• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

11111
ରେଳ ଧାରଣାରୁ ମିଳିଲା ସେନା ଅଧିକାରୀଙ୍କ ଖଣ୍ଡ ବିଖଣ୍ଡିତ ଶବ

ନୂଆଦିଲ୍ଲୀ: ଦିଲ୍ଲୀ ରେଲୱେ ଷ୍ଟେସନ ଟ୍ରାକ୍‌ରୁ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀଙ୍କ ନାଁ କ୍ୟାପଟନ୍‌ ଡାକ୍ତର ଦିବାକର ପୁରୀ। ତାଙ୍କ ଘର ଦିଲ୍ଲୀର ରୋହିଣୀ ଅଞ୍ଚଳରେ। ବୟସ ୨୬ ବର୍ଷ। ସେ ସେନାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କୁ କେହି ସନ୍ଦିଗ୍ଧ ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ୟାପଟନ୍ ଦିବାକରଙ୍କ ପୋଷ୍ଟିଂ  ଦିଲ୍ଲୀରେ […]

  • Saturday, 10 July 2021
2222222222
ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ନିଖୋଜ; ଆତ୍ମହତ୍ୟା ସନ୍ଦେହ

ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା  ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ କେଫ୍‌ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଯାଉଥିଲେ। ମଝି ରାସ୍ତାରେ ନେତ୍ରାବତୀ ନଦୀ କୂଳରେ ସେ ଗାଡ଼ିରୁ ଓହ୍ଲାଇଥିଲେ।  ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବା […]

  • Saturday, 10 July 2021
222222
ସୈନିକ ସ୍କୁଲ ଖୋଲିବ ଆରଏସ୍‌ଏସ୍‌

ନୂଆଦିଲ୍ଲୀ: ସୈନିକ ସ୍କୁଲ ଖୋଲିବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍‌ଏସ୍‌ଏସ୍‌)। ଆସନ୍ତା ବର୍ଷ ଏପ୍ରିଲରୁ ଏହି ସ୍କୁଲ ଆରମ୍ଭ ହେବ। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ  ଆଗାମୀ ଦିନରେ ଭଲ ଆର୍ମି ଅଫିସର ବାହାର କରିବା । ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ। ଆରଏସଏସ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସ୍କୁଲର ନାମ ରାଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ରହିବ। ରାଜେନ୍ଦ୍ର ସିଂହ ଓରଫ ରାଜ୍ଜୁ ଭୈୟା […]

  • Saturday, 10 July 2021
111
ଆଜି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନାଟକର ଆଜି ଶେଷ ଅଙ୍କ । ଆଜି ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା । ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଅଛି ବୋଲି ସେ ବେଶ୍ ଦୃଢ଼ତାର ସହିତ କହିଛନ୍ତି । ଏହା ସହ କଂଗ୍ରେସ ଜେଡିଏସ୍ ସରକାର ଦ୍ୱାରା ଅର୍ଥ ବିଲ୍‌କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ଆସ୍ଥା ଭୋଟରେ ବିଜେପି ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ବିଜେପିର ନିଜ ବିଧାୟକ […]

  • Saturday, 10 July 2021
tulashi
ଗୁଗୁଲ୍ ବିରୋଧରେ ୫୦ ମିଲିୟନ ଡଲାରର ମକଦ୍ଦମା

ୱାଶିଂଟନ୍‌: ଆମେରିକାର ଡେମୋକ୍ରାଟିକ୍‌ ପାର୍ଟିର ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ମହିଳା ତୁଲସୀ ଗାବାର୍ଡ ‘ଗୁଗୁଲ୍’ ଉପରେ ୫୦ ମିଲିୟନ ଡଲାରର ମକଦ୍ଦମା ରୁଜୁ କରିଛନ୍ତି। ତାଙ୍କ ୨୦୨୦ ନିର୍ବାଚନ ପ୍ରଚାରରେ ଗୁଗୁଲ୍ ଭେଦଭାବ କରୁଥିବାରୁ ଓ ତାଙ୍କ ବାକ୍‌ ଅଧିକାର ଉପରେ ରୋକ ଲଗାଉଥିବାରୁ ତୁଲସୀ ଏଭଳି ମାମଲା ରୁଜୁ କରିଛନ୍ତି। ତୁଲସୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ୩୮ ବର୍ଷୀୟ ତୁଲସୀ ହାୱାଇରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। […]

  • Saturday, 10 July 2021