ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି। ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର ୬ ଜଣ ବିଧାୟକଙ୍କୁ ନିଜ ଦଳରେ […]
ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ […]
ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସ୍ରେ ପହଞ୍ଚିବ । ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଭାରତ ଆଣୁଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ବେଳେ ରାଫେଲ ଭାରତ ଆସିବା ଘଟଣା ବାୟୁସେନାର ମନୋବଳକୁ ବୃଦ୍ଧି କରିବ। ରାଫେଲ ଭାରତୀୟ ବାୟୁସେନାରେ ପରାକ୍ରମ ବଢାଇବାରେ ସହାୟକ ହେବ । ବିଶେଷ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ବିତିଗଲାଣି। ପୁଅର ମୃତ୍ୟୁକୁ ନେଇ ଆଜି ଯାଏ ଚୁପ୍ ଥିବା ସୁଶାନ୍ତଙ୍କ ପରିବାର ଏବେ ମୁହଁ ଖୋଲିଛନ୍ତି। ପିତା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି। ରାଜୀବ […]
ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ଦର ବୃଦ୍ଧି ଇତି ମଧ୍ୟରେ ରେକର୍ଡ କଲାଣି। ୧୦ ଗ୍ରାମ ସୁନାର ଦାମ ଏବେ ୫୨ ହଜାର ଟଙ୍କା ରହିଛି । ରୂପା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ ୩୩, ୫୮୦ ଥିଲା। ଆଜି ଏହାର ଦର ୨ ଗୁଣା ବୃଦ୍ଧି ପାଇ ଏବେ ୬୭, ୫୬୦ରେ ପହଞ୍ଚିଛି। ଦିୱାଲି ବେଳକୁ ରୂପା ଦର […]
ବିଜେପିର ଶିବସେନାଠାରୁ ଦୁଇ ଗୁଣାରୁ ଅଧିକ ବିଧାୟକ ଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ ବୋଲି ନେତାଏ ସ୍ପଷ୍ଟ କରି ଦେଇଛନ୍ତି। ଖୋଦ୍ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ମଧ୍ୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ଏକମତ ବୋଲି କହିଛନ୍ତି ଫର୍ଣ୍ଣାଭିସ୍
CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ନିଷ୍ପତ୍ତି ଅନୁସାରେ ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ…
ନୂଆଦିଲ୍ଲୀ: ସାରା ପୃଥିବୀକୁ ବେକାବୁ କଲାଣି କରୋନା। ଭାରତରେ ମଧ୍ୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୫ ଲକ୍ଷ ଟପି ଥିବାବେଳେ ୩୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮, ୫୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ୭୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪, ୧୯୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ […]
ନୂଆଦଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପ୍ରତ୍ୟେକ ଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି। କ୍ରମାଗତ ଭାବରେ ସୁଶାନ୍ତଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ବାପା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଛନ୍ତି। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି […]
ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ଉଡ଼ିଲା ଫାଇଟର ଜେଟ୍ ‘ରାଫେଲ୍’। ୟୁଏଇରୁ ଉଡାଣ ଭରି ଭାରତୀୟ ବାୟୁ ସୀମାରେ ଆଜି ଅପରାହ୍ଣରେ ପହଞ୍ଚିଛି ‘ରାଫେଲ୍’। ବାୟୁ ସୀମାରେ ପହଞ୍ଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲ୍ଟା-୬୩ ସ୍ୱାଗତ କରିଛି। ସୁରକ୍ଷିତ ଅବତରଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଗର୍ବର ସହ ଆକାଶକୁ ଛୁଇଁଯାଅ କହିଲା ଡେଲ୍ଟା-୬୩। ଆଉ କିଛି ସମୟ ପରେ ହରିଆଣା ଅମ୍ବାଲା ଏୟାର ବେସ୍ରେ ପହଞ୍ଚିବ ୫ଟି ଫାଇଟର ଜେଟ୍ ‘ରାଫେଲ୍’। #ଭାରତୀୟ_ବାୟୁ_ସୀମାରେ_ଉଡ଼ିଲା_ରାଫେଲ୍ ଭାରତ […]
ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପରେ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସାଂସଦ ରାମଖେଲୱାନ୍ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ଗତକାଲି ରାତିରେ ଜଳ ସମ୍ପଦ ମନ୍ତ୍ରୀ ତୁଲସୀ ସିଲାବତଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବ୍ୟତୀତ ତାଙ୍କ କ୍ୟାବିନେଟର ତିନିଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ […]