ନୂଆଦିଲ୍ଲୀ/ଭୁବନେଶ୍ୱର: ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଦେଶ ସାରା ଚର୍ଚ୍ଚା ଚାଲିଛି। ବିଶେଷ କରି ତାଙ୍କ ସରଳ ଜୀବନଯାପନ ସମସ୍ତଙ୍କୁ ଆକୃଷ୍ଟ କରିଥିବା ବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକ ତାଙ୍କୁ ‘ଓଡ଼ିଶାର ମୋଦି’ ବୋଲି କହୁଛନ୍ତି। ଉଭୟ ଗଣମାଧ୍ୟମ ଓ ସୋଶାଲ୍ ମିଡିଆରେ ତାଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଥିବା ବେଳେ ଆଜି ମଧ୍ୟ ଏକ ରୋଚକ କଥା ସାମ୍ନାକୁ ଆସିଛି। ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦ ଦେବାକୁ ଦଳ […]
ଡାମାସ୍କସ୍: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍ ସହରରେ ଗତକାଲି ଏକ କାର୍ ବୋମା ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସହରର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି। […]
ବେଜିଂ: ଚାଇନାର ସୋଶାଲ ମିଡିଆରେ ଉଡ଼ନ୍ତା ଥାଳିଆକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି। କୁହାଯାଉଛି ଯେ, ଚାଇନାର ବିଭିନ୍ନ ପ୍ରଦେଶର ବାସିନ୍ଦା କୁଆଡ଼େ ଆକାଶରେ ଉଡ଼ନ୍ତା ଥାଳିଆ ଭଳି କିଛି ବସ୍ତୁ ଦେଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଚାଇନା ନୌବାହିନୀ ପକ୍ଷରୁ ବୋହାଇ ସମୁଦ୍ରରେ କେତେକ ମିସାଇଲ ଓ ଅନ୍ୟାନ୍ୟ ଗୁଳିଗୋଳା ପରୀକ୍ଷଣ କରାଯାଉଥିଲା। ସମ୍ଭବତଃ ଏହାକୁ ନେଇ ଲୋକେ ଏପରି କଥା କହୁଛନ୍ତି ବୋଲି ଅନୁମାନ […]
ଇସଲାମାବାଦ: ସୌଜନ୍ୟତା ଭୁଲିଗଲା ପାକିସ୍ତାନ। ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ଅତିଥିଙ୍କୁ ଧମକ ଦେଖାଇ ଭାରତ ପ୍ରତି ନିଜର ଅସଲ ଆଭିମୁଖ୍ୟ ପାକିସ୍ତାନ ପ୍ରଶାସନ ଦେଖାଇଛି। ଗତକାଲି ଭାରତୀୟ ଦୂତାବାସ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଯୋଗ ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ପାଇଁ ପାକିସ୍ତାନର ସୁରକ୍ଷା ଅଧିକାରୀ ଏକ ଗୁପ୍ତ ନମ୍ୱରରୁ କଲ୍ କରି ଧମକ ଦେଉଥିବା […]
କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଉଛନ୍ତି, ଅନ୍ୟପଟେ ମମତାଙ୍କ ପାଖକୁ ଜୟ ଶ୍ରୀରାମ ଲେଖାଥିବା ଆହୁରି କାର୍ଡ ପଠାଇବ ବୋଲି କହିଛି ବିଜେପି। ତେବେ ଏହି ନାରା ଶୁଣି ମମତା କାହିଁକି ରାଗି ଯାଉଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୦ଲକ୍ଷ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କ ପାଖକୁ ବିଜେପି […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଜନମତ ପାଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ଏବେ ମୋଦିଙ୍କ ଫ୍ୟାନ୍ ହୋଇଯାଇଛନ୍ତି। ଏବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ କ୍ୟାଟ୍ରିନା ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କ ସହ […]
ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ବା ତ୍ରୟମାସିକରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ୫ ବର୍ଷରେ ସର୍ବନିମ୍ନ ସ୍ତର ୫.୮%କୁ ଖସିଆସିଛି। ଫଳରେ ଏହା କେନ୍ଦ୍ରରେ ମୋଦି ସରକାରଙ୍କୁ ଏକ ଝଟ୍କା ଲାଗିଥିବା କୁହାଯାଉଛି। କୃଷି ଏବଂ ଉତ୍ପାଦନ ଆଦି କ୍ଷେତ୍ରରେ ନିମ୍ନମାନର ପ୍ରଦର୍ଶନ କାରଣରୁ ଏପରି ହୋଇଥିବା କୁହାଯାଉଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୮% ଥିଲା, ଯାହାକି ଗତ ଆର୍ଥିକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ ବୈଠକରେ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଲେଖାଏ ପେନ୍ସନ୍ ମିଳିବ। ସେମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଇସ୍ତାହାରରେ ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ କରାଯାଇଥିବା ପ୍ରଧାନମନ୍ତ୍ରୀ […]
ଟୋକିଓ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଜାପାନର ଟୋକିଓଠାରେ ଏକ କାର୍ଯ୍ୟକ୍ରମରେ ଏକାଥରେ ୫ ଜଣ ମହିଳାଙ୍କ ଚୁମ୍ବନ ପାଇଥିବା ଖବର ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଏହି ସୁନ୍ଦରୀ ମହିଳାଙ୍କ ଚୁମ୍ବନ ପାଇ ସେ ‘ସମଲଙ୍ଗୀ’ ହେବାରୁ ରକ୍ଷା ପାଇଯାଇଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ମଧ୍ୟ ମଞ୍ଚ ତଳେ ଉପସ୍ଥିତ ଥିଲେ। ୭୪ ବର୍ଷ ବୟସ୍କ ରୋଡ୍ରିଗୋ ଜାପାନ୍ରେ ବସବାସ କରୁଥିବା ଫିଲିପିନୋ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହଠାତ ମଞ୍ଚ ନିକଟରେ ବସିଥିବା ମହିଳା […]