• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gehlot-and-pilot
ହାତ ମିଳାଇଲେ ଗେହଲଟ୍ ଓ ପାଇଲଟ୍

ରାଜସ୍ଥାନ: ରାଜସ୍ଥାନରେ ଗତ କିଛିଦିନ ହେବ କ୍ଷମତା ଲଢ଼େଇ ଜାରି ରହିଛି। ଏହା ମଧ୍ୟରେ ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ କଂଗ୍ରେସର ରଣନୀତି କଣ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଚିନ ପାଇଲଟ୍ ସାମିଲ ହୋଇଛନ୍ତି। ପ୍ରାୟ ଏକମାସ ପରେ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାମ୍ନାସାମ୍ନି ହୋଇଥିଲେ। ଯେଉଁଥିରେ […]

  • Monday, 05 July 2021
kerala
କେରଳ ଭୁସ୍ଖଳନ: ୫୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ […]

  • Monday, 05 July 2021
rajastha-politics
ରାଜସ୍ଥାନ ରାଜନୀତି ଅପ୍‌ଡେଟ୍‌; ବିଜେପିକୁ କାଉଣ୍ଟର କରି ଆସ୍ଥା ଭୋଟ୍ କରିପାରେ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତିରେ ଟ୍ୱିଷ୍ଟ। କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି। ଏ ନେଇ ଗତକାଲି ବିଧାୟକ ଦଳର ବୈଠକେରେ ନିଷ୍ପତ୍ତି ନିଯାଇଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ରାଜ୍ୟ ବିଜେପି ମୁଖ୍ୟ ସତିଶ ପୁନିଆ ସୂଚନା ଦେଇଛନ୍ତି। ବିଜେପିର ଏହି ଘୋଷଣା ପରେ ଦଳକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ମଧ୍ୟ ଆସ୍ଥା ଭୋଟ୍ କଥା କହିଛି। ଆଜି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସଚିନ ପାଇଲଟ ଫେରିବା ପରେ ଚିନ୍ତାଶୂନ୍ୟ […]

  • Monday, 05 July 2021
indiatoday
ପୁଲିସ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ; ୨ ସହିଦ, ଜଣେ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନଓଗାମ ବାଇପାସ୍‌ ଠାରେ ଏକ ପୁଲିସ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଆକ୍ରମଣ ହୋଇଛି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଆକ୍ରମଣ ବିଷୟରେ ଜାମ୍ମୁଓ କାଶ୍ମୀର ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୁଲିସ ଟ୍ୱିଟ୍ କରି ଲେଖିଛି […]

  • Monday, 05 July 2021
prasant-bhushn
କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଶାନ୍ତ ସୁପ୍ରିମକୋର୍ଟ ଓ ମୁଖ୍ୟ ବିଚାର ପତିଙ୍କ ବିରୋଧରେ ଟ୍ୱିଟ୍ କରିଥିଲେ। ଏହି ଘଟଣାରେ ସେ କୋର୍ଟ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ମାମଲାରେ କ’ଣ ଦଣ୍ଡବିଧାନ କରାଯିବ ସେ ନେଇ ଅଗଷ୍ଟ ୨୦ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଟ୍ୱିଟ୍‌ ଅପ୍ରିୟ ଲାଗିପାରେ, କିନ୍ତୁ ଏହା କୋର୍ଟର ଅବମାନନା […]

  • Monday, 05 July 2021
krisna
ଏଥର ଜନ୍ମାଷ୍ଟମୀରେ କୃଷ୍ଣ ପିନ୍ଧିଥିଲେ ପିପିଇ କିଟ୍ ଓ ମାସ୍କ

ବାରାଣାସୀ : କରୋନା ଭାଇରସ ଯୋଗୁ ଏଥର ଜନ୍ମାଷ୍ଟମୀ ଫିକା ପଡ଼ିଯାଇଛି। ମୁଣ୍ଡରେ କରୋନାରୁ ରକ୍ଷା ପାଇବା ପାଇଁ ପଗଡ଼ି, ଶରୀରରେ ପିପିଇ କିଟ୍ ଓ ମୁହଁରେ ମାସ୍କ। ଜନ୍ମାଷ୍ଟମୀରେ ଏଭଳି ଭାବେ ସଜେଇ ହୋଇଥିଲେ ଭଗବାନ କୃଷ୍ଣ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛ ବାରାଣାସୀର ଏକ ମନ୍ଦିରରେ। କରୋନା ସମାଜ ତଥା ଆମର ଦୈନଦିନ ଜୀବନ ଶୈଳୀରେ ମଧ୍ୟ ପ୍ରଭାବ ପକାଇଛି। ସେଥିପାଇଁ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ ପିନ୍ଧାଇବା ପାଇଁ ଛୋଟ ଛୋଟ ମାସ୍କ ,ପିପିଇ […]

  • Monday, 05 July 2021
jia-khan
ମହେଶ ଭଟ୍ଟଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଜିଆ ଖାନଙ୍କ ମା'

ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍। ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍‌ ରହିବାକୁ ଧମକାଇ ଥିଲେ। କହିଥିଲେ, ଚୁପ୍ ନ ରହିଲେ ତୁମକୁ ବି ଏଇଭଳି ଶୁଆଇ ଦେବୁ। ଏହି ସାକ୍ଷାତ୍‌କାରରେ ରବିଆ ଖାନ ବଲିଉଡ୍‌ ମାଫିଆଙ୍କ କଥା ବି କହିଛନ୍ତି। ଜିଆଙ୍କ ହତ୍ୟା ଘଟଣାରେ […]

  • Monday, 05 July 2021
sushant
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ବଲିଉଡ୍ କଳାକାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଏବେ ତୀବ୍ରତର ହେବାରେ ଲାଗିଛି। ବିଶେଷକରି କିଛି ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ପରିଣିତି ଚୋପ୍ରା, ବରୁଣ ଧାୱନ, ସୁରଜ ପଞ୍ଚୋଲି ଏବଂ କୃତି ସାନୋନ୍‌ ସୁଶାନ୍ତଙ୍କ ପରିବାରକୁ ସମର୍ଥନ ଓ ନ୍ୟାୟ ପ୍ରଦାନ ପାଇଁ ଇନଷ୍ଟାଗ୍ରାମରେ ନିଜ ମତ ଦେଇଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ଉଭଣୀ ଶ୍ୱେତା ସିଂ କ୍ରିତି ନ୍ୟାୟ ପାଇଁ ଅଗଷ୍ଟ […]

  • Monday, 05 July 2021
rajstan
ଆସ୍ଥା ଭୋଟ୍ ଜିତିଲେ ରାଜସ୍ଥାନ ସରକାର

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆସ୍ଥା ଭୋଟ୍ ଜିତିଛନ୍ତି। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିଧାନସଭାରେ ଆସ୍ଥା ଭୋଟ୍ କରାଯାଇଥିଲା, ଯେଉଁଥିରେ ଗେହଲଟଙ୍କ ସରକାର ବାଜିମାତ୍ କରିଛନ୍ତି। ଆସ୍ଥା ଭୋଟ୍ ଜିତିବା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଏବେ ରାଜସ୍ଥାନରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ କରାଯାଇଛି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୧୨୩ ଖଣ୍ଡ ଭୋଟ୍ ଯାଇଥିବା ବେଳେ ବିରୋଧରେ ଖାତାକୁ […]

  • Monday, 05 July 2021