• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pratap sarangi
କୁନା ତ୍ରିପାଠୀଙ୍କ ‘ବିଦ୍ୟୁତ୍ ଟ୍ରାନ୍ସଫର୍ମର’ ମନ୍ତବ୍ୟକୁ କଡ଼ା ନିନ୍ଦା କଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ବିଜେଡି ନେତା କୁନା ତ୍ରିପାଠୀଙ୍କ ‘ବିଦ୍ୟୁତ୍ ଟ୍ରାନ୍ସଫର୍ମର’ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଟ୍ୱିଟ୍‌ କରି ସେ କହିଛନ୍ତି,“ବାଲେଶ୍ୱରର ଦିବଙ୍ଗତ ବିଧାୟକ, ବାଲେଶ୍ୱର ବାସୀଙ୍କ ସୁଖ ଦୁଃଖର ସାଥି ମଦନ ମୋହନ ଦତ୍ତଙ୍କୁ ଅକାମୀ ଟ୍ରାନ୍ସଫର୍ମର କହି ବିଜେଡି ନେତା କୁନା ତ୍ରିପାଠୀ ନିଜର ରୁଚିହୀନତା, ସମ୍ବେଦନହୀନତା ଓ ଦାୟିତ୍ୱହୀନତା ପ୍ରକଟ କରିଛନ୍ତିl” ପ୍ରତାପ ଷଡ଼ଙ୍ଗୀ ଆହୁରି କହିଛନ୍ତି, ‘ବିଜେଡି ନେତାମାନେ ବାରମ୍ବାର ଏପରି ହୃଦୟହୀନ ମନ୍ତବ୍ୟ ଦେଇ ନିଜର ସମ୍ବେଦନହୀନତା […]

  • Friday, 02 July 2021
ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ସ୍କର୍ପିଓରେ ଆପତ୍ତିଜନକ ସାମଗ୍ରୀ ଚାଲାଣ ବେଳେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି।ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଆଜି ଭୋର ସମୟରେ ଏକ ସ୍କର୍ପିଓର ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗାଡ଼ିରେ ଜଣେ ମହିଳାଙ୍କ ସମେତ ୩ ଜଣ ଥିଲେ। ଗାଡ଼ିରେ ଆପତ୍ତିଜନକ ସାମଗ୍ରୀ ଥିବା ଜାଣିବା ପରେ ୧୦ରୁ ୧୨ ଜଣ ଯୁବକ […]

  • Friday, 02 July 2021
ଏଥର କଟକରେ ହେବନି ବାଲିଯାତ୍ରା

କଟକ: ଚଳିତ ବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମୁହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ବାରଣ ମଧ୍ୟ କରାଯାଇଛି। ସେହିପରି ଏଥର ଧବଳେଶ୍ୱରରେ ବି ବଡ଼ଓଷା ପାଳନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।

  • Friday, 02 July 2021
bee attack
ଗୁମ୍ଫା ଭିତରକୁ ଭିଡିଓ ସୁଟିଂ ପାଇଁ ଯାଉ ଥିବାବେଳେ ମହୁମାଛି ଆକ୍ରମଣ

ବାରିପଦା: ଭିଡିଓ ସୁଟିଂ ପାଇଁ ଯାଇ ଥିବାବେଳେ ମହୁମାଛି ଆକ୍ରମଣରେ ୬ଜଣ ଛାତ୍ର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ କିଛି ଛାତ୍ର ଏକାଠି ହୋଇ ବାଙ୍ଗିରିପୋଷି ଘାଟି ବୁଲି ବାକୁ ଯାଇଥିଲେ। ସେଠାରେ ଥିବା ଏକ ଗୁମ୍ଫା ଭିତରକୁ ଭିଡିଓ ସୁଟିଂ ପାଇଁ ଯାଉ ଥିବାବେଳେ ମହୁମାଛି ଆକ୍ରମଣ କରିଥିଲା। ତେବେ କିଛି ଯୁବକ ସେଠାରୁ ଖସି ଆସି ଥିବାବେଳେ କିଛି ଜଣ […]

  • Friday, 02 July 2021
corona 22
ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମଣ‌, ଦିନକରେ ଚିହ୍ନଟ ହେଲେ ୨୦୦ରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୫୪୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୫୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଛି। Covid-19 Report […]

୧୫ ଡିଗ୍ରୀ ତଳେ ଓଡ଼ିଶାର ୪ ସହରର ତାପମାତ୍ରା

ଭୁବନେଶ୍ୱର: ମୌସୁମୀ ଫେରିଯିବା ପରେ ରାଜ୍ୟରେ ପଡ଼ିଲାଣି ଶୀତ। ବିଭନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ଆଜି ଓଡ଼ିଶାରେ ୧୫ ଡିଗ୍ରୀ କିମ୍ବା ତା ତଳକୁ ୪ଟି ସହରର ତାପମାତ୍ରା ରହିଛି। ସୋନପୁରରେ ୧୨.୮ ଡିଗ୍ରୀ, ଅନୁଗୁଳରେ ୧୩.୮ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୨୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। […]

  • Friday, 02 July 2021
icmr
ରାଜ୍ୟରେ ୨୪ ଘଣ୍ଟାରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୦୮ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ,୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି ଅନୁଗୋଳ, ଝାରସୁଗୁଡ଼ା, କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଗତ […]

  • Friday, 02 July 2021
school
ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଦୀପାବଳି ପରେ ସ୍କୁଲ ଖୋଲିବା କଳ୍ପନା ଜଳ୍ପନା ପ୍ରସଙ୍ଗକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। OTVକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେବେ ସ୍କୁଲ ଖୋଲିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ୍ସ ଆସିଲେ ସେନେଇ […]

IPL betting
ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଧରାପଡ଼ିଥିବା ଆଇପିଏଲ୍ ବେଟିଂ ଗ୍ୟାଙ୍ଗର ବିଦେଶ ଲିଙ୍କ୍‌ ଥିବା ଜଣାପଡ଼ିଛି। ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବେଟିଂ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌। ଏହାସହ ସେମାନଙ୍କ ନିକଟରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି। ସହରର ବିଭିନ୍ନ ଅଞ୍ଚଳରେ ରେଡ୍ ବେଳେ ପୋଲିସ ସେମାନଙ୍କ ଧରିଛି। ଗ୍ୟାଙ୍ଗରେ ଆହୁରି ଅନେକ ଲୋକ ସାମିଲ […]

  • Friday, 02 July 2021
corona 1
‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ଭୁବନେଶ୍ୱର: ଓଡ଼ିଶା ରେ କରୋନା ସ୍ଥିତିକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୀତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କାରଣ ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିପାରେ। ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସଂକ୍ରମଣ କମିଛି ଓ ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା, ତେବେ ଲୋକଙ୍କ ସହଯୋଗ ଯୋଗୁ ଏହା କମିଛି। […]

facebook-love
ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା' ପରେ...

ଭଦ୍ରକ: ମହଙ୍ଗା ପଡ଼ିଲା ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ। ଫେସବୁକରେ ବାରମ୍ବାର ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ ବିଚ୍ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ମହିଳା ଓ ତାଙ୍କ ସଂପର୍କୀୟ। ଭଦ୍ରକ ଅଞ୍ଚଳରୁ ଏପରି ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଓ କିଛି ଯୁବକ ମିଶି କାର୍‌ରେ ଥିବା ଜଣେ ଯୁବକଙ୍କୁ ଘୋଷାରି ଆଣି ମାଡ଼ ମାରୁଛନ୍ତି। ଅଭିଯୋଗ ଅନୁଯାୟୀ, କାର୍‌ରେ ଥିବା ଯୁବକ […]

  • Friday, 02 July 2021
ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଲ କେଉଟିବାହାଳି ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ଏକ ସ୍ପର୍ଶକାତରତା ବିଷୟ ଲୋକଲୋଚନକୁ ଆସିଛି। ଦାରିଦ୍ର୍ୟର ତାଡ଼ନାରେ ପେଶି ହୋଇ ନିଜ ମାଆ ଏକ ମାସ ସାତଦିନର ପିଲାଟିକୁ ବିକ୍ରି କରି ସେହି ଟଙ୍କାରେ ଘର ତିଆରି କରିଥିବା ଜଣାପଡିଛି। ଏପଟେ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଶିଶୁକୁ ଉଦ୍ଧାର କରି ରଖାଯାଇଛି। ଶିଶୁ କନ୍ୟାର ମାଆ ନଳିନୀ କର୍ଣ୍ଣଙ୍କ କହିବାନୁଯାୟୀ, ତାଙ୍କ ବୁଢିମା ଓ ୩ ବର୍ଷର ଗୋଟିଏ […]

  • Friday, 02 July 2021
tirtol
ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥ୍‌କୁ  ତିନି ସ୍ତରରେ ବିଭକ୍ତ କରାଯାଇଛି। ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥ୍‌ରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସ୍‌ପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ […]

  • Friday, 02 July 2021
rmrc
ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ଭୁବନେଶ୍ୱର: ୫୦ ପ୍ରତିଶତ ଲୋକଙ୍କ ଦେହରେ ହେଲାଣି ଆଣ୍ଟିବଡ଼ି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ତଥ୍ୟ ଦେବା ଅବସରରେ ଏହା କହିଛନ୍ତି ଡାକ୍ତର ପତି। ତାଙ୍କ କହିବା ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ ହୋଇଛି ଆଣ୍ଟିବଡ଼ି। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିଲା। ଅଗଷ୍ଟ ୨୮ […]

  • Friday, 02 July 2021
abhada
ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ପୁରୀ: କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ସହଜରେ ମିଳିବ ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ବିଶେଷ କାଉଣ୍ଟର କରି ମହାପ୍ରସାଦ ବିକ୍ରି ହେବ। ଉତ୍ତର ଦ୍ୱାରରେ ଏକ ବଡ଼ କାଉଣ୍ଟର ହେବ। ଲୋକେ କିପରି ସାମାଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଅବଢ଼ା ନେବେ ସେ ନେଇ ବି ବ୍ୟବସ୍ଥା ହୋଇଛି। ଏ ନେଇ ସୁଆର, ମହାସୁଆର ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ସହ […]

  • Friday, 02 July 2021
accident 1
ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ବରପଦାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ଉପରେ ଚାଉଳ ଗାଡ଼ି ଧକ୍କାରେ ଅଜା ଓ ନାତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କୀର୍ତ୍ତନ ନାଥ ନିଜ ନାତି କେଶବ ପାଗଳଙ୍କ ସହ ବାଇକରେ ବସି କେନ୍ଦୁଝରରୁ ଫେରୁଥିଲେ। ଘରଠାରୁ ୫ କିଲୋମିଟର ଆଗରୁ ବରପଦା ବଜାର ପାଖରେ ସେମାନଙ୍କ ବାଇକ ଗୋଟିଏ ଚାଉଳ ବୋଝେଇ ଟ୍ରକ ସହ […]

  • Friday, 02 July 2021
online-loot
୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ଭୁବନେଶ୍ୱର: ପ୍ରଥମେ ମଦର ହୋମ୍ ଡେଲିଭରି ନାଁରେ ଟଙ୍କା ହରଣଚାଲ୍ ପରେ ଏବେ ଅନ୍‌ଲାଇନ୍‌ରେ ଫୁଡ୍ ଅର୍ଡର୍ ନାଁରେ ଦୁର୍ବୃତ୍ତଙ୍କ ଲୁଟ୍। ସମାନ ଷ୍ଟାଇଲ୍, ସମାନ ଫଣ୍ଡା। ରାଜଧାନୀର ତ୍ରିନାଥ ମହାରଣା ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଫେସ୍‌ବୁକ୍‌ରେ ପ୍ରକାଶ ପାଇଥିବା ବିଜ୍ଞାପନର ଲିଙ୍କ ପାଇଥିଲେ ଜଣେ ବନ୍ଧୁଙ୍କ ଠାରୁ। ଯେଉଁଥିରେ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ଲେଖାଥିଲା। ଏହାଦେଖି ଲିଙ୍କ୍ ଓପନ୍ କରି ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଲେ ତ୍ରିନାଥ। ଏହାପରେ ମେମ୍ବରସିପ୍ ବାବଦକୁ […]

  • Friday, 02 July 2021
coronavirus
ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱର: ସମସ୍ତଙ୍କ ସହଯୋଗ ପାଇଁ ପୂଜାରେ ସଂକ୍ରମଣ ବଢ଼ି ନାହିଁ। ହେଲେ ସଜାଗ ନ ରହିଲେ ପୁଣି କାୟା ବିସ୍ତାର କରିପାରେ କରୋନା। ଶୀତ ଦିନରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ। ସୁସ୍ଥ ହୋଇଥିବା ଲୋକ ବି ପୁଣି ସଂକ୍ରମଣର ଶୀକାର ହୋଇପାରନ୍ତି। କାରଣ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣର ପ୍ରମାଣ ମିଳିସାରିଛି ବୋଲି ଆଜି ଏଭଳି ଭାବରେ ପ୍ରକାଶ କରିଛନ୍ତି ଆଇଏଲଏସ୍ (ILS) ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ILSରେ ଟେଷ୍ଟ […]

  • Friday, 02 July 2021
dharmendra
ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ  ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର ଖୋଲିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି। ସେଠାରେ ରାଜ୍ୟ ସରକାର କଟକଣା ସହ ଶ୍ରଦ୍ଧାଳୁଙ୍କୁ ଭଗବାନଙ୍କ ଦର୍ଶନ ଲାଗି ସୁଯୋଗ ଦେଉଛନ୍ତି। ଏଣୁ ଆମ ରାଜ୍ୟରେ ମଧ୍ୟ ମନ୍ଦିର […]

  • Friday, 02 July 2021
vote
ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନ ପାଇଁ  ଛୁଟି ଘୋଷଣା। ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲରେ ଛୁଟି ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ସବୁ ସରକାରୀ, ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ କୁହାଯାଇଛି। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ। ସେହିପରି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇ ପାରିବେ। ସେପଟେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି […]

  • Friday, 02 July 2021
police
କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଫୁଲବାଣୀ: ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ। କନ୍ଧମାଳ-ଗଂଜାମ ଜିଲ୍ଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ବଜ୍ରକୋଟ ଅଂଚଳରେ ପୋଲିସ୍ ଓ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ କନ୍ଧମାଳ ଏସଓଜି ଓ ଡିଭିଏଫର ଯବାନ ମିଳିତଭାବେ କମ୍ବିଂ ଅପରେସନ୍ ଚଳାଇଥିଲେ। ଦୀର୍ଘଦିନ ପରେ ସୀମାନ୍ତ ଇଲାକାରେ ମାଓ ଗତିବିଧି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଅଞ୍ଚଳରେ କମ୍ବିଂକୁ ଜୋରଦାର କରିଛନ୍ତି। କମ୍ବିଂ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେବା ସହ ବିପୁଳ […]

  • Friday, 02 July 2021
govt-employeee
ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସରେ କେମିତି ଚାଲିବ ସରକାରୀ ଅଫିସ, ତାର ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ମାସରେ କଟକ ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ସବୁ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। କେଉଁ କର୍ମଚାରୀ କେତେବେଳେ ଆସିବେ, ତାହା ବିଭାଗୀୟ ମୁଖ୍ୟମାନେ ସ୍ଥିର କରିବେ। ତେବେ SRC, ଓସ୍‌ଡମା, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲଟି ପରି ଜରୁରୀକାଳୀନ ସେବା ପୂର୍ଣ୍ଣ କ୍ଷମତାରେ ଚାଲିବ। […]

unlock-6
ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ ଲାଇନ୍ ଜାରି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ Unlock-6 Guideline‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଜାଣନ୍ତୁ ଅନ୍‌ଲକ୍-୬ ଗାଇଡ୍‌ଲାଇନ୍‌ରେ କ’ଣ କ’ଣ ସବୁ ରହିଛି: କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ସ୍ଥିର କରିବେ ଅବରୋଧ ଅଞ୍ଚଳ ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍ ବାହାଘରରେ ସର୍ବାଧତ୍କ ୨୦୦ ଲୋକ ଯୋଗ ଦେଇପାରିବେ ଅନ୍ତିମ ସଂସ୍କାରରେ ସର୍ବାଧତ୍କ […]

Unlock-6 Guideline‌ for Odisha
ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ: ଜାଣନ୍ତୁ ଓଡ଼ିଶାରେ କେବେ ଖୋଲିବ ସ୍କୁଲ...

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ SOP ଅନୁସାରେ ସ୍କୁଲ୍‌ ଖୋଲିବାକୁ ଅନୁମତି। ପଢ଼ନ୍ତୁ: ନଭେମ୍ବର ପାଇଁ ଅନ୍‌ଲକ୍-୬ […]

corona
Corona Update In Odisha: ଦିନକରେ ୧,୪୭୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୪୭୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୩  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୧୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬ରେ ପହଞ୍ଚିଛି। Covid-19 Report For 29th […]