ଭୁବନେଶ୍ୱର: ମାନ୍ଦାବସ୍ଥାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିବାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅଟୋମୋବାଇଲ ଶିଳ୍ପ। ଗତ ୧୧ମାସ ହେଲା ଗାଡି ବିକ୍ରି ଲଗାତର କମିବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ମାସରେ ୨୨. ୪୧ ପ୍ରତିଶତ ଗାଡି କମ୍ ବିକ୍ରି ହୋଇଛି। ଗତବର୍ଷ ସେମ୍ବେର ମାସରେ ୨୫ ଲକ୍ଷ ୮୪ ହଜାର ୬୨ଟି ଗାଡି ବିକ୍ରି ହୋଇଥିବା ବେଳେ ଚଳିତ ସେମ୍ବେରରେ ୨୦ଲକ୍ଷ ୪ହଜାର ୯୩୨ଟି ଗାଡି […]
ଚେନ୍ନାଇ: ଆଜିଠାରୁଦୁଇ ଦିନିଆ ଭାରତ ଗସ୍ତରେ ଆସି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନଔପଚାରିକ ଆଲୋଚନା କରିବେ। ସ୍ୱତନ୍ତ୍ର ବିମାନରେ ଜିନିପଙ୍ଗ ଆଜି ଚେନ୍ନାଇରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା। ସନ୍ଧ୍ୟା ବେଳେ ମୋଦି ଓ ଜିନପିଙ୍ଗ ମାଲାପୁରମର ଐତିହ୍ୟ ବୁଲି ଦେଖିବେ। ତେବେ ଦୁଇ ଦିନର ଅନଔପଚାରିକ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ମିଳିତ ଭାବେ ବିବୃତି ଜାରି କରିବେ […]
ଶ୍ରୀନଗର: ଶନିବାର ଠାରୁ ଜମ୍ମୁ-କଶ୍ମୀରରେ ରହୁଥିବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ। କାରଣ ଶନିବାର ଠାରୁ କଶ୍ମୀର ଉପତ୍ୟକାରେ ପୋଷ୍ଟ ପେଡ୍ ମୋବାଇଲ ସେବା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଷ୍ଟ ପେଡ୍ ମୋବାଇଲ ସେବା ଲୋକମାନେ ପାଇବାକୁ ଥିବା ବେଳେ ଇଣ୍ଟରନେଟ୍ ସେବା ପାଇଁ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ହିଁ ଏଠାରେ ମୋବାଇଲ ସେବା ବନ୍ଦ […]
ଇରାନ: ସାଉଦି ଆରବ ଉପକୂଳ ଦେଇ ଇରାନର ସିନୋପା ନାମକ ତେଲ ଟ୍ୟାଙ୍କର ବା ଜାହାଜ ଯାଉଥିବା ବେଳେ ଆଜି ସମୁଦ୍ର ଭିତରେ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି କ୍ଷେପଣାସ୍ତ୍ର ଆସି ଟ୍ୟାଙ୍କର ଉପରେ ମାଡ଼ ହେବା ପରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସାଉଦି ଆରବ କିନ୍ତୁ ଏବାବଦରେ କିଛି ପ୍ରତିକ୍ରିୟା ରଖି ନାହିଁ। ଏବେ ଟ୍ୟାଙ୍କରଟି ସମୁଦ୍ର ଭିତରେ ଜଳୁଥିବା ସୂଚନା ରହିଛି। ଟ୍ୟାଙ୍କର ଭିତରେ ଥିବା ତେଲ ଏବେ ସମୁଦ୍ରରେ ଭାସୁଛି ବୋଲି […]
ବେଙ୍ଗାଲୁରୁ: ବଢ଼ିଲା କଂଗ୍ରେସ ନେତା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି) ଡିପାର୍ଟମେଣ୍ଟ ରେଡ୍ କରି ପାଖାପାଖି ୫ କୋଟି ଟଙ୍କା ଜବତ କରିଛି। ଆଜି ସକାଳେ ଆଇଟି ଡିପାର୍ଟମେଣ୍ଟ ଏହି ସୂଚନା ଦେଇଛି। ବେଙ୍ଗାଲୁରୁ ଏବଂ ଟୁମକୁରୁର ୨୫ଟି ସ୍ଥାନରେ ଆଇଟି ଡିପାର୍ଟମେଣ୍ଟ ରେଡ୍ କରି ଏହି ସବୁ ଟଙ୍କା ଜବତ କରିଛି। ଆଜି ସକାଳୁ ମଧ୍ୟ ବିଭିନ୍ନ […]