• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

music
ସୁରମଣି ପଣ୍ଡିତ ରଘୁନାଥଙ୍କୁ ସଂଗୀତରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ‘ନମାମି ସୁରମଣି’ ଶୀର୍ଷକ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ରଵୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହିଁ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର କେତୋଟି କାଳଜୟୀ ଗୀତ ଗାଇଥିଲେ। ‘ଆଗୋ ଚନ୍ଦ୍ରିକା… ଗୀତଠାରୁ […]

chhatisanijog
ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ

ପୁରୀ : ପୁରୀରେ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ସେବାୟତଙ୍କୁ ଦାନ ଦକ୍ଷିଣା ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ଦାନଅର୍ଥକୁ ନେଇ ଛତିଶା ନିଯୋଗ ସୁପ୍ରିମ୍‌କୋର୍ଟରେ ନିଜର ପକ୍ଷ ରଖିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରାଯିବ। ଦାନଅର୍ଥକୁ ନେଇ ସେବାୟତ ମଧ୍ୟ ସୁପ୍ରିମ୍‌କୋର୍ଟରେ ପକ୍ଷ ରଖିପାରିବେ। ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ଦଇତାପତିଙ୍କୁ ପ୍ରାପ୍ୟ ପାଉଣା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। […]

bjp
ମିଶନ ୧୨୦ ପ୍ଲସ୍ ଫେଲ୍ ପରେ ବିଜେପିର ଶକ୍ତି ବୃଦ୍ଧି ଯୋଜନା

ଭୁବନେଶ୍ୱର : ମିଶନ ୧୨୦ ପ୍ଲସ୍‌ ହାସଲରେ ବିଫଳତା ପରେ ଓଡ଼ିଶାରେ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ବିଜେପିର ଯୋଜନା ଆରମ୍ଭ କରିଛି। ରାଜ୍ୟର ସବୁ ବୁଥରେ କମିଟି ଗଠନ କରି ନିଜ ଉପସ୍ଥିତି ଜାହିର କରିବ ବିଜେପି। ଫୋକସ୍‌ରେ ରହିବ ନିର୍ବାଚନରେ କମ ଭୋଟ ମିଳିଥିବା ବୁଥ୍‌। ଏସବୁ ବୁଥ୍‌କୁ ଚିହ୍ନଟ କରି ସ୍ୱତନ୍ତ୍ର ରଣନୀତି କରାଯିବ। ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶିବରାଜ ସିଂହ ଆଜି ଏ ନେଇ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ […]

yoga
ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ବିଦେଶରେ ଯୋଗ ମାନିଆ

ଓ୍ୱାଶିଂଟନ : ଚାଲିଛି ଯୋଗ ଶିବିର । କୌଣସି ଭାରତୀୟ ସହର ନୁହେଁ, ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ଦେଖିବାକୁ ମିଳିଛି ଏମିତି  ଦୃଶ୍ୟ। ପାଖାପାଖି ୨୫ ଶହରୁ ଅଧିକ ଲୋକ ଯୋଗ କରୁଛନ୍ତି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଓ୍ୱାସିଙ୍ଗଟନରେ ପାଳନ ହୋଇଛି ଯୋଗ ଦିବସ। ଯୋଗ ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ ଭାରତୀୟ ରାଷ୍ଟ୍ରଦୂତ ନବତେଜ୍ ସରାନା। ସେପଟେ ଚୀନର ଏସ୍‌ସିଓ କାର୍ଯ୍ୟାଳୟରେ ହୋଇଥିଲା ଯୋଗ […]

kafeel
ଏବେ ବି ପୋଲିସର ହାତ ଖାଲି

ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବିଆରଡି ମେଡିକାଲ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କାଫିଲ ଖାନଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଏବେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ତେଣୁ ଘଟଣାର ସିବିଆଇ  କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କାଫିଲ ଖାନ୍ ଦାବି କରିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ ହେଲେ ନ୍ୟାୟ ମିଳିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜୁନ ୧୦ରେ କାଫିଲଙ୍କ […]

rice
ଅଗଷ୍ଟ ୩୧ ସୁଦ୍ଧା ଆଧାର ଲିଙ୍କ୍ ନହେଲେ ମିଳିବନି ଟଙ୍କିକିଆ ଚାଉଳ

ଭୁବନେଶ୍ୱର : ଦୁଇଟି ସ୍ଥାନରୁ ରାସନ କାର୍ଡ କରି ଚାଉଳ ଉଠାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି। ଧରାପଡ଼ିଲେଣି ଏମିତି ଲକ୍ଷେରୁ ଅଧିକ ହିତାଧିକାରୀ । ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ନିୟମ ହେବା ପରେ ଦୁଇଟି ସ୍ଥାନରୁ ଟଙ୍କିକିଆ ଚାଉଳ ନେଉଥିବା ହିତାଧିକାରୀ ଏବେ ସରକାରଙ୍କ ସ୍କାନରରେ। ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ୍ ନ କଲେ ଆଉ ମିଳିବନି ଚାଉଳ । ପୂର୍ବରୁ ଏହି ଡେଡ୍‌ଲାଇନ୍ ଜୁଲାଇ ୩୧ ଥିବା ବେଳେ ଏବେ ଅଗଷ୍ଟ ୩୧କୁ ସମୟ ସୀମା […]

dinesh
ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାଣ୍ଡିମଲଙ୍କ ନାଁରେ ବଲ୍‌ ଟାମ୍ପରିଂ ଅଭିଯୋଗ

ନୂଆଦିଲ୍ଲୀ: ବଲ୍‌ ଟାମ୍ପରିଂ କେସ୍‌ରେ ଦୋଷୀ ସାବ୍ୟସ୍ତ ହେଲେ ଶ୍ରୀଲଙ୍କା କ୍ରିକେଟ୍‌ର ଅଧିନାୟକ ଦିନେଶ ଚାଣ୍ଡିମଲ। ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଖରାପ କରିବା ଅଭିଯୋଗ ତାଙ୍କ ନାଁରେ ରହିଥିଲା। ତେବେ ଏ ନେଇ ରବିବାର ଆଇସିସି ଚାଣ୍ଡିମଲଙ୍କ ଉପରେ କ୍ରିକେଟ ଆଚରଣବିଧୀ ୨.୨.୯ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଲଗାଇଛି। ଏ ନେଇ ଆଜି ଆଇସିସି ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛି। ଶ୍ରୀଲଙ୍କା ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ସେଣ୍ଟ ଲୁସିଆରେ ଖେଳାଯାଉଥିବା ଟେଷ୍ଟମ୍ୟାଚ୍‌ରେ ଦ୍ୱିତୀୟ ଓ […]

flood6
କେରଳରେ ପ୍ରକୃତିର କରାଳ ରୂପ ; ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବନ୍ୟା ସ୍ଥିତି ସଂଗୀନ

ବେଙ୍ଗାଲୁରୁ : ବିଭୀଷିକାର ବଳୟରେ ସ୍ୱର୍ଗସମ କେରଳ। ଛାରଖାର ହୋଇଯାଇଛି ସୌନ୍ଦର୍ଯ୍ୟ, ଦୁର୍ବିସହ ହୋଇ ପଡିଛି ଜୀବନ। ଖାଲି ପାଣି କାହିଁକି ମାଟି ବି ଏଠି ଦେଖାଉଛି ପ୍ରଳୟଙ୍କରୀ ରୂପ। ୱାୟନାଡ ପୁଥୁମାଲା ଗାଁର ଟିତ୍ର ବହୁତ ଭୟଙ୍କର। ହଠାତ୍ ଏଠାରେ ଧସି ପଡୁଛି ପାହାଡ଼ ସମ ମାଟି ଅତଡ଼ା।  ବିକଳରେ ଜୀବନ ବଞ୍ଚାଇବାର ଚାଲିଛି ପ୍ରୟାସ, ମାତ୍ର କେଇ ମୁହୁର୍ତ୍ତରେ ପାଲଟି ଯାଇଛି ଧ୍ୱଂସସ୍ତୁପ। ତା ଭିତରୁ ଖୋଜା ଚାଲିଛି ଧନ ଜୀବନ। କେରଳରେ ୨ […]

priyanka
ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ!

ମୁମ୍ବାଇ: ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ! ଆଉ ବାହା ହେବେ ବିଦେଶରେ। ଏଥିପାଇଁ ବିଦେଶରୁ ପ୍ରପୋଜାଲ୍‌ ମଧ୍ୟ ଆସିଛି। ଏସବୁ ଜାଣିଲା ପରେ ନିଶ୍ଚୟ ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। କିଏ ସେ ଦେଶୀ ଗର୍ଲ? ଆଉ ବିଦେଶରେ କାହାକୁ ବାହା ହେବେ? ଏମିତି ଅନେକ କିଛି… ପଢ଼ନ୍ତୁ ପୂରା ଘଟଣା କ’ଣ… ଅଭିନେତ୍ରୀ ଅନୁଷ୍କା ଶର୍ମା, ସୋନମ୍ କପୁର ଆଉ ନେହା ଧୁପିଆଙ୍କ ପରେ ପୁଣି ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ […]

indravati tunnel
ଇନ୍ଦ୍ରାବତୀ ଟନେଲରେ ଫାଟ

ଧର୍ମଗଡ଼:  କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଟନେଲରେ ଫାଟ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଡ୍ୟାମରୁ ୪ଟି ଟନେଲ ଯୋଗେ ପାୱାର ହାଉସ୍‌କୁ ପାଣି ଆସିଥାଏ। ହେଲେ ଦୁଇ ଦିନ ହେବ ଏଠାରେ ଥିବା ୨ ନମ୍ୱର ଟନେଲରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଏହି ଫାଟ ବାଟେ ପାଣି ବାହାରକୁ ପଳାଇ ଯାଉଛି।  ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଡ୍ୟାମ୍‌ରୁ ୪ଟି ଟନେଲରେ ପାଓ୍ୱାର ହାଉସ୍‌କୁ ପାଣି […]

monsoon
ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର:  ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। ଫଳରେ ବଙ୍ଗୋପସାଗରର ଜଳୀୟ ବାଷ୍ପ ଓଡ଼ିଶାରେ ପ୍ରବେଶ କରିପାରୁନାହିଁ। ଏହି କାରଣରୁ ପ୍ରବଳ ଗରମ ହେଉଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ […]