• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sa-15
ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ମାନ୍ୟତା ଦେବାକୁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ଆଜି କଂଗ୍ରେସ ଲୋକସଭାରେ ପ୍ରସ୍ତାବ ଦେଇଛି। କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ସରକାରଙ୍କ ନିକଟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ଏଥିସହ ସେ ଅଭିନନ୍ଦନଙ୍କୁ ସରକାର ବୀର ସମ୍ମାନରେ ସମ୍ମାନିତ କରନ୍ତୁ ବୋଲି ମଧ୍ୟ କହିଛନ୍ତି। ଲୋକସଭାରେ ନିଜର ମତ ରଖି ଶ୍ରୀ ଚୌଧୁରୀ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଦେଶ […]

  • Saturday, 10 July 2021
bsnl
ବିଏସ୍‌ଏନ୍‌ଏଲ୍‌ ହେଲା ଦେବାଳିଆ: କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ !

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନଏଲ୍‌ ଏବେ ଘାଟାରେ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଜୁନ୍‌ ମାସରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ। ଏପରିକି ଯଦି କେନ୍ଦ୍ର ସରକାର ସହଯୋଗ ନ କରିବେ, ତା’ହେଲେ କମ୍ପାନୀ ଆଗକୁ ଆଉ ସେବା ଯୋଗାଇ ପାରିବ ନାହିଁ। କମ୍ପାନୀ ପକ୍ଷରୁ sos ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ଗୁହାରି କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ “କମ୍ପାନୀ ପାଖରେ ଟଙ୍କା […]

  • Saturday, 10 July 2021
adhir-ranjan-chowdhury
ମୋଦିଙ୍କୁ ‘ଗନ୍ଦି ନାଲି’ କହି କ୍ଷମା ମାଗିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗନ୍ଦି ନାଲି’ ବା ‘ଅଳିଆ ଆବର୍ଜନାପୂର୍ଣ୍ଣ ନାଳ’ ସହ ତୁଳନା କରିବା ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏଥିପାଇଁ କ୍ଷମା ମାଗିଛନ୍ତି। “ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ, ତାଙ୍କୁ ମୋର ମନ୍ତବ୍ୟ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି” ବୋଲି କହିଛନ୍ତି। ତାଙ୍କର ହିନ୍ଦୀ ଭାଷାରେ ଦକ୍ଷତା କମ୍। ଏଥିପାଇଁ ଏପରି ଭୁଲ୍‌ ହୋଇଛି ବୋଲି ଅଧୀର କହିଛନ୍ତି। ସୂଚନାଯୋଗ୍ୟ, ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ […]

  • Saturday, 10 July 2021
mo bus
ଆନ୍ଦୋଳନକୁ ଓହ୍ଲାଇଲେ କର୍ମଚାରୀ, ସହରରେ ‘ମୋ ବସ୍‌’ ସେବା ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରରେ ମୋ ବସ କର୍ମଚାରୀମାନ ବିଭିନ୍ନ ଦାବି ନେଇ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।  ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ କର୍ମଚାରୀମାନ ଦାବି କରିଛନ୍ତି। ମୋ ବସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସହରରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଥାଉ କି, ଗତବର୍ଷଠାରୁ ମୋ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ଏବେ ରାଜଧାନୀ […]

  • Saturday, 10 July 2021
akhilesh-mayawati-
ଜାନୁଆରୀରେ ମିତ୍ର ହେଲେ, ଜୁନରେ ପୁଣି ମୁହଁ ମୋଡିଲେ

ଲକ୍ଷ୍ନୌ: ଜାନୁଆରୀରେ ମିତ୍ର ହୋଇଥିଲେ।  ଜୁନରେ ମୁହଁମୋଡ଼ି ପୁଣି ପରସ୍ପରର ଶତ୍ରୁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମୋଦି ହାଓ୍ୱାରେ ବ୍ରେକ୍ ଲଗାଇବା ପାଇଁ ଭତିଜା ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ବୁଆ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏକାଠି ହୋଇଥିଲେ। ଏବେ ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବା ସଙ୍ଗେସଙ୍ଗେ ପରାଜୟ ପାଇଁ ଅଖେଲଶଙ୍କ ନେତୃତ୍ୱକୁ ଦାୟୀ କରି […]

  • Saturday, 10 July 2021
congress strike
ଶଗଡ଼ରେ ଚଢ଼ି ତୈଳ ଦର ବୃଦ୍ଧି ପ୍ରତିବାଦରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ,ହଠାତ୍ ପ୍ରଚଣ୍ଡ ଶଦ୍ଦ . .

ମୁମ୍ବାଇ : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିରୋଧ ପ୍ରଦର୍ଶନ ସମୟରେ ବଡ଼ ଅଘଟଣ । ମହାରାଷ୍ଟ୍ରରେ ଶଗଡ଼ ଗାଡ଼ିରେ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ । ହେଲେ ହଠାତ୍ ଭାଙ୍ଗି ପଡ଼ିଥିଲା ଶଗଡ଼ ଗାଡ଼ି । ଫଳରେ ଏହି ଅଘଟଣା ଅନେକ କଂଗ୍ରେସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।

japan-train-1
ପୋକ ପାଇଁ ଅଟକିଗଲା ୨୬ ଟ୍ରେନ୍

ନୂଆଦିଲ୍ଲୀ: ଜାପାନର ଲୋକ ଟାଇମ ମ୍ୟାନେଜମେଣ୍ଟ ପାଇଁ ବହୁତ ଜଣାଶୁଣା। ଏଠାରେ ମେଟ୍ରୋ, ରେଲୱେ ସବୁ କିଛି ଠିକ୍ ଟାଇମରେ ଚାଲେ। କିନ୍ତୁ ରବିବାର ୨୬ରୁ ଅଧିକ ଟ୍ରେନ ଅଟକି ଯାଇଥିଲା। ରେଲଓ୍ୱେ ସେବା ଯୋଗାଉଥିବା କମ୍ପାନୀ କୟିଶୁର ସୂଚନା ଅନୁଯାୟୀ ବିଦ୍ୟୁତ ସେବା ଫେଲ୍ ହେବାରୁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା। ଖବର ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଜାପାନରେ ଏକ ଛୋଟିଆ ପୋକ ପାଇଁ ସର୍ଟ ସର୍କିଟ ହୋଇଥିଲା। ପରିଣାମ ସ୍ୱରୂପ […]

  • Saturday, 10 July 2021
masood
ବିସ୍ଫୋରଣରେ ଆତଙ୍କବାଦୀ ମାସୁଦ୍ ଆଝାର ଗୁରୁତର!

ଇସଲାମାବାଦ: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାର ଗୁରୁତର ଆହତ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ ରାଓ୍ୱଲପିଣ୍ଡିରେ ଥିବା ଆର୍ମି ହସ୍ପିଟାଲରେ ବିସ୍ଫୋରଣ ହେବା ଯୋଗୁ ଆତଙ୍କବାଦୀ ମାସୁଦ୍ ସମେତ ୧୦ ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଆର୍ମି ହସ୍ପିଟାଲରେ ମାସୁଦ୍ ଆଝାର ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା। ତେଣୁ ବିସ୍ଫୋରଣ ବେଳେ ହସ୍ପିଟାଲରେ ଥିଲା ବୋଲି ସୋଶାଲ ମିଡିଆରେ ପ୍ରକାଶ […]

  • Saturday, 10 July 2021
pic2
ପରଲୋକରେ ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଆଇପିଏସ ଅଫିସର ତଥା ତାମିଲନାଡୁର ପୂର୍ବତନ ଡିଜିପି ଭିଆର ଲକ୍ଷ୍ମୀନାରାୟଣ। ଚେନ୍ନାଇରେ ଗତକାଲି ୯୧ ବର୍ଷ ବୟସରେ ଭିଆର ଲକ୍ଷ୍ମୀନାରାୟଣଙ୍କର ପରଲୋକ ହୋଇଛି। ବୟସାଧିକ୍ୟ କାରଣରୁ ତାଙ୍କର ପରଲୋକ ହୋଇଛି। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ୧୯୭୭ ମସିହାରେ ସିବିଆଇର ଜଏଣ୍ଟ ଡାଇରେକ୍ଟର ଥିବା ବେଳେ ଭିଆର ଲକ୍ଷ୍ମୀନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ସରକାରଙ୍କ ନିର୍ଦ୍ଦେଶରେ […]

  • Saturday, 10 July 2021
duti-1
ଦୂତୀଙ୍କୁ ନେଇ ହେବ ବଲିଉଡ୍ ଫିଲ୍ମ: ଦୌଡ଼ ରାଣୀ ଭୂମିକାରେ ଆସିବେ କେଉଁ ଅଭିନେତ୍ରୀ

ମୁମ୍ବାଇ: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ […]

  • Saturday, 10 July 2021
amitav-3..-1
ଟ୍ୱିଟରରେ ଅମିତାଭ ପୋଷ୍ଟ କରିଥିବା କବିତାକୁ ନିଜର ବୋଲି ଦାବି କଲେ ଅନ୍ୟ ଜଣେ କବି, ମାଗିଲେ ୩୨ ଟଙ୍କା

ମୁମ୍ବାଇ: ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ଟ୍ୱିଟର୍‌ରେ ସେ ସବୁବେଳେ ନିଜର ପୁରୁଣା ଫଟୋ ଓ କବିତା ଶେଆର କରନ୍ତି। ନିକଟରେ ଅମିତାଭ ନିଜ ଟ୍ୱିଟର୍‌ ହାଣ୍ଡେଲ୍‌ରେ ଏକ କବିତା ପୋଷ୍ଟ କରିଛନ୍ତି। ଯାହାକୁ କି ଜଣେ କବି ନିଜର କହି ୩୨ ଟଙ୍କା ଦେବାକୁ ଦାବି କରିଛନ୍ତି। T 3202 – हिन्दी नायाब हैछू लो तो-चरण अड़ा दो तो-टांगधँस जाए तो-पैरआगे बढ़ाना […]

  • Saturday, 10 July 2021
biral
ପୁଣି ଆର୍‌ବିଆଇକୁ ଝଟକା, ଇସ୍ତଫା ଦେଲେ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଆର୍‌ବିଆଇ)କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଏହି କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଲ ଭି. ଆଚାର୍ଯ୍ୟ। କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ଉର୍ଜିତ୍ ପଟେଲ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ବିରଲ ଆଚାର୍ଯ୍ୟ ତାଙ୍କ ଇସ୍ତଫାପତ୍ରରେ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରି ନାହାନ୍ତି। ତେବେ […]

  • Saturday, 10 July 2021
tent
ଭୁଶୁଡ଼ିଲା ମଞ୍ଚ, ୧୪ ମୃତ

ବାଡ଼ମେର: ରବିବାର ରାଜସ୍ଥାନ ବାଡ଼ମେରରେ ‘ରାମକଥା’ ଉତ୍ସବ ଚାଲିଥିବାବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ହଠାତ ବହୁ ଜୋରରେ ବର୍ଷା ଓ ପବନ ହେବା କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି, ମଞ୍ଚରେ ଅଧିକାଂଶ ବୟସ୍କ ମହିଳା ଏବଂ ପୁରୁଷ ରାମକଥା ଶୁଣୁଥିଲେ। ୨୪ ଜଣ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତେବେ ସେଥିମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ […]

  • Saturday, 10 July 2021
Qamar-Javed-Bajwa1
ଏଫଏଟିଏଫ ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଜବାବ ରଖିଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜଓ୍ୱା। ସେ କହିଛନ୍ତି ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲଣ୍ଡନରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ(ଆଇଆଇଏସଏସ)ରେ ଯୋଗ ଦେଇ ଏହା କହିଛନ୍ତି ବାଜଓ୍ୱା। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏଫଏଟିଏଫ କହିଥିଲା ଯେ ପାକିସ୍ତାନ ନିଜ […]

  • Saturday, 10 July 2021
etv
ସିରିଏଲ୍‌ରେ ହିରୋଇନ୍‌ କରିବେ ବୋଲି କହି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଟିଭି ପ୍ରଡ୍ୟୁସର୍‌

ହାଇଦ୍ରାବାଦ: ତେଲେଙ୍ଗାନାର ସାଇବର ଅପରାଧ ଶାଖା ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି ଯିଏ ନିଜକୁ ଇଟିଭି ଚ୍ୟାନେଲର ପ୍ରଡ୍ୟୁସର-ଡାଇରେକ୍ଟର କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲେ। ପୁଲିସ୍‌ ପକ୍ଷରୁ କୁହାଯାଇଛି, ୱାଇ ଶୀତଲା ନାମକ ଏହି ମହିଳା ‘ଶ୍ରୀଦେବୀ ତୁମ୍‌ଲା’ ନାମରେ ଏକକ ଫେକ୍‌ ଫେସବୁକ୍‌ ଆଇଡି ଓ ପେଜ ଖୋଲିଥିଲେ। ଏ ବିଷୟରେ ଜାଣିବା ପରେ ତାଙ୍କ ନାମରେ ଇନାଡ଼ୁ ଟେଲିଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବିଭିଆର ମୂର୍ତ୍ତି ପୁଲିସ୍‌ରେ […]

  • Saturday, 10 July 2021
delhi
ବୃଦ୍ଧ ଦମ୍ପତି ଓ ସହାୟକଙ୍କ ଗଳିତ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ଦିଲ୍ଲୀର ବସନ୍ତ ବିହାରଠାରେ ଜଣେ ସହାୟକଙ୍କ ସହିତ ବୃଦ୍ଧ ଦମ୍ପତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବିଷ୍ଣୁ କୁମାର (୮୦) ଏବଂ ଶଶି ମାଥୁର (୭୫) ଉଭୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବସନ୍ତ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେମାନଙ୍କ ସହ ଘରୋଇ କାମରେ ସାହାଯ୍ୟ କରୁଥିବା ସହାୟକ ଖୁସ୍‌ବୁ ନୌଟିୟାଲ ମଧ୍ୟ ରହୁଥିଲେ। ୩ ଜଣଙ୍କର ଗଳା କଟାଯାଇଛି। ତାଙ୍କ ଘରର କବାଟ ପାଖରେ କିଛି ଲୋକ ରକ୍ତ ଦେଖିବା ପରେ ପୁଲିସ୍‌କୁ […]

  • Saturday, 10 July 2021
sarfraj
ଫ୍ୟାନ୍ସଙ୍କ ସମାଲୋଚନାର ଏମିତି ଜବାବ ଦେଲେ ସର୍ଫରାଜ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତଠାରୁ ୮୯ ରନ୍‌ରେ ହାରିବା ପରେ ପାକିସ୍ତାନୀ ଟିମ୍‌ ଉପରେ ତାଙ୍କ ଦେଶର ଫ୍ୟାନ୍‌ମାନେ ପୂରା ରାଗି ଯାଇଛନ୍ତି। ସେମାନେ ପାକିସ୍ତାନ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ପ୍ରଶ୍ନ କରିଛନ୍ତି। ବିଶେଷ କରି ଅଧିନାୟକ ସର୍ଫରାଜ୍ ଅହମଦଙ୍କ ହାଇ ମାରିବା ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍‌ମାନେ ଚିଡ଼ି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍ ଉପରେ ବି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏସବୁକୁ ସର୍ଫରାଜ୍ ଏତେ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଏହା […]

  • Saturday, 10 July 2021
jornalist-1
ମହିଳା ସାମ୍ବାଦିକଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି। ତାଙ୍କ ହାତରେ ଗୁଳି ବାଜିଛି। ତେବେ ସେ ବିପଦମୁକ୍ତ ଅଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ମିତାଲି ଚଣ୍ଡୋଲା । ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ମିତାଲି ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭ୍ ବାହାରେ କାର୍‌ରେ ଥିବାବେଳେ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇ ରାଉଣ୍ଡ ଗୁଳି ତାଙ୍କ କାରକୁ ଲକ୍ଷ୍ୟ କରି ମରାଯାଇଥିଲା। ସେଥିରୁ ଗୋଟିଏ […]

  • Saturday, 10 July 2021
sahid
ସାମରିକ ସମ୍ମାନ ସହ ସହିଦ୍‌ ସୁନୀତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନୂଆଦିଲ୍ଲୀ: ସହିଦ୍‌ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍‌ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି  ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ […]

  • Saturday, 10 July 2021
smritiirani-
ଆମେଠିରେ ଘର କରିବେ ସ୍ମୃତି ଇରାନୀ

ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜର ଘର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ନାଁ  ମୁମ୍ୱାଇ ପରିବର୍ତ୍ତେ ଆମେଠି ଭୋଟର ଲିଷ୍ଟରେ କରିବେ। ଗତକାଲିଠୁ ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏବି ଅବସରରେ ସେ ୟୁପି ଉପମୁଖ୍ୟମନ୍ତ୍ରୀ […]

  • Saturday, 10 July 2021
jammu
ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଗମ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଘେରି ଯାଇଥିଲେ ଓ ପାଲଟା ଜବାବ ଦେଇଥିଲେ। […]

  • Saturday, 10 July 2021
gogoi
ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବହୁ ସଂଖ୍ୟାରେ ପଡିରହିଥିବା ବିଚାରାଧିନ ମାମଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସମ୍ବିଧାନ ସଂଶୋଧନ ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିସହ ହାଇକୋର୍ଟର ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଧାରା ୧୨୮ ଓ ୨୨୪(କ) ମାଧ୍ୟମରେ ପୂର୍ବତନ […]

  • Saturday, 10 July 2021
single-action-vs-double-ac
ସମ୍ପତ୍ତି ପାଇଁ ଆଖିବୁଜା ଗୁଳିମାଡ଼, ପରିବାର ୫ ମୃତ

ଭୋପାଲ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କଳି ଭୟଙ୍କର ରୂପ ନେଇଛି। ମାତ୍ର ୨ ଫୁଟ ଜମି ପାଇଁ ଜଣେ ବ୍ୟକ୍ତି ନିଜ ପରିବାରର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସାଗର ଜିଲ୍ଲା ବୀଣାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ମନୋହର ଅହିୱାର ତାଙ୍କର ଦୁଇ ଭାଇ ସଞ୍ଜୀବ, ମନୋଜ, ସମ୍ପର୍କୀୟ ଭଉଣୀ ତାରାବାଇ ପ୍ରିନ୍ସସେସ୍‌, ସଞ୍ଜୀବଙ୍କ ପତ୍ନୀ ରାଜକୁମାରୀ ଓ […]

  • Saturday, 10 July 2021
trump-2-750x393
ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ସ୍ତମ୍ଭକାର କ୍ୟାରୋଲ୍

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କୁ ୨୩ ବର୍ଷ ତଳେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଆମେରିକାର ଜଣେ ମହିଳା ସ୍ତମ୍ଭକାର ଇ ଜେନ୍‌ କ୍ୟାରୋଲ ଅଭିଯୋଗ ଆଣିଛନ୍ତି। ମ୍ୟାନ୍‌ହଟ୍ଟନ୍‌ଠାରେ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ବଳପୂର୍ବକ ଏପରି କରିଥିଲେ ବୋଲି କ୍ୟାରୋଲ ଅଭିଯୋଗ କରିଛନ୍ତି। ଶୁକ୍ରବାର ନ୍ୟୁୟର୍କର ଏକ ମ୍ୟାଗାଜିନ୍‌ରେ ସେ ଏକଥା ପ୍ରକାଶ କରିଛନ୍ତି। ୧୯୯୬ ମସିହାରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ସେ କହିଛନ୍ତି ଟ୍ରାଏଲ ରୁମ୍‌ରେ […]

  • Saturday, 10 July 2021
ere
ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ କମାଣ୍ଡର ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାର ବୋନିୟାରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଏଥିରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଲୁକମାନ ନିହତ ହୋଇଛି। ଲୁକମାନ ପାକିସ୍ତାନର ନାଗରିକ ହୋଇଥିବା ବେଳେ ବାରୁମୁଲ୍ଲାରେ ଜୈଶର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲା। ଆଜି ସକାଳେ ବୋନିୟାରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀରର ପୁଲିସ୍‌ର ସ୍ପେଶାଲ ଅପରେସନ ଗ୍ରୁପ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ […]

  • Saturday, 10 July 2021