• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

cm
ବିଶ୍ୱକପ ହକି: ହକି କମ୍ପ୍ଲେକ୍ସର ଭିତ୍ତିଭୂମି ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୨୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ୍‌ ମ୍ୟଚ୍‌। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ହକି କମ୍ପ୍ଲେକ୍ସର ଭିତ୍ତିଭୂମୀ ପରୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡ଼ିୟମରେ ପହଞ୍ଚି କ୍ରୀଡ଼ା ବିଭାଗର ସଚିବ ଏବଂ ଇଡକୋ ସିଏମଡିଙ୍କୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ବିଶ୍ୱକପ ହକି ପାଇଁ ଷ୍ଟାଡ଼ିୟମ ଗ୍ୟାଲେରୀ ନବୀକରଣ କରାଯିବା ସହ  ଦର୍ଶକ କ୍ଷମତା ବୃଦ୍ଧି କରାଯାଇଛି।  ପୂର୍ବରୁ ୮ହଜାର କ୍ଷମତା ଥିବା ବେଳେ ବିଶ୍ୱକପ […]

village
ଅଜବ ପରମ୍ପରା ; ପିଢ଼ି ପିଢ଼ି ଧରି କ୍ଷୀର ଦୁହଁନ୍ତିନି କି ପିଅନ୍ତିନି ଏଠାର ଲୋକେ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ) : କ୍ଷୀରକୁ କିଏ ଅମୃତ ସହ ତୁଳନା କରନ୍ତି ତ ଆଉ କିଏ ଏହାକୁ ସୁପରଫୁଡ୍ ବୋଲି କୁହନ୍ତି। କ୍ଷୀରରେ ଯଥେଷ୍ଟ ପରିମାଣର କ୍ୟାଲସିୟମ୍ ଥିବାରୁ ଶରୀର ପାଇଁ ଏହା ବେଶ୍ ହିତକର। ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କିନ୍ତୁ କ୍ଷୀର ଆଦୌ ଗ୍ରହଣୀୟ ନୁହେଁ। ପିଢ଼ି ପିଢ଼ି ଧରି ଏଠାକାର ଲୋକେ ଗାଈ ଗୋରୁ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିଲେ ବି ଗାଈର କ୍ଷୀର […]

terror-attack
ଅପରେସନ ଅଲଆଉଟ, ଟଳିଲେ ୪ ଅାତଙ୍କବାଦୀ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣିଥରେ ଅାରମ୍ଭ ହୋଇଯାଇଛି ଅପରେସନ ଅଲଅାଉଟ। ରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରବିରତି ନିର୍ଦ୍ଦେଶ ଉଠାଇଦେବା ପରେ, ସେନା ପକ୍ଷରୁ ଏହା ପ୍ରଥମ ଅପରେସନ । ଅପରେସନ ଅାରମ୍ଭରୁ ହିଁ ସେନାକୁ ଏକ ବଡ ଧରଣର ସଫଳତା ମିଳିଛି। ସୋମବାର ବାନ୍ଦିପୁରା ସେକ୍ଟରରେ ଭାରତୀୟ ଯବାନଙ୍କ ଗୁଳିରେ ୪ ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର ବିଜବେହାରା ଅଂଚଳରେ ଅାତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ସେହି ଅଞ୍ଚଳକୁ ଘେରିରହି ଅାରମ୍ଭ କରିଥିଲେ ସର୍ଚ୍ଚ […]

sonia returned
ପୁଣି ଗାନ୍ଧି ପରିବାର ହାତରେ କଂଗ୍ରେସର କମାଣ୍ଡ୍

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପରେ ସ୍ଥାଣୁ ପାଲଟିଥିବା ଜାତୀୟ କଂଗ୍ରେସକୁ ସଞ୍ଜିବନୀ। ୨୦ ମାସ ପରେ ପୁଣି ଫେରିଲେ ସୋନିଆ। ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସିଡବ୍ଲୁସି ସୋନିଆଙ୍କୁ ଅନ୍ତରୀଣ ସଭାପତି ଚୟନ କରିବା ପରେ ଦିଲ୍ଲୀରେ ଏବେ ନୂଆ ଉତ୍ସାହ। ହେଲେ ରାଜ୍ୟ କଂଗ୍ରେସ କଥା କଣ ? କାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ଏବଂ ପରେ ପରେ ମୁଖିଆ ପଦରୁ ନିରଞ୍ଜନଙ୍କ ଇସ୍ତଫା ପରଠୁ ଦଳ ଏଠି ଏକପ୍ରକାର ଦିଶାହୀନ। ତେଣୁ […]

fifa cup
ବିଶ୍ୱକପ ଫୁଟବଲ୍‌ରେ ଆଜି ୩ଟି ମ୍ୟାଚ

ମସ୍କୋ: ଆଜି ଫିଫା ବିଶ୍ୱକପ ଫୁଟବଲ୍‌ରେ ୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ସହ ସ୍ୱିଡେନକୁ ଭେଟିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୩୦ ମିନିଟରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚରେ ବେଲଜିୟମ ସହ ପାନାମାର ମୁକାବିଲା ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍‌ ରାତି ସାଢେ ୮ଟାରେ ଆରମ୍ଭ ହେବ।  ଏବଂ ଶେଷ ମ୍ୟାଚ୍‌ଟି ଇଂଲଣ୍ଡ ଏବଂ ଟ୍ୟୁନିସିଆ ମଧ୍ୟରେ ଖେଳାଯିବ। ଏହା ଭାରତୀୟ ସମୟ […]

std
ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି'

ଭୁବନେଶ୍ୱର : ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି। ଉଭୟ SC/ST ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି’ରେ ବୃଦ୍ଧି କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ। ପୂର୍ବରୁ SC/ST ଛାତ୍ରଛାତ୍ରୀ ପରୀକ୍ଷା ଫି’ ୫୦ ଟଙ୍କା ଥିବା ବେଳେ ଏହା ଏବେ ୧୨ଶହ ଟଙ୍କା ହୋଇଛି। ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ଟଙ୍କା ପରିବର୍ତ୍ତେ ୧୫ ଶହ ଟଙ୍କା ଦେବେ। ମାଇଗ୍ରେସନ୍ ଫି’ ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରିଛି ସିବିଏସଇ। […]

maxico
ଫିଫା ବିଶ୍ୱକପ: ମେକ୍ସିକୋର ଐତିହାସିକ ବିଜୟ

ମସ୍କୋ: ଫୁଟବଲ ବିଶ୍ୱକପରେ ଐତିହାସିକ ବିଜୟ ହାସଲ କରିଛି ମେକ୍ସିକୋ। ପ୍ରଥମ ମ୍ୟାଚରେ ମେସ୍କିକୋ ଡିଫେଣ୍ଡିଂ ଚାମ୍ପିଅନ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଆରମ୍ଭରୁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା ମେକ୍ସିକୋ। ପ୍ରଥମରୁ ହିଁ ଜର୍ମାନୀ ଉପରେ ଚାପ ପକାଇ ମେକ୍ସିକୋ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଲୋଜାନୋ ଦଳ ପାଇଁ ପ୍ରଥମ ଗୋଲ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ବାରମ୍ବାର ଗୋଲ କରିବାକୁ ଉଦ୍ୟମ କରି ଫେଲ ମାରିଥିଲା। ସେହିପରି […]

home
ଦୁଷ୍କର୍ମ ପୀଡ଼ିତାଙ୍କୁ ବାହା ହେଲେ ଅଭିଯୁକ୍ତ ଯବାନ

ବାଲିଗୁଡ଼ା: ଶେଷରେ ଦୁଷ୍କର୍ମ ପୀଡ଼ିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯବାନ। ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଜଣେ ଯବାନଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏ ନେଇ ସେ ଜି ଉଦୟଗିରି ଥାନାରେ ଏକ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଯବାନ ଟୁଲୁ ପ୍ରଧାନଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଟୁଲୁ ସଂପୃକ୍ତ ଯୁବତୀଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ଏହି ବିଷୟରେ ପୋଲିସ ଜାଣିବା ପରେ […]

ar
୩୨ ଦିନ ପରେ ଘରକୁ ଫେରିଲେ ନିଖୋଜ ପୂର୍ବତନ ବିଜେଡି କାଉନସିଲର

ଜୟପୁର ( ଗୌରୀ ଶଙ୍କର) : ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର।  ଦୀର୍ଘ ୩୨ ଦିନ ପରେ ଆରତୀ ଘରେ ପହଞ୍ଚିବା ପରେ ପୁଅ ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଥିଲେ। ଆରତୀ ଘରକୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପାରିବାରିକ ଅସନ୍ତୋଷକୁ ସମ୍ଭାଳି ନପାରି ସେ ଏପରି ନିଖୋଜ ସହ ଏକ ସୁଇସାଇଡାଲ୍ ନୋଟ ଲେଖି ଚାଲିଯାଇଥିଲେ। ଏବଂ ଏତେଦିନ ଯାଏ […]

air odisha
ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ବିମାନଯାତ୍ରା କ୍ଷେତ୍ରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ବିମାନ ଉଡ଼ାଣକାରୀ ସଂସ୍ଥା ଏୟାର ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ ହୋଇଛି। ଏବେ ଯାତ୍ରୀ ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରୁ ରାୟପୁର ପହଞ୍ଚିପାରିବେ। ଏ ସଂକ୍ରାନ୍ତରେ ଡିଜିସିଏ ପକ୍ଷରୁ ସିଡ୍ୟୁଲକୁ ଅନୁମତି ମିଳିଥିବା ବେଳେ ଆସନ୍ତା ବୁଧବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ବିଧିବଦ୍ଧ ଭାବେ ଏହାର ଉଦ୍‌ଘାଟନ ହେବ। ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ […]

ନଗୈଦନକକ
ଧଉଳି ଏକ୍ସପ୍ରେସ୍‌ରେ ନିଆଁ

ସୋର : ପୁରୀ ହାୱଡ଼ା ଧଉଳି ଏକ୍ସପ୍ରେସ୍‌ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଧଉଳି ଏକ୍ସପ୍ରେସ୍‌ ଏବେ ସୋର ଷ୍ଟେଶନରେ ଅଟକି ରହିଛି। ଅପରାହ୍ନ ୪ଟାରୁ ଟ୍ରେନ୍‌ଟି ସୋର ଷ୍ଟେଶନରେ ଅଟକରି ରହିଛି। ଟ୍ରେନର D1ବଗିରେ ନିଆଁ ଲାଗିଛି । ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି ଧୁଆଁ ବାହାରୁ ଥିବା ଜଣାପଡ଼ିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଆଁ ଲିଭାଇବାକୁ ଷ୍ଟେସନ କର୍ମଚାରୀ ଓ ଜିଆରପି  ଲାଗିଛନ୍ତି । […]

elephant
ହାତୀ ଆକ୍ରମଣରେ ମହିଳା ମୃତ

କଟକ: ଚୌଦ୍ୱାର ମହିଷଲଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ କଳ୍ପନା ସ୍ୱାଇଁ ନାମକ ଜଣେ ମହିଳା ଶୌଚ ପାଇଁ ବାହାରକୁ ଯାଇଥିବା ବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସ୍‌ସିବିକୁ ନିଯାଇଥିଲା। ରାସ୍ତାରେ କଳ୍ପନାଙ୍କର ମୃତ୍ୟୁ ହୋଇଥିଲା। ହାତୀଟି କିଛି ଦିନ ଧରି ଏହି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ମହିଳାଙ୍କ ମୃତ୍ୟୁ ପରେ ସେହି ଅଞ୍ଚଳରେ […]

snake 2
ହସ୍ପିଟାଲ ଭିତରୁ ନାଗସାପ ଉଦ୍ଧାର

ମାଲକାନଗିରି  : ମାଲକାନଗିରି ଜିଲ୍ଲା ହସ୍ପିଟାଲ ଭିତରୁ ନାଗ ସାପ ଉଦ୍ଧାର। ସକାଳେ ମେଡିକାଲ ଭିତରେ ସାପ ବୁଲୁଥିବା ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ନେକ୍‌ ହେଲପ ଲାଇନ ସଦସ୍ୟଙ୍କୁ ଡାକିଥିଲେ। ସ୍ନେକ୍‌ ହେଲପ ଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି। ତେବେ ଡାକ୍ତରଖାନା ଭିତରେ ସାପ ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଭୟଭୀତ ହୋଇପଡ଼ିଥିଲେ।

bhdrak
ବାଇକ୍‌ରେ ଯାଉଥିବା ବେଳେ ଉପରୁ ପଡ଼ିଲା ବିଦ୍ୟୁତ୍‌ ତାର, ଜଣେ ମୃତ

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ପାଣିକୋଇଲି ଛକ ନିକଟରେ ରାସ୍ତା ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ମୃତକ ହେଲେ ପଞ୍ଚୁଟିକିରୀ ଗାଁର ଶାନ୍ତନୁ ପାତ୍ର। ଆଜି ସକାଳେ ଶାନ୍ତନୁ ଓ ତାଙ୍କ ସହଯୋଗୀ ବାଇକ୍ରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଇଲେଭେନ୍ କେଭି ବିଦ୍ୟୁତ […]

protest
ବିଲରୁ ନିଷ୍କାସିତ ହୋଇପାରୁନି ବର୍ଷା ଜଳ ,ନଷ୍ଟ ହେଉଛି ତଳି

ଜଗତସିଂହପୁରରୁ (ଶଶାଙ୍କ ଶେଖର ପଣ୍ଡା) : ରାଜରାସ୍ତାରେ ଜଳୁଛି ନିଆଁ, ଧାରଣାରେ ବସିଛନ୍ତି ଚାଷୀ। ବିଲରେ ୩ ଫୁଟ ଉଚ୍ଚର ପାଣି ଜମିଥିବା ବେଳେ ଡ୍ରେନେଜ୍ କଟ୍ ଥାଇ ବି ପାଣି ନିଷ୍କାସନ ହେଉନଥିବାରୁ ଏ ହେଉଛି ଚାଷୀଙ୍କ ଅସନ୍ତୋଷର ନିଆଁ। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ଜଗତସିଂହପୁର ସଦର ବ୍ଲକର ଶତାଧିକ ଚାଷୀ। ଅଭିଯୋଗ ହୋଇଛି, ପାଟେଣୀଗାଁ ଡ୍ରେନେଜ୍ କଟ୍ ଦୀର୍ଘ ଦିନ ହେଲା ସଫା ହେଉନଥିବାରୁ […]

lingraj
ଶେଷ ହେଲା ପ୍ରଭୁ ଲିଙ୍ଗରାଜଙ୍କର ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ପ୍ରଭୁ ଲିଙ୍ଗରାଜଙ୍କର ଶୀତଳଷଷ୍ଠୀ ଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ବିଳମ୍ବିତ ରାତିରେ ଏକ ବିଶାଳ ଶୋଭାଯାତ୍ରାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବରଯାତ୍ରୀ କେଦାରଗୌରୀ ପରିସରରେ ଥିବା ଗୁଆଝର ମଣ୍ଡପକୁ ଯାଇଥିଲେ। ପରେ ରୀତିନୀତି ଅନୁସାରେ ମହାପ୍ରଭୁ ଲିଙ୍ଗରାଜ ଏବଂ ଗୌରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କପିଳନାଥ ବିବାହ ଉତ୍ସବରେ ଯୋଗ ଦେଇ ନ ଥିଲେ।  ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା […]

nilagiri accused
ନୀଳଗିରି ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡ ; ଗିରଫ ହେଲା ହତ୍ୟାକାରୀ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ପୁଲିସ ଏହି ଘଟଣାରେ ଗୌରୀଶଙ୍କର ରାଉତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତର ମାଆଙ୍କ ସହ ମୃତ ଗନମ୍ୟାନଙ୍କ ସମ୍ପର୍କ ବରଦାସ୍ତ ନକରିପାରି ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଆଜି ବାଲେଶ୍ୱର ଏସ୍.ପି ଏହି ସୂଚନା ଦେଇଛନ୍ତି। ନୀଳଗିରି ଜମୁଡିହା ପଞ୍ଚାୟତ ଅଧୀନରେ ଥିବା କେସୁରା ଗାଁର ବିଜୟ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ଶୁକ୍ରବାର ହତ୍ୟା କରାଯାଇଥିଲା। ତାଙ୍କ […]

heatwave
ମୌସୁମୀ ଉଭାନ: ଆଜିଠାରୁ ହିଟ୍ ୱେଭ୍ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରବିବାର ସାରା ରାଜ୍ୟରେ ହିଟ୍ ୱେଭ୍ ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେବଳ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଲାଗି ରହିବ। ଆଗାମୀ ସପ୍ତାହର ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। […]

triranga
ମାନବ ଶୃଙ୍ଖଳ ଜରିଆରେ ବିଶାଳ ତ୍ରିରଙ୍ଗା ଯାତ୍ରା

ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଦୀର୍ଘ ୧୫ କିଲୋମିଟର ବ୍ୟାପି ଲମ୍ବିଥିଲା। ସମସ୍ତେ ହାତରେ ଏହି ୧୫ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଛିଡା ହୋଇଥିଲେ। ଏଥିରେ […]

sitala
ରୀତିନୀତିରେ ସମ୍ପନ୍ନ ହେଲା ଶିବ, ପାର୍ବତୀଙ୍କ ବିବାହ ଉତ୍ସବ: ଆଜି ଯୁଗଳ ଦର୍ଶନ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ହୋଇଛି ସମ୍ବଲପୁର ସହର। ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ। ବିବାହ ଶୋଭାଯାତ୍ରାରେ ବାଣ, ରୋଷଣୀ ଓ ବାଜା ବାଜଣାରେ ଫାଟି ପଡ଼ିଥିଲା ପରିବେଶ। ସାରା ସମ୍ବଲପୁର ସହରକୁ ଦୁଲୁକେଇ ଶୋଭାଯାତ୍ରାରେ ଆସିଥିଲେ ମହାଦେବ। ସଂଧ୍ୟାରୁ ଆରମ୍ଭ ହୋଇଥିବା ମହାଦେବଙ୍କ ଏହି ଶୋଭାଯାତ୍ରା ରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା। ଉତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରୀତିନୀତି ମୁତାବକ ଭଗବାନ ଶିବ ଓ ମାତା ପାର୍ବତୀଙ୍କ […]

airport
ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ

ଭୁବନେଶ୍ୱର : ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ବିମାନ ଯାତ୍ରୀ ହଟହଟା। ମେଘୁଆ ପାଗ ଯୋଗୁଁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ଅବତରଣ କରି ନପାରିବାରୁ ପୁଣି ଭୁବନେଶ୍ୱର ଫେରି ଆସିଲା ବିମାନ। ସକାଳେ ଝାରସୁଗୁଡ଼ା ଯିବା ଲାଗି ଯାତ୍ରୀମାନେ ଆଲାଏଞ୍ଜ ବିମାନରେ ଯାତ୍ରା କରିଥିଲେ। ବିମାନ ଝାରସୁଗୁଡ଼ାରେ ପହଞ୍ଚିଥିଲା, ହେଲେ ପାଗ ଖରାପ ଥିବାରୁ ଅବତରଣ ଲାଗି ବିମାନବନ୍ଦର ପକ୍ଷରୁ ଅନୁମତି ଦିଆଯାଇ ନଥିଲା। ଫଳରେ ବିମାନଟି କିଛି ସମୟ ଆକାଶରେ ଚକ୍କର ମାରିବା […]

ram
ଗାଁ ଦାଣ୍ଡରେ ବ୍ୟକ୍ତିଙ୍କୁ ଉଠ୍‌ବସ୍‌ କରାଇଲେ ପୂର୍ବତନ ସରପଞ୍ଚ: ଭିଡିଓ ଭାଇରାଲ୍

ନବରଙ୍ଗପୁର: ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୂର୍ବତନ ସରପଞ୍ଚଙ୍କ ଉଠ୍‌ବସ୍‌ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।  ଏହି ଭିଡିଓଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ହାତିବେଡ଼ା ଗାଁର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ହାତିବେଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ମାଝିଙ୍କ ଶାଶୁଙ୍କର ନିକଟରେ ମୃତ୍ୟୁ ହୋଇଥିଲା। ଶାଶୁଙ୍କ ଦଶାହରେ ଯୋଗଦେବା ପାଇଁ ରାମ ଆଖପାଖ ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।  ହେଲେ ଦଶାହରେ ଯୋଗ ଦେଲେ ୫୦୦ଟଙ୍କା ନେଇ ଯିବାକୁ ପଡ଼ିବ ବୋଲି […]

husband
ସ୍ତ୍ରୀକୁ ହତ୍ୟା କରି ଜାଳିଦେଲା ସ୍ୱାମୀ

ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିଦେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏକ ଚାଷ ବିଲରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜଣକ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ସୂଚନା ଅନୁଯାୟୀ, ନୂଆପୁର ଗ୍ରାମର ନୀଳାମ୍ବର ମଳିକ (୪୫) ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ […]

boat-capsize
ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଡଙ୍ଗା ମାଲିକ ଗିରଫ

ବାଲୁଗାଁ: ଚିଲିକା କାଳିଜାଈ ଗଣ୍ଡରେ ଘଟିଥିବା ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣାରେ ରବିବାର ଡଙ୍ଗା ମାଲିକ ବସନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଡଙ୍ଗା ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ବିଭିନ୍ନ ସ୍ଥାନରୁ କାଳିଜାଈ ଦର୍ଶନ ପାଇଁ ଆସିଥିବା ୧୫ ଜଣ ଯାତ୍ରୀ ଶନିବାର ବାଲୁଗାଁର ଏକ ଘାଟରୁ ବୋଟ୍ ନେଇ କାଳିଜାଈ ଯାଇଥିଲେ। ସାଙ୍ଗରେ ଥିଲେ ଦୁଇଜଣ ନାଉରିଆ। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ କାଳିଜାଈ ଦର୍ଶନ ସାରି ଫେରୁଥିଲା ବେଳେ ଚିଲିକା […]