• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

minister-jyoti-panigrahi
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ଟ୍ୱିଟ୍‌ କରି ନିଜେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗତ ୭ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ‌ଆଇସୋଲେସନରେ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

narendra-swain
ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

kangna
କଙ୍ଗନାଙ୍କୁ ମିଳିଲା Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍ କଙ୍ଗନା ରନାୱତ ଏବଂ ଶିବସେନା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଏହା ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ଆସନ୍ତା ୯ ତାରିଖରୁ ମୁମ୍ବାଇ ପହଞ୍ଚୁଛନ୍ତି। ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ସହ ବିବାଦ ବଢ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କଙ୍ଗନାଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ମିଳିଛି। Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥାରେ ଜଣେ କିମ୍ବା ୨ କମାଣ୍ଡୋଙ୍କ ସହ […]

congress
'ସାଂସଦ ଅନୁଭବ ମହାନ୍ତି ଯୁକ୍ତ ଦୁଇ ଫେଲ୍'

ଭୁବନେଶ୍ୱର: ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ପରେ ସାଂସଦ ଭାବେ ସେ ଶିକ୍ଷାଗତ ଯୋଗ୍ୟତାର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ। ଅନୁଭବ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ଫେଲ ହୋଇଥିବା ବେଳେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଲେ ବୋଲି ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି କଂଗ୍ରେସ ଦଳ। ସାଂସଦଙ୍କ ବିରୋଧରେ ଯେତେସବୁ ଅଭିଯୋଗ ଆସିଛି, ତାକୁ ସରକାର ନିଜ ଦଳର ସାଂସଦ ହିସାବରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ […]

ojee
ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ବାହାରେ ଅର୍ଥାତ୍ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏବେ ଆସନ୍ତାମାସରେ […]

anubhab
'ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ'

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ ଘନେଇବାରେ ଲାଗିଛି। ଏହାକୁ ନେଇ ଆଜି ପ୍ରଥମେ ବର୍ଷା ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି। ସେହିପରି ଦୁଇ ଦିନର ନୀରବତା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ସହ ଥିବା ବିବାଦକୁ ନେଇ ଅନୁଭବ କହିଛନ୍ତି, ସର୍ବପ୍ରଥମେ ଏହା ମୋର ବ୍ୟକ୍ତିଗତ ମାମଲା। ତେଣୁ ମୁଁ ଏ ବିଷୟରେ କାହା ସହ ଆଲୋଚନା କରିବାକୁ ଚାହୁଁନି। ଅନୁଭବ […]

commoando
SSF କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ସହିଦ ହୋଇଥିବା ସ୍ପେଶାଲ୍ ଫ୍ରଣ୍ଟିୟର ଫୋର୍ସ କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଲେହରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତେନଜିନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ମରଶରୀରକୁ SSFର ସ୍ୱତନ୍ତ୍ର ଟ୍ରକରେ ଏସକର୍ଟ କରି ଲେହକୁ ଅଣାଯାଇଥିଲା। ତେନଜିନଙ୍କ ମରଶରୀରକୁ ଉଭୟ ତ୍ରିରଙ୍ଗା ଏବଂ ତିବ୍ଦତୀୟ ଜାତୀୟ ପତାକାରେ ଘୋଡାଇ ସୋନମଲିଙ୍ଗ ତିବ୍ଦତୀୟ ବସ୍ତିରେ ଥିବା ଘରକୁ ନିଆଯାଇଥିଲା। ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ସମ୍ପୂର୍ଣ୍ଣ […]

barsha
ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତ ସମ୍ପର୍କ ଏବେ ଅଧିକ ବିବାଦୀୟ ହେବାରେ ଲାଗିଛି। ଏହିକ୍ରମରେ ବର୍ଷା ୧୦୦ ଡାଏଲ୍ କରି ସୁରକ୍ଷା ମାଗିଛନ୍ତି। ଏହା ପରେ ସାଂସଦ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ଘରେ ପହଞ୍ଚିଛି ପୋଲିସ୍। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପେଲିସ ପହଞ୍ଚିଥିବା ଜଣାପଡ଼ିଛି। ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଏବେ ସବୁଠି […]

chinmayee 1
ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ। ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା […]

bmc
ଆଜି ବିଏମସିରୁ ଆଉ ୩୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୯ ଓ ଲୋକାଲ କେସ ୨୩୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ୩୦୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 7th Sep 2020(till 9am). […]

corona1
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇ ଚାଲିଛି। ତେବେ ଏହା ମଧ୍ୟରେ ସୁସ୍ଥ ସଂଖ୍ୟାରେ ବେଶ୍ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ଅଛନ୍ତି। […]

jitendriya
ଭୁଶୁଡ଼ିଲା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଘର

ସମ୍ୱଲପୁର: ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଛି। ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ […]

rhea
ରିୟାଙ୍କୁ ପୁଣି ମାରାଥନ ଜେରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଫସିଥିବା ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କୁ କ୍ରମାଗତ ୨ୟ ଦିନରେ ଜେରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB)। ଭାଇ ସୌଭିକ ଚକ୍ରବର୍ତ୍ତି ସମେତ ସୁଶାନ୍ତଙ୍କ ଘରୋଇ ସହାୟକ ସାମୁଏଲ୍ ମିରାଣ୍ଡା ଏବଂ ଡ୍ରଗ୍ସ ସିଣ୍ଡିକେଟର ଅନ୍ୟତମ ସକ୍ରିୟ ସଦସ୍ୟ ବସିତ୍ ସହ ଅଭିନେତ୍ରୀ ରିୟାଙ୍କୁ ବସାଇ ମାରାଥନ ଜେରା କରିଛି ଏନସିବି। ଗତକାଲି ୬ ଘଣ୍ଟା ଧରି ଜେରା କରିଥିବା ଏନସିବି ଆଜି ପୁଣି ୮ ଘଣ୍ଟା […]

1599532776610
ସୋସିଆଲ ମିଡିଆରେ ପୁଣି ମୁହଁ ଖୋଲିଲେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣା ପରେ ବର୍ଷା ଅନୁଭବଙ୍କ ନାଁ ନ ନେଇ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି।  ଏବେ ପୁଣି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ବର୍ଷା। ଗତକାଲି ବର୍ଷା ଟ୍ୱିଟ କରି କହିଛନ୍ତି, ସତ୍ୟକୁ କେହି ହରାଇ ପାରିବେନି। ଆଉ ଏହା ଖୁବଶୀଘ୍ର ପ୍ରମାଣିତ ହୋଇଯିବ। କୋର୍ଟ ନିଜ […]

riya
ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରାଯାଉଛି। ଅନ୍ୟପକ୍ଷେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ରିୟାଙ୍କ ଓକିଲଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ସିଂହ, ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରାଯାଇଛି। ଜାଲିଆତି, ଏନଡିପିସି ଆକ୍ଟ ଏବଂ ଟେଲି ମେଡ଼ିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍ସ ୨୦୨୦ର ଉଲ୍ଲଘଂନ ନେଇ ଅଭିଯୋଗ […]

dinosaur
ହଜାର ବର୍ଷ ତଳେ ଡାଇନୋସର ବି ହୋଇଥିଲେ କ୍ୟାନ‌ସରର ଶୀକାର

ୱାଶିଂଟନ: କ୍ୟାନସର ପରି ବିପଜ୍ଜନକ ରୋଗରୁ ଏ ପର୍ଯ୍ୟନ୍ତ ମଣିଷକୁ ମୁକ୍ତି ମିଳିନି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଜଣା ପଡି ଯାଏ ତେବେ ଭଲ ହୋଇଯିବାର ସମ୍ଭାବନା ରହିଛି। ନଚେତ୍ ଏହା ମାରାତ୍ମକ ହୋଇପାରେ। କ୍ୟାନସର ପରି ରୋଗ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। କାରଣ ଏହା ଜଣେ ମଣିଷର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ। ତେବେ କ୍ୟାନସରକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି। କ୍ୟାନସର ଏଇ କେତେ ବର୍ଷର ରୋଗ ନୁହେଁ। […]

Odisha Weather Update
Odisha Weather Update: ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ୧୬ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଏବଂ ବୌଦ୍ଧ। ଏ […]