
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ବର୍ତ୍ତମାନ ପାରଦୀପ ଠାରୁ ପାଖାପାଖି ୯୫ କି.ମି. ଦୂରରେ ଅବସ୍ଥାପିତ ଅଛି। ଏହା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଗତି କରୁଛି। ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବ। ଏନେଇ ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ ‘ବୁଲ୍ବୁଲ୍’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରାରେ ମାଛଧରା ବୋଟ୍ ବୁଡ଼ି ଯାଇଛି। ଧାମରା ସ୍ଥିତ କାଳିନାଳୀରେ ସମୁଦ୍ର ଭିତରେ ମାଛଧରା ବୋଟ୍ ବୁଡିଯାଇଥିବା ଜଣାପଡ଼ିଛି। ତେବେ ବୋଟରେ ଥିବା ସମସ୍ତ ୮ ମତ୍ସ୍ୟଜୀବୀ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଏପରିକି ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହା ମଧ୍ୟକୁ […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ପାଇଁ ମଧ୍ୟ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ‘ବୁଲ୍ବୁଲ୍’ ପ୍ରଭାବରେ ଏହି ଦୁଇ ଜିଲ୍ଲାରେ […]
ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଧୀରେ ଧୀରେ ପବନର ବେଗ ବଢ଼ିବାରେ ଲାଗିଛି। ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଆକାଶ ମେଘାଚ୍ଛନ୍ନ ମଧ୍ୟ ରହିଛି। ବାତ୍ୟାର ମୁକାବିଲା ଲାଗି […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଭେରି ସିଭିୟର୍ ସାଇକ୍ନୋନିକ୍ ଷ୍ଟର୍ମର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି। ଆଜି ଦିନ ୧୦ ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବା ନେଇ ଆଶଙ୍କା କରାଯାଉଛି। ‘ବୁଲ୍ବୁଲ୍’ ଓଡିଶା ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ସେହିପରି ପାରାଦୀପରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ବର୍ତ୍ତମାନ ବାତ୍ୟା ‘ବୁଲ୍ବୁଲ୍’ ପାରାଦୀପଠାରୁ […]