୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।
ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା ।
ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ରାମାୟଣ' ଫିଲ୍ମ ପାଇଁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ କେତେକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସମସ୍ତଙ୍କୁ ସେହି ଚରିତ୍ର ପରି ଦେଖାଇବା ପାଇଁ ମେକ୍ ଇନ୍ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ସମୟରେ ରଣବୀର କପୁରଙ୍କ କଠିନ ବ୍ୟାୟାମ ଏବଂ ବ୍ୟାୟାମର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।
ଦିନକୁ ଦିନ ତେଜୁଛି କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ଆଜି ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।
ଫାଇଭ୍ ଟି ସ୍କୁଲର କାମ କରିଥିଲେ ଠିକାଦାର। କାମ ସରିବାର ବର୍ଷେ ପରେ ମଧ୍ୟ ବିଲ୍ ଟଙ୍କା ମିଳିନାହିଁ। ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଠିକାଦାର।
ବହୁ ପ୍ରତୀକ୍ଷିତ ପାନ ଇଣ୍ଡିଆ ଫିଲ୍ମ 'ଥଙ୍ଗାଲାନ' ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଏହାର ଘୋଷଣା କରାଯାଇଛି। ଏହାର ଝଲକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଗୋଟିଏ କଥା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇ ରହିଛି ଏବଂ ଏହା ହେଉଛି କୋଲାର ଗୋଲ୍ଡ ଫିଲ୍ଡର କାହାଣୀ।
ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି ହୋଇଛି ।
ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି ।
ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି।
ଡହ ଡହ ଗରମରେ ପାଟିରେ ଥଣ୍ଡା ପାନୀୟ ପଡିଗଲେ ମନରେ ଶାନ୍ତି ମିଳିଯାଏ । ସେଥିପାଇଁ ଆମେ ଘରେ ହେଉ କି ବାହାରେ ଥଣ୍ଡା ପନୀୟ ଯଥା ଲସି ଓ ସରବତ ପିଇଥାଉ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ବନାନା ଲସି’ । ଆପଣମାନେ ରେସିପିଟିକୁ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ ।
ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ ।
ସିଙ୍ଗଡ଼ାରେ ଷ୍ଟଫ୍ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍ ଏବଂ ବିକି ଶେଖ୍ ଘଟାଇଛନ୍ତି ଏହି କାଣ୍ତ।
ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...
୩ ମାସରେ ୫୦ ମାଓବାଦୀ ମୃତ୍ୟୁ ହୋଇଥିବା ସ୍ୱୀକାର କଲା ମାଓ ସଂଗଠନ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା ।
ପାରାଦୀପ ଟିକେଟ ପାଇଁ ବିଜେଡ଼ିରେ କଳି ତୀବ୍ର ହୋଇଛି । ବିଧାୟକ ସମ୍ବିତ ରାଉତରାୟ ଭୁବନଶ୍ବରରେ ଡେରା ପକାଇଥିବା ବେଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ଶଙ୍ଖ ଭବନ ଏବଂ ନବୀନ ନିବାସ ଧାଉଁଛନ୍ତି ।
ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।
ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଘରୋଇ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ମିଳିଲା ମୃତଦେହ ।
ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ ।
ଆମେରିକା ମହାଦେଶରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଆମେରିକା, କାନାଡ଼ା ଓ ମେକ୍ସିକୋରେ ଦିଶିଛି ପୂର୍ଣ୍ଣ ସୂର୍ଯ୍ୟ ପରାଗ ।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ।
ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ।
ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ ୪ ଗୁରୁତର । ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ଫାଟି ଯାଇଥିଲା ସିଲିଣ୍ଡର ।
ବିଜେଡି ଛାଡ଼ିଲେ ସାଲେପୁରର ହିମାଂଶୁ ମହାନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ହିମାଂଶୁ । ଅନ୍ୟପଟେ ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ବି ଲାଗିଛି ଶକ୍ତ ଝଟକା ।