• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

heavy-weight
ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ଏହି ହେଭିୱେଟ୍‌ ନେତା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିବା ବେଳେ ବହୁ ହେଭିୱେଟ୍‌ ନେତା ବାଦ୍ ପଡ଼ିଛନ୍ତି। ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଗତଥର ମୋଦିଙ୍କ କ୍ୟାବିନେଟ୍‌ରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାବେଳେ ଏଥର ତାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିନାହିଁ। କେବଳ ଜୁଏଲ୍ ନୁହନ୍ତି, ବହୁ ହେଭିୱେଟ୍‌ ନେତା ମଧ୍ୟ ବାଦ୍ ପଡ଼ିଛନ୍ତି। ମୋଦିଙ୍କ ଟିମ୍‌ରୁ  ପୂର୍ବତନ ମହିଳା ଓ ଶିଶୁ […]

  • Saturday, 10 July 2021
modi
ମୋଦିଙ୍କ ୬ ମହିଳା ବ୍ରିଗେଡ୍‌

ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ୫୭ ଜଣିଆ ମନ୍ତ୍ରିମଣ୍ଡଳରେ ୬ଜଣ ମହିଳା ସାମିଲ ହୋଇଛନ୍ତି। ମୋଦି-୨ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍‌ସିମ୍ରତ କୌର ବାଦଲ ସ୍ଥାନ ପାଇଛନ୍ତି। ନିର୍ମଳା ପୂର୍ବଭଳି ପ୍ରତିରକ୍ଷା ମନ୍ତ୍ରୀ ରହିବେ ବୋଲି କୁହାଯାଉଥିବା ବେଳେ ସ୍ମୃତି ଓ ହର୍‌ସିମ୍ରତ କେଉଁ ବିଭାଗର ମନ୍ତ୍ରୀ ହେବେ, ତାହା ଜଣାପଡ଼ିନାହିଁ। […]

  • Saturday, 10 July 2021
Jp nadda
ଜେ.ପି. ନଡ୍ଡା ଧରି ପାରନ୍ତି ବିଜେପି ମଙ୍ଗ

ନୂଆଦିଲ୍ଲୀ: ବିଜେପି ମଙ୍ଗ ଧରି ପାରନ୍ତି ଜେ.ପି. ନଡ୍ଡା। ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି।  ବର୍ତ୍ତମାନର ‌ଅଧ୍ୟକ୍ଷ ଅମିତ ଶାହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଥିବାରୁ ନଡ୍ଡାଙ୍କୁ ଦଳର ସଭାପତି କରାଯାଇପାରେ ବୋଲି ଜଣାପଡ଼ିଛି।  ଗତ ଦୁଇ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଅଭିଜ୍ଞ ରାଜନୀତିଜ୍ଞ ନଡ୍ଡା ୧୯୯୩ରେ ପ୍ରଥମେ ହିମାଚଳ ପ୍ରଦେଶ […]

  • Saturday, 10 July 2021
food
ମୋଦିଙ୍କ ଶପଥ ସମାରୋହରେ ଅତିଥିଙ୍କୁ ପରଷା ଯିବ ଏହି ସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଜିଠାରୁ ପୁଣି ଚାଲିବ ନମୋ ରାଜ୍ ୨।  କେନ୍ଦ୍ରରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି।  ସଂଧ୍ୟା ୭ଟାରେ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ।  ଏଥିପାଇଁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ଆୟୋଜନ କରାଯାଇଛି। ସୂଚନା ଅନୁସାରେ, ଅତିଥିଙ୍କ ପାଇଁ ସ୍ନାକସ୍‌, ଡିନର୍‌ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ହାଇ ଟି, ଲେମନ୍‌ ଟାରଟ୍‌ସ୍‌, ସ୍ୟାଣ୍ଡୱିଚ୍‌, ସମୋସା(ସିଙ୍ଗଡ଼ା)ଠୁ ଆରମ୍ଭ କରି ରାଜ୍‌ଭୋଗ(ମିଠା) ପର୍ଯ୍ୟନ୍ତ ଅନେକ ଖାଦ୍ୟ ପରଷା ଯିବ। […]

  • Saturday, 10 July 2021
pm modi
ପିଏମ୍‌ଓ ପକ୍ଷରୁ ଏମାନଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌ ! ମିଳିବ କି ମନ୍ତ୍ରିପଦ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଦେଶବିଦେଶରୁ ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ […]

  • Saturday, 10 July 2021
rahul
ଟିଭି ଡିବେଟ୍‌ରୁ ଦୂରେଇଲା କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖିଛି। ମାସେ ପାଇଁ କୌଣସି ଟିଭି ଡିବେଟ୍‌ ବା ବିତର୍କରେ ମୁଖପାତ୍ରମାନେ ଭାଗ ନେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କଂଗ୍ରେସ ନେତାଙ୍କୁ ଡିବେଟ୍ କାର୍ଯ୍ୟକ୍ରମରେ ନ ଡାକିବାକୁ ନ୍ୟୁଜ୍‌ ଚ୍ୟାନେଲ ଓ ସଂପାଦକମାନଙ୍କୁ ସେ ଅନୁରୋଧ କରିଛନ୍ତି। .@INCIndia has decided to not send spokespersons on television debates […]

  • Saturday, 10 July 2021
two men arrested
ଆତଙ୍କବାଦୀ ଭାବି ଯାହାକୁ ଗିରଫ କରିଥିଲା ପୁଲିସ୍‌, ସେମାନେ ଥିଲେ...

ମୁମ୍ୱାଇ: ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବାରୁ ମୁମ୍ୱାଇ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବ୍ୟାଙ୍କ ଜଗୁଆଳି ତଥା ପୂର୍ବତନ ସେନା ଅଧିକାରୀ ଅଟକ ଦୁଇ ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍‌ ଅଟକ ଦୁଇ ବ୍ୟକ୍ତିଙ୍କ ପରିଚୟ ପାଇଛି। ଜଣଙ୍କ ନାମ ବଲରାମ ଗିନଓ୍ୱାଲା, ଅନ୍ୟ ଜଣେ ଅରବାଜ ଖାନ୍। ବଲିଉଡ […]

  • Saturday, 10 July 2021
pm modi
ଓଡ଼ିଶାରୁ ଏହି ୩ଜଣଙ୍କୁ ମିଳିପାରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରିପଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ କିଏ ରହିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।ମୋଦିଙ୍କ ମନ୍ତ୍ରିମଣ୍ଡଳର ଆକାର କ’ଣ ରହିବ? କେଉଁମାନଙ୍କୁ ମିଳିବ ସୁଯୋଗ ଏବଂ କେଉଁମାନଙ୍କୁ ବାଦ୍‌ ଦିଆଯିବ, ଏସବୁକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। ଓଡ଼ିଶାରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରିପଦ ବଜାୟ ରଖିପାରନ୍ତି। ସେହିପରି ନୂଆ ସାଂସଦ ସୁରେଶ ପୁଜାରୀ, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରୁ କେହି ଜଣେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା […]

  • Saturday, 10 July 2021
monsoon
ଜୁନ୍‌ ୬ ରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ: ମେ’ ୧୮ ତାରିଖରେ ଆଣ୍ଡାମାନ ପହଞ୍ଚିବା ପରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିଲା। ଏହା କେବେ କେରଳ ଛୁଇଁବ, ତାକୁ ନେଇ ନାନା ପ୍ରକାରର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ମୌସୁମୀ ଆସନ୍ତା ୩ ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ମୌସୁମୀ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]

  • Saturday, 10 July 2021
Mamata-banerjee
ଧାରଣା ଦେବେ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଧାରଣାରେ ବସିବେ। ନିର୍ବାଚନ ଜିତିବା ପରେ ବିଜେପି କର୍ମୀ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟାଇବା ସହ ଟିଏମ୍‌ସି କର୍ମୀଙ୍କ ଘର ଦ୍ୱାର ଭଙ୍ଗାରୁଜା କରିଥିବା ମମତା ଅଭିଯୋଗ କରିଛନ୍ତି। ବିଜୁପୁର ଓ ନଇହାତୀ ଅଞ୍ଚଳରେ ଏଭଳି ଘଟଣା ହୋଇଥିବା ସେ କହିବା ସହ ପ୍ରତିବାଦରେ ଧାରଣା ଦେବେ ବୋଲି ମମତା କହିଛନ୍ତି। ନିର୍ବାଚନ ବେଳେ ବିଜେପି କର୍ମୀଙ୍କୁ ଟିଏମ୍‌ସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ, ଟିଏମ୍‌ସିର ଶହେ […]

  • Saturday, 10 July 2021
pm modi
ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ୍‌

ନୂଆଦିଲ୍ଲୀ: ଆଜିଠାରୁ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି। ଆଜି ସଂଧ୍ୟା ୭ଟାରେ ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି। ଗତଥର ଭଳି ଏଥର ମଧ୍ୟ ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବକୁ ଦେଶ ବିଦେଶର ୬ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ […]

  • Saturday, 10 July 2021