମାର ଅଛନ୍ତି।

Advertisment

ଅନ୍ୟ ପକ୍ଷରେ ବିରାଟ ପ୍ରଥମ ଭାରତୀୟ ବ୍ୟାଟର ଭାବେ ୧୩ ହଜାର ଟି୨୦ ରନ ପୂରଣ କରିଛନ୍ତି। ଏପର୍ଯ୍ୟନ୍ତ କେବଳ ୫ ଜଣ ବ୍ୟାଟସମ୍ୟାନ ଟି୨୦ କ୍ରିକେଟରେ ୧୩ ହଜାରରୁ ଅଧିକ ରନ କରିପାରିଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ ହେଉଛନ୍ତି କ୍ରିସ ଗେଲ। ସେ ୪୬୩ଟି ମ୍ୟାଚ ଖେଳି ୧୪୫୬୨ ରନ କରିଛନ୍ତି। ଏହା ପରେ ଆଲେକ୍ସ ହେଲ୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୪୯୪ଟି ମ୍ୟାଚ ଖେଳି ୧୩୬୧୦ ରନ କରିଛନ୍ତି। ପାକିସ୍ତାନର ସୋଏବ ମଲିକ ୫୫୫ ଟି-୨୦ ମ୍ୟାଚ ଖେଳି ୧୩୫୫୭ ରନ କରିପାରିଛନ୍ତି। ଏହା ପରେ କିରନ ପୋଲାର୍ଡ ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୬୯୫ ଟି-୨୦ ମ୍ୟାଚ ଖେଳି ୧୩୫୩୭ ରନ କରିଛନ୍ତି।

କୋହଲି ଏପର୍ଯ୍ୟନ୍ତ ୪୦୩ଟି ମ୍ୟାଚ ଖେଳି ୧୩୦୦୦ ରନ ପୂରଣ କରିଛନ୍ତି। ଏହି ମ୍ୟାଚ ପୂର୍ବରୁ ତାଙ୍କ ନାମରେ ୧୨୯୮୩ ରନ ଥିଲା। ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ତାଙ୍କୁ ଆଉ ମାତ୍ର ୧୭ ରନ ଆବଶ୍ୟକ ଥିଲା। ଅନ୍ୟ କୌଣସି ଭାରତୀୟ ବ୍ୟାଟସମ୍ୟାନ ଏହି ମାଇଲଖୁଣ୍ଟ ଛୁଇଁ ନାହାନ୍ତି।

ଅଧିକ ପଢ଼ନ୍ତୁ: ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ବିଜୟର ସ୍ବାଦ ଚାଖିଲା ଆରସିବି

IPL IPL 2025
Advertisment
Advertisment