ବେଙ୍ଗାଳୁରୁ: କୋଭିଡରୁ ସୁସ୍ଥ ହେବା ପରେ ପୁଣି କୋଭିଡ ସଂକ୍ରମଣର ଶୀକାର। ବେଙ୍ଗାଳୁରୁର ଜଣେ ମହିଳା ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବେଙ୍ଗାଲୁରୁର ଫୋର୍ଟିସ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜୁଲାଇ ମାସରେ ମହିଳାଜଣକ କରୋନା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ କରୋନା ମୁକ୍ତ ହୋଇଥିଲେ। ମହିଳାଙ୍କ ନେଗେଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମାସକ ପରେ ଅଗଷ୍ଟ ଶେଷ ସପ୍ତାହରେ ତାଙ୍କଠାରେ […]
କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପାରିବାରିକ ହିଂସା ମାମଲାରେ ସୋସିଆଲ୍ ମିଡିଆରେ ମୁହଁ ଖୋଲିଲେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଟ୍ୱିଟ୍ କରି ସେ କହିଛନ୍ତି, ‘ସତ କେବେ ଲୁଚି ରହେନା। ଭୁଲ୍ ଏବଂ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା ଉଚିତ୍। ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି।’ ବର୍ଷା ଆହୁରି କହିଛନ୍ତି, ‘କେହି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି। ମୁଁ ଯେଉଁ କଠିନ ସମୟ ଦେଇ ଗତି […]
ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସହରରେ ମେଟ୍ରୋ ରେଲ୍ୱେ ସେବା ପୁଣି ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ମାସରୁ ଅଧିକ ଦିନ ହେବ ଏହି ସେବା ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ସ ଆଧାରରେ, ଦିଲ୍ଲୀ, ନୋଇଡା, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ ଲାଇନ୍-୧, ଜୟପୁର, ହାଇଦ୍ରାବାଦ, ମହା ମେଟ୍ରୋ(ନାଗପୁର), କୋଲକାତା, ଗୁଜରାଟ ଓ ଉତ୍ତରପ୍ରଦେଶ ମେଟ୍ରୋ ଅଥରିଟି ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ସେମାନଙ୍କର Standard Operating Procedures(SOP) ପ୍ରସ୍ତୁତ କରିଛନ୍ତି। […]
ନୂଆପଡ଼ା: ହୀରା ଚୋରା ଚାଲାଣ ଅଭିଯୋଗରେ ଛତିଶଗଡ଼ ଗରିଆବନ୍ଧ ପୋଲିସ୍ ରବିବାର ଓଡ଼ିଶାର ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନାଁ ନୂତନ ପଟେଲ। ନୂତନଙ୍କ ନିକଟରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବବୋଲି ଗରିଆବନ୍ଧ ପୋଲିସ୍ ସୂଚନା ଦେଇଛି। ସୂଚନା ଅନୁସାରେ, ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରା ଚାଲାଣ ହେଉଥିବା ଖବର ପାଇ ଓଡିଶା ସୀମାରେ ଦେଭୋଗ ଥାନା […]
କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଆଜି ହୋଇପାରେ ଶୁଣାଣି। ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି କରିପାରନ୍ତି କଟକ SDJMଙ୍କ କୋର୍ଟ। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଅନୁଭବଙ୍କ ବିରୋଧରେ ବର୍ଷା ଏହିସବୁ ଅଭିଯୋଗ ଆଣିଛନ୍ତି… ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ। ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଆନ୍ତି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୩,୮୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୭୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୫୮୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଖୋର୍ଦ୍ଧାରୁ ୭୬୭ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ନୂଆଦିଲ୍ଲୀ: ବ୍ରାଜିଲ୍କୁ ଟପି ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ପାଲଟିଛି। ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନ ଓ ବ୍ରାଜିଲ୍ ତୃତୀୟ ସ୍ଥାନରେ ରହିଛି। ସେହିପରି ଋଷିଆ ଓ ପେରୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। Source: Worldometer ଗତ ୨୪ ଘଣ୍ଟାରେ ଭାରତରେ ୯୦, ୮୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳାହାଣ୍ଡି,କୋରାପୁଟ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୫୬ ହୋଇଛି। ପଢ଼ନ୍ତୁ: ଦିନକରେ ୩,୮୬୧ ପଜିଟିଭ୍ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ
କୋଲକାତା: ପବ୍ଜି ଖେଳି ନ ପାରିବାରୁ ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ୍ ସୂଚନା ଦେଇଛି। ମୃତ ଯୁବକଙ୍କ ନାଁ ପ୍ରୀତମ ହଲ୍ଦର୍। ସେ ଆଇଟିଆଇ ଛାତ୍ର ଥିଲେ। ଚକ୍ଡାହ ପୋଲିସ୍ ଥାନା ଅନ୍ତର୍ଗତ ପୂର୍ବ ଲାଲ୍ପୁର ଅଞ୍ଚଳରେ ତାଙ୍କ ଘର। ପ୍ରୀତମଙ୍କ ମା’ ରତ୍ନା ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସକାଳେ ସେ ବ୍ରେକ୍ଫାଷ୍ଟ ଖାଇ ନିଜ ରୁମ୍କୁ ଯାଇଥିଲେ। […]
କଟକ: ଘୁଞ୍ଚିଲା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ। ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି ଅକ୍ଟୋବର ୧୨ରେ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଏହାସହ ବର୍ଷା ଅନୁଭବଙ୍କ ବିରୋଧରେ ଅନେକ […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ର ସ୍ପେଶାଲ୍ ସେଲ୍ ଉତ୍ତର ପଶ୍ଚିମ ଦିଲ୍ଲୀରୁ ୨ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଏମାନେ Babbar Khalsa International (BKI)ର ଆତଙ୍କବାଦୀ ବୋଲି ଜଣାପଡ଼ିଛି। ପୋଲିସ୍ ସହ ଗୁଳି ବିନିମୟ ପରେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଭୟ ଆତଙ୍କବାଦୀ ପଞ୍ଜାବରେ କିଛି ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଥିଲେ ବୋଲି ଦିଳ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍ ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ଏ ନେଇ ସେ ସୁପ୍ରିମକୋର୍ଟରେ ଅପିଲ୍ କରିପାରନ୍ତି। ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ ବର୍ଷା ଦାଖଲ କରିଥିବା ପିଟିସନ୍ର ଶୁଣାଣି […]
ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ମୋବାଇଲ ସେବା। ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ା ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଯିବାକୁ ପଡ଼ୁଥିଲା। ମାଓବାଦୀଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ତେବେ ପ୍ରଶାସନ ଓ ପୋଲିସ୍ର ସୁରକ୍ଷା […]
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମାନବିକତା ଦୃଷ୍ଟିରୁ ଅନୁଭବ ଇସ୍ତଫା ଦିଅନ୍ତୁ ଓ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା […]
ଭୁବନେଶ୍ୱର: ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର। ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ। କଣ୍ଟେନମେଣ୍ଟ ଜୋନ୍ରେ ଥିବା ମଦ ଦୋକାନ ଗୁଡ଼ିକ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲି ପାରିବ। ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ […]
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ଟ୍ୱିଟ୍ କରି ନିଜେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗତ ୭ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଆଇସୋଲେସନରେ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।