• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

saiber
ରାଜଧାନୀରେ ଆଉ ଏକ ସାଇବର ଥାନା ଉଦ୍‌ଘାଟିତ

ଭୁବନେଶ୍ୱର : ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି।  ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍‌ଘାଟନ କରିଛନ୍ତି ପୋଲିସ ଡିଜି ଅଭୟ।  ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି।  କଟକରେ ଥତ୍ୱା ସାଇବର ଥାନା ଏଠାରୁ ଅପରେଟ ହେବ। ତେବେ ସାଇବର ମାମଲା ତୁଳନାରେ ଦକ୍ଷତାର ଅଭାବ ରହୁଛି, ତେଣୁ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ […]

  • Thursday, 01 July 2021
sero-survey
କଟକରେ ଆରମ୍ଭ ହେଲା ସେରୋ ସର୍ଭେ

କଟକ: ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଛି ସେରୋ ସର୍ଭେ।  ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ କରାଯିବ। ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କର ସାମ୍ପଲ ନିଆଯିବ ଏବଂ ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ  ଗୋପନ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସିଏମ୍‌ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନିସ୍ପେର ସାମିଲ ହୋଇଛନ୍ତି। ସେରୋ ସର୍ଭେ […]

  • Thursday, 01 July 2021
chora
ଦୁଇ ଗୁଣା ଟଙ୍କା ଦେବେ କହି ଠକୁଥିଲେ, ଶେଷରେ ଧରାପଡିଲେ

ଭୁବନେଶ୍ୱର: ଦୁଇ ଗୁଣା ଟଙ୍କା ଦେବେ କହି ଲୋକଙ୍କୁ ଠକୁଥିବା ଗୋଟିଏ ଗ୍ୟାଙ୍ଗର ୨ଜଣଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଗିରଫ କରିଛି। ଏହି ୨ ଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ବିଜୟ ଦାସ। ଦୁହିଁଙ୍କ ପାଖରୁ ନଗଦ ଶହେ ଟଙ୍କିଆ ହିସାବରେ ୭୨ ହଜାର ୨୦୦ ଟଙ୍କା ଓ ୪୧୦୦ ଟଙ୍କାର ନକଲି ଶହେ ଟଙ୍କିଆ ନୋଟ୍ ଜବତ ହୋଇଛି। […]

  • Thursday, 01 July 2021
crackers in diwali
‘କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି’

କଟକ: କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି। କରୋନା କଟକଣାରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଦୋକାନ ସାମ୍ନାରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ। କଟକରେ ଦୁର୍ଗାପୂଜା ଭଳି କାଳୀପୂଜା କୋଭିଡ୍‌ କଟକଣା ମଧ୍ୟରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ଓ […]

  • Thursday, 01 July 2021
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଘରେ ବସି ଥିବାବେଳେ ହୃଦ୍‌ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ସାଗର […]

  • Thursday, 01 July 2021
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା: ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ସହ ମାଡ଼ ମାରିଲେ ଲୋକେ

ବାରିପଦା: ରୋଗୀ ମୃତ୍ୟୁକୁ ନେଇ ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା ସହ ମାଡ଼ ମରାଯାଇଥିବା ସୂଚନା ମିଳିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀଙ୍କ ମୃତ୍ୟୁରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଗତ ୩୦ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକର ସମ୍ପୃକ୍ତ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଥାଲାସେମିଆରେ ପୀଡ଼ିତ ନାବାଳିକାଙ୍କ ଆଜି ମୃତ୍ୟୁ ହୋଇଥିଲା। […]

  • Thursday, 01 July 2021
ten
ମହାପ୍ରସାଦ ସେବନକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ: ମହାପ୍ରସାଦ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ବଣ୍ଟନ ହେଉଥିଲେ ମଧ୍ୟ ସେବନର କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଚେୟାର ଉପରେ ବସି ପ୍ରସାଦ ସେବନ କରୁଛନ୍ତି। କାର୍ତ୍ତିକ ମାସ ସାରା ସୁବିଧାରେ ମହାପ୍ରସାଦ ଯୋଗାଇ ଦେବାକୁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୁଆର ଏବଂ ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣଦ୍ୱାରରେ ୨ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଏହି ଟେଣ୍ଟରେ କେବଳ […]

  • Thursday, 01 July 2021
election
‘ସମସ୍ତ ଭୋଟରଙ୍କ ହେବ ଥର୍ମାଲ ସ୍କ୍ରିନିଂ’

ଭୁବନେଶ୍ୱର: ଆସନ୍ତାକାଲିର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ପ୍ରେସମିଟରେ କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍ ସଂଖ୍ୟା ବଢ଼ିଛି, ଗୋଟିଏ ବୁଥ୍‌ରେ ୧ ହଜାର ଭୋଟର ଭୋଟ୍ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍ ସାନିଟାଇଜ କରାଯିବ। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ, ତାପମାତ୍ରା ଅଧିକ […]

  • Thursday, 01 July 2021
birju
୨୫ ବର୍ଷ ଧରି ପାକିସ୍ତାନ‌ ଜେଲ୍‌ରେ ଥିଲେ ସୁନ୍ଦରଗଡ଼ର ବିରଜୁ

ରାଉଲକେଲା: ପ୍ରାୟ ୨୫ ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଜଙ୍ଗାଟୋଲି ଗାଁର ବିରଜୁ କୁଲୁ ପାକିସ୍ତାନରେ ଜେଲରେ ଥିଲେ ବୋଲି ଜଣାପଡ଼ିଛି। ସେ ଏବେ ପଞ୍ଜାବ ଅମୃତସରର ଏକ ହସ୍ପିଟାଲରେ ଅଛନ୍ତି କ୍ୱାରେଣ୍ଟିନ୍ ସମୟ ସାରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୫ ବର୍ଷ ପୂର୍ବରୁ ବିରଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ତେବେ ମାନସିକ ଅନଗ୍ରସର […]

  • Thursday, 01 July 2021
vaccine
ଟିକା ପାଇଁ ନାଁ ଦେଲେଣି ୯୮ ପ୍ରତିଶତ

ଭୁବନେଶ୍ୱର: ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ […]

  • Thursday, 01 July 2021
picnic-spot
'ପିକ୍‌ନିକ୍ ସ୍ପଟ୍‌ରେ ବଣଭୋଜି ଓ ମ୍ୟୁଜିକ୍ ବଜାଇବା ମନା'

ବ୍ରହ୍ମପୁର: କରୋନାର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବୈଠକ। ଦ୍ୱିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କରୋନା ନିୟମ ମାନିବାକୁ ପ୍ରଥମେ ସଚେତନତା ଓ ପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିରେ କଣ ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ:- ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରହିବ। ପିକନିକ୍ ସ୍ପଟଗୁଡ଼ିକ ଲାଗି ମଧ୍ୟ ଗାଇଡ୍ ଲାଇନ୍ ଜାରି। ପିକ୍‌ନିକ୍ ସ୍ପଟରେ ବଣଭୋଜି […]

  • Thursday, 01 July 2021
kjhhh
ପିଆଜ ପରେ ଏବେ ଆଳୁ ଚଡ଼କ ! ନିଇତି ବଜାରରେ ନୂଆ ନୂଆ ରେଟ୍

ଭୁବନେଶ୍ୱର: ବଜାରରେ ପରିବା ଦର ଆକାଶଛୁଆଁ ହୋଇଛି। ପିଆଜ ଦର ଖସୁନଥିବା ବେଳେ ଏବେ ଆଳୁ ଦରରେ ଲାଗିଲାଣି ନିଆଁ। ନିଇତି ବଜାରରେ ନୂଆ ନୂଆ ରେଟ୍‌ ମଧ୍ୟ ସ୍ଥିର ହେଉଛି। ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା, ଦୁଇ ଦିନ ତଳେ ୩୮ରୁ ୪୦ ହେଲେ ଆଜି କିଣିଲା ବେଳକୁ କେଉଁଠି ୪୨ ତ କେଉଁଠି ୪୫ ଟଙ୍କା। ଏବେ କାର୍ତ୍ତିକ ମାସ ଘରେ ଆମିଷ ପଶିବନି। ତେଣୁ ପରିବା ଉପରେ […]

  • Thursday, 01 July 2021
vote-dam
ଭୋଟ୍ ଟକ୍କର: ୨୦୧୯ରେ କାହାର ଥିଲା କେତେ ଦମ୍ ?

ଭୁବନେଶ୍ୱର: ଏଥର ବାଲେଶ୍ୱରରେ ମୁଖ୍ୟତଃ ବିଜେଡିର ସ୍ୱରୂପ ଦାସ, ବିଜେପିର ମାନସ ଦତ୍ତ ଓ କଂଗ୍ରେସ୍‌ର ମମତା କୁଣ୍ଡୁଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ସେହିପରି ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସ୍‌ର ହିମାଂଶୁ ମଲ୍ଲିକଙ୍କ ମଧ୍ୟରେ ହେଉଛି ଲଢ଼େଇ। ୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପିର ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଭୋଟ୍‌ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଦାସ ୪୦ […]

  • Thursday, 01 July 2021
election
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍

ବାଲେଶ୍ୱର : ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ। ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍ କଟକଣା ଭିତରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍‌ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯିବ। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି।  ଏଥିପାଇଁ ୩ ହଜାର […]

  • Thursday, 01 July 2021
hati-pic
ହାତୀ ପାଇଁ ନାହିଁ ପାଣ୍ଠି

ଭୁବନେଶ୍ୱର: ହାତୀ-ମଣିଷ ବିବାଦର ସମାଧାନ ସହ ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗ କରିଥିବା ଯୋଜନା ପୂର୍ଣ୍ଣକ୍ଷମ ହେବାରେ ପାଣ୍ଠି ସାଜିଛି ବାଧକ। ବିଶେଷ କରି ପଡ଼ୋଶୀ ରାଜ୍ୟରୁ ଓଡିଶାକୁ ପଶି ଆସୁଥିବା ହାତୀ ଅନେକ ସ୍ଥାନରେ ଧନ ଜୀବନ ହାନିର ପ୍ରମୁଖ କାରଣ ସାଜୁଛନ୍ତି।  ତେବେ ରାଜ୍ୟର ସ୍ଥିତି ଏଥର କୌଣସି ନୂଆ ନୁହେଁ, ବରଂ ପୂର୍ବ ବର୍ଷ ଭଳି ସମାନ ରହିଥିବା କହିଛନ୍ତି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ। କେତେବେଳେ ଗାଁରେ ତ କେତେବେଳେ […]

  • Thursday, 01 July 2021
money
ଟଙ୍କା ବାଣ୍ଟୁଥିବାବେଳେ ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ବାଲେଶ୍ୱରରେ ଆଜି ଭୋଟ୍ ଚାଲିଥିବା ବେଳେ ଭୋଟରଙ୍କୁ  ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି।  ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି। କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ। ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି।

  • Thursday, 01 July 2021
rd
ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବିବାଦ ପରେ  ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। UG ଓ PG ବର୍ଗର ଟପ୍ପର ତାଲିକା  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। UGରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି। ସୂଚନାଥାଉ କି, ଅକ୍ଟୋବର ୩୦ରେ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। ତେବେ ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ପ୍ରତିବାଦ କରିଥିଲେ।

  • Thursday, 01 July 2021
corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୦୧ କରୋନା ପଜିଟିଭ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ୧୨୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୬୯୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୫୦୪ ଲୋକାଲ କେସ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୯୪,୪୧୫ ରେ ପହଞ୍ଚିଥିବାବେଳେ ୨,୭୯,୦୯୧ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୧୩, ୯୧୯। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ […]

  • Thursday, 01 July 2021
corona 1
ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି କମିବା ପରେ ଆଜି ପୁଣି ବଢିଛି। ଗତ କାଲି ୯ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବାବେଳେ  ରାଜ୍ୟରେ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୫୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୂଚନାଥାଉ କି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି […]

  • Thursday, 01 July 2021
voting
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ୧୧ଟା ସୁଦ୍ଧା ୨୬.୨୪ % ମତଦାନ

ଭୁବନେଶ୍ୱର: ଆଜି  ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତ।  ସକାଳ ୯ଟା ସୁଦ୍ଧା ହାରାହାରି ୯.୮୧% ମତଦାନ ହୋଇଥିବାବେଳେ ର୍ପୂବାହ୍ନ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ମତଦାନ ହୋଇଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହାରାହାରି ୨୬.୨୪ ପ୍ରତିଶତ ମତଦାନ ହୋଇଛି ବାଲେଶ୍ୱରରେ ୨୭.୬ ପ୍ରତିଶତ ମତଦାନ ହୋଇଥିବାବେଳେ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଛି । […]

  • Thursday, 01 July 2021
nagarjuna-besa
ଆସନ୍ତାବର୍ଷ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ

ପୁରୀ: ଆସନ୍ତାବର୍ଷ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ।  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ।  ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ଜଣାପଡିବ। କରୋନା କଟକଣା ପାଇଁ  ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଏଥର ନାଗାର୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ । ହେଲେ ୧୯୯୩ ଏବଂ […]

  • Thursday, 01 July 2021
guni-garedi
ଗୁଣି ଗାରେଡି ସନ୍ଦେହରେ ୨ ଅଟକ, ୭ ଫେରାର

କଳାହାଣ୍ଡି: ଗାଁ ମୁଣ୍ଡରେ ତନ୍ତ୍ର ସାଧନ ଏବଂ ଗୁଣି ଗାରେଡି ସନ୍ଦେହରେ ପୋଲିସ ଦ୍ୱାରା ୨ ଜଣ ଅଟକ। ୭ ଜଣ ଜାଗା ଛାଡି ଫେରାର ହୋଇଛନ୍ତି। ଏମିତି ଏକ  ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ଗାଁରେ। ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଖାଲ ଖୋଳୁଥିବା ଲୋକେ ଦେଇଥିଲେ। ପଖରେ ଅସ୍ଥି, ଫୁଲମାଳ, ବିଭିନ୍ନ ପୁଜା ସାମଗ୍ରୀ ପଡିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଏକତ୍ରିତ ହୋଇ  […]

  • Thursday, 01 July 2021
cracker
ବାଣ ମାର୍କେଟ ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ ଦେଇଛନ୍ତି। ବାଣ ମାର୍କେଟ ନ ଖୋଲିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି। ତେବେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ। ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପିକନିକ ବେଳେ ମାସ୍କ ଲଗାଇ ବୁଲାବୁଲି କରି ସୌନ୍ଦର୍ଯ୍ୟ […]

  • Thursday, 01 July 2021
ganja
ଦାମୀ କାରରେ ଯାଉଥିବା ଅପରାଧୀଙ୍କୁ କେମିତି ଚିହ୍ନିଲା ପୋଲିସ୍?

ଭୁବନେଶ୍ୱର: ଏମିତି ସେମିତି କାର ନୁହେଁ, ଦାମୀ କାରରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ। ଗଞ୍ଜେଇ ଚୋରା ଚାଲାଣ ବେଳେ ଭୁବନେଶ୍ୱର ସହିଦ ନଗର ଥାନା ବାଙ୍କୁଆଳ ନିକଟରୁ ୧୪ କେଜି ଗଞ୍ଜେଇ ଜବତ ସହ ୨ଟି କାର ଜବତ କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର କନ୍ଧମାଳର ଏବଂ ଆଉ ଜଣଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି କନ୍ଧମାଳରୁ ଆସିଥିବା ଗଞ୍ଜେଇ ରାଜଧାନୀରେ […]

  • Thursday, 01 July 2021