• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Capture
ଜମା ଟଙ୍କା ଆଣିବାକୁ ଯାଇଥିଲେ; ତାଲା ପକାଇ ଅଟକ ରଖିଦେଲେ ଅଫିସ କର୍ମଚାରୀ

ଭୁବନେଶ୍ୱର; ଜମା ଟଙ୍କା ଫେରି ପାଇବାକୁ ନେଇ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍‌ରେ ତୁମୁଳକାଣ୍ଡ। ବ୍ୟାଙ୍କକୁ ମାଚ୍ୟୁରିଟି ଟଙ୍କା ଆଣିବାକୁ ଯାଇଥିବା ଯଶୋବନ୍ତ ପାଣିଗ୍ରାହୀଙ୍କୁ ଭିତରୁ ତାଲା ମାରିଲେ ସାହାରା ଇଣ୍ଡିଆ କର୍ମଚାରୀ। ସାହାରା ଇଣ୍ଡିଆରେ ଯଶୋବନ୍ତ ଜମା ରଖିଥିବା ଟଙ୍କା ଅନେକ ଦିନ ଧରି ମାଚ୍ୟୁରିଟି ହୋଇଥିଲେ ମଧ୍ୟ ତାଙ୍କୁ ଟଙ୍କା ଦିଆଯାଉନଥିଲା। ଏନେଇ ଗତକାଲି ସେ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍‌କୁ ଯାଇଥିଲେ। ମ୍ୟାଚୁରିଟି ଟଙ୍କା ବିଷୟରେ ପଚାରିବାରୁ ତାଙ୍କୁ ଭିତରପଟୁ ତାଲା ପକାଇ […]

vaccine
ଆସିଲା ରୁଷ୍ କରୋନା ଭ୍ୟାକସିନର ରେଜଲ୍ଟ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ବିଶ୍ୱର କିଛି ଅଗ୍ରଣୀ ଦେଶ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହିକ୍ରମରେ ରୁଷ୍ ପ୍ରଥମ ଦେଶ ଭାବେ ଗତ ମାସ ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ କରୋନା ଭ୍ୟାକସିନ୍ ବାହାର କରିବା ନେଇ ଦାବି କରିଥିଲା। ତେବେ ଋଷିଆନ୍ ଭ୍ୟାକସିନ୍ ‘Sputnik-V’ ଉପରେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (WHO), ଆମେରିକା ଏବଂ ଦୁନିଆର ସବୁ ବଡ଼ ବିଶେଷଜ୍ଞ ଆରମ୍ଭରୁ ହିଁ ଭରସା ଦେଖାଇନଥିଲେ। ଏବେ ରୁଷ୍ ଭ୍ୟାକସିନକୁ ନେଇ ନୂଆ […]

result
ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ପରୀକ୍ଷା ଫଳାଫଳ ସମ୍ପର୍କରେ  CHSE କାର୍ଯ୍ୟାଳୟରେ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଯୁକ୍ତ ଦୁଇ କଳାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ। ତେବେ ଚଳିତ ଥର ପରୀକ୍ଷା ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ। ପାସ୍ ହାରରେ ପୁଅଙ୍କୁ […]

mahila thana
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍‌। ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଜଣେ ମହିଳା ତାଙ୍କ ନାବାଳିକା ଝିଅ ସହ ଆସି ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ନିଜ ଅଭିଯୋଗରେ ଘଟଣାରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀ, ଦୁଇ ସୁରକ୍ଷା କର୍ମଚାରୀ, ଜନୈକି ପୋଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ଉଲ୍ଲେଖ କରିଥିବା ଭୁବନେଶ୍ୱର ଡିସିପି […]

presindent
ଗୁରୁଦିବସରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ୨ ଓଡ଼ିଆ ଶିକ୍ଷକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ। ଆଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଖୋର୍ଦ୍ଧା ଦୃଷ୍ଟିବାଧିତ ଭୀମଭୋଇ ବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ତାପସ କୁମାର ମହାନ୍ତି। ଦୁଇ ଓଡ଼ିଆ ଶିକ୍ଷକଙ୍କ ସହ ଦେଶର ୪୭ ଜଣ ଶିକ୍ଷକଙ୍କୁ […]

ipk-13
ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ଆସନ୍ତାକାଲି ଅର୍ଥାତ୍ ରବିବାର କାର୍ଯ୍ୟସୂଚୀ ଜାରି ହେବ। ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ଶନିବାର ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶିତ ହେବ। Schedule of IPL 2020 that starts from 19th September in UAE will be […]

barsha-anubhab
ପିଟିସନ୍‌ରେ ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବର୍ଷା

କଟକ: କୋର୍ଟ ପିଟିସନରେ ସ୍ୱାମୀ ସାଂସଦ ଅନୁଭବ ନାଁ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ କୋର୍ଟଙ୍କୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା। ୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା। ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ବହୁ ହରକତ କରିଥିଲେ। ବାହା ହେବାକୁ ରାଜି ନହେଲେ ଆତ୍ମହତ୍ୟା କରିଦେବେ ବୋଲି କହୁଥିଲେ। ଏମିତିକି ହାତ କାଟିଦେବା, ଛୁରିରେ ଛାତି କାଟି ରକ୍ତ ବୁହାଉଥିଲେ […]

anubhab-1
ବେଡ୍‌ ରୁମ୍‌ରେ ସାଙ୍ଗଙ୍କ ସହ ମଦ ପିଉଥିଲେ ଅନୁଭବ; ବିରୋଧ କରିବାରୁ ବର୍ଷାଙ୍କୁ ପିଟୁଥିଲେ !

କଟକ: କୋର୍ଟ ପିଟିସନରେ ସ୍ୱାମୀ ସାଂସଦ ଅନୁଭବ ନାଁ ରେ ସଂଗୀନ ଅଭିଯୋଗ ଆଣିଛନ୍ତି  ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ କୋର୍ଟଙ୍କୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା। ପିଟିସନ୍‌ରେ ସେ କ’ଣ ଉଲ୍ଲେଖ କରିଚନ୍ତି ଓ କୋର୍ଟଙ୍କ ପାଖରେ କେଉଁ ସବୁ ଦାବି ରଖିଛନ୍ତି ଜାଣନ୍ତୁ। କୋର୍ଟରେ କ’ଣ ଦାବି କରିଛନ୍ତି ବର୍ଷା ? ପିଟିସନ୍‌ରେ ରହିଛି ଏହିସବୁ ସଂଗୀନ ଅଭିଯୋଗ ୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା। ବର୍ଷାଙ୍କୁ ବାହା […]

coronavirus-bhubaneswar
Bhubaneswar Coronavirus Update: ଭୁବନେଶ୍ୱରରୁ ୪୦୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୨ କ୍ୱାରେଣ୍ଟିନରୁ, ୧୬୭ ଲୋକାଲ କେସ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ବିଏମ୍‌ସି। ଗୋଟିଏ ଗଣମାଧ୍ୟମର ୧୨ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୧୧, ଷ୍ଟେସନ ସ୍କୋୟାରରୁ ୭, ୟୁନିଟ-୯ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭିଏସ୍ଏସ୍ ନଗରରୁ ୧୦, ନୟାପଲ୍ଲୀରୁ ୬ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ ୩୪୪ ଆକ୍ରାନ୍ତ ଆରୋଗ୍ୟ […]

train
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ନୂଆ ୮୦ ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ। ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ […]

cuttack-corona
କଟକରେ ଆଜି ୭୭ କରୋନା ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗର ଅଞ୍ଚଳରୁ ୧୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୧୮୪ ଜଣଙ୍କ ମଧ୍ୟରୁ ୭୭ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ନେଇ ସିଏମ୍‌ସି ସୂଚନା ଦେଇଛି। #COVID19 update in Cuttack city (CMC area) Out of the 295 new COVID19 +ve cases reported today in #Cuttack district, 184 +ve cases belong to Cuttack city (CMC area). […]

recover
କରୋନରୁ ସୁସ୍ଥ ହେଲେ ୩୪୪୩ ରୋଗୀ

ଭୁବନେଶ୍ୱର: ଆଜି କରୋନରୁ ସୁସ୍ଥ ହେଲେ ୩୪୪୩ କରୋନା ଆକ୍ରାନ୍ତ। ସେଥିମଧ୍ୟରୁ ଖୋର୍ଦ୍ଧାରୁ ୯୫୧, କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡ଼ାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୧୧୭, କୋରାପୁଟରୁ ୧୧୦, ଜଗତସିଂହପୁରରୁ ୧୦୭, ପୁରୀରୁ […]

leader-corona
ରାଜ୍ୟର ଏହି ନେତାମାନେ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର; ରାଜ୍ୟରେ ଜଣେ ପରେ ଜଣେ ନେତା କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏକାଥରେ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ  ଭୁବନେଶ୍ୱରସ୍ଥିତ ଘରେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବିଧାୟକ। ସେହିପରି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି। ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବାକୁ କହିଛନ୍ତି […]

flood
ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ, ଭସାଇ ନେଇଛି ସବୁ ଖୁସି; ବନ୍ୟା ପରର ଦୃଶ୍ୟ ଏମିତି

ଭୁବନେଶ୍ୱର: ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ। ଭସାଇ ନେଇଛି ସବୁ ଖୁସି। ଜଳ ପ୍ରଳୟର ସପ୍ତାହକ ପରେ ବି ଲିଭିନି ଦାଗ କି ଶୁଖିନି କ୍ଷତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସମୁଦ୍ର ଭଳି ମାଡ଼ି ଆସିଥିବା ମହାନଦୀ ଓ ପାଇକା ନଦୀର ପାଣି ସିନା ଶୁଖିଯାଇଛି, ହେଲେ ଶହ ଶହ ବିପନ୍ନଙ୍କ  ଆଖି ଆଜି ବି ଓଦା ଓଦା। କାରଣ ଦିନରାତି ମୁଣ୍ଡ ଗୁଞ୍ଜୁଥିବା ଅତି ଆପଣାର ବାସ ଏବେ ବିବର୍ଣ୍ଣ ହୋଇଯାଇଛି। ଅବସ୍ଥା […]

political partu
ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ; ବିଜେପି, ବିଜେଡି ଓ କଂଗ୍ରେସ ଗୋଟି ଚାଳନାରେ ବ୍ୟସ୍ତ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗ କହିବା ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ ଗ୍ରାଉଣ୍ଡକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ଷ୍ଟ୍ରାଟେଜି କରିବାରେ ବ୍ୟସ୍ତ। ସବୁଠାରୁ ବଡ଼ ପ୍ରଶ୍ନ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ? ବାଲେଶ୍ୱର ସଦରକୁ ଦେଖିଲେ ୨୦୧୯ରେ ଏଠାରୁ ଜିତିଥିଲେ ବିଜେପିର […]

OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଅଘଟଣ: ଶ୍ରମିକଙ୍କ ଉପରେ ପଡ଼ିଗଲା ତତଲା ପାଉଁଶ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଏକ ଅଘଟଣ ଘଟିଛି। ୩ ନମ୍ବର ୟୁନିଟରେ ଆସ୍ ହାଣ୍ଡଲିଂ ପ୍ଲାଣ୍ଟର ହପର୍‌ ଖସି ପଡ଼ିବାରୁ ୪ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ OPGC ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା […]

Asteroid
ଆଜି ଅପରାହ୍ଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍‌କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍‌କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ। ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ। ଆକଳନ ଅନୁଯାୟୀ, ଉଲ୍‌କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍‌କାପିଣ୍ଡକୁ […]

ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର

ମାଲକାନଗିରି: ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନାର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାୟ ୭୦ରୁ ଅଧିକ ଲୋକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତାଦେଇ ଭାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ବାଲିମେଳା-ମାଥିଲି ରାସ୍ତାରେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ […]

ବୋମା ତିଆରି ବେଳେ ବ୍ଲାଷ୍ଟ୍‌, ୨ ମୃତ

ଦେବଗଡ଼: ବୋମା ତିଆରି ବେଳେ ବିସ୍ଫୋରଣ ଘଟିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼  ଥାନା ଅନ୍ତର୍ଗତ କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ୨ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏମାନେ ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଥିଲା।‌ ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ […]