Ayodhya
ଅଯୋଧ୍ୟା : ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଅନ୍ୟପକ୍ଷେ ଏବେ ବି ପରିବାରର ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ପୁଲିସ ଏବଂ ସ୍ଥାନୀୟ ବୁଡ଼ାଳିଙ୍କ ସହଯୋଗରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି । ଏବଂ ସ୍ଥାନୀୟ ପୋଲିସର ଏକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
Also Read
ମିଳିଥିବା ସୂଚନା ଅନୁଯାୟୀ, ଆଗ୍ରାର ଏହି ପରିବାର ଅଯୋଧ୍ୟା ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଅଯୋଧ୍ୟାରେ ଦର୍ଶନ ଓ ପୂଜା କରିବା ପରେ ପରିବାର ସଦସ୍ୟ ସରଜୁ ନଦୀର ଗୁପ୍ତା ଘାଟକୁ ଗାଧୋଇବାକୁ ଯାଇଥିଲେ । ପରିବାରର ୧୨ ସଦସ୍ୟ ଏକ ସମୟରେ ବୁଡ଼ ପକାଉଥିବା ବେଳେ ହାଠାତ୍ ଜଳସ୍ରୋତ ପ୍ରଖର ହେବାରୁ ସେମାନେ ବୁଡ଼ି ଯାଇଥିଲେ । ସ୍ଥାନୀୟ ବୁଡ଼ାଳି ତୁରନ୍ତ ଅଥଳ ଜଳରାଶିକୁ ଲମ୍ଫ ପ୍ରଦାନ କରିଥିଲେ, ହେଲେ ସେମାନଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ହିଁ ଉଦ୍ଧାର କରିପାରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)