• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

representational image
ଛାତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ ପରେ ଭିଡ଼ିଓ ଭାଇରାଲ ଘଟଣା: ୫ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ଭିଡିଓ  ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌  ଗିରଫ କରିଛି।  ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏ ଧରା ପଡ଼ି ନାହିଁ।  ତାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସୂଚନାଥାଉ କି, ପହିଲି ରଜ ଦିନ ନାବାଳିକା ଛାତ୍ରୀ ଜଣକ ତାଙ୍କର ଜଣେ ପୁଅ ସାଙ୍ଗ ସହ ପେଣ୍ଠ ବୁଲିବାକୁ ଯାଇଥିବାବେଳେ ସେମାନଙ୍କୁ ଏକୁଟିଆ ଦେଖି କିଛି ଯୁବକ […]

Gopalpur Gang Rape
ଗୋପାଳପୁର ଗଣଦୁଷ୍କର୍ମ ମାମଲା: ସୁରଟରୁ ଅଭିଯୁକ୍ତ ଗିରଫ

ସୁରଟ/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ସୁରଟ ପୋଲିସ୍‌ ଗିରଫ କରିଛି। ଓଡ଼ିଶା ପୋଲିସ ସୂଚନା ଆଧାରରେ ସୁରଟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।  ଅଭିଯୁକ୍ତ ଜଣକ ହେଲେ ପ୍ରମୋଦ ସାହୁ। ୨୦୧୭ ମସିହା ନଭେମ୍ବର ମାସରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଦିବ୍ୟାଙ୍ଗ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଏକାନ୍ତର ସୁଯୋଗ ନେଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ପ୍ରମୋଦ ସାହୁ। […]

monsoon
ସଅଳ ଆସି ବାଟ ହୁଡ଼ିଲା ମୌସୁମୀ!

ଭୁବନେଶ୍ୱର: ଆଜି ବି ରାଜ୍ୟବ୍ୟାପି ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ପବନ ବହୁଛି । ଗତ ୨ ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। […]

chilika
ଚିଲିକା ଡଙ୍ଗାବୁଡ଼ି ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ, ୬ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୪ ଜଣ ଏବଂ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ। ସମସ୍ତ ମୃତଦେହ ଉଦ୍ଧାର ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ […]

Sashthi Jatra
ଆଜି ଶିବ ବିବାହ: ଉତ୍ସବମୁଖର ସମ୍ବଲପୁର ସହର

ସମ୍ବଲପୁର: ଶୀତଳଷଷ୍ଠୀ ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଆଜି ମହାପ୍ରଭୁ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗତକାଲି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସପ୍ତ ଋ଼ଷିଙ୍କ ସହ ମହାପ୍ରଭୁ ହନୁମାନ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରରେ ଥିବା ସମସ୍ତ ମନ୍ଦିରକୁ ଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା […]

kendrapara
ତହସିଲଦାରଙ୍କୁ ଅଫିସରେ ତାଲା

କେନ୍ଦ୍ରାପଡ଼ା: ଛୁଟି ଦିନରେ ଅଫିସ୍‌ରେ କାମ କରୁଥିବା ବେଳେ ତହସିଲଦାରଙ୍କୁ ଲୋକେ ତାଲା ପକାଇ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗତକାଲି ଛୁଟି ସତ୍ତ୍ୱେ ରାଜକନିକା ତହସିଲଦାର ଅଫିସ ଆସିଥିଲେ ଏବଂ ଅନ୍ୟ କର୍ମଚାରୀଙ୍କ ସହ ଅଫିସରେ କାର୍ଯ୍ୟ କରୁଥିଲେ।  ଏନେଇ ସ୍ଥାନୀୟ ଲୋକେ ଖବର ପାଇବା ପରେ ଉତ୍ତ୍ୟକ୍ତ ହୋଇ ତହସିଲ ଅଫିସରେ ତାଲା ପକାଇଥିଲେ। ରାଜକନିକା ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରି ତାଲା ଖୋଲିଥିଲା। ତହସିଲଦଦାରଙ୍କ […]

fifa world cup
ଫିଫା ବିଶ୍ୱକପ୍‌: ‌ଆଇସ୍‌ଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ଟକ୍କର, ୧-୧ରେ ମ୍ୟାଚ୍‌ ଡ୍ର

ମସ୍କୋ: ଫିଫା ବିଶ୍ୱକପ୍‌ରେ ଆଜି ଖେଳାଯିବ ୩ଟିମ୍ୟାଚ୍‌। ଏଥିରେ ରହିଛି ୨ଟି ହାଇ ଭୋଲ୍‌ଟେଜ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ରେ କୋଷ୍ଟାରିକାକୁ ଭେଟିବ ସର୍ବିଆ ଓ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ସହ ହେବ ମେକ୍ସିକୋର ଟକ୍କର। ଭାରତୀୟ ସମୟ ସାଢ଼େ ୮ଟାରେ ଏହି ମ୍ୟାଚ ଖେଳାଯିବ। ଶେଷ ମ୍ୟାଚରେ ଦେଖିବାକୁ ମିଳିବ  ଜବରଦସ୍ତ ଟକ୍କର। ବ୍ରାଜିଲ ସହ ହେବ ସ୍ୱିଜରଲାଣ୍ଡର ମୁକାବିଲା। ବ୍ରାଜିଲର ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ଭାରତୀୟ ସମୟ ରାତି ସାଢେ […]

chilika
ଚିଲିକା ଡଙ୍ଗାବୁଡ଼ି ଘଟଣା: ଆଉ ୩ ମୃତଦେହ ଉଦ୍ଧାର

ବାଲୁଙ୍ଗା: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।  ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଜଣେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସମସ୍ତେ ନୟାଗଡ଼ ଏବଂ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ସର୍ଚ୍ଚ ଅପରେସନରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଛନ୍ତି। ସୂଚନାଥାଉ କି, ଗତକାଲି ସଂଧ୍ୟାରେ […]

raja 1
ପାଳିତ ହେଲା ସଂହତି ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍, ଜମିଲା ଶେଷ ରଜର ମଉଜ

ଭୁବନେଶ୍ୱର: ଜମିଲା ଇଦ୍ ଓ ଶେଷ ରଜ। ସଂହତି ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍‌କୁ ଧୁମଧାମ୍‌ରେ ପାଳନ କରିଛନ୍ତି ମୁସଲିମ୍ ଶ୍ରଦ୍ଧାଳୁ। ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଜଣାଇଛନ୍ତି ଇଦ୍ ମୁବାରକ୍। ଏପଟେ ରଜର ଶେଷ ଦିନରେ ଖୁବ୍‌ ମଉଜ ମଜଲିସ୍‌ରେ ମାତିଥିଲେ ଝିଅ, ବୋହୂ, ପିଲାଠୁ ବୟସ୍କ। ରଜ ପାନ ଖାଇ ଦୋଳି ଖେଳି ବିଦାୟ ଦେଇଥିଲେ ରଜ ପର୍ବକୁ। ପବିତ୍ର ରମ୍‌ଜାନ ମାସର କଠୋର ଉପବାସ ଆଜି ଶେଷ ହେବା ପରେ […]

heat 1
ମୌସୁମୀ ଉଭାନ: ଡହ ଡହ ଖରାରେ ସିଝୁଛି ଓଡ଼ିଶା

ଭୁବନେଶ୍ୱର: ଚାରିଆଡ଼େ ଡହ ଡହ ଖରା। ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ। ଦିନ ହେଉ କି ରାତି ତାତି କିନ୍ତୁ କମିବାର ନାଁ ନେଉନି। ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି କେଉଁଠି ପାରଦ ୪୦ ଡିଗ୍ରୀ ତ ଆଉ କେଉଁଠି ତାପମାତ୍ରା ତା’ଠାରୁ ବି ବେଶୀ ରହିଛି। ରାଜ୍ୟର ୮ଟି ସହରରେ ଆଜି ୪୦ ଡିଗ୍ରୀ ଉପରେ ରହିଥିଲା ପାରା। କିଛି ଦିନ ହେଲାଣି ଏଭଳି ତାତି ଲାଗି ରହିଥିବାରୁ ସ୍କୁଲ ଛୁଟିକୁ ବି ୩ ଦିନ […]

chilika boat mishap
ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା: ଶିଶୁ ମୃତ ୮ ନିଖୋଜ

ବାଲୁଗାଁ: ମା’ କାଳୀଜାୟୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା। ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଡଙ୍ଗାରେ ଥିବା ଅନ୍ୟ ୮ ଜଣ ନିଖୋଜ ହୋଇଯାଇଛନ୍ତି, ଓ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୭ ଜଣ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମା’ କାଳୀଜାୟୀଙ୍କ ଦର୍ଶନ କରିବା ପରେ ଡଙ୍ଗାଟି ପର୍ଯ୍ୟଟକଙ୍କୁ ଧରି କାଳିଜାଈରୁ […]

cm
ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ନିକଟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ନବୀନ ଯୋଗ ନ ଦେବାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନବୀନଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି। ତେବେ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ତାର ଆଭିମୁଖ୍ୟ ଲିଖିତ ଆକାରରେ ନୀତି ଆୟୋଗକୁ ଅବଗତ କରିଥିବା ଜଣାପଡ଼ିଛି। […]

land
ମଲା ଲୋକ ବଞ୍ଚିଥିବା ଦର୍ଶାଇ ରାଜଧାନୀରେ ଜମି ବିକ୍ରି!

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ମୌଜାରେ ଜମି ଜାଲିଆତି ହୋଇଛି। ସ୍ୱାମୀ ମରିଯାଇଥିଲେ ମଧ୍ୟ ବଞ୍ଚିଥିବା ଦର୍ଶାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଜଣଙ୍କ ନାଁରେ ଜମି ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ଛିଡ଼ା କରାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ମଳିପଡ଼ା ମୌଜାର ପ୍ରଭାତୀ ତ୍ରିପାଠୀ ନାମକ ଜଣେ ମହିଳା ନିକଟରେ ଇସି କାଢିଥିଲେ। ତେବେ ତାଙ୍କ ଇସିରେ ଅନ୍ୟ ଜଣଙ୍କ ନାଁରେ ବାହାରିଥିଲା। […]

bjp
ରତ୍ନଭଣ୍ଡାର ଚାବି ବିବାଦ: ସିଂହଦ୍ୱାର ସମ୍ମୁଖରେ ବିଜେପିର ଜନ ସତ୍ୟାଗ୍ରହ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗକୁ ନେଇ ଶନିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଜନ ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ରତ୍ନଭଣ୍ଡାରର ଅସଲି ଚାବି ହଜିବା ଘଟଣାରେ ଏତଲା ନ ରଖାଯିବା, ନକଲି ଚାବି ମିଳିବା ଘଟଣାରେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା ସହ ଦୋଷୀ ଜିଲ୍ଲାପାଳଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି।

costal
ଏସ୍‌ପିଙ୍କୁ ଆଲର୍ଟ ନିର୍ଦ୍ଦେଶ ; ସମୁଦ୍ର ତଟ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା

ଭୁବନେଶ୍ୱର : ସମୁଦ୍ର ତଟ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ପରେ ରାଜ୍ୟର ଉପକୂଳ ଜିଲ୍ଲାର ୭ ଜଣ ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ରେଲ୍‌ୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ପୁରୀ, ବ୍ରହ୍ମପର, ଗଞ୍ଜାମ ଏସ୍ପିଙ୍କୁ  ଆଲର୍ଟ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି।  ଏହି ଜିଲ୍ଲା ଅଧୀନରେ ଥିବା ମେରାଇନ୍ ପୁଲିସ ଷ୍ଟେସନକୁ ମଧ୍ୟ ଜାଗ୍ରତ ରହିବାକୁ ଉଲ୍ଲେଖ […]

pregnant lady
ପୁଣି ଜନନୀ ଯନ୍ତ୍ରଣା ; ଡଙ୍ଗାରେ ହସ୍ପିଟାଲ ଗଲେ ପ୍ରସୂତି

ଚିତ୍ରକୋଣ୍ଡା( ରତ୍ନାକର ପ୍ରଧାନ) :  ପୁଣି ଜନନୀ ଯନ୍ତ୍ରଣା। ଦେଶୀ ମୋଟର ଡ଼ଙ୍ଗାରେ ହସ୍‌ପିଟାଲ ଗଲେ ଗର୍ଭବତୀ। ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଂଚାୟତ ଜନ୍ତୁରାଇ ଗାଁରେ ଜଣେ ଗର୍ଭବତୀ ମହିଳାକୁ ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପ୍ରଥମେ ଯୋଡ଼ାମ୍ବ ହସ୍ପିଟାଲକୁ ନେଇ ଥିଲେ। କିନ୍ତୁ ସେହି ହସ୍ପିଟାଲରେ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ଚିତ୍ରକୋଣ୍ଡା ହସ୍ପିଟାଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏକ ଦେଶୀ ମୋଟର ଡ଼ଙ୍ଗା ମାଧ୍ୟମରେ ଅସୁରକ୍ଷିତ […]

ratna vandara chabi
ତୁଟୁନି ଚାବି ବିବାଦ: ନକଲି ଚାବିରେ ଭଣ୍ଡାର ଖୋଲିବାକୁ ସେବାୟତଙ୍କ ଦାବି, ନିରଞ୍ଜନ କହିଲେ ଅଡିଟ୍ ହେଉ

ପୁରୀ: ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି। ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଆଜି ଦାବି କରିଛନ୍ତି। ଏଥିସହିତ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ ଭାବେ ଘୋଷଣା କରୁ ବୋଲି ସେମାନେ କହିଛନ୍ତି। ୧୯୭୮ରେ ପ୍ରସ୍ତୁତ ଅଳଙ୍କାର ତାଲିକା ସହ ବର୍ତ୍ତମାନର ଅଳଙ୍କାର ତାଲିକାକୁ ମେଳ କରିବା […]

school
ପୁଣି ଗୁରୁ-ଶିଶ୍ୟ ସମ୍ପର୍କରେ ଦାଗ ! ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଆଠଗଡ଼( ନୀଳକଣ୍ଠ ଦୋରା) : ଶିକ୍ଷକଙ୍କ ଚରିତ୍ରରେ ପୁଣି ଲାଗିଲା ଦାଗ। ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ସ୍କୁଲରୁ। ସୂଚନା ମୁତାବକ ,ଏହି ସ୍କୁଲର ଜଣେ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ କମେଣ୍ଟ କରୁଥିବାବେଳେ ଏହାକୁ ନେଇ ସ୍କୁଲର ଶିକ୍ଷକଙ୍କୁ ଜଣାଇଥିଲେ ଛାତ୍ରୀ। ତେବେ ଶିକ୍ଷକ ଜଣକ ଏହାର ସମାଧାନ ଲାଗି ପ୍ରୟାସ କରିବା ପରିବର୍ତ୍ତେ ସମ୍ପୃକ୍ତ ଯୁବକଙ୍କ ସହ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। […]

rain in odisha
ଘଡ଼ଘଡ଼ି ସହ ପବନ ଓ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ପ୍ରବଳ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଟକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏହି ୮ ଜିଲ୍ଲାବାସୀଙ୍କୁ ରାତି ୭ଟା ୪୫ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ  ଦେଇଛି ପାଣିପାଗ ବିଭାଗ। କାରଣ ଏହିସବୁ ଜିଲ୍ଲାରେ ଆଜି […]

attack
ପାରିବାରିକ କଳହରୁ ମାଆ, ଝିଅଙ୍କୁ ବାପାର ଛୁରାମାଡ଼

ରାୟଗଡ଼ା ( ମନୋଜ ପାତ୍ର) : ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଓ ଝିଅ ଗୁରୁତର। ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। କେ. ରଘୁନାଥ ନାମକ ବ୍ୟକ୍ତି ମଦ୍ୟପାନ କରି ସ୍ତ୍ରୀ ଓ ଝିଅକୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ମାଆ ଓ ଝିଅଙ୍କୁ ପଡୋଶୀ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ. ଲୀଳା ଓ ତାଙ୍କ ଝିଅ ଗାୟତ୍ରୀଙ୍କ […]

sitala satshi
ଶୀତଳଷଷ୍ଠୀରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆସନ୍ତାକାଲି ଶିବ ବିବାହ। ଏଥିପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଶୀତଳଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଢୋଲ, ଦୁଲଦୁଲି ସାଙ୍ଗକୁ ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ପୂରା ପଶ୍ଚିମ ଓଡ଼ିଶା। ଗତକାଲି ସମ୍ବଲପୁରର ଝାଡୁଆପଡ଼ା ସମେତ ଅନ୍ୟ ପଡ଼ାରେ ପତରପେଣ୍ଡି ଉତ୍ସବ ସମ୍ପନ୍ନ ହୋଇଛି। ବରଗଡ଼ ଜିଲ୍ଲାର ବରପାଲିରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାର ଧୁମ୍ ଦେଖିବାକୁ ମିଳିଛି। ଗତକାଲି ବାବା କପିଳେଶ୍ୱରଙ୍କର ବିବାହ ପାଇଁ ସବୁ ଦେବାଦେବୀଙ୍କୁ […]

sit meeting
 ଏସ୍‌ଆଇଟି ବୈଠକ ଶେଷ: ଫୋକସରେ ଅର୍ଥନୈତିକ ଅପରାଧ

କଟକ: କଳାଧନ ସମ୍ପର୍କିତ ଶନିବାର କଟକରେ ବସିଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (SIT)ର ବୈଠକ ଶେଷ ହୋଇଛି। ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ମାଓବାଦୀଙ୍କଠାରୁ ବିପୁଳ କଳାଟଙ୍କା ଜବତ ହୋଇଥିବା ସୂଚନା ଦିଆଯିବା ପରେ ଏ ନେଇ ତଦନ୍ତ କରାଯିବ ବୋଲି ଏସ୍ଆଇଟି ଉପାଧ୍ୟକ୍ଷ କହିଛନ୍ତି। ଆଜି ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି.ପି. […]