• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

parliament
ପାର୍ଲାମେଣ୍ଟ Annexe ବିଲ୍ଡିଂରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ୍‌ Annexe ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ବିଲ୍ଡିଂର ୬ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି…

  • Monday, 05 July 2021
nikki-1
ଆମେରିକା ନିର୍ବାଚନ: ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳିବେ କି ଟ୍ରମ୍ପ ?

ୱାଶିଂଟନ:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରିହେବନି। ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ଜୋ ବିଡେନ (Joe Biden) ଏହି ଦିଗ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ବଂଶୋଦ୍ଭବ କମଲା ହେରିଶ(Kamala Harris)ଙ୍କୁ ପ୍ରାର୍ଥୀ କରିବା ସହ ଭାରତ ସପକ୍ଷରେ ମତ ରଖୁଛନ୍ତି। ଏହାକୁ ଦେଖିବା ପରେ ଟ୍ରମ୍ପ ମଧ୍ୟ ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳି ପାରନ୍ତି […]

  • Monday, 05 July 2021
gold
ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ବିଗତ ୫ ସପ୍ତାହ ଧରି ସୁନା ଦର ହ୍ରାସ ପାଉଥିବାବେଳେ ସୋମବାର ଆହୁରି କମିଛି। ଚୀନ-ଆମେରିକା ମଧ୍ୟରେ ବ୍ୟାବସାୟିକ ସମ୍ପର୍କରେ ସୁଧାର ଆସିବା ସତ୍ତ୍ୱେ ସୁନାଦରରେ ଲଗାତାର ହ୍ରାସ ଘଟୁଛି।  ଆନ୍ତର୍ଜାତିକ ବଜାରରେ ସ୍ପଟ ଗୋଲ୍‌ଡ ଦର ୦.୫ ପ୍ରତିଶତ ହ୍ରାସ ପାଇ ୧,୯୩୪.୯୧ ଡଲାରରେ ରହିଛି। ଭାରତରେ ଗତ ସପ୍ତାହରୁ ସୁନା ଦର କମିବାରେ ଲାଗିଛି। ଶୁକ୍ରବାର ସୁନା ଦର ୧.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୨, ୧୭୦ […]

  • Monday, 05 July 2021
ପାଣି ସୁଅରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲା ବାୟୁସେନା

ବିଳାସପୁର: କଥାରେ ଅଛି, ରଖେ ହରି ତ ମାରେ କିଏ…ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ। ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ବାୟୁସେନା ପକ୍ଷରୁ  ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମ୍‌ରେ ଜଣେ ଯୁବକ ଫସି ଯାଇଥିଲେ। ଧୀରେଧୀରେ ପାଣିର ସ୍ରୋତ ପ୍ରଖର ହେବାସହ ଜଳସ୍ତର ବଢୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଶାସନର ସହାୟତା ଲୋଡ଼ିଥିଲେ। ଯୁବକ ଜଣକ ନିଜକୁ […]

lion
ଖାଦ୍ୟ ଖୋଜି ଖୋଜି ବସ୍‌ଷ୍ଟାଣ୍ଡରେ ପହଞ୍ଚିଲେ ସିଂହପଲ, ଭିଡିଓ ଭାଇରାଲ

ସୁରଟ: ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ଖାଦ୍ୟ  ଖୋଜି ଖୋଜି ସିଂହ ସହର ଭିତରକୁ ଯଦି ପଶି ଆସେ ତେବେ କ‘ଣ ଅବସ୍ଥା ହେବ ! ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟରେ। ଗୋଟିଏ ବା ଦୁଇଟି ସିଂହ ନୁହେଁ, ଏକଥରକେ ୬ଟି ସିଂହ ଜଙ୍ଗଲରୁ ବାହାରି ଜନବସତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟି ଗୁଜରାଟ […]

  • Monday, 05 July 2021
jawan
ସୀମାରେ ଆତଙ୍କୀ ଆକ୍ରମଣ; ଜଣେ ଏସ୍‌ପିଓଙ୍କ ସହ ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି।  ବାରାମୁଲାରେ ଯବାନଙ୍କ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ କାଶ୍ମୀରର ଜଣେ ସ୍ପେଶାଲ୍ ପୋଲିସ୍ ଅଫିସର୍ ଓ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି। ବାରାମୁଲାରେ ପୋଲିସ୍ ଓ ସିଆରପିଏଫ୍ ପକ୍ଷରୁ ମିଳିତ ନାକା ପାର୍ଟି ମୁତୟନ ଥିବା ବେଳେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଲାଇଥିଲେ । ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଗୁରୁତର ଆହତ ହୋଇଥିବା […]

  • Sunday, 04 July 2021
face book
ଘୃଣା ଓ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ଉପରେ ଫେସବୁକ୍‌ ଜାରି କଲା କଡ଼ା କଟକଣା

ନୂଆଦିଲ୍ଲୀ: ଫେସବୁକ୍ ପକ୍ଷରୁ ଜାରି ହେଲା କଡ଼ା କଟକଣା।  ଘୃଣା ଓ ହିଂସା  ଉଦ୍ରେକକାରୀ ମନ୍ତବ୍ୟ ଉପରେ କଟକଣା ଜାରି କରିଛି ଫେସବୁକ୍‌।  ଏଣିକି ଏଭଳି ମନ୍ତବ୍ୟକୁ ପୋଷ୍ଟ କଲେ ଏ ଉପରେ ପ୍ରତିବନ୍ଧକ ଲାଗିବ। ଯିଏ ଯେଉଁ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ। ସାରା ବିଶ୍ୱର ସବୁ ବ୍ୟକ୍ତି ଓ ରାଜନୈତିକ ଦଳ ପାଇଁ ସମାନ ନିୟମ ଲାଗୁ ହେବ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି। […]

  • Sunday, 04 July 2021
02
୨୦ ଦିନରେ ତିଆରି ହେଲା ୧୮୦ଫୁଟ ଲମ୍ବା ବ୍ରିଜ

ଡେରାଡୁନ୍‌: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ରେକର୍ଡ ସମୟରେ ନିର୍ମାଣ ହେଲା ବେଲି ବ୍ରିଜ୍। ବର୍ଡର ରୋଡ୍‌ସ ଅର୍ଗାନାଇଜେସନ ପକ୍ଷରୁ ମାତ୍ର ୨୦ ଦିନ ମଧ୍ୟରେ ୧୮୦ଫୁଟ ଲମ୍ବର ବ୍ରିଜ ତିଆରି କରାଯାଇଛି । ଫଳରେ ଚାମୋଲି ଜିଲ୍ଲାର ଜଲଜୀବୀ ଓ ପିଥୋରଗଡ ଜିଲ୍ଲାର ମୁନସିୟାରୀ ଅଂଚଳକୁ ଯୋଗାଯୋଗ ହୋଇପାରିବ । କିଛି ଦିନଧରି ଲଗାଣ ବର୍ଷା ଯୋଗୁଁ ଏହି ଅଂଚଳ ଗୁଡିକ ବାହ୍ୟ ଜଗତକରୁ ବିଚ୍ଛିନ୍ନ ହୋଇପଡିଥିଲା।  ପ୍ରାୟ ୨୦ରୁ ଅଧିକ ଗାଁ  ଭୂସ୍ଖଳନ ଓ ବନ୍ୟା […]

  • Sunday, 04 July 2021
0002
ଧାର୍ଯ୍ୟ ସମୟରେ ହେବ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିବ ନାହିଁ NEET-2020 ଓ JEE Main-2020। ପୂର୍ବ ନିର୍ଦ୍ଧାରିତ ସମୟ ସେପ୍ଟେମ୍ବରରେ ହିଁ ହେବ ପରୀକ୍ଷା ।ପରୀକ୍ଷା ଘୁଞ୍ଚାଇବାକୁ ଦାଖଲ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅରୁଣ ମିଶ୍ର, ବିଆର୍ ଗାବି, କ୍ରିଷ୍ଣା ମୋରାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣ ପରୀକ୍ଷାର୍ଥୀ ଏଣ୍ଟ୍ରାନ୍ସ  ଘୁଞ୍ଚାଇବାକୁ ନିବେଦନ କରିଥିଲେ। କୋଭିଡ୍ ପରିସ୍ଥିିତିରେ ପରୀକ୍ଷା କରାନଯାଇ ଏହାକୁ ଆସନ୍ତା […]

  • Sunday, 04 July 2021