• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

election
ଆଉ କିଛି ସମୟ ପରେ ନିର୍ବାଚନ ତାରିଖ ହେବ ଘୋଷଣା?

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଆଜି ଅପରାହ୍ନରେ ଏକ ପ୍ରେସମିଟ୍‌ କରି ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଜଣାଯାଇଛି। ଏହି ୫ଟି ରାଜ୍ୟ ହେଲା- କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ।

ram-mandir
ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଲାଗି ଆଦାୟ ହେଲାଣି ୧୯ ଶହ କୋଟି

ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ଆଉ ଏହି ମନ୍ଦିର ନିର୍ମାଣ ଲାଗି ଦେଶର କୋଣ ଅନୁକୋଣରୁ ଆସୁଛି ଭକ୍ତଙ୍କ ଦାନ ଅର୍ଥ। ତେବେ ମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଟଙ୍କା ଆଦାୟ କରିବାରେ ଲାଗିଥିଲେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ।

balakot
ଭାରତୀୟ ସେନାର ଏୟାରଷ୍ଟ୍ରାଇକ ପରେ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ

ପାକିସ୍ତାନ ଭୁଲିବନି ୨୬ ଫେବୃଆରୀର ରାତି। ଦୁଇ ବର୍ଷ ପରେ ବି ଛାତିରେ ଛନକା ସୃଷ୍ଟି କରୁଥିବ ବାଲାକୋର୍ଟ ଏୟାରଷ୍ଟ୍ରାଇକ୍ ଶବ୍ଦ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍

balakot
ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌କୁ ପୂରିଲା ୨ ବର୍ଷ

ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ଆଜି ପୂରିଛି ୨ ବର୍ଷ। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଭାରତୀୟ CRPF ଯୱାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ଆଜିର ଦିନରେ ପ୍ରତିଶୋଧ ନେଇଥିଲା ଭାରତ

corona-khabar
ପୁଣି ଉପରମୁହାଁ ହେଲା ରାଜ୍ୟର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୯୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Land-odisha
କୋଟିଆ ପରେ ଏବେ ବଙ୍ଗ ସୀମାରେ ଦେଖାଗଲାଣି ବିବାଦ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି। ସୀମାର ଓଡିଶା ପଟକୁ ୯ଟି ଗାଁ […]

farmer
ଖରିଫ୍ ଓ ରବିରେ ଭଳିକି ଭଳି ଧାନ ବିକ୍ରି ନିୟମକୁ ନେଇ ବଢୁଛି ଭାଗଚାଷୀଙ୍କ ଚିନ୍ତା

ରବି ଧାନ ସଂଗ୍ରହ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମେ ପହିଲାରୁ ରବି ଧାନ ବିକିବେ ଚାଷୀ। ସେଥିପାଇଁ ଜାରି ହୋଇଛି ଚାଷୀ ପଞ୍ଜୀକରଣ ଗାଇଡଲାଇନ୍ସ। ହେଲେ ଭାଗଚାଷୀଙ୍କ ଲାଗି ଖରିଫ ଧାନ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ରବି ବେଳକୁ ବଦଳିଯାଇଥିବା ନେଇ ସୂଚନା ରହିଛି।

lic-pkg
ଏଲଆଇସିର ନୂଆ ପଲିସି: ମାତ୍ର ୨୦୦ ଟଙ୍କା ଦେଲେ ମିଳିବ ସାରା ଜୀବନ ବୀମାର ସୁବିଧା

ଆମେ ସମସ୍ତେ ବର୍ତ୍ତମାନ ସମୟରେ ନିଜର ଲାଇଫ୍ ଇନସ୍ୟୁରାନ୍ସ କରୁଛନ୍ତି। କାରଣ ନିଜ ଫ୍ୟାମିଲିର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଲାଇଫ୍ ଇନସ୍ୟୁରାନ୍ସ ନେବା ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡ଼ିଛି

bmc-comissioner
କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କରୋନା ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆଜି ସେ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ଜଣାଯାଇଛି। ଟିକା ନେବା ପରେ ସେ କହିଛନ୍ତି, ଏବେ ସେ ପୁରା ସୁସ୍ଥ ଅଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ।

Indian Post
ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧: ୧୯୦୦ରୁ ଅଧିକ ପୋଷ୍ଟ ପାଇଁ ଆବେଦନ କରିବାର ଶେଷ ସମୟ

କୋଭିଡ୍ -୧୯ ମହାମାରୀ କାରଣରୁ ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧ ପାଇଁ ଆବେଦନପତ୍ର ଦାଖଲ କରିବାର ତାରିଖ ବୃଦ୍ଧି ହୋଇଛି। ତେବେ ଏହି ବର୍ଦ୍ଧିତ ତାରିଖ ମଧ୍ୟ ଆଜି (ଜୁଲାଇ ୧୪) ଶେଷ ହେବାକୁ ଯାଉଛି।

bdo-prakruti-premi
ପ୍ରକୃତି ପ୍ରେମୀ ପ୍ରାଶାସନିକ ଅଧିକାରୀ, ବୃକ୍ଷରୋପଣକୁ ଦେଉଛନ୍ତି ଗୁରୁତ୍ୱ

ଏମିତି ବି ବିଡିଓ ଅଛନ୍ତି, ଯିଏ ଗଛ ଲଗାଇବାକୁ ଭଲ ପାଉଛନ୍ତି । ସରକାରଙ୍କ ଯୋଜନା ଜରିଆରେ ବିଭିନ୍ନ ସ୍ଥାନରେ ପାର୍କ ତିଆରି କରିବାକୁ ଭଲ ପାଆନ୍ତି। ନିଜ ଅଫିସ ପରିସରରେ ଏକ ପାର୍କ ତିଆରି ବି କରିଛନ୍ତି। ଆଉ ସେହି ପାର୍କରେ ନିଜେ ଗଛରେ ପାଣି ଦେଇ ଆନନ୍ଦ ପାଆନ୍ତି । ଏମିତି ଏକ ବିଡ଼ିଓ ହେଉଛନ୍ତି ଉମାକାନ୍ତ ପରିଡ଼ା।

blind-school
ଦୃଷ୍ଟିବାଧିତ ପିଲାଙ୍କୁ ସହାୟକ ହେବ ଡ଼େଜି ପ୍ଲେୟାର

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ  ଆଗକୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହୋଇଛି ନୂଆ ପ୍ରୟାସ । ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ମାଧ୍ୟମରେ କିପରି ଦୃଷ୍ଟିବାଧିତ ପିଲାଙ୍କ ପାଠପଢା ସହଜ ହୋଇପାରିବ,  ସେନେଇ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ

delivery-boy
ଡେଲିଭରି ବୟର ଅଜବ କାରନାମା, ଖାଇବା ଦେବା ପରେ ମହିଳାଙ୍କ ସହ ରଖୁଥିଲା ଜୋରଜବରଦସ୍ତି ଶାରୀରିକ ସମ୍ପର୍କ

ଆମେ ସମସ୍ତେ ପ୍ରତିଦିନ ଏବେ ଅନଲାଇନରେ ଖାଇବା ମଗାଉଛନ୍ତି। କାରଣ ବର୍ତ୍ତମାନ ସମୟରେ ଅନେକ ଲୋକ ଘରେ ରୋଷେଇ କରିବାକୁ ଇଚ୍ଛା କରୁନାହାନ୍ତି ଆଉ କାହା କାହା ପାଖରେ ସମୟ ବି ନାହିଁ। ଏହାସହ ଘରୁ ବାହାରି ବାହାରେ ଖାଇବା

Corona mother milk
କରୋନା ବଦଳାଇ ଦେଲା ମାଆ କ୍ଷୀରର ରଙ୍ଗ?

କରୋନା ମହାମାରୀ। ଏହି ନାଁ ଶୁଣିଲେ ଏବେ ବି ଲୋକଙ୍କ ମନରେ ଥିବା ଭୟ ଦୂର ହୋଇନାହିଁ। କାରଣ ଏବେ ବି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା ଭୂତାଣୁ। ତେବେ କରୋନା ମହାମାରୀରେ ଶିକାର ହୋଇଥିବା ଜଣେ ମାଆଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

corona-positive
୨୪ ଘଣ୍ଟାରେ ୮୯ ଆକ୍ରାନ୍ତ ହେଲେ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଚିହ୍ନଟ?

୨୪ ଘଂଟାରେ ରାଜ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ର ଅର୍ଥାତ୍ କ୍ୱାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କେସ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

OIL
ସୀମାରେ ଚାଲିଛି ତେଲ ତସ୍କରୀ

ଭାରତ ଅପେକ୍ଷା ନେପାଳରେ ତେଲ ଶସ୍ତାରେ ମିଳୁଥିବାରୁ, କେବଳ ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା ନୁହଁନ୍ତି, ଦୂରଦୂରାନ୍ତରୁ ସୀମା ସେପଟକୁ ଯାଉଥିବା ଟ୍ରକ୍ ଓ ଅନ୍ୟ ମାଲହାବୀ ଗାଡ଼ିଗୁଡ଼ିକ ମଧ୍ୟ ଟାଙ୍କି ଫୁଲ୍ କରି ଦେଶକୁ ବାହୁଡ଼ୁଛନ୍ତି

Corona-Durniti
କରୋନା କାଳରେ କାହା ପିଛାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ପାଉନାହାନ୍ତି ସରକାର?

ବିଧାନସଭାରେ ଖୋଦ୍ ଶାସକଦଳ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁ ତଥ୍ୟ ରଖିଛନ୍ତି ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

sahid sansaka
ଝୁରୁଛି ମାଟି, ଝୁରୁଛନ୍ତି ପ୍ରିୟଜନ; ଫଟୋ ଧରି ବାହୁନି କାନ୍ଦୁଛନ୍ତି ପତ୍ନୀ

ଝୁରୁଛି ମାଟି, ମନେ ପକାଉଛନ୍ତି ପରିବାର, ପ୍ରିୟଜନ। ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଆଜି ଆଖିରୁ ଲୁହ ସିନା ଶୁଖୁନି କିନ୍ତୁ ଗର୍ବରେ ଛାତି ଚଉଡ଼ା ହେଉଯାଉଛି ସମସ୍ତଙ୍କର।

nhkj5kjiky
ଓଡ଼ିଶା ଚାଷୀଙ୍କ ନିଆରା ସୃଷ୍ଟି: ବିନା ପେଟ୍ରୋଲରେ ଗଡ଼ିବ ଗାଡ଼ି, ପରିବାରୁ ମଞ୍ଜି କାଢ଼ିବ ମେସିନ

ଲକଡାଉନ ଆଣିଦେଇଛି ନୂଆ ଉଦଭାବନା। ପେସାରେ ଜଣେ ଚାଷୀ ଏବଂ ବ୍ୟବସାୟୀ ଥିବା କରଞ୍ଜିଆର ସୁଶୀଲ୍ ଅଗ୍ରୱାଲ ତିଆରି କରିଛନ୍ତି ଏକ ୪ ଚକିଆ ଗାଡି। ଘରେ ପଡିଥିବା ଅଦରକାରୀ ଲୁହା, ମୋଟର୍, ସୋଲାର ପେନେଲ ସହ କିଛି ବୈଦ୍ୟୁତିକ ଉପକରଣରୁ ଏହି ଗାଡିକୁ ତିଆରି କରିଛନ୍ତି ସୁଶୀଲ।

sunflower-pkg
ନବବିବାହିତା ମହିଳାଙ୍କ ସୁନାର ସୂର୍ଯ୍ୟମୁଖୀ କ୍ଷେତ, ହସୁଛି କେନ୍ଦୁଝର

ସମୟର କେମିତି ସଦୁପଯୋଗ କରିହୁଏ, ତାହା ତେଲକୋଇର ନବବିବାହିତା ମହିଳାଙ୍କ ପାଖରୁ ଶିଖିବାକୁ ପଡିବ । ସ୍ୱାମୀ ବାହାରେ ଚାକିରି କରୁଛନ୍ତି । ଗାଁରେ ଘରକାମ ପରେ ବୋର୍ ହେଉଥିଲେ ପତ୍ନୀ। ଆଉ ଏବେ ସ୍ୱାମୀଙ୍କ ପରାମର୍ଶରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ। ଏହି ଚାଷ କରିବା ପରେ ସାରା ଅଞ୍ଚଳ ସେମାନଙ୍କୁ ପ୍ରଶଂସା କରୁଛି।

sura
ହେ ଭଗବାନ ! ଏମିତି ଟଙ୍କା ଖାଇଲେ, ରାଜ୍ୟ ରହିବ ତ?

କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ। ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଏତେ ପରିମାଣରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସାଢେ ୪ କୋଟି ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ଲୋକଙ୍କର ହେରଫେର ହୋଇଥିବା ବାହାରିଲାଣି।

rajmahal
ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ!

ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ ମହଲରେ ରହିଛି ୧୩୫ କୋଠରୀ ନୂଆଦିଲ୍ଲୀ: ବିଶ୍ୱାସ ହେଉ ନଥିଲେ ବି ସତ। ଘଟଣାଟି କିଛି ଏମିତି ରହିଛି ଯାହା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୩୫ କୋଠରୀ ବିଶିଷ୍ଟ ଏକ ବିଶାଳ ରାଜ ମହଲକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି ଜଣେ ରାଜକୁମାର। ଯାହାକୁ ନେଇ ପୂରା ଦେଶରେ ଚାଲିଛି ଜୋରସୋରରେ ଚାଲିଛି। ଆଜିକା ଦିନରେ ନିଜର ଘରଖଣ୍ଡେ ତିଆରି କରିବା […]

OTV-PORTAL-assembly
ପ୍ରଶ୍ନକାଳରେ ଉଠିଲା ଏମଏସପି ପ୍ରସଙ୍ଗ

ଆଜି ବିଧାନସଭାର ପ୍ରଶ୍ନକାଳରେ ଉଠିଛି ଏମ୍ଏସ୍ପି ପ୍ରସଙ୍ଗ। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯ ଶହ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା

pradipta-nayak
କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଛି। ଆଜି ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

corona-positive
୨୪ ଘଣ୍ଟାରେ ୬୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଅଛନ୍ତି ଆକ୍ରାନ୍ତ?

୨୪ ଘଂଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନ ସେଂଟର ତଥା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି