ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର କୁଲ୍ଗାମ ଜିଲ୍ଲାରେ ଥିବା ଜବାହର ଟନେଲ୍(ସୁଡ଼ଙ୍ଗ) ନିକଟରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଗୁଇନ୍ଦା ସୂଚନା ମିଳିବା ପରେ, ଗତକାଲି ମଧ୍ୟରାତ୍ରରେ ଜାମ୍ମୁରୁ ଶ୍ରୀନଗର ଆସୁଥିବା ଗୋଟିଏ ଟ୍ରକ୍କୁ ରାଜ୍ୟ ପୋଲିସ ଓ ସୁରକ୍ଷାକର୍ମୀମାନେ ଜବାହର ସୁଡ଼ଙ୍ଗ ନିକଟରେ ଅଟକାଇଥିଲେ। ଏହାସହ ଟ୍ରକ୍ ଡ୍ରାଇଭର ଓ ଏଥିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବାରୁ ଉଭୟେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୭୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୧୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୫୩୮ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ଭୁବନେଶ୍ୱରରୁ ୨, ବଲାଙ୍ଗିର, କନ୍ଧମାଳ,ଖୋର୍ଦ୍ଧା,କେନ୍ଦୁଝର ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୮୦ ହୋଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୭୪୮ ପଜିଟିଭ୍ ଚିହ୍ନଟ
ମୁମ୍ବାଇ: ବିବାଦ ଭିତରେ ଆଜି ମୁମ୍ବାଇ ଫେରୁଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ୍। ଆଜି ସକାଳେ ସେ ହିମାଚଳ ପ୍ରଦେଶର ମନାଲିରୁ ଆସି ଚଣ୍ଡୀଗଡ଼ରେ ପହଞ୍ଚିଥିଲେ। ସେଠାରୁ ସେ ଅପରାହ୍ଣ ୧୨ଟା ୧୫ରେ ବିମାନ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। କେନ୍ଦ୍ର ସରକାର ଯୋଗାଇ ଦେଇଥିବା Y ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ସେ ମୁମ୍ବାଇ ଆସୁଛନ୍ତି। ଆଜି ସକାଳେ କଙ୍ଗନା ଘରୁ ବାହାରିବା ପୂର୍ବରୁ ହିମାଚଳପ୍ରଦେଶ ହମୀରପୁର୍ ଜିଲ୍ଲାର କୋଠି ଅଞ୍ଚଳରେ ଥିବା ଏକ ମନ୍ଦିରରେ […]
ଭୁବନେଶ୍ୱର: ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ୩ଟି ସ୍ପେଶାଲ ଟ୍ରେନ୍ ଚାଲିବ। ପ୍ରବାସୀ ଓଡ଼ିଆଙ୍କ ସୁବିଧା ଲାଗି ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ୍ରେ ଏହି ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ଚାଲିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଥାଉ କି, ସ୍ପେଶାଲ ଟ୍ରେନ୍ ଚଲାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର।
ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩,୮୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧,୧୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେପଟେ ଦିନକରେ ୮୯,୭୦୬ ଜଣ ଆକ୍ରାନ୍ତ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯କୁ ବୃଦ୍ଧି ପାଇଛି। ତେବେ ୩୩ ଲକ୍ଷ ୯୮ ହଜାର ୮୪୫ ଜଣ ସୁସ୍ଥ ହୋଇ […]
ମୁମ୍ବାଇ: ବିବାଦ ଭିତରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ୍ ଆଜି ଆଜି ମୁମ୍ବାଇ ଫେରୁଥିବା ବେଳେ ମୁମ୍ବାଇ ପାଲି ହିଲ୍ସ ସ୍ଥିତ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସ୍କୁ Brihanmumbai Municipal Corporation (BMC) ପକ୍ଷରୁ ଭଙ୍ଗା ଯାଇଛି। କଙ୍ଗନାଙ୍କ ଅଫିସ୍ ଓ ଘର ବେଆଇନ୍ ଭାବେ ନିର୍ମାଣ ହୋଇଥିବା ନେଇ ଗତକାଲି BMC ନୋଟିସ୍ କରିଥିଲା। ଅନ୍ୟପକ୍ଷରେ, ଏହି ଘଟଣାକୁ ଅଭିନେତ୍ରୀ କଙ୍ଗନା ତୀବ୍ର ସମାଲୋଚନା କରିଛନ୍ତି। ବିଏମ୍ସି ପକ୍ଷରୁ ମଣିକର୍ଣ୍ଣିକା ବିଲ୍ଡିଂ ଭଙ୍ଗା ଯିବାର ଫଟୋ […]
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ଏଲ୍ଏସିରେ ଗୁଳି ଫୁଟିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଚିତ୍ର ।ସଶସ୍ତ୍ର ହତିଆର ସହ ଭାରତୀୟ ପୋଷ୍ଟ ଆଡ଼କୁ ଚୀନ୍ ସେନା ମାଡି ଆସୁଥିବାର ଫଟୋ ସାମ୍ନାକୁ ଆସିଛି । ମିଡ଼ିଆରେ ଜାରି ଫଟୋରୁ ଜଣା ଯାଇଛି, ପିଏଲ୍ଏର ପ୍ରତ୍ୟକ ସୈନିକ ହାତରେ ଅସ୍ତ୍ରଶସ୍ତ୍ର ଧରିଛନ୍ତି । ପ୍ରାୟ ୫୦ରୁ ଅଧିକ ଚୀନ୍ ସୈନିକ ହାତରେ ଲୁହା ରଡ୍, ବାର୍ଛା, ତେଣ୍ଟା ଧରି ଭାରତୀୟ ପୋଷ୍ଟ ଆଡକୁ ଆସୁଛନ୍ତି ଏଥିରୁ ଅନୁମାନ […]
ଭୁବନେଶ୍ୱର: ଖୁବ୍ଶୀଘ୍ର Driving Licence(DL) ଓ Learner’s Licence(LL) ପାଇଁ ଡ୍ରାଇଭିଂ ଟେଷ୍ଟ ପୁଣି ଆରମ୍ଭ ହେବ। ୨-୩ ଦିନ ଭିତରେ ଏହା ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଡ୍ରାଇଭିଂ ଟେଷ୍ଟ ସମୟରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ଡ୍ରାଇଭିଂ ଓ Learner’s ଲାଇସେନ୍ସ ପ୍ରଦାନ […]
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନିଶାସକ୍ତ ବ୍ୟକ୍ତିଙ୍କ ନିଶାଖୋର ମନୋବୃତ୍ତିରୁ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନିଶାସକ୍ତ ବ୍ୟକ୍ତିମାନେ ହିଁ ତାଙ୍କୁ ଜୀବନରୁ ମାରି ଦେଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଗତ ୨ ତାରିଖ ରାତିରେ ସମ୍ପୃକ୍ତ ନାବାଳକ ସଉଦା ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅଟକାଇ, ତାଙ୍କ ଠାରୁ ପଇସା ଲୁଟିବାକୁ ଉଦ୍ୟମ କରିଥିଲେ। ପିଲାଟି ବିରୋଧ କରିବାରୁ […]
ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଉ ଯୋଗାଉ ଟଳି ପଡ଼ିଥିଲେ ଯବାନ ଭୂପିନ୍ଦର ଚୌହାନ । ସହୀଦ ଭୂପିନ୍ଦରଙ୍କ ମରଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜକୀୟ ସମ୍ମାନର ସହ ତାଙ୍କର ଅନ୍ତମ ସଂସ୍କାର କରାଯିବ । ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ପହଞ୍ଚୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହିତ ଯବାନ ଏବଂ ଲୋକ ପ୍ରତିନିଧି ମଧ୍ୟ ପହଞ୍ଚିଛନ୍ତି । ସୂଚନାଥାଉ କି, ଚରଖି ଦାଦରୀ ଜିଲ୍ଲାର ବାସ୍ ଗ୍ରାମର […]
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସନ୍ତା ୧୩ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସୂଚନାଥାଉ କି, ନିକଟରେ ଲଗାତାର ୩ଟି ଲଘୁଚାପ ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଭୁବନେଶ୍ୱର:ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ୬୭ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଫିଲ୍ମ ଫୁଲଚନ୍ଦନ, ନଈ ସେପାରୀ କନକ ଗୋରୀରେ କାମ କରିଥିଲେ । ହିନ୍ଦୀ ଫିଲ୍ମ ବେତାବ୍, ରାମ ଅବତାର, ମେଧାବୀ, ଚାଲଵାଜ, ଓ୍ବାଜୁଦ୍ ଆଦିର କ୍ୟାମେରାମ୍ୟାନ୍ ଥିଲେ। ତାଙ୍କର ସାନ ଭାଇ ତଥା ଫିଲ୍ମ ଏଡ଼ିଟର ଦେଵେନ ମିଶ୍ରଙ୍କର ଅଗଷ୍ଟ ୧୫ ତାରିଖ ପରଲୋକ ହୋଇଯାଇଥିଲା।
ଭବାନୀପାଟଣା: ପୋଲିସ୍ ଏନ୍କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। କଳାହାଣ୍ଡି ଏସ୍ପି ଏ ନେଇ ସୂଚନା ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି।
bollywood Actress Kangana Ranaut arrives at Mumbai's Chhatrapati Shivaji Maharaj International Airport
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ’ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, […]
ନବରଙ୍ଗପୁର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉଜଣେ ବିଧାୟକ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ସେ ନୁହନ୍ତି, ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ତଳେ ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା ଏବଂ ସେ ଅସୁସ୍ଥ ଅନୁଭୂତ କରିଥିଲେ। ଏହି କାରଣରୁ ଉଭୟ ସଦାଶିବ ଏବଂ ତାଙ୍କ ପତ୍ନୀଙ୍କର ଟେଷ୍ଟ କରାଯାଇଥିଲା। ରିପୋର୍ଟ ଆସିବା ପରେ ଉଭୟଙ୍କର ପଜିଟିଭ୍ ଆସିଥିବା ଜଣା […]
ନୂଆଦିଲ୍ଲୀ:ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତ କିନ୍ତୁ ବନ୍ଧୁତାର ହାତ ଛାଡ଼ିନି । ମଙ୍ଗଳବାର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ପଟୁ ପଶି ଆସିଥିବା ୧୩ଟି ୟାକ୍ ଏବଂ ୪ଟି ଶାବକଙ୍କୁ ଫେରାଇ ଦେଇଛି । ଏମାନେ ସମସ୍ତେ ଏଲଏସି ପାର ହୋଇ ଅରୁଣାଚଳ ପ୍ରଦେଶକୁ ପଶି ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି, ଚୀନ ପଟୁ ପଶି ଆସିଥିବା ୟାକମାନଙ୍କୁ ଫେରାଇ […]
ହାଇଦ୍ରାବାଦ: ହିନ୍ଦି ଟିଭି ଇଣ୍ଡଷ୍ଟ୍ରୀ ପରେ ଏବେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରୀରୁ ମଧ୍ୟ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲୀ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ହାଇଦ୍ରାବାଦ ସ୍ଥିତ ନିଜ ଘରୁ ଶ୍ରାବଣୀଙ୍କର ମୃତଦେହ ମିଳିଛି। ଏହି ମାମଲାରେ ପୋଲିସ୍ ଏବେ ତଦନ୍ତ ଆରମ୍ଭ କରିଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି। ଶ୍ରାବଣୀଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ […]