ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ ହିଁ ମଜ୍ଜି ରୁହନ୍ତି। ଖେଳାଳିମାନେ ବ୍ୟାଟ୍କୁ ଧରି ବଲ୍କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି ସେମାନଙ୍କୁ ଚାହିଁଥାନ୍ତି। ଠିକ୍ ସେତିକିବେଳେ ଯଦି ଖେଳାଳିଟି ଚଉକା କି ଛକା ଗୋଟେ ମାରି ଦିଏ, ତେବେ ଟିଭି ଦେଖୁଥିବା ଦର୍ଶକମାନେ ଖୁସିରେ ତାଳି ମାରିବା ସହ […]
ନୂଆଦିଲ୍ଲୀ: ସମତଳ ଚଟାଣ ଉପରେ ବେଶ ସ୍ୱଚ୍ଛନ୍ଦରେ ଯାଇପାରେ ସାପ । ହେଲେ ଉପରକୁ ଉଠିବା ସାପ ପରି ସରୀସୃପଙ୍କ ପାଇଁ କଷ୍ଟ। କିନ୍ତୁ ଆମେ ସାପ ଗଛ ଚଢୁଥିବାର ଏମିତି ଦୃଶ୍ୟ ଦେଖାଇବୁ, ଯାହା ଦେଖାଇଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ସାପ ଏଠି ଏକ୍ଦମ ସତର୍କତାର ସହ ବିରାଟ ଏକ ଗଛ ଚଢୁଛି, ସତେ ଯେମିତି ମଣିଷ। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ଲମ୍ବା […]
ନୂଆଦିଲ୍ଲୀ: କୋହଳ ହେଉଛି କୋଭିଡ କଟକଣା। ଆସ୍ତେ ଆସ୍ତେ ଖୋଲାଯାଉଛି ଦୋକାନ, ବଜାର ମଲ୍। ଏପରିକି ଜିମ୍ ସେଣ୍ଟର ଖୋଲିବା ପାଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡ ଲାଇନ୍। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ମିଳିଛି। ତେବେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। […]
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍ ଧୁମ୍ଧାମ୍ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ। ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା […]
ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ତାଙ୍କ ଅନ୍ତିମ ସଂସ୍କାରରେ କମ୍ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଭିନେତ୍ରୀ ଓ ବିଜେପତି ନେତ୍ରୀ ଜୟାପ୍ରଦା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର […]
ଶ୍ରୀନଗର: ଗୃହମନ୍ତ୍ରୀ ଅମିତ୍ ଶାହଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ରବିବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଦେଶ ଏବେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ଗୁଫତାର ଅହମ୍ମଦ ଅମିତ୍ ଶାହଙ୍କ ସୁସ୍ଥ ହେବା ପାଇଁ ଏକ ବଡ଼ ତ୍ୟାଗ କରିବାକୁ ଘୋଷଣା କରିଛନ୍ତି। ବିଜେପିର ଏହି ନେତା ଏକ ଭିଡିଓ ଜାରି କରି କହିଛନ୍ତି ଯେ […]
ନୂଆଦିଲ୍ଲୀ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଆସନ୍ତା ୮ ସପ୍ତାହ ଲାଗି ଏହି ଶିକ୍ଷା କ୍ୟାଲେଣ୍ଡରରେ ଅନଲାଇନ୍ ପାଠପଢ଼ା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବିସ୍ତୃତ ଗାଇଡଲାଇନ୍ ରହିଛି। ପିଲାଙ୍କୁ ଶିକ୍ଷା ପ୍ରଦାନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୈଷୟିକ ଜ୍ଞାନକୌଶଳ ଓ ସୋସିଆଲ ମିଡିଆର କିଭଳି ବ୍ୟବହାର କରିବେ, ସେ ନେଇ ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ NCERT ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। […]
କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଜବରଦସ୍ତ ସଂଖର୍ଷ ହୋଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ୱରେ ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣରେ କଏଦୀଙ୍କ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ. କେ ସିଂଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛି ମୁମ୍ବାଇ ପୋଲିସ। ବାନ୍ଦ୍ରା ପୁଲିସ୍ ନିକଟରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ଫେବ୍ରୁଆରୀ ୨୫ ତାରିଖରେ ସୁଶାନ୍ତଙ୍କ ପରିବାର ଲୋକେ ବାନ୍ଦ୍ରା ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ସୁଶାନ୍ତଙ୍କ ବାପା ଗତକାଲି ଏକ ବିବୃତ୍ତି ଦେଇଥିଲେ। ଯାହାର ଉତ୍ତର ରଖି ଏପରି ସ୍ପଷ୍ଟୀକରଣ ଦେଇଛି ମୁମ୍ବାଇ ପୁଲିସ। ତେବେ ସୁଶାନ୍ତଙ୍କ ଭିଣୋଇ ଓପି ସିଂ […]
ଇସ୍ଲାମବାଦ୍: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ନିଜର ପକ୍ଷ ରଖିବା ପାଇଁ ଭାରତ ଓକିଲ ଦେଇ ପାରିବ ବୋଲି ପାକିସ୍ତାନ କୋର୍ଟ ସୋମବାର ଅନୁମତି ଦେଇଛନ୍ତି। ସୋମବାର ଇସ୍ଲାମବାଦ୍ ହାଇ କୋର୍ଟ ପରିସରରେ ମିଡିଆକୁ ଏ ସମ୍ପର୍କରେ ସୂଚନା ଦେଇ ଆଟର୍ଣ୍ଣି ଜେନେରାଲ ଜାଭେଦ ଖାନ କହିଛନ୍ତି, ଭାରତ ଚାହିଁଲେ କୁଳଭୂଷଣ ମାମଲାରେ ଓକିଲ ରଖି ପାରିବ। ମାତ୍ର ଭାରତୀୟ ଓକିଲ […]