• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bjp
ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିବ। ଯୁବମାରଣ ନୀତି ଏବଂ ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଦଳ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।