ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଆଲର୍ଟ । ଗେଟ ନମ୍ବର-୧ରେ ଏକ କାର ସିକ୍ୟୁରିଟି ବାରିୟରକୁ ଛୁଇଁବାରୁ ଗେଟ୍ ତଳ ରାସ୍ତାରେ ଥିବା ସୁରକ୍ଷା ସ୍ପାଇକ ସଚଳ ହୋଇଯାଇଥିଲା। ଫଳରେ ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା କାର ଟି ଅଟକିଯିବା ସହ ଗାଡ଼ିର ଟାୟାର ପଂକ୍ଚର ହୋଇଯାଇଛି । ମଙ୍ଗଳବାର ବିଜେପି ସାଂସଦ ବିନୋଦ କୁମାର ସୋନକର ଯାଉଥିବାବେଳେ ସଂସଦ କମ୍ପ୍ଲେକ୍ସର ଗେଟ୍ ନମ୍ବର-୧ରେ ରଖାଯାଇଥିବା ବୁମ୍ ପ୍ରତିବନ୍ଧକରେ ହଠାତ୍ କାରଟି ବାଜି ଯାଇଥିଲା। ଫଳରେ ଫାଟକରେ […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ସବୁଠାରୁ ଆକ୍ଟିଭ୍ ନେତାଙ୍କ କଥା କହିଲେ ମନକୁ ଆସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ୱିତୀୟ ରାଜନେତା ଯାହାଙ୍କର ଅଛନ୍ତି ସର୍ବାଧିକ ଫଲୋଅର। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ସୋଶାଲ ମିଡିଆରୁ ବିଶ୍ରାମ ନେବେ ବୋଲି ଘୋଷଣା କରି […]
ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା। ଗୋକୁଲପୁରୀରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏଥି ସହତ ଜଣେ ଡିସିପି ଅମିତ ଶର୍ମା ଏବଂ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ […]
ଅହମ୍ମଦାବାଦ୍: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ରେ ଏକାଠି ହେଲେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି। ଅହମଦାବାଦ୍ ମୋଟେରା ଷ୍ଟାଡିୟମ୍ରେ ଆଜି ଆୟୋଜିତ ହୋଇଥିଲା ଐତିହାସିକ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପତ୍ନୀ ମେଲାନିଆ ଝିଅ ଇଭାଙ୍କା ସାମିଲ ହୋଇଥିଲେ। ଟ୍ରମ୍ପ ପରିବାରକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା। ବିମାନ ବନ୍ଦରରୁ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ଏବଂ ସେଠାରୁ ମୋଟେରା ଷ୍ଟାଡିୟମ…ଟ୍ରମ୍ପଙ୍କୁ ସ୍ୱାଗତ […]
ଅହମଦାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଭିଜିଟର ବୁକ୍ରେ ନିଜର ବାର୍ତ୍ତା ଲେଖିଥିଲେ ଡୋନାଲ୍ଡ ଟ୍ରମ୍ପ। ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଗାନ୍ଧିଜୀଙ୍କ ଚରଖା ଚଲେଇଥିଲେ। ଚରଖା ଚଲାଇବା ସମୟରେ ଟ୍ରମ୍ପ ଅନେକ କଥା ପଚାରି ବୁଝୁଥିଲେ ଏବଂ ଚରଖା ବିଷୟରେ ଶୁଣି ଖୁସି ହେଉଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତୀ ଆଶ୍ରମ […]
ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା। ସ୍ୱତନ୍ତ୍ର […]
ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଛନ୍ତି । ଏୟାରଫୋର୍ସ ୱାନ୍ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଞ୍ଚିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ବିପୁଳ ସମ୍ବର୍ଦ୍ଧନା ସହ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ବ୍ୟାକୁଳତାର ଏକ […]
ବେଜିଂ:ଚୀନରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍ରେ ରବିବାର ପୁଣି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୯୨ରେ ପହଞ୍ଚିଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର କହିବା ଅନୁଯାୟୀ ମୃତ ୧୫୦ ଜଣଙ୍କ ମଧ୍ୟରୁ ୧୪୯ ଜଣଙ୍କ ମୃତ୍ୟୁ ହୁବେଇ ସହରରେ ହୋଇଛି। ଗତକାଲି ନୂଆ ୪୦୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଭାଇରସ୍କୁ ନେଇ ଦକ୍ଷିଣ କୋରିଆରେ ମଧ୍ୟ ଆତଙ୍କ ଖେଳି ଯାଇଛି। ଏଠାରେ କରୋନା ଭାଇରସ୍ରେ […]
ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦର ଓଡମ୍ବାସ୍ଥିତ ସୂତାକଳରେ ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାଯାଇଛି। ଓଡ଼ମ୍ବା ସ୍ଥିତ ଲୋଟସ୍ ଲେବର ସୂତା କଳରେ ଗତକାଲି ଅପରାହ୍ନରେ ନିଆଁ ଲାଗି ଯାଇଥିଲା। ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଶ୍ରମିକ ଥିବା ଜଣାଯାଇଛି। ୩ ମୃତକଙ୍କ ଘର ଯାଜପୁର ସଦର ଥାନା ଯମଧର ପଞ୍ଚାୟତ ରେକାବି ବଜାରରେ। ମୃତକମାନେ […]
ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ସୁରକ୍ଷା କର୍ମୀ ଏଠାକାର ମାଙ୍କଡ଼ଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସୁରକ୍ଷା ସଂସ୍ଥା ୫ଟି ହନୁ ମାଙ୍କଡ଼ଙ୍କ ନିୟୋଜିତ କରିବ। ଏମାନେ ଟ୍ରମ୍ପଙ୍କ କନଭୟର ଆଗେ ଆଗେ ମାଙ୍କଡ଼ଙ୍କ ମୁକାବିଲା କରିବେ। ଆସନ୍ତା ଫେବୃଆରୀ ୨୪ରେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ ତାଜମହଲ ଯିବେ। ଏଥିପାଇଁ କଡ଼ା ସୁରକ୍ଷାର ଅବଲମ୍ବନ କରାଯାଇଛି। […]
ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଆଗ୍ରା ଗସ୍ତ କରିବେ। ଆଗ୍ରାରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ପର୍ବରେ ଯୋଡ଼ି ହୋଇଛି ନୂଆ ଜିନିଷ ।ସହରରେ ପାଦ ଦେବା ପରେ […]
ନୂଆଦିଲ୍ଲୀ: ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଛି। ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ ଅଧିକ ଲୋକ […]
କୋଲକାତା: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ପତ୍ନୀ କୃଷ୍ଣା ବୋଷଙ୍କର ଆଜି ପରଲୋକ ହୋଇ ଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି। ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। କୃଷ୍ଣାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ। ଝିଅ ଶର୍ମିଲା କିନ୍ତୁ ତାଙ୍କ […]
ପେଇଚିଂ: ଚୀନ୍ରେ କରୋନା ଭାଇରସରେ ପୁଣି ୧୦୯ ଜଣଙ୍କ ମୃତ୍ୟୁ। ଏଥିସହିତ ମୃତକଙ୍କ ସଂଖ୍ୟା୨୩୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭୬, ୨୮୮ ଛୁଇଁଛି। ଚୀନ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହବା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କରୋନାରେ ସର୍ବାଧିକ ପ୍ରଭାବିତ ଉହାନ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ପ୍ରାୟ ୩୯୭ ଜଣ କୋବିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଠାବ କରାଯାଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ତାଙ୍କ […]