/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741676750.jpg)
Anganwadi Workers Massive Protest
ଲୋୟର ପିଏମଜି ଗର୍ଜିଲେ । ଆଶା କର୍ମୀଙ୍କ ବିକ୍ଷୋଭରେ କମ୍ପିଲା ଆନ୍ଦୋଳନ ସ୍ଥଳ । ୧୮ ଦଫା ଦାବି ନେଇ ହଜାର ହଜାର ଆଶାକର୍ମୀ ମାନେ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା ଦେଇଛନ୍ତି । ପୂର୍ବ ସରକାର ଅମଳରେ ତାଙ୍କ ପ୍ରତି ହୋଇଥିବା ପ୍ରତାରଣାକୁ ଲୋୟର ପିଏମଜିରୁ ନୂଆ ସରକାରଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି । ଡବଲ ଇଂଜିନ ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ କରିବେ ବୋଲି ଆଶା ରଖିଛନ୍ତି ଆଶାକର୍ମୀମାନେ।
ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା । ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା । ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା । ମାସିକ ୧୦ ହଜାର ଟଙ୍କା ପେନସନ । ଇପିଏଫ । ଇଏସଆଇ ସହ ଗ୍ରାଚ୍ୟୁଇଟି ଲାଗୁ ଓ ପ୍ରସବ କାଳୀନ ସବୈତନିକ ଛୁଟି ପାଇଁ ଆଶା କର୍ମୀ ଦାବି କରିଛନ୍ତି । ଏହି ସମସ୍ତ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବୁଛନ୍ତି କି ବାଂଲା ଅନୁପ୍ରବେଶକାରୀ ?
ସେପଟେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ମଧ୍ୟ ବିକ୍ଷୋଭ କରିଛି । ଲୋୟର ପିଏମଜିରେ ଧାରଣା ଦେଉଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ । ବିଶାଳ ସମାବେଶରେ ଆସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବାବେଳେ ନୂଆ ସରକାର ସେମାନଙ୍କ କଥା ଶୁଣିବେ ବୋଲି ଆଶାବାଦୀ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)