• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maoist 11
ଏନ୍‌କାଉଣ୍ଟର୍‌ରେ ୪ ମାଓବାଦୀ ନିହତ

ରାଇପୁର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍‌ମାର ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା। ଏହାପରେ କୋବ୍ରା ଓ DRG ଯବାନଙ୍କ ପକ୍ଷରୁ ମିଳିତ ଭାବରେ ଜାଗରମୁଣ୍ଡା ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ୪ଟି ବନ୍ଧୁକ ଜବତ କରାଯାଇଛି। ସର୍ଚ୍ଚ ଅପରେସନ ଏବେ ଜାରି ରହିଥିବା ସୂଚନା ମିଳିଛି।

  • Monday, 05 July 2021
susanta
ଭାଇ ଭଉଣୀଙ୍କ ସର୍ମ୍ପକକୁ ଭାଙ୍ଗିବାକୁ ଚାହୁଁଥିଲେ ରିୟା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା […]

  • Monday, 05 July 2021
corona
ଦେଶରେ ୪୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ପାର କରିଛି ।  ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ୍ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ୬ […]

  • Monday, 05 July 2021
12boys
ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡ଼ିଲେ ୧୨ ବର୍ଷର ବାଳକ, ଆଉ ତା’ପରେ...  

ଡେରାଡୁନ୍‌: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି। ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଏନେଇ ସେ ରାମନଗରର କୋସି ବାଇପାସ୍‌ ବ୍ରିଜ୍‌ ଉପରେ ଚଢ଼ି ନଦୀକୁ ଡେଇଁ […]

  • Monday, 05 July 2021
manipur
ଆସ୍ଥା ଭୋଟ୍‌ ଜିତିଲେ ମଣିପୁର ମୁଖ୍ୟମନ୍ତ୍ରୀ; ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର/ନୂଆଦିଲ୍ଲୀ:  ମଣିପୁରରେ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସମେତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦୁଇ ଦିନତଳେ ମଣିପୁର ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଥିଲା ବିରେନ୍ ସିଂ ସରକାର । ଗତ ଜୁନ୍ ୧୭ରେ ବିଜେପିର ୩, NPPର ୪, TMCର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିରେନ୍ ସିଂ ସରକାର ସଙ୍କଟରେ […]

  • Monday, 05 July 2021
air-india
କୋଝିକୋଡ଼ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ହସ୍‌ପିଟାଲରୁ ଡିସ୍‌ଚାର୍ଜ

କୋଝିକୋଡ଼: କେରଳ କୋଝିକୋଡ଼େ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୮୫ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସମସ୍ତେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟ ୭ ତାରିଖରେ କେରଳ କୋଝିକୋଡ଼େ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ […]

  • Monday, 05 July 2021
rajeev1
ପରଲୋକରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗି

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। आज शाम 5:00 बजे आज तक पर रहूंगा। धन्यवाद। — Rajiv Tyagi (@RTforINDIA) August 12, 2020 ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ […]

  • Monday, 05 July 2021
visa
ନିୟମ କୋହଳ କଲା ଆମେରିକା; ଚାକିରିକୁ ଫେରି ପାରିବେ H-1B ଭିସାଧାରୀ

ୱାଶିଂଟନ:  ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ।  ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। […]

  • Monday, 05 July 2021
pranab mukherjee 11
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବା ଜଣାପଡ଼ିବା ପରେ ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ   ଅସ୍ତ୍ରୋପଚାର ହୋଇଥିଲା। ସେହି ଦିନ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍‌ ରେଫରାଲ୍‌ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। The condition of […]

  • Monday, 05 July 2021
corona
ସୁସ୍ଥ ହେବାର ଦେଢ ମାସ ପରେ ପୁଣି କରୋନା ଆକ୍ରାନ୍ତ ହେଲେ ୨ ରୋଗୀ

ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି। ହସ୍‌ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍‌ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି […]

  • Monday, 05 July 2021