କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ତିକ୍ତତା ଦିନକୁ ଦିନକୁ ଅଧିକ ତୀବ୍ରତର ହେବାରେ ଲାଗିଛି। ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ଦୁଇ ଅଜଣା ଯୁବକ ବର୍ଷାଙ୍କ ଘର ଭିତରକୁ ପଶିଯାଇଥିଲେ। ୨ ଜଣ ଯୁବକ ଘରର ବେଡରୁମରେ ଭିତରେ ଫଟୋ ଉଠାଇବାକୁ ଲାଗିଥିଲେ। ଏପରିକି ବର୍ଷା […]
ନୂଆଦିଲ୍ଲୀ: ଏଲ୍ଏସିରେ ଭାରତ ଓ ଚୀନ୍ ମଧ୍ୟ ଲଗାତର ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରାୟ ତିନିମାସ ଧରି ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଉତ୍ତେଚନା ଥମିବାର ନାଁ ନେଉନାହିଁ। ସୋମବାର ବିଳମ୍ବିତ ରାତିରେ ପାଙ୍ଗଙ୍ଗ ଅଞ୍ଚଳରେ ଏଲଏସି ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତ ସେନା ଏହାର କଡ଼ା ଜବାବ ଦେଇଥିଲା। ଭାରତୀୟ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପାଲୁରୁପାଡ଼ୁ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି। ବର୍ଷେ ଧରି ଆସିଲାନି ବିଦ୍ୟୁତ ବିଲ୍, ଆଉ ଯେତେବେଳେ ବିଲ୍ ଆସିଲା, ତାହା ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଗ୍ରାହକମାନଙ୍କ ପାଖକୁ ହଜାରେ କି ଦୁଇ ହଜାର ନୁହେଁ ବରଂ ଏକାଥରକେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବା ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ରାୟଗଡ଼ା ସଦର ବ୍ଲକର ଆଦିବାସୀ ଗାଁ ପାଲୁରୁପାଡ଼ୁରେ। ଗାଁର […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ଏହା ତୁଳନାରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୭୫,୮୦୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଛି। ଗତ ଦୁଇ ଦିନ ହେବ ଲଗାତର ୯୦ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହେଇଥିଲେ। ତେବେ ଦେଶରେ ଗତ ୨୪ ଘଣ୍ଟାରେ ମୋଟ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୯୪ କ୍ୱାରେଣ୍ଟିନ୍ ଏବଂ ୧୩୯୬ ଲୋକାଲ୍ କେସ୍ ବାହାରିଛି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୩୫ ଜଣ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ କଟକରୁ ୩୭୬, ପୁରୀରୁ ୨୧୭, ମୟୂରଭଞ୍ଜରୁ ୨୦୭ ଏବଂ ରାୟଗଡ଼ାରୁ ୨୦୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି। […]
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଯୋଗୁ ୧୩ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୬ରେ ପହଞ୍ଚିଛି। ସେଥିମଧ୍ୟରୁ ପୁରୀରୁ ସର୍ବାଧିକ ତିନିଜଣଙ୍କ ମୃତ୍ୟୁ ହୋଇଛି। ପୁରୀର ଜଣେ ୭୦ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ବୃଦ୍ଧା ଏବଂ ୪୫ ବର୍ଷୀୟଙ୍କର ଜୀବନ ନେଇଛି କରୋନା। 11.A 48 year old male of Rayagada district who was […]
ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳର ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣଇ ଲୁଟ୍ କରିଛନ୍ତି। ବ୍ୟବସାୟୀଙ୍କ ହାତ, ଗୋଡକୁ ହାଣି ଦେଇଛନ୍ତି ଦୁର୍ବୃତ୍ତ। ଏହା ସହ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣର ଶିକାର ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ପୋଡଙ୍ଗ ଗାର ନିରଂଜନ ନାୟକ। ବ୍ୟବସାୟୀ ଜଣକ […]
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ତିକ୍ତତା ତୀବ୍ରତର ହେବାରେ ଲାଗିଛି। ନିଜ ଜୀବନ ପ୍ରତି ବିପଦ ଥିବା କହି କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା। ଅନୁଭବଙ୍କ ଘରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି। ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଓକିଲ ରାମକୃଷ୍ଣ ରଥ। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମରେ ପଶି ଭିଡିଓ ସୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ […]
ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ମଣ୍ଡଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବ୍ୟାପକ ଗୁଳିଗୋଳା ଜବତ କରିଛି ପୋଲିସ। ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା ଅଂଚଳରେ ନକ୍ସଲ ଏକାଠି ହୋଇଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ରାତିର ଅନ୍ଧକାରରେ ଆକ୍ରମଣ କରିଥିବାରୁ ଅନେକ ମାଓବାଦୀ ଘଟଣାସ୍ଥଳରୁ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ନାୟକଗୁଡ଼ା ପଞ୍ଚାୟତ ଜିଆରଏସ୍ ବଲରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମାଥିଲି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏସଆଇ କୃତିବାସ ନାୟକ ଓ ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଛି। ମାଥିଲି ଥାନା ଆଇଆଇସି ରଘୁନନ୍ଦ ମାଝି, ଏସଆଇ ନାୟକ […]
ମୁମ୍ବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ସେୟା ଘଟିଲା। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଗିରଫ ହୋଇଛନ୍ତି। ତିନିଦିନର ମାରାଥନ ଜେରା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରିଆସୁଥିଲା। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫଦାରୀକୁ ନେଇ ପ୍ରଶଂସକ ଦୀର୍ଘ ଦିନ ଧରି ଅପେକ୍ଷା […]
ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସିଲା ଖୁସି ଖବର। ରୁଷ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ଏବେ ସାଧାରଣ ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି। ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ଏହି କରୋନା ଭ୍ୟାକସିନ୍ ପ୍ରାଥମିକ ପର୍ଯ୍ୟାୟରେ ଭଲ ରେଜଲ୍ଟ ଦେଉଥିବା କୁହଯାଉଛି। ତେଣୁ ଏହି ଭ୍ୟାକସିନ୍ ଏବେ ଭାରତ ସମେତ ଦୁନିଆର ୫ଟି ଦେଶରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପଠାଯିବ ବୋଲି ରୁଷ୍ ସ୍ପଷ୍ଟ କରିଛି। ଗମୋଲିୟା […]
ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଘଟିଲା ଅଘଟଣ। ହୀରାକୁଦ ଜଳଭଣ୍ଡାର ରଂପେଲା ସେତୁ ଉପରୁ ଏକ ହାଇୱା ଖସିପଡ଼ିଛି। ଫଳରେ ଦୁଇ ନିଖୋଜ ହୋଇଯାଇଛନ୍ତି। ମତ୍ସ୍ୟଜୀବୀମାନେ ଆଦିତ୍ୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଏବେବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଗାଡିଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା। ଘଟଣାସ୍ଥଳରେ ବନହରପାଲି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛି।
ଭୁବନେଶ୍ୱର: ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍ରୁ ଜବତ ହେଲା ଗଞ୍ଜେଇ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଟ୍ରକ୍କୁ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଜବତ କରାଯାଇଛି। ଟ୍ରକ୍ରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଟ୍ରକ୍ଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିଲା ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ।
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ତିନି ଦିନର ମାରାଥନ ଜେରା ପରେ ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ NCB ଗିରଫ କରିଛି। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରି ଆସୁଥିଲା। ଅଧିକ ପଚରାଉଚରା ପାଇଁ NCB […]
ନୂଆଦିଲ୍ଲୀ:ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଅଧିକାରୀ (National Highway Authority of India) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରି ଦେଇଛନ୍ତି । ପଶ୍ଚିମବଙ୍ଗର ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ଗାର୍ଡର ଭାଙ୍ଗିବା ଘଟଣାରେ ଏହି କମ୍ପାନୀର ସଂପୃକ୍ତି ଥିବା ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୩ ବର୍ଷ ପାଇଁ NHAI ର କୌଣସି […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ପଛର ସତ କ’ଣ ? କ’ଣ ପାଇଁ ନିଜ ନାବାଳିକା ଝିଅକୁ ନେଇ ଏଭଳି ଅଭିଯୋଗ ଆଣିଲେ ଜନୈକ ମହିଳା ? ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍ କରି ଟଙ୍କା ଆଦାୟ ମହିଳାଙ୍କର ଉଦ୍ଦେଶ୍ଯ ଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଓଟିଭିର ଆଭ୍ଯନ୍ତରୀଣ କମିଟି ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତ ସଂପର୍କିତ ସମସ୍ତ ତଥ୍ଯ ମଧ୍ୟ ପୋଲିସକୁ ଦିଆଯାଇଛି। ସୂଚନା ଅନୁଯାୟୀ, ଅଭିଯୋଗ ଆଣିଥିବା ନାବାଳିକାଙ୍କ ମା […]
ଭୁବନେଶ୍ୱର:ଆଜି ଭୁବନେଶ୍ୱର ୩୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୪୫ ଏବଂ ଲୋକାଲ କେସ୍ ୨୩୧ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟ୍:ିଟ କରି ସୂଚନା ଦେଇଛି । ମିଳିଥିବା ଖବର ଅନୁଯାୟୀ ଆଜି ୯ ଜଣ ପୋଲିସ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ସୂଚନାଥାଉ କି, ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ମୋଟ୍୧୪୦୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Update on […]
ଶ୍ରୀନଗର: ଲକ୍ ଡାଉନ୍ ହଟିବା ପରେ ସ୍ବାଭାବିକ ହେଉଛି ଜୀବନଯାତ୍ରା। ଜାମ୍ମୁ ଓ କାଶ୍ମୀରରେ ଥିବା ମୋଗଲ ଗର୍ଡେନକୁ ଏବେ ସୁନ୍ଦର ଭାବେ ସଜା ଗଲାଣି ପର୍ଯ୍ୟଟକଙ୍କ ପାଇଁ। ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ତା ଛଡ଼ା ବିଶ୍ୱ ଐତିହ୍ୟରେ କିପରି ମୋଗଲ ଗାର୍ଡେନ ସ୍ଥାନ ପାଇବ ସେଥିଲାଗି ମଧ୍ୟ କରାଯାଉଛି ଉଦ୍ୟମ । ଧୀରେ ଧୀରେ ସ୍ବାଭାବିକ ହେଉଛି ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀର ସହର। କରୋନା କଟକଣା ପ୍ରତ୍ୟାହାର ହେବା ପରେ […]
ପୁରୀ: ଶ୍ରୀମନ୍ଦିର ସହ ରାଜ୍ୟର ସବୁ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳୁ। ଏ ନେଇ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ଆଡଭୋକେଟ ଜୟନ୍ତ ବଳ ରାଜ୍ୟ ସରକାରଙ୍କ ଅନ୍ ଲକ-୪ ଗାଇଡ୍ ଲାଇନକୁ ଚାଲେଞ୍ଜ କରି ଆବେଦନ କରିଛନ୍ତି । ଆବେଦନରେ ଅନଲକ୍ _୪ ଗାଇଡ୍ ଲାଇନର ଧାରା ୨(i)କୁ ଚାଲେଞ୍ଜ କରାଯାଇଛି। ଧାରା ୨(i) ଅନୁସାରେ ସେପଟେମ୍ବର ୩୦ ଯାଏଁ କୌଣସି ଧାର୍ମିକସ୍ଥଳ ଖୋଲିବାକୁ ସରକାର ବାରଣ କରିଛନ୍ତି । ଏଣୁ […]
ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରୁ ଆଂଶିକ ଭାବେ ସ୍କୁଲ୍ ଖୋଲିବା ନେଇ ଗ୍ରୀନ୍ ସିଗ୍ନାଲ୍ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ Standard Operating Procedure(SOP) ଜାରି ହୋଇଛି। କେବଳ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ହିଁ ସ୍କୁଲ ଖୋଲାଯାଇ ପାରିବ ବୋଲି SOPରେ ସ୍ପଷ୍ଟ କରାଯାଇଛି। ସେହିପରି କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ପରେ ଗତକାଲି Narcotics Control Bureau(NCB) ଲକ୍ଅପ୍ରେ ରାତି କାଟିବା ପରେ ଆଜି ତାଙ୍କୁ ମୁମ୍ବାଇର Byculla ଜେଲ୍କୁ ପଠାଯିବ। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ନିୟମ ଅନୁସାରେ, ରାତିରେ କଏଦୀଙ୍କୁ ଜେଲ୍କୁ ନିଆଯାଏ ନାହିଁ। […]
କଟକ: ଦିନକୁ ଦିନ ଜଟିଳ ହେଉଛି ଅନୁଭବ-ବର୍ଷା ବିବାଦ। କୋର୍ଟ ପରେ ଘର କଳି ଏବେ ଥାନାରେ ପହଞ୍ଚିଛି। ବର୍ଷାଙ୍କ ବେଡ୍ରୁମ୍ରେ ଭିଡିଓ ଶୁଟିଂ ଘଟଣାକୁ ନେଇ ପୁରୀଘାଟ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଭିିଡିଓ ଶୁଟ୍ କରିଥିବା ଦୁଇ ଯୁବକଙ୍କୁ ଥାନାକୁ ଡାକି ପୋଲିସ୍ ପଚରାଉଚରା କରିଛି। ଅନ୍ୟପକ୍ଷରେ, ନିଜକୁ ଅସୁରକ୍ଷିତ ମଣି ପୋଲିସ୍ ସହାୟତା ପାଇଁ ୧୦୦ ନମ୍ବରକୁ ଡାଏଲ୍ କରିବା ପରେ ପୁରୀଘାଟ ଥାନାରେ ବିଧିବଦ୍ଧ ଲିଖିତ ଅଭିଯୋଗ କରିଥିଲେ ବର୍ଷା। ଏହାପରେ […]