ନୂଆଦିଲ୍ଲୀ: ଏବେ କ୍ରିକେଟରୁ ଅବସର ନେଉନାହାନ୍ତି ମହେନ୍ଦ୍ର ସିଂ ଧୋନୀ। ଟିମ୍ ଇଣ୍ଡିଆର ଏହି ଭେଟେରାନଙ୍କର ବର୍ତ୍ତମାନ କ୍ରିକେଟରୁ ଅବସର ନେବାର କୌଣସି ଯୋଜନା ନାହିଁ । ବିସିସିଆଇର ଜଣେ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ । ଧୋନୀ ଆସନ୍ତା ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଏଥିପାଇଁ ସେ ୱେଷ୍ଟଇଣ୍ଡିଜ୍ ଟୁର୍ରୁ ଓହରି ଯାଇଛନ୍ତି ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ […]
ନୂଆଦିଲ୍ଲୀ:ଆଜିକୁ ଠିକ୍ ୫୦ ବର୍ଷ ତଳର କଥା। ଆଜିର ଏଇ ଦିନ-ଜୁଲାଇ ୨୦। ସେଦିନ ଥିଲା ଏକ ସ୍ୱପ୍ନଭଙ୍ଗର ମୁହୂର୍ତ୍ତ। ଥିଲା ବି ଅନେକ ସ୍ୱପ୍ନକୁ ହାତମୁଠାରେ ଧରି ରଖିବାର ମୁହୂର୍ତ୍ତ। ହଁ, ସେଦିନ ଜହ୍ନରେ ପାଦ ଥାପିଥିଲା ମଣିଷ। ଜହ୍ନକୁ ନେଇ ଦେଖୁଥିବା କେତେ ପରୀ ରାଇଜର କାହାଣୀ ସେଦିନ ମିଛ ପ୍ରମାଣିତ ହୋଇଥିଲା। ଜହ୍ନକୁ ହାତୁମୁଠାରେ ପାଇବାର ଅଭିପ୍ସା ମଧ୍ୟ ସେଦିନ ପୂରଣ ହୋଇଥିଲା। ନାସା ପକ୍ଷରୁ ପ୍ରେରଣ କରାଯାଇଥିବା ଆପୋଲୋ-୧୧ ମଣିଷକୁ ନେଇ […]
ନୂଆଦିଲ୍ଲୀ: ଦେଶର କେତୋଟି ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ। ଏହା ବ୍ୟତୀତ ଜଗଦୀପ ଧନଖର ହୋଇଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ। ରମେଶ ବଇସ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ସେହିପରି ଆର ଏନ ରବି ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।
ଲକ୍ଷ୍ନୌ: ଆଜିର ଯୁଗରେ ମୋବାଇଲ୍ ନାହିଁ ତ କିଛି ନାହିଁ। ଯଦି ହାତରେ ମୋବାଇଲ୍ ଅଛି, ତା’ହେଲେ ସାରା ଦୁନିଆ ହାତରେ ରହିଛି। କିନ୍ତୁ ମୋବାଇଲ୍କୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କଲେ ତାହା ଖରାପ ପ୍ରଭାବ ପକାଇଥିଏ। ଏହା ଅନେକ ମାନସିକ ରୋଗର କାରଣ ହୋଇଥାଏ। ଏବେ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ସବୁ ସ୍ଥାନରେ କାଉନ୍ସେଲିଂ ସେଣ୍ଟର […]
ଅମୃତସର: ଗତ ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଏହା ସହିତ ସେ ଇସ୍ତଫାପତ୍ରଟିକୁ ରାଜ୍ୟପାଳ ବିଜୟେନ୍ଦର ପଲ ସିଂହଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ କେବଳ ଗୋଟିଏ ଧାଡ଼ି ଲେଖିଛନ୍ତି। କେଳବ ଇସ୍ତଫା ଦେଉଛନ୍ତି ବୋଲି ସିଦ୍ଧୁ ଲେଖିଥିବା […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସୋନଭଦ୍ରା ଜମିଜମା ଗଣ୍ଡଗୋଳରେ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ପରିବାରକୁ ଶେଷରେ ଭେଟିଲେ ପ୍ରିୟଙ୍କା ଗାନ୍ଧି। ମିର୍ଜାପୁର ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଚୁନାର ଅତିଥି ଭବନକୁ ଆଣିଥିଲା। ସଠାରେ ସେମାନେ ପ୍ରିୟଙ୍କାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଗୁଳିକାଣ୍ଡ ସଂପର୍କରେ ଆଲୋଚନା ହୋଇଥିଲା। ଏହି ଘଟଣାରେ ପୋଲିସ ଓ ରାଜ୍ୟ ସରକାର ମୃତକଙ୍କ ପରିବାର ପ୍ରତି ଅନ୍ୟାୟ ଓ ଅବହେଳା କରିଥିବା ପ୍ରିୟଙ୍କା କହିଛନ୍ତି । ତେବେ ସେ ମାତ୍ର ଦୁଇଜଣ ମୃତକଙ୍କ […]
ଚେନ୍ନାଇ:ଚେନ୍ନାଇର ଏଇ ଯୁବକଙ୍କୁ ନେଇ ଆଜି ସବୁ ଆଡେ ଚର୍ଚ୍ଚା। ସେମିତି କିଛି କାମ ବି ସେ କରିଛନ୍ତି। ନିକଟରେ ସୋସାଲ ମିଡିଆ ଇନ୍ଷ୍ଟାଗ୍ରାମରେ ଥିବା ବଡ ଧରଣର ତ୍ରୁଟିକୁ ସେ ଖୋଜି ବାହାର କରିଛନ୍ତି। ଏହି କାମ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୩୦ ହଜାର ଡଲାର (୨୦ ଲକ୍ଷ ଟଙ୍କା) ଦିଆଯାଇଛି। ଯୁବକଙ୍କ ନାଁ ଲକ୍ଷ୍ମଣ ମୁଥୈୟା। ସେ ଜଣେ ସିକ୍ୟୁରିଟି ରିସର୍ଚ୍ଚର। ଲକ୍ଷ୍ମଣ କହିଥିଲେ ଯେ, ଇନ୍ଷ୍ଟାଗ୍ରାମରେ ଥିବା ଏହି ତ୍ରୁଟି ଯୋଗୁ […]
ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ସବୁ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ, ସେ ବିଷୟରେ ଆଜି ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ଗତ ୪ ବର୍ଷ ହେଲା ପ୍ରତି ସ୍ୱାଧୀନତା ଦିବସ ପାଇଁ ମୋଦି ଏଭଳି ମତାମତ ଆହ୍ୱାନ କରି ଆସୁଛନ୍ତି। ସ୍ୱାଧୀନତା ଦିବସରେ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଆଜି ମୋଦି ଟ୍ୱିଟ କରି କହିଛନ୍ତି, “ଅଗଷ୍ଟ ୧୫ ଦିନ ମୋ ଉଦ୍ବୋଧନ ପାଇଁ ମୁଁ ସମସ୍ତଙ୍କ ମତାମତ […]
ମୁମ୍ବାଇ: ମହାରାଷ୍ଟ୍ରର ଜଣେ ମୋଟରମ୍ୟାନ୍ଙ୍କର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ଟ୍ରେନ୍ ଅଟକାଇ ଟ୍ରାକ୍ ଉପରେ ପରିସ୍ରା କରୁଛନ୍ତି। ଏହା ପରେ ଟ୍ରେନ୍ର ମୋଟରମ୍ୟାନ୍ ଏବଂ ଗାର୍ଡଙ୍କ କ୍ୟାବିନ୍ରେ ପରିସ୍ରାଗାର ନିର୍ମାଣର ଆବଶ୍ୟକତା ଅଛି ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁଧବାର ଉଲ୍ଲାସନଗର ଷ୍ଟେସନ୍ ଏବଂ ବିଠଲୱାଡି ଷ୍ଟେସନ୍ ମଧ୍ୟରେ ଏଭଳି ଏକ ଘଟଣା ଘଟିଥିଲା। ଟ୍ରେନ୍ଟି ସେତେବେଳେ ମୁମ୍ବାଇ ଆଡ଼କୁ ଯାଉଥିଲା। ଏହି ଭାଇରାଲ ଭିଡିଓ ଶୁଟ୍ କରିଥିବା […]
ନୂଆଦିଲ୍ଲୀ:ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଏବଂ ସଲମାନ ଖାନ୍ଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ଦୁନିଆର ସବୁଠୁ ଅଧିକ ଚର୍ଚ୍ଚିତ ଭାରତୀୟ । ବ୍ରିଟେନ ସ୍ଥିତ ୟୁଗଭ(YouGov) ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ ମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ଚର୍ଚ୍ଚତ ବ୍ୟକ୍ତିତ୍ୱକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବିଶ୍ଵ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ନମ୍ୱର ସ୍ଥାନରେ ରହିଛନ୍ତି।ରାଜନେତା ଭାବରେ ମୋଦି ହିଁ ଭାରତରୁ […]
ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମେଣ୍ଟ ସରକାରର ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କହିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ତାଙ୍କ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ସାଂସଦ ନାସିର ହୁସେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାରରେ ରାଜ୍ୟପାଳ ହସ୍ତକ୍ଷେପ କରି ପାରିବେ ନାହିଁ। ରାଜ୍ୟପାଳ ଏକ ଦଳର ଏଜେଣ୍ଟ ଭାବରେ କାମ କରୁଛନ୍ତି। ସୂଚନାଯୋଗ୍ୟ, ଗତକାଲି […]
ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ଶିବଲେଖଙ୍କ କାର୍ ଓ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଶିବଲେଖଙ୍କ ସହିତ ତାଙ୍କ ବାପାମା’ ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା […]
ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା ଏବଂ କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା ହେବ। କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦେବ ଫ୍ଲୋର୍ ଟେଷ୍ଟ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା […]
ବେଙ୍ଗାଲୁରୁ: ଦେଶ ଛାଡି ଫେରାର ହେବାକୁ ପ୍ରସ୍ତୁତ ହେଉଥିବା ସସପେଣ୍ଡ କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ କର୍ଣ୍ଣାଟକ ଏସଆଇଟି ଅଟକ ରଖିଛି। ବେଙ୍ଗାଲୁରୁର ଆନ୍ତର୍ଜାତିକ ବିମାନ ବନ୍ଦରରୁ ପଳାୟନ କରିବାକୁ ଉଦ୍ୟମ କରୁଥିବା ବେଳେ ଏସଆଇଟି ପକ୍ଷରୁ ରୋଶନଙ୍କୁ ଅଟକ ରଖାଯାଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଆଏମଏ ଚିଟଫଣ୍ଡ ଠକେଇ ଘଟଣାରେ ରୋଶନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଗତକାଲି ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ […]
ଗୁଆହାଟୀ: ଅବିଶ୍ରାନ୍ତ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆସାମରେ ସୃଷ୍ଟି ହୋଇଥିବା ବନ୍ୟାରେ ୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିନକୁ ଦିନ ସ୍ଥିତି ବିପଦଜ୍ଜନକ ହେଉଥିବାରୁ ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ […]
ଦିସପୁର: ଆସାମରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨୮ରୁ ଅଧିକ ଜିଲ୍ଲା ପାଣି ଘେରରେ ରହିଛନ୍ତି। ୩ ହଜାର୧୮୧ଟି ଗାଁ ସହ ପ୍ରାୟ ୧୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ବନ୍ୟା ଏବେ ଲୋକଙ୍କୁ ପ୍ରଭାବିତ କରିଛି। ଏଥିରେ ବାର୍ପେଟା ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଅସ୍ଥିରତା ଏବେ ବି ଲାଗି ରହିଛି। ଆସନ୍ତା ଗୁରୁବାର ୧୧ଟାରେ ଆସ୍ଥା ଭୋଟ ହେବ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସରକାରଙ୍କ ବହୁମତ ସାବ୍ୟସ୍ତ କରିବା ପାଇଁ ଆସ୍ଥା ଭୋଟ ନିବେଦନ କରିଥିଲେ। ସେପଟେ ବିରୋଧୀ ବିଜେପି ମଧ୍ୟ ବାଚସ୍ପତିଙ୍କୁ ଭେଟିଥିଲେ। ବିଜେପିର ସମସ୍ତ ୧୦୫ ବିଧାୟକ ବିଧାନସଭା ପହଞ୍ଚିଥିଲେ ଏବଂ ଏକ ସ୍ୱତନ୍ତ୍ର ବସ୍ ଯୋଗେ […]
ପ୍ରୟାଗରାଜ, ୟୁପି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଯୋୖନପୁର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କ ବିବାହ ଆଇନସମ୍ମତ। ଆହ୍ଲାବାଦ କୋର୍ଟ ମାମଲାର ଶୁଣାଣି କରି ଏହି ବାହାଘରକୁ ଆଇନସମ୍ମତ ବୋଲି ଘୋଷଣା କରିଛନ୍ତି। ଏଥିସହ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଦମ୍ପତି ଆସୁଥିବା ବେଳେ ଅଜିତେଶ ମାଡ଼ପିଟର ଶିକାର ହୋଇଥିଲେ। ହେଲେ କିଏ […]
ଲଣ୍ଡନ: କ୍ରିକେଟର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସରେ ଖେଳିବା ସୌଭାଗ୍ୟର କଥା ହୋଇଥାଏ। ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଉଛି। ଏଥିରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ଫାଇନାଲରେ କିଏ ଜିତିବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଲର୍ଡ୍ସ ମଇଦାନର ଏକ ବଡ଼ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ଯେଉଁ ଟିମ୍ ଟସ୍ ଜିତିଛି, ସେହି ଟିମ୍ ମ୍ୟାଚ୍ ହାରିଛି। ଅର୍ଥାତ୍ […]