ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍ର ଆଗ୍ରା ଲେକ୍ ନିକଟରେ ଥିବା ଏକ ପବ୍ଳିକ୍ ପାର୍କରେ କନ୍ନଡ ଫିଲ୍ମ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସେ ଓ ତାଙ୍କ ସାଙ୍ଗମାନେ ସ୍ପୋର୍ଟସ୍ ଡ୍ରେସ୍ ପିନ୍ଧି ୱାର୍କଆଉଟ୍ କରୁଥିବା ଯୋଗୁ ସେମାନଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିନେତ୍ରୀ ସମ୍ୟୁକ୍ତା ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା କବିତା ରେଡ୍ଡୀଙ୍କ ବିରୋଧରେ ସମ୍ୟୁକ୍ତା ଏହି ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୮୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୮୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୫୨୪ ରହିଛି। ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୪୬ ହୋଇଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅର୍ନ୍ତବେଦୀରେ ଥିବା ପ୍ରସିଦ୍ଧ ଶ୍ରୀଲକ୍ଷ୍ମୀ ନରସିଂହ ମନ୍ଦିରର ରଥରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏହାସହ ମନ୍ଦିରର ଅନ୍ୟ ସମ୍ପତ୍ତି ମଧ୍ୟ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ। ମନ୍ଦିରର ଦୀପଦାନ ସ୍ଥାନରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। […]
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍ରେ ଅନୁଭବ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉ ନ ଥିବା ନେଇ ଅନୁଭବ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ପିଟିସନ୍ରେ ଦର୍ଶାଇଛନ୍ତି। ପିଟିସନରେ […]
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଛୁଇଁବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୦,୬୩୨ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଜ୍। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୩,୮୧୧ରେ ପହଞ୍ଚିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୦୬୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୭୦,୬୨୬କୁ […]
ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ଦୁନିଆରେ କଡ଼ା ସୁରକ୍ଷା ଓ ବିଭିନ୍ନ କଟକଣା ସହ କ୍ରୀଡ଼ା ଆୟୋଜିତ କରାଯାଉଛି। କିନ୍ତୁ ଏଥିରେ କିଛି ଖେଳାଳି ଭୁଲ୍ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟର୍ ମିଚ୍ କ୍ଲେଡନ୍ ଏଭଳି ଏକ ଭୁଲ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ସସପେଣ୍ଡ କରାଯାଇଛି। କ୍ଲେଡନ୍ କଥିତ ଭାବେ ବଲରେ ସାନିଟାଇଜର୍ ଲଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କର କାଉଣ୍ଟି ଟିମ୍ ସସେକ୍ସ ସସପେଣ୍ଡ୍ କରିଛି। […]
ମୁମ୍ବାଇ: ଗିରଫ ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରସ୍ତୁତ ଅଛନ୍ତି ବୋଲି ରିୟାଙ୍କ ଓକିଲ ସତୀଶ ମନ୍ସିନ୍ଧେ ଆଜି ଏହା କହିଛନ୍ତି। ଏକ ବୟାନ ଜାରି କରି ରିୟାଙ୍କ ଉଦ୍ଦେଶ୍ୟରେ ସତୀଶ ମନ୍ସିନ୍ଧେ କହିଛନ୍ତି, ‘ଯଦି କାହାକୁ ଭଲ ପାଇବା ଅପରାଧ, ତା’ହେଲେ ଏହାର ପରିଣାମକୁ ସାମ୍ନା କରିବାକୁ ସେ(ରିୟା) ମଧ୍ୟ ପ୍ରସ୍ତୁତ। ଏପରିକି ସେ ଗିରଫ ହେବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି’। ରିୟାଙ୍କ ଓକିଲ ଆହୁରି ମଧ୍ୟ କହିଛନ୍ତି, ‘ଏହି ସମସ୍ତ ମାମଲାକୁ ନେଇ ସେ(ରିୟା) […]
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କ ପୁଅ ଅର୍ଜୁନ କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ସେ ସୁସ୍ଥ ଅଛନ୍ତି। ଆରୋଗ୍ୟ ହେବା ଯାଏ ହୋମ୍ କ୍ୱାରେଣ୍ଟିନ୍ରେ ରହିବେ ବୋଲି ଅର୍ଜୁନ କହିଛନ୍ତି। ଡାକ୍ତର ଓ ଅଧିକାରୀଙ୍କ ପରାମର୍ଶ କ୍ରମେ ସେ ହୋମ୍ କ୍ୱାରେଣ୍ଟିନ୍ରେ ରହିବେ ବୋଲି ସେ କହିଛନ୍ତି। ଗତ ମେ’ରେ ବୋନି କପୁରଙ୍କ ଜଣେ ଷ୍ଟାଫ୍ କରୋନା ପଜିଟିଭ୍ […]
ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଏହି ପିଟିସନର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ। ଅନୁଭବ ଜୁଲାଇ ୧୯ ତାରିଖରେ ନିଜ ପତ୍ନୀଙ୍କ ବିରୋଧରେ ଏହି ପିଟିସନ୍ ଦାଖଲ କରିଛନ୍ତି। ପିଟିସନ୍ ପୂର୍ବରୁ ଅନୁଭବ ଆପୋଷ ଆଲୋଚନା ଦ୍ୱାରା ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ। ଅନୁଭବ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରୁ ଏହି ଚେଷ୍ଟା […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ଗତ ଦୁଇଦିନ ଭିତରେ Narcotics Control Bureau (NCB) ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ୍ ମିରଣ୍ଡା ଓ ସୁଶାନ୍ତଙ୍କ ପର୍ସନାଲ୍ ଷ୍ଟାଫ୍ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି। ଦୀପେଶ ଓ ସାମୁଏଲ୍ଙ୍କୁ ଜେରା ପରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ଡ୍ରଗ୍ ପାର୍ଟି ହେଉଥିଲା ବୋଲି ଜଣାପଡ଼ିଛି। ଏପରିକି […]
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ମିନି ପାକିସ୍ତାନ କହିବା ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇଥିବା ଶିବସେନା ନେତା ସଞ୍ଜୟ ରାଉତ ନିଜ ଜିଦରେ ଅଟଳ। ମହିଳାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବାରୁ ସଞ୍ଜୟ କ୍ଷମା ମାଗନ୍ତୁ ବୋଲି କେତେକ ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ତେବେ ମୁମ୍ବାଇ ବିରୋଧରେ ଯେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବେ ତା ବିରୋଧରେ ବି ସେ ସେହି ଭାଷାର ପ୍ରୟୋଗ କରିବେ ବୋଲି କହିଛନ୍ତି ସଞ୍ଜୟ। କଙ୍ଗନା ରଣାୱତଙ୍କୁ […]
ମାଲକାନଗିରି: କରୋନାକୁ ମାତ ଦେଇ ସୁସ୍ଥ ହେଲେ ମାଲକାନଗିରିର ୭୫ ବର୍ଷୀୟ ବୃଦ୍ଧା ମହାଲକ୍ଷ୍ମୀ ପଣ୍ଡା। କିଛି ବର୍ଷ ପୂର୍ବେ ବ୍ରେନ ଷ୍ଟ୍ରୋକ ପରେ ପକ୍ଷାଘାତ କାରଣରୁ ସେ ବିଛଣାରୁ ଉଠି ପାରୁନଥିଲେ। ନିକଟରେ ତାଙ୍କୁ ଜ୍ୱର ହେବାରୁ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜଟିଭ ଆସିବା ପରେ ଅଗଷ୍ଟ ମାସ ୨୧ ତାରିଖରେ ତାଙ୍କୁ ମାଲକାନଗିରି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ସହ ସେ ଉଚ୍ଚ ରକ୍ତଚାପ ରୋଗରେ ବି ଆକ୍ରାନ୍ତ ଥିଲେ। ଚିକିତ୍ସା ପରେ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି ପତ୍ନୀ ବର୍ଷା ପ୍ରିୟଦର୍ଶନୀ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଅନୁଭବ ମଧ୍ୟ ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମାଆଙ୍କୁ ସମ୍ମାନ କଥା କହୁଥିବା ବେଳେ ତାଙ୍କ ସାଂସଦଙ୍କ ଘଟଣା ପ୍ରମାଣିତ କରିଛି, କିଭଳି ସେମାନେ ମାଆକୁ […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଶେଷ ହୋଇଛି। ଜାରି ହୋଇଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ନୂଆ ସିଡ୍ୟୁଲ୍। ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀର ଘୋଷଣା କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ୍ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ମଧ୍ୟରେ ଖେଳାଯିବ। ଏହି […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ଅବଢା ଉପରେ କଟକଣା ଲାଗିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢା ରନ୍ଧା ହେବ। ଆନୁମାନିକ ହଜାରେ କି ଦେଢ଼ହଜାର ଲୋକଙ୍କ ପାଇଁ ରନ୍ଧା ହେବ ମହାପ୍ରସାଦ। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସୂଚନା ଦେଇଛନ୍ତି। କରୋନା ସ୍ଥିତିକୁ ଦେଖିଲେ ପୁରୀ ଜିଲ୍ଲାରେ ଆଜି ସୁଦ୍ଧା […]
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ କୋର୍ଟରେ ପହଞ୍ଚିଲାଣି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ଲଢେଇ ଜାରି ରହିଛି। ଏହାର ଭିତରେ ସାଂସଦ ଅନୁଭବ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିଲା। ତେବେ ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ […]