• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus_chennai214
ମାସ୍କ ନପିନ୍ଧିଲେ ଲକ୍ଷେ ଫାଇନ୍, ୨ ବର୍ଷ ଜେଲ୍

ରାଞ୍ଚି: କରୋନା ପାଇଁ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିୟମ ରହିଛି। କିନ୍ତୁ ଝାଡ଼ଖଣ୍ଡ ସରକାର କରୋନା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଝାଡ଼ଖଣ୍ଡରେ କରୋନା ନିୟମ ଉଲ୍ଲଙ୍ଘନ ଓ ମାସ୍କ ନପିନ୍ଧିବା ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୨ ବର୍ଷର ଜେଲ୍ ହୋଇପାରେ। ଝାଡ଼ଖଣ୍ଡ କ୍ୟାବିନେଟ୍‌ ବୁଧବାର ସଂକ୍ରମକ ରୋଗା ଅଧ୍ୟାଦେଶ-୨୦୨୦ ପାରିତ କରିଛି। ଏଥିରେ କୁହାଯାଇଛି, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଙ୍ଘନ ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ […]

  • Tuesday, 06 July 2021
santosh-babu
ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର

ହାଇଦ୍ରାବାଦ: ଗଲୱାନ ହିରୋ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ବାବୁ ହେଲେ ଡେପୁଟି କଲେକ୍ଟର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ହାଇଦ୍ରାବାଦ୍ କଲେକ୍ଟର ଶ୍ୱେତା ମହାନ୍ତି ସନ୍ତୋଷୀଙ୍କୁ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ଏକ ଫ୍ଲାଟର କାଗଜପତ୍ର ପ୍ରଦାନ କରିଛନ୍ତି। ସନ୍ତୋଷୀଙ୍କ ଦୁଇ ନାବାଳକ ପିଲା ଥିବାରୁ ହ୍ରାଇଦ୍ରାବାଦ୍ ଆଖପାଖରେ ତାଙ୍କ ନିଯୁକ୍ତି କରିବା ଲାଗି କୁହାଯାଇଛି। ସେହିପରି ସେ କିଭଳି ପ୍ରଶାସନିକ ସେବା ତାଲିମ ପାଇବେ, […]

  • Tuesday, 06 July 2021
tea
ମହଙ୍ଗା ହେବ କପେ ଚା' !

ନୂଆଦିଲ୍ଲୀ: ଏଥର ମହଙ୍ଗା ହେବ ଚା’ କପ୍‌। କାରଣ ବର୍ଷାରେ ଏଥର ଚା’ ଚାଷକୁ ପ୍ରବଳ କ୍ଷତି ପହଞ୍ଚାଇଛି। ବର୍ଷାରେ ପାଖାପାଖି ୨୦ କୋଟି କିଲୋଗ୍ରାମ ଚା’ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଫଳରେ ନିଲାମି ଭାଉ ବଢ଼ିବାରୁ ବଜାରରେ ଚା’ର ଦାମ୍ କିଲୋପ୍ରତି ୧୦୦ ଟଙ୍କା ହୋଇଛି। ତେଣୁ ଚା କପ୍‌ର ମୂଲ୍ୟ ବଢ଼ିପାରେ ବୋଲି କୁହାଯାଇଛି। ବିଭିନ୍ନ କମ୍ପାନୀ ମଧ୍ୟ ଚା’ ପକେଟ୍‌ ୧୦ରୁ ୧୫ ପ୍ରତିଶତ ଲେଖାଏ ବୃଦ୍ଧି କରିଛନ୍ତି। ମିଳିଥିବା […]

  • Tuesday, 06 July 2021
netindian_2020-07_2756e154-a836-4e79-be2b-fd162c4ac28f_56a7f8904c765625416776e2db103dcd
ଆସାମ ସ୍ଥିତି ସଙ୍ଗୀନ, ୮୯ ମୃତ

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ବନ୍ୟା ଯୋଗୁଁ ଆସାମରେ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ୩୩ରୁ ପ୍ରାୟ ୨୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ ବିହାର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି […]

  • Tuesday, 06 July 2021
narayan
କଂଗ୍ରେସକୁ ପୁଣି ଝଟ୍‌କା

ଭୋପାଳା: ରାଜସ୍ଥାନରେ କଂଗ୍ରେସକୁ ସଚିନ ପାଇଲଟଙ୍କ ନାଁରେ ଶକ୍ତ ଆଘାତ ଲାଗିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। କଂଗ୍ରେସ ବିଧାୟକ ନାରାୟଣ ପଟେଲ୍‌ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରେଟେମ୍ ସ୍ପିକର ରାମେଶ୍ୱରଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ନାରାୟଣ। ସ୍ପିକର ମଧ୍ୟ ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିନେଇଛନ୍ତି। ତେବେ ନାରାୟଣ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଗୁନାର ଆଉ ଜଣେ ନେତା […]

  • Tuesday, 06 July 2021
aiims
ଧାରଣାରେ ବସିଲେ ଏମ୍ସର ୪୦୦ ନର୍ସ

ପାଟଣା: କରୋନା ଯୋଗୁ ବେହାଲ୍ ହୋଇଛି ବିହାର ସ୍ଥିତି। ରାଜ୍ୟରେ କରୋନା ରୋଗୀଙ୍କୁ ବେଡ୍ ମିଳିପାରୁନାହିଁ। ଅନ୍ୟପଟେ ଯେଉଁମାନଙ୍କୁ ବେଡ୍ ମିଳୁଛି, ସେମାନଙ୍କୁ ସ୍ୱାସ୍ଥ୍ୟଜନିତ କୌଣସି ସୁବିଧା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି। ଏହା ମଧ୍ୟରେ ପାଟଣା ଏମ୍ସର ୪୦୦ଜଣ ଚୁକ୍ତିପ୍ରାପ୍ତ ନର୍ସ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ପାଟଣା ଏମ୍ସ ଏକମାତ୍ର କେନ୍ଦ୍ରୀୟ ହସ୍ପିଟାଲ୍, ଯେଉଁଠାରେ ଅନେକ ଭିଭିଆଇପି କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି। ଧାରଣାରେ ବସିଥିବା ନର୍ସ ନିଜର ଚାକିରିକୁ ସୁରକ୍ଷିତ, ଦରମା […]

  • Tuesday, 06 July 2021
amitabha
ଅମିତାଭଙ୍କ କରୋନା ରିପୋର୍ଟକୁ ନେଇ ଗୁଜବ, ଟ୍ୱିଟ କରି ସ୍ପଷ୍ଟ କଲେ BIG B

ନୂଆଦିଲ୍ଲୀ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି! ସେ ଖୁବ୍‌ଶୀଘ୍ର ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ! ଏପରି ଏକ ଗୁଜବ ଖବର ଭାଇରାଲ୍‌ ହେବା ପରେ ଏଥିରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତାଭ।  ଏ ନେଇ ବୁଧବାର ସେ ଟ୍ୱିଟ୍ କରି ଖବରକୁ ମିଛ ବୋଲି କହିଛନ୍ତି। ଜୁଲାଇ ୧୧ ତାରିଖ ରେ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେବେଠୁ ସେ ମୁମ୍ବାଇର ନାନାବତୀ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି। […]

  • Tuesday, 06 July 2021
lalkila
ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡ୍‌ଲାଇନ୍ ଜାରି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି। ଗାଇଡଲାଇନ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ। ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ କାଟଛାଣ୍ଟ ହେବ ସ୍ୱାଧୀନତା ଦିବସ ଉତ୍ସବ। ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ ହେବା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ  ଉତ୍ସବ ଶେଷ ହେବ। ରାଜ୍ୟସ୍ତରରେ ମଧ୍ୟ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ […]

  • Tuesday, 06 July 2021
swarupanand-saraswati
'ରାମ ମନ୍ଦିର ଭୂମି ପୂଜା ପାଇଁ ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତ ଅଶୁଭ'

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ। ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତକୁ ଅଶୁଭ ବୋଲି ସେ ଦର୍ଶାଇଛନ୍ତି। ଶ୍ରୀରାମଙ୍କ ମନ୍ଦିର ସଠିକ ଭାବେ ନିର୍ମାଣ ହେଉ ଏବଂ ଭୂମି ପୂଜନ ଶୁଭ ବେଳାରେ ହେଉ ବୋଲି ସେ କହିଛନ୍ତି। ତାଙ୍କୁ ରାମ ମନ୍ଦିର ଟ୍ରଷ୍ଟିରେ କୌଣସି ପଦ ପଦବୀ ଦରକାର ନଥିବା ମଧ୍ୟ ସେ କହିଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୨ ଟା […]

  • Tuesday, 06 July 2021
ashok-gehelot
ରାଜସ୍ଥାନ ରାଜନୀତି: କାହିଁକି ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଛନ୍ତି ଗେହଲୋଟ ସରକାର ?

ଜୟପୁର: ରାଜସ୍ଥାନରେ ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀ ଓ ଗେହଲୋଙ୍କ ଗୋଷ୍ଠୀଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଓ ରାଜସ୍ଥାନ ହାଇକୋର୍ଟରେ ଆଇନଗତ ଲଢେଇ ଜାରି ରହିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ପାଇଲଟ। ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଗେହଲୋଟ କହିଛନ୍ତି “ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ବସିବ। ସଂଖ୍ୟାଗରିଷ୍ଠତା ହାସଲ କରିବାପାଇଁ ଯଥେଷ୍ଟ ବିଧାୟକ ଆମ ପାଖରେ ରହିଛି। ସବୁ କଂଗ୍ରେସ ବିଧାୟକ ଏକାଠି […]

  • Tuesday, 06 July 2021
earthquake-8 (1)
ଦେଶରେ ୨ଟି ସ୍ଥାନରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ସାରା ଦେଶ ଏବେ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ ରହିଛି। ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏସବୁ ଭିତରେ ବାରମ୍ବାର ଭୂକମ୍ପର ଝଟ୍‌କା ଲୋକଙ୍କୁ ଆହୁରି ଭୟଭୀତ କରାଇଛି। ଦେଶରେ ୨ଟି ସ୍ଥାନରେ ପୃଥକ ପୃଥକ ଭୂକମ୍ପ ହୋଇଛି। National Center for Seismology(NCS)ର ସୂଚନା ଅନୁସାରେ, ଆଜି ଭୋର ୫ଟା ୧୧ମିନିଟ୍‌ରେ ଜାମ୍ମୁ-କାଶ୍ମୀରର କତ୍ରାରେ […]

  • Tuesday, 06 July 2021
fire
ପ୍ରେମିକଙ୍କୁ ପାନେ ଦେବା ପାଇଁ ପ୍ରେମିକା କଲା ଏମିତି ପ୍ଲାନିଂ, ହେଲେ...

ନ୍ୟୁୟର୍କ: ପ୍ରେମରୁ ପ୍ରତାରଣା ଆଉ ପ୍ରତାରଣାରୁ ପ୍ରତିଶୋଧ। ପ୍ରତିଶୋଧର ନିଆଁ ଥରେ ମନରେ ଜଳିଲେ ଲିଭାଇବା ତ କଷ୍ଟ। ତେବେ ସେଇ ନିଆଁ  କେତେବେଳେ କିପରି ଭୟଙ୍କର ରୂପ ନେବ କହିହେବନି । ଆମେ ଏଠି ଏମିତି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ, ଯିଏ ପ୍ରତିଶୋଧ ନିଆଁରେ ଜଳି ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହା ତାଙ୍କ ପାଇ ମହଙ୍ଗା ପଡିଛି। ଆମେରିକାର ମେଡିସନ୍ (Madison) ସହରରେ ଜଣେ ଝିଅ ନିଜର ପୂର୍ବ ପ୍ରେମିକର ପ୍ରତିଶୋଧ […]

  • Tuesday, 06 July 2021
lightning
ମୋବାଇଲ୍‌ରେ‌ କରୁଥିଲେ ଭିଡିଓ ରେକର୍ଡିଂ, ହଠାତ୍‌ ମାରିଲା ବିଜୁଳି...

ନ୍ୟୁୟର୍କ: ବିଜୁଳି ମାରିବା ସମୟରେ ଅନେକ ଲୋକ ଡରି ଯାଆନ୍ତି। ବେଳେ ବେଳେ ଏହା ଏତେ ଜୋରରେ ଶବ୍ଦ କରିଥାଏ ଯେ, ଲୋକମାନେ ଏହି ଶବ୍ଦ ଶୁଣି ଭୟଭୀତ ହୋଇଯାଆନ୍ତି। ହେଲେ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ପାଇଁ ସମସ୍ତେ ଚାହାଁନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ  ଭାଇରାଲ ହୋଇଛି, ଯେଉଁଥିରେ ବିଜୁଳି ମାରୁଥିବାର ଦୃଶ୍ୟକୁ କଏଦ କରାଯାଇଛି। ନ୍ୟୁୟର୍କ ସ୍ଥିତ Statue of Libertyର ପଛ ପଟରେ ବିଜୁଳି ମାରୁଥିବାର […]

  • Tuesday, 06 July 2021
father
ତାନ୍ତ୍ରିକ କଥାରେ ପଡ଼ି ୫ ସନ୍ତାନଙ୍କୁ ହତ୍ୟା କଲେ ବାପା

ଜିନ୍ଦ: ଜଣେ ପିତା ନିଜ ସନ୍ତାନ ପ୍ରତି ଏତେ ବର୍ବର ହୋଇପାରେ ! ହରିୟାଣାର ଜିନ୍ଦ ଜିଲ୍ଲାରେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିନ୍ଦ  ଜିଲ୍ଲାର ଦିଦୱାରା ଗ୍ରାମରେ ଜଣେ ବ୍ୟକ୍ତି ତାନ୍ତ୍ରିକ ନିର୍ଦ୍ଦେଶରେ ନିଜ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗୋଟିଏ ଗୋଟିଏ କରି ୫ ସନ୍ତାନକୁ ହତ୍ୟା କରିଛନ୍ତି। ଘଟଣା ଥିଲା ଏମିତି। ଜୁଲାଇ ୧୭ ତାରିଖ ଦିଦୱାରା ଗ୍ରାମର ବାସିନ୍ଦା ଜୁମ୍ମାଙ୍କର ଦୁଇ ଝିଅ […]

  • Tuesday, 06 July 2021
29IN-LT-KULBHUSHANJADHAV
ପାକ୍‌ର ନୂଆ ଚାଲ୍‌, କୁଳଭୂଷଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କଲା

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯାଇଛି। ପାକିସ୍ତାନ ଏବେ ନୂଆ ଚାଲ୍ ଦେଖାଇ କୁଳଭୂଷଣଙ୍କ ଆଇନଗତ ସହାୟତା ଲାଗି ସମସ୍ତ ରାସ୍ତ ବନ୍ଦ କରିଦେଇଛି। କୂଳଭୂଷଣଙ୍କ ସହାୟତା ଲାଗି ଭାରତ ପକ୍ଷରୁ କରାଯାଉଥିବା ପ୍ରତ୍ୟେକ ପ୍ରୟାସରେ ପାକିସ୍ତାନ ବାଧା ସୃଷ୍ଟି କରୁଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବା ଅନୁଯାୟୀ, କାଉନସିଲର ଅଧିକାରୀଙ୍କୁ କୁଳଭୂଷଣଙ୍କ ଆଇନଗତ ଦସ୍ତାବିଜ ନେବାକୁ […]

  • Tuesday, 06 July 2021
assam
ଆସାମ ପାଇଁ ୩୪୬ କୋଟି ଟଙ୍କାର ସହାୟତା

ଗୌହାଟୀ: ବନ୍ୟାରେ ଆସାମ ସ୍ଥିତି ବେହାଲ ହୋଇପଡ଼ିଛି। ରାଜ୍ୟରେ ବନ୍ୟାର ବିତ୍ପତ୍ତିକୁ ଆଖି ଆଗରେ ରଖି କେନ୍ଦ୍ର ୩୪୬ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆସାମରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି। ବନ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସାମରେ ବ୍ରହ୍ମପୁତ୍ର ନଦୀ ଭୀଷଣ ରୂପ ଧରି ସବୁକିଛି […]

  • Tuesday, 06 July 2021
ନଦୀ ଭିତରେ ସେଲ୍‌ଫି ନେଉଥିଲେ, ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି

ଭୋପାଳ: ନଦୀ ଭିତରେ ପଥର ଉପରେ ବସି ସେଲ୍‌ଫି ନେଉଥିଲେ, ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁ ନଦୀ ଭିତରେ ଫସିଗଲେ ଦୁଇ ଯୁବତୀ। ମଧ୍ୟପ୍ରଦେଶ ଜିଲ୍ଲାରେ ଏହି ଘଟଣା ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁସାରେ, ୬ରୁ ୮ ଜଣ ଯୁବତୀ ମଧ୍ୟପ୍ରଦେଶ ଚିନ୍ଦଓ୍ୱାରା ଜିଲ୍ଲା ବେଲଖେଡି ଗାଁ ଦେଇ ଯାଇଥିବା ପେଞ୍ଚ ନଦୀ କୂଳକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। କରୋନା […]

  • Tuesday, 06 July 2021
fighter
କରୋନା ସହ ଲଢିବାର କ୍ଷମତା ଭାରତର ରହିଛି-WHO

ଜେନେଭା: ବିଶ୍ୱର ୧୮୦ ଦେଶରେ ବ୍ୟାପିଛି କରୋନା। ଦେଢ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ପାର କରିଗଲାଣି। ଚୀନର ଉହାନ ସହରରୁ ବ୍ୟାପିଥିବା ଏଇ କରୋନା ଭାଇରସ୍‌ର ପ୍ରକୋପ ଆମେରିକାରେ ସବୁଠାରୁ ବେଶି ଦେଖିବାକୁ ମିଳିଛି। ଏହା ପରେ ବ୍ରାଜିଲ ଏବଂ ଭାରତରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି।  ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏକ ତଥ୍ୟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି,କରୋନା ଭାଇରସ […]

  • Tuesday, 06 July 2021