• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୩,୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର- ୧୧୦, କଟକ- ୧୦୭, ସୁନ୍ଦରଗଡ଼- ୯୭, ଜଗତସିଂହପୁର- ୯୩, କେନ୍ଦୁଝର -୯୦, ଅନୁଗୁଳ- ୮୪, ବଲାଙ୍ଗିର- ୬୭ ମୟୂରଭଞ୍ଜ- ୬୦ […]

  • Thursday, 01 July 2021
ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ୧୨ରୁ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ୮ ମାସ ପରେ ପୁଣି ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି।କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ୧୨ ତାରିଖରୁ ସ୍ଲଟ୍ ବୁକିଂ, ୧୬ରୁ ଟେଷ୍ଟ ଆରମ୍ଭ ନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।୧୨ ତାରିଖ ଦିନ ୧୧ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ଆବେଦନ […]

  • Thursday, 01 July 2021
schools
ଓଡ଼ିଶାରେ ଏବେ ଖୋଲିବନି ସ୍କୁଲ୍‌ !

ଭୁବନେଶ୍ୱର: ଏଇ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡିସେମ୍ବରରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି। ଗାଇଡଲାଇନ୍ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ପଢ଼ନ୍ତୁ: ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ […]

  • Thursday, 01 July 2021
dead body representative image
ବାଣୀବିହାର କ୍ୟାମ୍ପସରୁ ମିଳିଲା ଶ୍ରମିକଙ୍କ ମୃତଦେହ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ନାଁ ବୁଧୁରାମ ସିଂ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବୁଧୁରାମଙ୍କୁ ଛୁରୀ ଭୁସି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତଦେହ ପଡ଼ି ରହିଥିବାବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସହିଦନଗର ପୋଲିସ୍ ପହଞ୍ଚି‌ ତଦନ୍ତ ଆରମ୍ଭ କରିଛି।

  • Thursday, 01 July 2021
covid19
ଦିନକରେ ଓଡ଼ିଶାରେ ୧,୪୯୪ କରୋନା ପଜିଟିଭ୍‌ ଚିହ୍ନଟ, ୧୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ, କଟକ, ମାଲକାନଗିରି, ବଲାଙ୍ଗିର,ପୁରୀ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ୧,୪୯୪  ଆକ୍ରାନ୍ତଙ୍କ ମଧ୍ୟରୁ ୮୬୭  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୨୭ […]

  • Thursday, 01 July 2021
barsha
ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ

କଟକ: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଗତକାଲି କଟକ ପୁରୀ ଘାଟ ଥାନାରେ ବର୍ଷା କରିଥିବା ଅଭିଯୋଗ ଅନୁଯାୟୀ, ଏକ ଚିଠି ତାଙ୍କ ସମ୍ପର୍କୀୟ ଆଣି ଦେଇଥିଲେ। ସେଥିରେ ଘର ଜଲ୍‌ଦି ଛାଡିବା ଲାଗି ତାଙ୍କୁ ଧମକ ଚମକ ଦିଆଯାଇଛି। ମୋତେ ଘରୁ […]

  • Thursday, 01 July 2021
lootera
ହୋଟେଲ୍‌ରେ ବସି ପ୍ଲାନିଂ କରିଥିଲେ, ଲୁଟ୍‌ ପରେ ଫ୍ଲାଇଟ୍‌ରେ ପଳାଇଥିଲେ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍‌ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ପଛରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ମାମଲା ଉପରୁ ପରଦା ହଟିଛି। ଅଭିଯୁକ୍ତ ଦ୍ୱୟ ହେଲେ- ପଞ୍ଜାବର ସମରଜିତ୍ ସିଂହ ଓ କେରଳର ଜାଫର ସାଦ୍ଦିକ୍‌। ଆଜି ସାମ୍ବାଦିକ ସମ୍ମିଳନୀରେ ପିଏନ୍‌ବି ବ୍ୟାଙ୍କ ଏଟିଏମ୍ ଲୁଟ୍‌ ନେଇ ସବିଶେଷ ତଥ୍ୟ ରଖିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତ ମାସ ୧୦ ତାରିଖରେ ପଟିଆରେ ଥିବା ପିଏନ୍‌ବି ବ୍ୟାଙ୍କ ଏଟିଏମ୍‌ […]

  • Thursday, 01 July 2021
ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା: ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ପାଇପ୍ ମିସ୍ତ୍ରି ସମୀର ଜୋଜୋଙ୍କ ନାଁରେ ଏହି ଅଭିଯୋଗ ଆସିଛି। ୭୦ କୋଟି ଟଙ୍କାର GST ଫାଙ୍କିବା ନେଇ ତାଙ୍କୁ ନୋଟିସ କରାଯାଇଛି। ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ କିଛି ଜାଣି ନ ଥିବା ସମୀର କହିଛନ୍ତି। ତାଙ୍କ ନାଁରେ କେହି ମିଛ କମ୍ପାନୀ ଖୋଲି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି। […]

  • Thursday, 01 July 2021
ପୁଅକୁ ଝୁରି ଝୁରି ଜୀବନ ହାରିଦେଲା ମା’ !

ସାଲେପୁର: ପୁଅକୁ ଝୁରି ଝୁରି ଚାଲିଗଲା ମା’। ପୁଅ ଆତ୍ମହତ୍ୟା କରିବାର ୩ ମାସ ମଧ୍ୟରେ ମା’ର ମୃତ୍ୟୁ। ମହିଳା ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଲେଜ ରୋଡ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଅତ ମହିଳାଙ୍କ ନାଁ ଜୟଶ୍ରୀ ବିଶ୍ୱାଳ। ସୂଚନା ଅନୁସାରେ, ଅଢ଼େଇ ମାସ ପୂର୍ବରୁ ଯୁକ୍ତ ଦୁଇରେ ପଢୁଥିବା ପୁଅ ବେକରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଲେ। […]

  • Thursday, 01 July 2021
jungle-boy
'ଜଙ୍ଗଲ ବଏ'ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି: ମାଲକାନଗିରିର ଜଙ୍ଗଲ ବଏ ରାଜେଶ ମଣ୍ଡଳ ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। କ୍ୟାମେରା କ୍ରିଉଙ୍କ ସହ ରାଜେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜେଶ। ପ୍ରକାଶଥାଉକି, ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ […]

  • Thursday, 01 July 2021
11
ଦୁଇ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଡିଏଫଓ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘରେ ରେଡ୍ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସର ୮ଟି ଟିମ୍ ସୂର୍ଯ୍ୟନାରାୟଣଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରି ଛାନ୍‌ଭିନ୍‌ ଚଳାଇଥିବା ସୂଚନା ମିଳିଛି। ସେହିପରି ଚିଲିକା ୱାଇଲ୍ଡ୍ ଲାଇଫ୍ ଡିଭିଜନର କନିଷ୍ଠ କିରାଣି ନବୀନ ଚନ୍ଦ୍ର ବିଶୋଇଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ବିଶୋଇଙ୍କ ଘର ସହ […]

  • Thursday, 01 July 2021
bjd
BJD ରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: BJD ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ପ୍ରେସ୍‌ମିଟ୍‌ରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ। ସେ କହିଛନ୍ତି ଯେ ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଇଛି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲି ବୋଲି ସେ କହିଛନ୍ତି। ଆହୁରି ପଢ଼ନ୍ତୁ: ଜାନୁଆରୀରେ ଇସ୍ତଫା ଦେବେ ଋଷିଆ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁଟିନ ! ଗତକାଲି ଜୀବନଙ୍କୁ ଦଳରୁ ସସ୍‌ପେଣ୍ଡ କରିଥିଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ […]

  • Thursday, 01 July 2021
12
'ଯୋଜନାର ଅର୍ଥକୁ ସଠିକ୍‌ ଜାଗାରେ ଖର୍ଚ୍ଚ କର'

କୋରାପୁଟ: ବିଜୁ କେବିକେ ଯୋଜନାର ଅର୍ଥକୁ ସଠିକ ଜାଗାରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଏ ନେଇ ଦାବି ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ଯେଉଁ ସ୍ଥାନକୁ ସାଧାରଣ ଯୋଜନା ମାଧ୍ୟମରେ ରାସ୍ତା, ବିଜୁଳି ଓ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧା ପହଂଚିପାରିନାହିଁ ସେହି କ୍ଷେତ୍ରରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଜୁ କେବିକେ ଯୋଜନାର ଅର୍ଥ ଖର୍ଚ୍ଚ ହେବା ଆବଶ୍ୟକ ବୋଲି ତାରାପ୍ରସାଦ ଦାବି କରିଛନ୍ତି। ସେହିପରି […]

  • Thursday, 01 July 2021
ojeee
ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ୍ ମିଳିଛି। କିଏ ହେଲେ ଟପ୍ପର:- ବି. ଟେକ୍- ଶୋଭିତ ପଟେଲ   ଏମ୍.ଟେକ୍- ଶ୍ୟାମସୁନ୍ଦର ପଟେଲ   MBA- ଶୁଭକାନ୍ତ ସାହୁ MCA- ଜୟଦୀପ ଦେ ବି ଫାର୍ମ- ସୌମ୍ୟ ରଞ୍ଜନ ରାଉତରାୟ ଏମ୍ ଫାର୍ମ- ପରିମିତା ସାହୁ

high-court
୩ ପୋଲିସ୍ ଅଧିକାରୀଙ୍କ ନାଁରେ ମାମଲା କର: ହାଇକୋର୍ଟ

କଟକ: ମହିଳା ଥାନାର ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଆଇସି, ଏସ୍ଆଇ ଓ ଏଏସ୍ଆଇଙ୍କ ନାଁରେ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଏତଲା ଭାବେ ନେଇ ମାମଲା କରିବାକୁ କହିଛନ୍ତି କୋର୍ଟ। ଜଣେ ପୀଡ଼ିତା ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ ନ କରି ଥାନା ଅଧିକାରୀ ଧମକଚମକ ଦେଇଥିବା ଅଭିଯୋଗ କରିଥିଲେ। ଏହାପରେ […]

  • Thursday, 01 July 2021
school 1
ରାଜ୍ୟରେ ଏବର୍ଷ ଖୋଲିବନି ସ୍କୁଲ

ଭୁବନେଶ୍ୱର: ଏବର୍ଷ ଖୋଲିବନି ସ୍କୁଲ।  ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ସ୍କୁଲ୍ ବନ୍ଦ ସତ୍ତ୍ୱେ ସମସ୍ତ ପ୍ରକାର ପରୀକ୍ଷା, ମୂଲ୍ୟାୟନ ଜାରି ରହିବ। ଅନଲାଇନ୍/ଦୂରନ୍ତର ଶିକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍ […]

  • Thursday, 01 July 2021
vaccani
ଓଡ଼ିଶାରେ ତିଆରି ହେବ କୋଭିଡ୍ ଭ୍ୟାକ୍ସିନ୍

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଉତ୍ପାଦିତ ହେବ ଅତ୍ୟାଧୁନିକ ଭ୍ୟାକ୍ସିନ୍। ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏହି ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ କମ୍ପାନୀକୁ ଇନକୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ୍ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଜ୍ଞାନ ଓ ବୈଷୟିକ ପ୍ରମୁଖ ସଚିବ ସନ୍ତୋଷ ଷଡ଼ଙ୍ଗୀ ଯୋଗ […]

  • Thursday, 01 July 2021
jagi-OTV
ଓଟିଭି ଓ ଏହାର କର୍ମଚାରୀଙ୍କୁ ହଇରାଣ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଗିଙ୍କ ଅପିଲ୍

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ଲିଃ (ଓଟିଭି) କର୍ମଚାରୀଙ୍କୁ ଅଯଥାରେ ହଇରାଣ କରି ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସେ ୮ଟି ପଏଣ୍ଟ ଦର୍ଶାଇଛନ୍ତି। ୧. ଓଟିଭି ଏବଂ ଏହାର କର୍ମଚାରୀଙ୍କ ଉପରେ ହେଉଥିବା ନିର୍ଯାତନା ବନ୍ଦ କରିବାକୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରୁଛି। ୨. ଗତ ୨୩ ବର୍ଷ ଧରି […]

  • Thursday, 01 July 2021
coronavirus-odisha
କୋଭିଡରୁ ସୁରକ୍ଷିତ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ମାନିବାକୁ ପଡିବ ୯ ନିୟମ

ଭୁବନେଶ୍ଵର: କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି। ଉଷୁମ ପାଣି ପିଅନ୍ତୁ, ଲେମ୍ବୁ, ମହୁ ମିଶାଇ ପିଅନ୍ତୁ।  ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ।  କାଢ଼ା ପିଇଲେ ଭଲ। କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍ ସିରପ ଖାଆନ୍ତୁ। ନିଜ ଇଚ୍ଛାରେ ମାତ୍ରାଧିକ କଫ୍ ସିରପ ଖାଆନ୍ତୁ ନାହିଁ, ଖାଇଲେ ଖରାପ ନିୟମିତ ଶୟନ କରନ୍ତୁ।  ସୁଷମ ଖାଦ୍ୟ ସେବନ କରନ୍ତୁ।  ଫୁସଫୁସ […]

  • Thursday, 01 July 2021
OTV-Award
ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର

ଭୁବନେଶ୍ୱର: ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର ମିଳିଛି। ‘ଆପଣ ଏକା ନୁହଁନ୍ତି’କୁ ବେଷ୍ଟ ସୋସିଆଲ୍‌ କଣ୍ଟ୍ରିବ୍ୟୁସନ୍‌’ ବର୍ଗରେ ଶ୍ରେଷ୍ଠ କାର୍ଯ୍ୟକ୍ରମର ପୁରସ୍କାର ମିଳିଛି। ଇଣ୍ଡିଆନ୍ ଟେଲିଭିଜନ୍ ଡଟ୍ କମ୍ ସଂସ୍ଥା ପକ୍ଷରୁ ଭର୍ଚୁଆଲ ପ୍ରୋଗ୍ରାମରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ଦେଶର ଜାତୀୟ ଓ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲକୁ ୧୨୦ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଟେଲିଭିଜନ୍ […]

  • Thursday, 01 July 2021
3pm-prayagraj
କୋଭିଡ୍‌ ମୃତକଙ୍କ ଅସ୍ଥି ବିସର୍ଜନ କରିବେ ମଶାଣୀ ବନ୍ଧୁ

କୋଭିଡ୍ ମୃତକଙ୍କ ସଂସ୍କାର ପରେ ଅସ୍ଥି ବିସର୍ଜନ ପାଇଁ ବାହାରିଛନ୍ତି ମଶାଣୀ ବନ୍ଧୁ। ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ଦାହ ସଂସ୍କାର ହୋଇଥିବା କୋଭିଡ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବିସର୍ଜନ କରିବାକୁ ବାହାରିଛନ୍ତି।

  • Thursday, 01 July 2021
ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍‌ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି। ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ […]

  • Thursday, 01 July 2021
୬ ବର୍ଷ ପରେ ଘରକୁ ଫେରିଲେ ନାଚିକା ଲିଙ୍ଗା

ନାରାୟଣପାଟଣା: ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ୬ ବର୍ଷ ପରେ ଘରକୁ ଫେରିଛନ୍ତି। ଜାମିନ୍‌ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ ବସ୍ତ୍ର ପରିଧାନ କରି ଘରେ ପ୍ରବେଶ କରିଥିଲେ ନାଚିକା ଲିଙ୍ଗା। ଗାଁ ଲୋକେ ଏକ ଶୋଭଯାତ୍ରା କରି ତାଙ୍କୁ ପାଛୋଟି ଆଣିଥିଲେ। ନାଚିକା ଲିଙ୍ଗାଙ୍କ ବିରୋଧରେ ୪୫ଟି […]

  • Thursday, 01 July 2021
brownsugar seized
ହୋଟେଲ୍‌ରୁ ମିଳିଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲରେ ପୋଲିସ୍‌ ରେଡ୍‌ କରି ୧ କେଜି ୧୦୫ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮୫ ହଜାର ୬୮୦ ଟଙ୍କା ମଧ୍ୟ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୋଲିସର ମିଳିତ ଚଢ଼ଉ ବେଳେ ଏତେ ପରିମାଣର ବ୍ରାଉନ୍‌ସୁଗର ଜବତ ହୋଇଛି।ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି। […]

  • Thursday, 01 July 2021
vaccani
ଓଡ଼ିଶାରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୩୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିରୁ ୭୯୬ ଏବଂ ଲୋକାଲ କେସ୍‌ ୫୬୭ ରହିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂଖ୍ୟା ୩ ଲକ୍ଷ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ଆଜି ସର୍ବାଧିକ କରୋନା ପଜିଟିଭ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୧୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ୧୨୧ ନୂଆ କରୋନା ରୋଗୀ ବାହାରିଛନ୍ତି। ଅନୁଗୋଳରୁ ୮୧, ଜଗତ୍‌ସିଂହପୁରରୁ ୭୦, […]

  • Thursday, 01 July 2021