• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

income tax
ଜୁଲାଇରୁ ନୂଆ ଆୟକର ନିୟମ : ୨ ବର୍ଷର ଟିଡିଏସ୍ ରିଟର୍ଣ୍ଣ ଫାଇଲ କରିନଥିଲେ ଏଣିକି ଅଧିକା ଟିଡିଏସ୍

ଟିିଡିଏସ୍ ଲାଏବିଲିଟି ବାର୍ଷିକ ୫୦ ହଜାରରୁ ଅଧିକ ହୋଇଥିଲେ ଅଧିକା ଟିଡିଏସ୍ ପୂର୍ବ ଟିଡିଏସର ଦୁଇ ଗୁଣା କିମ୍ବା ୫ ପ୍ରତିଶତ ଟିଡିଏସ୍ ଲାଗିବ ସାଧାରଣ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କରିଥିଲେ ଘୋଷଣା ନୂଆଦିଲ୍ଲୀ : ଚଳିତ ମାସରେ ଲାଗୁ…

  • Monday, 05 July 2021
vasant-sathe
କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

କୋଝିକୋଡ଼େ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍‌ପି ସୂଚନା ଦେଇଛନ୍ତି। ମୃତ ପାଇଲଟ୍‌ଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଭାରତୀୟ ବାୟୁସେନା (IAF) ଟେଷ୍ଟ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଥେ। ବସନ୍ତ ଜଣେ ପୁରସ୍କାର ପ୍ରାପ୍ତ ପାଇଲଟ୍। […]

  • Monday, 05 July 2021
plane crash
କେରଳ ବିମାନ ଦୁର୍ଘଟଣା: ଦୁଇଖଣ୍ଡ ହୋଇଗଲା ବିମାନ, ପାଇଲଟ୍‌ଙ୍କ ସମେତ ୧୭ ମୃତ

ଥିରୁଭନନ୍ତପୁରମ୍‌: କେରଳର କୋଝିକୋଡ୍‌ରେ‌ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ୨ ଜଣ ପାଇଲଟ୍ ଓ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୧୧୨ରୁ ଅଧିକ ଯାତ୍ରୀଙ୍କୁ କୋଝିକୋଡ୍‌ର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ ବସନ୍ତ ସାଥେ ଓ କ୍ୟାପଟେନ୍ ଅଖିଲେଶ କୁମାର। ୱିଙ୍ଗ୍ କମାଣ୍ଡର ଦୀପକ ଭାରତୀୟ […]

  • Monday, 05 July 2021
କେରଳ ବିମାନ ଦୁର୍ଘଟଣାର କାରଣ Tabletop ରନୱେ ନୁହେଁ ତ ?

ଥିରୁଭନନ୍ତପୁରମ୍‌: କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ IX-1344 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ପପୁଲାର୍‌ ଗ୍ଲୋବାଲ୍‌ ଫ୍ଲାଇଟ୍‌ ଟ୍ରାକର୍‌ ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ଏୟାର ଇଣ୍ଡିଆ‌ର ଏହି ବିମାନଟି ଳ୍ୟାଣ୍ଡିଂ ବେଳେ ରନ୍‌ୱେରେ ଖସି ଯାଇଥିଲା। ଲ୍ୟାଣ୍ଡିଂ କରିବାକୁ ୨ଥର ପ୍ରୟାସ କରିଥିଲା। ହେଲେ ଏହି ପ୍ରୟାସ ବିଫଳ ହୋଇଥିଲା। କ୍ରାଶ୍‌ ଲ୍ୟାଣ୍ଡିଂ ଯୋଗୁ ବିମାନଟି ୨ ଫାଳ ହୋଇଯାଇଥିଲା। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, କେରଳର କୋଝିକୋଡ୍ ଏୟାରପୋର୍ଟର ରନ୍‌ୱେ ହେଉଛି […]

  • Monday, 05 July 2021
RheaChakraborty-1024x1021
ରିୟାଙ୍କୁ ୮ ଘଣ୍ଟା ଜେରା ବେଳେ ଉଗାଳିଲେ ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗତକାଲି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା। ଜେରା ସମୟରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବ୍ୟାବସାୟିକ ଇନ୍‌ଭେଷ୍ଟମେଣ୍ଟରେ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରି ନାହାନ୍ତି ବୋଲି କହିଛନ୍ତି। ଏପରିକି ମୁମ୍ବାଇର ସବ ଅର୍ବାନ ଅଞ୍ଚଳରେ ଫ୍ଲାଟ କିଣିବା ପାଇଁ ସେ ବ୍ୟାଙ୍କରୁ ଲୋନ୍‌ ନେଇଥିବା ଜେରା ବେଳେ ସଫେଇ ଦେଇଛନ୍ତି। […]

  • Monday, 05 July 2021
hare-tort
ସତ ହେଲା ପିଲାଦିନର ସେଇ କାହାଣୀ; ଠେକୁଆ-କଇଁଛ ପ୍ରତିଯୋଗିତାରେ ଜିତିଲା କଇଁଛ

ପିଲାବେଳେ ଆଗେ କଇଁଛ-ଠେକୁଆ ଦୌଡ ପ୍ରତିଯୋଗିତାର କାହାଣୀ ଶୁଣଥିଲୁ। ଦୌଡ଼ ପ୍ରତିଯୋଗିତା ଆରମ୍ଭରୁ ଠେକୁଆ ଦ୍ରୁତ ଗତିରେ କିଛି ବାଟ ଯିବା ପରେ ପଛକୁ ଚାହିଁ ଦେଖିଲା କଇଁଛ ଦିଶୁନି। ଭାବିଲା, କଇଁଛ ତ ଅନେକ ଦୂରରେ। ଟିକିଏ ବସି ପଡ଼ିବା। ବସୁ ବସୁ ଆଖି ଲାଗି ଯାଇଥିଲା ଠେକୁଆର। ବାସ୍‌, ଏଇ ସମୟ ଭିତରେ ଧୀରେ ଧୀରେ ଚାଲି କଇଁଛ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଥିଲା। ଠେକୁଆର ନିଦ ଭାଙ୍ଗିବା ବେଳକୁ କଇଁଛ ପ୍ରତିଯୋଗିତା ଜିତି ସାରିଲାଣି। […]

  • Monday, 05 July 2021
plane crash
ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ ବକ୍ସ

କୋଝିକୋଡ୍‌: କେରଳର କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନର ବ୍ଲାକ୍‌ ବକ୍ସକୁ‌ ଉଦ୍ଧାର କରାଯାଇଛି। ଲ୍ୟାଣ୍ଡିଂ ବେଳେ Tabletop ରନ୍‌ୱେରେ ବିମାନ ଖସି ଯିବା ଫଳରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା। ଏଥିରେ ବିମାନର ଫ୍ଲାଇଟ୍‌ ଡାଟା ରେକର୍ଡସ୍ ଅର୍ଥାତ୍ ବ୍ଲାକ୍‌ ବକ୍ସ‌‌ ଭାଙ୍ଗି ଯାଇଥିଲା। ଏହି ରେକର୍ଡସ୍‌ରେ ଡିଜିଟାଲ୍‌ ଫ୍ଲାଇଟ୍‌ ଡାଟା ରେକର୍ଡର୍‌(DFDR), କକ୍‌ପିଟ୍‌ ଭଏସ୍‌ ରେକର୍ଡର୍ ରହିଛି।  କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ। ବିମାନର […]

  • Monday, 05 July 2021
Ee36aavU0AA9fNE
ଶପଥ ନେଲେ ନୂଆ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ସଦସ୍ୟମାନେ ଉପସ୍ଥିତ ଥିଲେ । ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା […]

  • Monday, 05 July 2021
flight
କୋଝିିକୋଡ଼ରେ ବିମାନ ଦୁର୍ଘଟଣା; ପୂର୍ବରୁ ଚେତାବନୀ ଦେଇଥିଲା DGCA

ଥିରୁଅନନ୍ତପୁରମ୍‌: କେରଳ କୋଝିିକୋଡ଼ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍ । ଏହା ସହ ଘଟଣାସ୍ଥଳରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଆହତ ୧୨୭ ଜଣଙ୍କ ମେଡିକାଲରେ ବର୍ତ୍ତମାନ ଚିକିତ୍ସା ଚାଲିଛି । ଦୁର୍ଘଟଣା ପ୍ରସଙ୍ଗରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, କୋଝିିକୋଡ଼ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂରୁ ହିଁ ବିମାନ ଦୁଇ […]

  • Monday, 05 July 2021