ନୂଆଦିଲ୍ଲୀ: କରୋନା ଭାଇସରକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏଯାଏ କରୋନାରେ ୨୯ ଜଣ ଲୋକ ଆକ୍ରାନ୍ତ ହେବା ଖବର ମିଳିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟସଭାରେ କରୋନା ସ୍ଥିତି ଉପରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି, ପ୍ରତିଦିନ କରୋନା ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ସମୀକ୍ଷା […]
ନୂଆଦିଲ୍ଲୀ: ୪ର୍ଥ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶି ପାଇଁ ସାନି ଡେଥ୍ ୱାରେଣ୍ଟ ଜାରି କଲେ ପଟିଆଲା ହାଉସ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦେବାକୁ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏହା ପୂର୍ବରୁ ମାର୍ଚ୍ଚ ୩ ତାରିଖ ଫାଶି ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଥିଲା । ହେଲେ ୪ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏହାକୁ ରଦ୍ଦ କରାଯାଇଥିଲା। ହେଲେ […]
ନୂଆଦିଲ୍ଲୀ:ମାର୍ଚ୍ଚ ୩ ତାରିଖ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରିଥିଲେ ପଟିଆଲା ହାଉସ୍କୋର୍ଟ। କାରଣ ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିଲା। ହେଲେ ରାଷ୍ଟପ୍ରତି ଏହି ରାଜକ୍ଷମା ଆବେଦନକୁ ବୁଧବାର ଖାରଜ୍ କରି ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ଏହା ପରେ ତିହାଡ ଜେଲ ପ୍ରଶାସନ ଫାଶି ପାଇଁ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି, “କରୋନା ଭାଇରସକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ବୋଲି ସାରା ବିଶ୍ୱର […]
ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର। ଚାରିଜଣ କଂଗ୍ରେସ ବିଧାୟକଙ୍କ ସହ ଆଉ ଚାରି ଜଣ ସ୍ୱାଧୀନ ବିଧାୟକଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ରଖାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପିର ଜଣେ ମନ୍ତ୍ରୀ ସେମାନଙ୍କୁ ବଳପୂର୍ବକ ରଖିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରୁ ମଧ୍ୟରାତି ଯାଏ ମଧ୍ୟ ପ୍ରଦେଶରେ ଏପରି ରାଜନୀତିକ ଡ୍ରାମା ଚାଲିଥିଲା। କମଳନାଥ ସରକାର ପ୍ରତି ଆସିଥିବା ଏହି ବିପଦ ପାଇଁ ଦଳ ବିଜେପିକୁ ଦାୟୀ କରିଛି। ବିଜେପି ଘୋଡ଼ା […]
ନୂଆଦିଲ୍ଲୀ: ଚୀନ୍ ସମେତ ଅଧା ବିଶ୍ୱରେ ଚିନ୍ତା ବଢ଼ାଇଛି କରୋନା ଭାଇରସ୍। ଏବେ ଭାରତରେ ବି ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା। ତେଲେଙ୍ଗାନା ଓ ଦିଲ୍ଲୀରେ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ ପରେ ଆଗ୍ରାରେ ଆଉ ୬ଜଣଙ୍କ ଶରୀରରେ ଏହି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ସେପଟେ ଦିଲ୍ଲୀ ଓ ଆଗ୍ରାରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ନେଇ ବଢୁଥିବା ସଂଶୟ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା […]
ନୂଆଦିଲ୍ଲୀ:ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଆକ୍ରମଣ। ତାହା ପୁଣି ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ। ଆକ୍ରମଣ ନେଇ ନିଜେ ମୁହଁ ଖୋଲିଛନ୍ତି ସଂଗୀତା ସିଂହଦେଓ। ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି ସଙ୍ଗୀତା ସିଂଦେଓ ମିଡିଆକୁ କହିଛନ୍ତି, ବିରୋଧି ଦଳ ନେତାମାନେ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ। ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି […]
ନୂଆଦିଲ୍ଲୀ: ଦରଦି ମଣିଷ ପାଖରେ ବୟସ ହାର ମାନିଯାଏ। ସମୟ ତା ଚେହେରାରେ ବାର୍ଦ୍ଧକ୍ୟର ଛାପ ଛାଡ଼ି ପାରେ ନାହିଁ। କାହାର ଦୁଃଖ ଦେଖିଲେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେ ବାହାରି ଆସେ ଅନ୍ୟ ଆଖିର ଲୁହ ପୋଛିବା ପାଇଁ। ସେ ସମୟରେ ସେ ଚିନ୍ତା କରିପାରେ ନାହିଁ କ’ଣ ହେବ ? ଠିକ୍ ଏମିତି କିଛି ଘଟିଛି ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କ ସହ। ବୃଦ୍ଧ ଜଣକ ନିଜ ଜୀବନକୁ ବାଜି […]
ଇସ୍ଲାମ୍ବାଦ:ଚାଲିଥିଲା ଆଲୋଚନା। ଏକଦମ୍ ସରଗରମ ଆଲୋଚନା ତାହା ପୁଣି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍ ଖାନଙ୍କୁ ନେଇ । ଟିଭି ସ୍କ୍ରିନ୍ରେ ସିଧା ପ୍ରସାରଣ ହେଉଥିଲା। ହଠାତ୍ ଇମ୍ରାନ୍ଙ୍କ ସମାଲୋଚନା କରୁ କରୁ ଚେୟାର ଉପରୁ ଗଡ଼ିପଡିଲେ ପାନେଲିଷ୍ଟ। ଯାହାର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ‘ଦୁନିଆ ନ୍ୟୁଜ୍’ ରେ ଲାଇଭ ଡିବେଟ ଚାଲିଥିଲା। ଏହାର ଏକ ଛୋଟ କ୍ଲିପ୍ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ଏହାକୁ ନେଇ ବେଶ ସମାଲୋଚନା କରିଛନ୍ତି। […]
ନୂଆଦିଲ୍ଲୀ:କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। କେତେକ ଅତ୍ୟାବଶ୍ୟକୀୟ ଔଷଧ ଶେଷ ହୋଇଯିବାକୁ ବସିଛି। ଏମିତି ସମୟରେ ଔଷଧ ପ୍ରସ୍ତୁତି ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ଦେଖାଦେଇଛି। ତେଣୁ ଦେଶରେ ଆଗକୁ ଯେପରି ଔଷଧର ଅଭାବ ଦେଖା ନ ଦେବ ସେଥିପାଇଁ ୨୬ଟି ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]
ନୂଆଦିଲ୍ଲୀ:ଦିଲ୍ଲୀର ଉତ୍ତରପୂର୍ବ ଇଲାକାରେ ହିଂସା ବ୍ୟାପୁଛି। ଏହି ହିଂସାରେ ସ୍ଥାନୀୟ ଅପରାଧୀଙ୍କ ଭୂମିକା ବେଶି ରହୁଛି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଚିହ୍ନଟ କରିସାରିଲାଣି। ଅନେକଙ୍କୁ ଗିରଫ ମଧ୍ୟ କରିଛି। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶାହରୁଖ। ମହମ୍ମଦ ଶାହରୁଖ। ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍ତକୁ ବନ୍ଧୁକ ଦେଖାଇଥିଲା। ସେତିକି ନୁହେଁ, ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶର ଶମିଲଠାରୁ ପୁଲିସ୍ ଶାହରୁଖ୍କୁ ଗିରଫ […]
ନୂଆଦିଲ୍ଲୀ: ଚାଇନାରେ ମହାମାରୀରେ ରୂପ ନେଇଥିବା କରୋନା ଭାଇରସ୍ ଏବେ ନଏଡାରେ ପହଞ୍ଚିଲାଣି। ଭୟରେ ମଙ୍ଗଳବାର ସହରର ଦୁଇଟି ଘରୋଇ ବିଦ୍ୟାଳୟ ବନ୍ଦ ହେବା ସହ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କାରଣ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରଙ୍କ ପିତା କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏପରି ପଦକ୍ଷେପ ନିଆଯାଇଛି । ତେବେ ବୋର୍ଡ ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିବା ଅନୁଯାୟୀ, ନୋଏଡାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ […]