• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
୨୦୧୪ଠୁ ୨୦୧୯ ଥିଲା କଂଗ୍ରେସ ପାଇଁ ଖରାପ ସମୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଯଦି ଆମେ ୨୦୧୪ ଓ ୨୦୧୯ ନିର୍ବାଚନକୁ ଦେଖିବା ତେବେ କଂଗ୍ରେସ ଏଥର କେବଳ ୮ଟି ଆସନ ଅଧିକ ପାଇବାରେ ସଫଳ ହୋଇଛି। ଏପରିକି ଦଳର ଭୋଟ୍‌ ଶେଆର ମଧ୍ୟ କମିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୯.୫ ପ୍ରତିଶତ ଭୋଟ୍‌ ମିଳିଛି। ଯାହାକି ୨୦୧୪ ନିର୍ବାଚନର ଭୋଟ୍‌ ପ୍ରତିଶତ ପାଖାପାଖି। ଏଥର କଂଗ୍ରେସ ପାଇଁ ଜିତିବା ମାର୍ଜିନ୍‌ ମଧ୍ୟ କମିଛି। କଂଗ୍ରେସ ଏଥର ଯେଉଁ ୫୨ଟି ସିଟ୍‌ ହାସଲ କରିଛି, ଏହାର ମାର୍ଜିନ୍‌ ୮.୬ […]

  • Saturday, 10 July 2021
jagan reddy met modi
ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜଗନ ରେଡ୍ଡୀ

ନୂଆଦିଲ୍ଲୀ: ସୋମବାରରୁ ଶନିବାର ମଧ୍ୟରେ କୌଣସି ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ। ଏହା ପୂର୍ବରୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଜଗନ ରେଡ୍ଡୀ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦେଶର ଶାସନ ଡୋର ଧରିବାକୁ ଯାଉଥିବାରୁ ଏହି ଅବସରରେ ଜଗନ ରେଡ୍ଡୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭେଟ୍‌ଘାଟ୍‌ ବେଳେ ଆନ୍ଧ୍ରପ୍ରଦେଶ ବିକାଶରେ କେନ୍ଦ୍ରର ସହଯୋଗ ସହ ଆନ୍ଧ୍ରପ୍ରଦେଶକୁ […]

  • Saturday, 10 July 2021
up
ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ଅଡ଼ି ବସିଲେ ମୁସଲିମ୍‌ ମହିଳା

ଗୋଣ୍ଡା (ଉତ୍ତର ପ୍ରଦେଶ): ଜଣେ ମୁସ୍‌ଲିମ୍ ମହିଳା ତାଙ୍କ ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ତାଙ୍କ ଦକ୍ଷତା ଓ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ମହିଳାଙ୍କ ନାଁ ମୈନାଜ୍ ବେଗମ୍। ତାଙ୍କ ଘର ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ପାରସପୁର ମହରାଉର ଗାଁରେ। ଯେଉଁ ଦିନ (ମେ’ ୨୩) ସାଧାରଣ ନିର୍ବାଚନର ଫଳାଫଳ ବାହାରିଲା, […]

  • Saturday, 10 July 2021
smriti irani close aide dead
ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେଠି (ଉତ୍ତର ପ୍ରଦେଶ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରେନ୍ଦ୍ର ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ। ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆମେଠି ଜିଲ୍ଲା […]

  • Saturday, 10 July 2021
congress
ରାହୁଲ ଇସ୍ତଫା ପ୍ରସ୍ତାବ ଦେଇ ନାହାନ୍ତି, କହିଲେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ: ୧୯ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେ ମାନସ ମନ୍ଥନ ଚାଲିଛି। ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଦଳର ସଭାପତି ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସ୍ତାବ ପ୍ରସଙ୍ଗକୁ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସର ବିପର୍ଯ୍ୟୟ ପାଇଁ ପଦ ଛାଡ଼ିବାକୁ ରାହୁଲ ପ୍ରସ୍ତାବ ଦେଇଥିବା ଏବଂ CWCପକ୍ଷରୁ ଏହାକୁ ପ୍ରତ୍ୟାଖାନ କରାଯିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ହେଲେ ବୈଠକରେ ରାହୁଲ ଇସ୍ତଫା ପ୍ରସ୍ତାବ ଦେଇନଥିବା ଦଳର ମୁଖପାତ୍ର ରଣଦୀପ ସୁରେଜ୍‌ୱାଲା ସ୍ପଷ୍ଟୀକରଣ […]

  • Saturday, 10 July 2021
Saryu River Mishap
ସରଜୁ ନଦୀ ଘାଟରେ ବୁଡ଼ ପକାଇବା ବେଳେ ଅଘଟଣ : ବୁଡ଼ିଗଲେ ଗୋଟିଏ ପରିବାରର ୧୨ଜଣ

ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ।

surat
ରିଲ୍‌ ନୁହେଁ, ରିଅଲ୍‌ ହିରୋ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

ସୁରତ: ରିଲ୍‌ ଲାଇଫରେ ଆମେ କେତେ ହିରୋଙ୍କୁ ଦେଖିଛୁ। ଅନେକ ଅସମ୍ଭବ କାମ ଚୁଟ୍‌କିରେ କରି ଦିଅନ୍ତି। ହେଲେ ସୁରତର ଭୟାନକ ଅଗ୍ନିକାଣ୍ଡ ବେଳେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଛି, ଯିଏ ରିଲ୍‌ ନୁହେଁ, ରିଅଲ୍‌ ହିରୋ। ନିଜ ଜୀବନକୁ ମରଣ ମୁହଁକୁ ଠେଲି ନିଶ୍ଚିତ ମୃତ୍ୟୁ ମୁଖରୁ ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ […]

  • Saturday, 10 July 2021
rahul gandhi
ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି ରାହୁଲ ଗାନ୍ଧି!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି। ଆସନ୍ତାକାଲି କଂଗ୍ରେସର ୱାର୍କିଂ କମିଟି ବୈଠକ ବସିବ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ତାଙ୍କ ଇସ୍ତଫାପତ୍ର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଇଥିଲେ।ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ବରଂ ଇସ୍ତଫା ପ୍ରସଙ୍ଗରେ ୱାର୍କିଂ କମିଟି ନିଷ୍ପତ୍ତି ନେବ ବୋଲି ସୋନିଆ […]

  • Saturday, 10 July 2021
bjp celebration
ବିଜେପିକୁ କାହିଁକି ମିଳିଲା ଏ ବିପୁଳ ବିଜୟ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ପୁଣିଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ବିଜେପି ଏକାକୀ ୩୦୦ରୁ ଅଧିକ ଆସନ ଜିତିଥିବା ବେଳେ ଏନ୍‌ଡିଏ ୩୫୧ଟି ଆସନ ପାଇଛି। ଅର୍ଥାତ ୨୦୧୪ ତୁଳନାରେ ୨୦୧୯ରେ ବିଜେପି ଅଧିକ ଭଲ ପ୍ରଦର୍ଶନ କରିଛି। ୨୦୧୪ ପରି କଂଗ୍ରେସର ପ୍ରଦର୍ଶନ ୨୦୧୯ରେ ମଧ୍ୟ ନୈରାଶ୍ୟଜନକ ରହିଛି। ତେବେ ବିଜେପିର ଏହି ବିଶାଳ ବିଜୟ ପଛରେ କାରଣ କ’ଣ? କେଉଁ ପ୍ରସଙ୍ଗ […]

  • Saturday, 10 July 2021
sheila dixit
ପରାଜୟ ହେଲେ ୭ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଅନେକ ହେଭିୱେଟ୍‌ଙ୍କ ରାଜନୀତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଅନେକ କଂଗ୍ରେସ ହେଭିୱେଟ୍‌ ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି। ତେବେ ପରାଜୟ ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛି। ୩ ଥର ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଶିଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ କଂଗ୍ରେସ ଟିକେଟ୍‌ରେ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନୈନିତାଲ-ଉଦ୍ଧମସିଂହ ନଗରରୁ […]

  • Saturday, 10 July 2021
amit shah
କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରନ୍ତି ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ ବିଜେପି ପୁଣି ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏବେ ମୋଦିଙ୍କ ଦ୍ୱିତୀୟ ସରକାରରେ କିଏ କିଏ ମନ୍ତ୍ରୀ ହେବେ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳକୁ ସଫଳତା ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ ଦ୍ୱିତୀୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେପିରେ ଲଗାତର କେହି ସଭାପତି କେହି ରହିପାରିବେନି ବୋଲି ନିୟମ ରହିଛି। ସେହିପରି, ଦଳର ସଭାପତି ଥିବା ବ୍ୟକ୍ତି ମନ୍ତ୍ରୀ […]

  • Saturday, 10 July 2021
mayawati
ୟୁପିରେ ଫେଲ୍ ମାରିଲା ମହାମେଣ୍ଟ, ଫୁଟିଲା ପଦ୍ମ

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ବିଜେପିକୁ ମାତ୍ ଦେବାରେ ମହାମେଣ୍ଟ ବିଫଳ ହେବାପରେ ମହାମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ପରାଜୟ ପାଇଁ ଇଭିଏମ୍‌କୁ ଦାୟୀ କରିଛନ୍ତି। ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରି ୮୦ ଲୋକସଭା ଆସନରୁ ଅଧିକାଂଶ ଆସନ ଜିତିବେ ବୋଲି ଆକଳନ କରିଥିଲେ। ତେବେ ନିର୍ବାଚନ ଫଳାଫଳ ପରେ ଦେଶ ଇଭିଏମ୍‌ ଉପରେ ଭରସା ତୁଟାଇ ସାରିଥିବା ମାୟାବତୀ କହିଥିଲେ। ଏଥିସହ ଦକ୍ଷିଣ […]

  • Saturday, 10 July 2021
pm modi
୩୦ରେ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖରେ ଶପଥ ନେଇପାରନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ୨୦୧୪ଠାରୁ ଏଥର ଅଧିକ ସିଟ୍ ହାସଲ କରି ବିଜେପି ପୁଣିଥରେ ଦେଶରେ ସରକାର ଗଠନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଆଜି ଦଳର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନିଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦଳର ରାଷ୍ଟ୍ରୀୟ […]

  • Saturday, 10 July 2021
pm modi to take oath
ମେ’ ୨୬ରେ ଦ୍ୱିତୀୟ ଥର ପାଇଁ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ପୁଣିଥରେ ଦେଶ ଗେରୁଆ ମୟ ହେବ ବୋଲି ବର୍ତ୍ତମାନର ଭୋଟ୍‌ ଗଣତି ଆଧାରରେ କୁହାଯାଉଛି। ଅର୍ଥାତ୍‌ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ଦେଶକୁ ଶାସନ କରିବେ। ତେବେ ନୂଆ ସରକାର ଆସନ୍ତା ୨୬ ତାରିଖ ଦିନ ଗଠନ ହେବ ବୋଲି ଜଣାପଡ଼ିଛି। ୨୬ ତାରିଖ ରବିବାର ପଡ଼ୁଛି। ସେହି ଦିନ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ […]

  • Saturday, 10 July 2021