ଛତ୍ରପୁର(ଆଲୋକ ଗୌଡ): ଜୀବନରୁ ମୃତ୍ୟୁ, ପୁଣି ଜୀବନ, ପୁଣି ମୃତ୍ୟୁ। ମାତ୍ର କିଛି ଘଣ୍ଟା ଭିତରେ ମଣିଷ ଜୀବନରେ ବିଧାତାର ଏଭଳି ଖେଳ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ। ଆଖି ବୁଜି ସାରିଥିବା ଭାବି ଜଣେ ମହିଳାଙ୍କୁ ମଶାଣିକୁ ନେଇଯାଇଥିଲେ। ଆଉ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଦାଣ୍ଡ ଅଗଣା। ଜୁଇ ବି ସଜଡ଼ା ସରିଥିଲା। ହେଲେ ମୃତଦେହକୁ ଜୁଇ କି ନେବା ବେଳେ ଅଚାନକ ଭାବେ ମହିଳା ଜଣକ ବଞ୍ଚିଥିବା […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ପାଗଳା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ପାଗଳା କୁକୁର କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗତକାଲି ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ସମସ୍ତଙ୍କ ଗୋଡ଼, ହାତକୁ ଏହି ପାଗଳା କୁକୁର କାମୁଡ଼ି କ୍ଷତାକ୍ତ କରିଛି। ଆହତଙ୍କ ମଧ୍ୟରେ ବୟସ୍କ , ଛୋଟ ପିଲା ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ଦିନରେ ଦୁଇଟି ପାଗଳା କୁକୁର […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୧୭ ତାରିଖ, ରବିବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: ବିବାହ ଉତ୍ସବରେ ପ୍ରାୟତଃ ସମସ୍ତେ ବ୍ୟସ୍ତ ଥାଆନ୍ତି। କିଏ ଫଟୋଶୁଟ୍ରେ ତ ଆଉ କିଏ ବନ୍ଧୁ ବାନ୍ଧବଙ୍କ ଚର୍ଚ୍ଚାରେ। ହେଲେ ଏସବୁ ଭିତରେ ଆମ ଆଖପାଖରେ କ’ଣ ଘଟିଥାଏ, ସେଥିପ୍ରତି ଆମର ଧ୍ୟାନ ନଥାଏ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାର ଫାଇଦା ଉଠାଇଛନ୍ତି ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ। ଘଟଣା ଘଟିଛି ଦିଲ୍ଲୀରେ। ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ନିକଟରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ପାର୍ଟିରେ […]
ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଲାଗି ବିଜେପି ଅଡ଼ି ବସିଛି। ଆଜି ମଧ୍ୟ ବିଧାନସଭାରେ ଦଳର ବିଧାୟକମାନେ ଠିଆ ହୋଇ ନିରବ ପ୍ରତିବାଦ କରିଥିଲେ। ସେମାନଙ୍କୁ ବସିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ ଓ ଶେଷରେ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ‘ଆମର ଯେଉଁ ସ୍ୱରକୁ ଆମେ ଉତ୍ତୋଳନ […]