ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇକ୍ଲିଷ୍ଟ ହେବାର ସ୍ୱପ୍ନ ଦେଖୁଥିବା ନବମ ଶ୍ରେଣୀ ଛାତ୍ର ରିୟାଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାସ୍ ଉପହାର ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଉ କିଛି ନୁହେଁ ବରଂ ରିୟାଜଙ୍କୁ ଏକ ରେସିଂ ସାଇକେଲ୍ ଉପହାର ସ୍ୱରୂପ ଦେଇଛନ୍ତି। ଏହି ଖାସ୍ ଉପହାର ପାଇବା ପରେ ରିୟାଜଙ୍କ ଖୁସି ନକହିଲେ ସରେ। ସେ ଏହି ଖାସ୍ ଉପହାର ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। President Ram Nath Kovind gifts a racing […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଘଟିଛି ବଡ଼ ଦୁର୍ଘଟଣା। ନୋଏଡା ସେକ୍ଟର-୧୧ରେ ଏକ ବହୁତଳ ବିଶିଷ୍ଟ ଏକ କୋଠା ଭୁଶୁଡ଼ି ଯାଇଛି। ଏହି କୋଠା ଭୁଶୁଡ଼ିବା ଯୋଗୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। A building collapses in Sector-11, Noida; 4 persons rescued from the site. Rescue operation […]
ନୂଆଦିଲ୍ଲୀ: ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର। ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା ପାଇବେପାରିବେ। ଆଉ ଯଦି ଆପଣ ନୂଆ କାର କିମ୍ବା ବାଇକ କିଣିବାକୁ ଯାଉଛନ୍ତି ତେବେ ଆପଣ ଫାଇଦାରେ ରହିବେ। ଏଥିସହିତ ଦେଶର ଚାଷୀଙ୍କ ପାଇଁ ଖୁସି ଖବର […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୧୧ରେ ଏକ ନିର୍ମାଣାଧୀନ ବିଲ୍ଡିଂର କିଛି ଅଂଶ ଭୁଶୁଡ଼ି ଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ଏହି ଅଘଟଣ ଘଟିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ବିଲ୍ଡିଂ ନିର୍ମାଣକାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଖବରପାଇ ପୋଲିସ୍ ଓଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ […]
ମୁମ୍ବଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସଂହ ରାଜପୁତ୍ଙ୍କ ମୃତ୍ୟୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତେବେ ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ପ୍ରତି ଅନେକ ଅଙ୍ଗୁଳି ଉଠିଥିବାବେଳେ ଉଦ୍ଧବ ଠାକ୍ରେ କିନ୍ତୁ ମୁମ୍ବାଇ ପୋଲିସକୁ ସମର୍ଥନ ଦେଇଛନ୍ତି। ଅନ୍ୟପକ୍ଷେ ଏହି ମାମଲାର ତଦନ୍ତ ସିବିଆଇ କରୁ ବୋଲି ଦାବି ଉଠୁଥିବାବେଳେ ସୁପ୍ରିମ କୋର୍ଟ ମଧ୍ୟ ଏହି ଦାବିକୁ ଏଡ଼ାଇ […]
ବୟସ ସିନା ଅଳ୍ପ ହେଲେ ବୁଦ୍ଧି ପ୍ରଖର । ସେ ସବୁ କିଛି ଜାଣିଛି, ସବୁ କିଛି ବୁଝି ପାରୁଛି, ସେଥିପାଇଁ ତ, ନିଜେ କଷ୍ଟମଷ୍ଟେ ଚାଲି ମାଆ ପାଇଁ ଯୋଗାଡ଼ କରିଛି ଉଦ୍ଧାରକାରୀ ଟିମ୍ । କଥାରେ ଅଛି ଛୋଟପିଲା ଭଗବାନଙ୍କ ଦ୍ୱିତୀୟ ରୂପ ଅଟନ୍ତି । ଦୁଇ ବର୍ଷର କୁନି ଝିଅ ପାଇଁ ତା ମାକୁ ମିଳିଛି ନୂଆ ଜୀବନ
ୱାଶିଂଟନ: ଚୀନ୍ ଆପ୍ ଟିକ୍ଟକ୍କୁ ଭାରତରେ ବ୍ୟାନ କରାଯିବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶରେ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଟ୍ରମ୍ପ ଏକ ବାର୍ତ୍ତାରେ କହଛନ୍ତି, ଆମେରିକାର ଅଧିକାରୀମାନଙ୍କୁ ସୂଚନା ମିଳିଛି ଯେ ଚୀନର ଏହି ଆପ୍ରୁ ଚୀନ୍ ଗୁଇନ୍ଦା ଏଜେନ୍ସି ତଥ୍ୟ ସଂଗ୍ରହ କରୁଛି। ଏ ନେଇ ଆମେରିକୀୟ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏକ ପ୍ରେସ୍ ମିଟ୍ରେ ଟ୍ରମ୍ପ କହିଛନ୍ତି, ଆମେ ଟିକ୍ଟକ୍କୁ ଆମେରିକାରେ […]
ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ…
ଆଲାସ୍କା: ଆଲାସ୍କାରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଆଲାସ୍କାର ସୋଲ୍ଡୋଣ୍ଟା ସହରରୁ କିଛି କି.ମି. ଦୂରରେ ଏହି ଦୁର୍ଘଟଣା ଘଟିଛି। ମଝି ଆକାଶରେ ୨ଟି ଛୋଟ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଷ୍ଟେଟ୍ ଆସେମ୍ବ୍ଲି ମେମ୍ବର ଗ୍ୟାରି ନୋପ୍ ଥିଲେ। ଗୋଟିଏ ବିମାନରେ ଗ୍ୟାରି ନୋପ୍ ଏକାକୀ ଯାତ୍ରା କରୁଥିବା ବେଳେ ଅନ୍ୟ […]
ରାୟଗଡ଼ା: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା ହୋଇଛି। ତେବେ ସଟ୍ଡାଉନ୍ ତାଲିକାରେ ଆଉ ଏକ ଜିଲ୍ଲା ସାମିଲ ହୋଇଛି। ୭୨ ଘଣ୍ଟା ପାଇଁ ରାୟଗଡ଼ା ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍ଡାଉନ୍ ରହିବ ସମ୍ପୂର୍ଣ୍ଣ ଜିଲ୍ଲା। କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ […]
ବେଙ୍ଗାଲୁରୁ: କରୋନାଭାଇରସ୍ ଲକଡାଉନ୍ ଯୋଗୁ ସାରା ଦେଶରେ ସ୍କୁଲ ଓ କଲେଜ୍ ମାସ ମାସ ଧରି ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାଙ୍କର ପାଠପଢ଼ା ଟିଭି ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ହେଉଛି। ଅନଲାଇନ୍ କ୍ଲାସ୍ ପାଇଁ ଅତ୍ୟାଧୁନିକ ଟିଭି ଓ ମୋଇବାଲର ଆବଶ୍ୟକତା ରହିଛି। ଯେଉଁମାନଙ୍କ ପାଖରେ ଏସବୁ ନାହିଁ, ସେମାନଙ୍କୁ ପାଠପଢ଼ାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ ଜଣେ ମା’ ନିଜ ପିଲାମାନଙ୍କର ପାଠପଢ଼ା ପାଇଁ ଏମିତି କାମ କରିଛନ୍ତି, ଯେଉଁଥି […]
ବାରାଣାସୀ: ଅଗଷ୍ଟ ୫ ତାରିଖରେ ହେବ ରାମମନ୍ଦିର ନିର୍ମାଣସ୍ଥଳର ଭୂମି ପୂଜନ ଉତ୍ସବ । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଦିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତାଙ୍କ ତୂଳୀରେ ରାମଙ୍କ […]