କୋରାପୁଟ:ନୂଆ ଦୁନିଆରେ ପାଦ ଥାପିଛି ମାଣିକ। ତାର ହାତକୁ ଦି ହାତ ହୋଇଯାଇଛି ମାଣିକ। ଭୋଜିଭାତ, ଢମ୍ସା ନାଚରେ ବେଶ ଖୁସି ମନେଇଥିଲେ ସାହିପଡ଼ିଶା। ଅଜାଡ଼ି ଦେଇଥିଲେ ଆଶୀର୍ବାଦ। ‘ଅନେକ କଷ୍ଟ ସହିଛି, ଭାଇ, ଭଉଣୀଙ୍କ ପାଇଁ ଅନେକ କିଛି କରିଛି। ଭଗବାନ ତା’ର ଅବଶିଷ୍ଟ ଜୀବନକୁ ସୁଖମୟ କରନ୍ତୁ…’ ସମସ୍ତଙ୍କ ତୁଣ୍ଡରେ ଥିଲା ଏମିତି ଆଶୀର୍ବାଦ। ଇଏ ସେଇ ଅନାଥ ଝିଅ ମାଣିକ ମୁଦୁଲି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଡାକ୍ତରଖାନାରେ ଦିନେ ଯିଏ ମୃତ୍ୟୁ ସହ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ୍ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲଞ୍ଜ କରି ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି। ଦୋଷୀମାନେ ଆଇନର ଗଳାବାଟରୁ ଭରପୁର ଫାଇଦା […]
ନୂଆଦିଲ୍ଲୀ:ପାନ କାର୍ଡ କରିବା ପାଇଁ ଆଉ ଚିନ୍ତା ନାହିଁ। ଯଦି ଆପଣଙ୍କ ପାଖରେ ଯଦି ଆଧାର ନମ୍ବର ଅଛି ତେବେ ଫଟାଫଟ୍ ଆପଣଙ୍କୁ ମିଳିଯିବ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଅର୍ଥାତ୍ PAN Card। ଏଥର ବଜେଟରେ ଏମିତି କିଛି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଥିଲେ, ଆଧାର ଥିଲେ ପାନ୍ କାର୍ଡ ପାଇଁ ଫର୍ମ ବି ପୂରଣ କରିବାକୁ ପଡ଼ିବ ନାହିଁ। ଆଧାର ମାର୍ଡ ମାଧ୍ୟମରେ […]
ନୂଆଦିଲ୍ଲୀ:ବଜେଟ ଛପା କାମ କେତେ କଠିନ ଯିଏ କରେ ସିଏ ଜାଣେ। ବଜେଟ ପ୍ରସ୍ତୁତ କରିବା ପାଇଁ ନିଜକୁ କେତେ ଦୃଢ କରିବା ଆବଶ୍ୟକ ତାହାର ଏକ ପ୍ରମାଣ ଦେଇଛନ୍ତି ଡେପୁଟି ମ୍ୟାନେଜର (ପ୍ରେସ) କୁଲଦୀପ ଶର୍ମା। ବଜେଟ ଛପା ଦାୟିତ୍ୱରେ ଥିବା ବେଳେ ଅର୍ଥାତ୍ ଜାନୁଆରୀ ୨୬ ତାରିଖ ତାଙ୍କ ବାପାଙ୍କ ମୃତୃ ଘଟିଥିଲା। ତଥାପି ସେ ଛୁଟିରେ ନ ଯାଇ ନିଜ କାର୍ଯ୍ୟ କରୁଥିଲେ। ବଜେଟ ଛପା ଦାୟିତ୍ୱରେ ଥିବା ଅଧିକାରୀ ଛୁଟି ନେଇପାରିବେନି […]
ନୂଆଦିଲ୍ଲୀ:ଆସନ୍ତା ୩ ବର୍ଷ ମଧ୍ୟରେ ସବୁ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଆସିବ ପ୍ରିପେଡ ସ୍ମାର୍ଟ ମିଟର। ଏଥିସହ ଗ୍ରାହକମାନେ ବିଦ୍ୟୁତ୍ ଯୋଗାଣ କମ୍ପାନୀ ନିଜ ପସନ୍ଦ ଅନୁସାରେ ଚୟନ କରିବେ ଏବଂ ନିଜର ଆବଶ୍ୟକ ଅନୁଯାୟୀ ଦର ସ୍ଥିର କରିପାରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ପ୍ରସ୍ତାବ ରଖିଛନ୍ତି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷ […]
ନୂଆଦିଲ୍ଲୀ:ଭାରତୀୟ ଜୀବନ ବିମା ନିଗମ ବା ଲାଇଫ ଇନ୍ସ୍ୟୁରାନ୍ସ (LIC)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର । ଏ ନେଇ ବଜେଟ୍ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ IDBIର ସରକାରୀ ଅଂଶଧନକୁ ମଧ୍ୟ ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି। ଏଲଆଇସିରୁ କେତେ ପୁଞ୍ଜି ପ୍ରତ୍ୟାହାର କରିବେ ସେ ନେଇ ଯଦିଓ ସ୍ପଷ୍ଟ ଜଣା ପଡ଼ିନାହିଁ ତେବେ ଏହାକୁ ନେଇ ବିରଧୀମାନେ ପାଟିତୁଣ୍ଡ କରିଛନ୍ତି। ସୂଚନାଥାଉ କି ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶିତ […]
ନୂଆଦିଲ୍ଲୀ:ବଜେଟ ଆଗତ କରିବା ପୂର୍ବରୁ ନିୟମ ଅନୁଯାୟୀ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପୁରା ଟିମ୍ ସହ ରାଷ୍ଟ୍ରପତି ରୀମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ନିୟମ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି ବଜେଟ ମନ୍ତ୍ରୀମଣ୍ଡଳର ଅନୁମୋଦିତ ହେବ ଏବଂ ତା’ ପରେ ହିଁ ବଜେଟ୍ରେ ଆଗତ କରାଯିବ। ତେବ ବଜେଟ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କୁ କିଏ ସହଯୋଗ କରିଥିଲା ଜାଣନ୍ତି ? […]
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ୍ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ବଜେଟ୍ରେ ୫ଟି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଏହାବ୍ୟତୀତ ଝାଡ଼ଖଣ୍ଡ ରାଞ୍ଚିରେ ପ୍ରତିଷ୍ଠା ହେବ ଜନଜାତି ସଂଗ୍ରହାଳୟ। ସେହିପରି ଅହମ୍ମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ। ଏଥର ବଜେଟ୍ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ୨୫୦୦ […]
ନୂଆଦିଲ୍ଲୀ:ଆର୍ଥିକ ବଜେଟକୁ ନେଇ ଆଜି ସଂସଦର ମାହୋଲ ସରଗରମ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଢୁଛନ୍ତି ଆର୍ଥିକ ବଜେଟ୍। ଆଜି ବଜେଟ ପଢିବା ବେଳେ ମନ୍ତ୍ରୀ କାଶ୍ମୀରକୁ ନେଇ ଏକ କବିତା ପଢିଥିଲେ। ଏହି କବିତା ଗମ୍ଭୀର ମାହୋଲକୁ ହାଲ୍କା କରି ଦେଇଥିଲା। ଅର୍ଥମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଇ ହିନ୍ଦୀରେ ଏକ କବିତା ପଢିଥିଲେ। ସେ ଏଥିରେ କହିଥିଲେ, ‘ହମାରା ୱତନ୍ ଖିଲ୍ତେ ହୁଏ ଶାଲିମାର ବାଗ୍ ଜୈସା/ ହମାରା ୱତନ୍ ଡାଲ୍ ଝିଲ୍ ମେଁ ଖିଲ୍ତେ ହୁଏ […]
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାରରେ ନିର୍ମଳା ସୀତରମଣ ଦ୍ୱିତୀୟ ଥର ପାଇଁ ଉପସ୍ଥାପନ କରୁଛନ୍ତି ବଜେଟ। ଆଜି ବଜେଟ୍ରେ କୃଷିର ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ। କ’ଣ ରହିଛି ବଜେଟ୍ରେ ଆସନ୍ତୁ ଜାଣିବା- ୧-ବଜେଟ୍ରେ କୃଷିର ଉନ୍ନତି ନେଇ ୧୬ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ୨-ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ବିଶେଷ ବ୍ୟବସ୍ଥା କରାଯିବ ୩-୨୦ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ମୁକେଶ ପରେ ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ବିନୟ ରାଜକ୍ଷମା ଆବେଦନ କରିବା ପରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବା ନେଇ ଯେଉଁ ଅନୁମାନ କରାଯାଉଥିଲା ତାହା ସତ୍ୟ ହୋଇଛି। ଫେବ୍ରୁଆରୀ ୧ରେ ନିର୍ଭୟା ଦୋଷୀ ଫାଶୀ ପାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ତାହାକୁ ଘଞ୍ଚାଇ ଦିଆଯାଇଛି। […]
ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ। ଜଣେ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଆସି ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ପୋଲିସ ଦୁର୍ବୃତ୍ତକୁ ଅଟକ ରଖିଛି। ଗୁଳି ଚଳାଇଥିବା ଦୁର୍ବୃତ୍ତ ନିଜକୁ ଗୋପାଳ ବୋଲି କହୁଛି । ତେବେ ପୋଲିସ ତାକୁ ଅଟକ ରଖି ପରିଚୟ ଯାଞ୍ଚ କରୁଛି । ସୂଚନାଥାଉ କି, ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ CAA ଓ NRC କୁ ବିରୋଧ କରି ପଦଯାତ୍ରା ଚାଲିଥିବା […]
ନୂଆଦିଲ୍ଲୀ:ସଂଶୋଧିତ ନାଗରିକତା ଆଇନ (CAA) ଏବଂ ନାଶନାଲ ରେଜିଷ୍ଟାର ଅଫ ସିଟିଜେନ(NRC) ବିରୋଧୀ ପ୍ରଦର୍ଶନ ବେଳେ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମ ଭାରତକୁ ଇସ୍ଲାମିକ୍ ଦେଶ କରିବାକୁ ଚାହୁଁଛି। ଜେରା ବେଳେ ଦିଲ୍ଲୀ ପୋଲିସକୁ ଏମିତି ତଥ୍ୟ ମିଳିଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଶରଜୀଲ କଟ୍ଟରପନ୍ଥୀ ନେତାଙ୍କ ଦ୍ୱାରା ପ୍ରଭାବିତ। ତାକୁ ପୋଲିସ ମଙ୍ଗଳବାର ବିହାରର ଜହାନାବାଦ୍ରୁ ଗିରଫ କରିଥିଲା । ଶରଜୀଲ ଉତ୍ତେଜକ ଭାଷଣ ଦେଉଥିବାର ଏକ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ । ଏହାପରେ ଆଇନଗତ ଭାବେ ସବୁ ବିକଳ୍ପ ଶେଷ ହୋଇଛି । କେବଳ ରାଜକ୍ଷମା ହିଁ ଅକ୍ଷୟ ସିଂହଙ୍କୁ ବଞ୍ଚାଇପାରେ। ଫାଶୀ ଦଣ୍ଡକୁ ଟାଳିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରେ। ସୂଚନାଥାଉ କି, ଆଗରୁ ୨ ଜଣଙ୍କର କ୍ୟୁରେଟିଭ ପିଟିସନ ଖାରଜ ହୋଇ ସାରିଛି । ମୁକେଶ ସିଂହ ଓ ପଓ୍ୱନ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ବିନୟ ଶର୍ମା ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହି ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ପ୍ରଥମେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ରାଷ୍ଟ୍ରପତି ଏହାକୁ ନାମଞ୍ଜୁର କରି ଦେଇଥିଲେ। ଏବେ ବିନୟ ରାଜକ୍ଷମା ଆବେଦନ କରିବା ପରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିପାରେ ବୋଲି କୁହାଯାଉଛି। ରାଷ୍ଟ୍ରପତିଙ୍କୁ ଦେଇଥିବା ରାଜକ୍ଷମା ଆବେଦନରେ ଉଲ୍ଲେଖ ରହିଛି ଯେ, ବିନୟ ତା’ର ଓକିଲ ଏପି ସିଂହଙ୍କ […]
ନୂଆଦିଲ୍ଲୀ:ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ ଉପରେ ଆଜି ହେବାକୁ ଥିବା ଭୋଟିଂ ସ୍ଥଗିତ ହୋଇଯାଇଛି। ଏହି ଭୋଟିଂ ମାର୍ଚ୍ଚ ମାସରେ କରାଯିବ। ତେବେ ଆଜି ନାଗରିକତା ଆଇନ ବିରୋଧରେ ଆଲୋଚନା ସଂସଦରେ ହେବ କିନ୍ତୁ ଏହା ଉପରେ ଭୋଟିଂ ମାର୍ଚ୍ଚରେ ହେବ ବୋଲି କୁହାଯାଇଛି। ୫ଟି ପ୍ରଭାବଶାଳୀ ରାଜନୈତିକ ଦଳ ପକ୍ଷରୁ ୟୁରୋପିୟ ସଂସଦରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଭୋଟିଂ ପ୍ରକ୍ରିୟା ଟଳିବା ଭାରତର ଏକ ବଡ କୁଟନୀତିକ ସଫଳତା ବୋଲି କୁହାଯାଉଛି। ଭୋଟ […]
ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପଢ଼ିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଆଜି ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ସତ୍ୟପାଠ ଜରିଆରେ ମୁସଲିମ ପର୍ସନେଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି ଇସଲାମ […]
ନୂଆଦିଲ୍ଲୀ:ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଉତ୍ତେଜକ ଭାଷଣ ଦେଇ ସମାଲୋଚିତ ହୋଇଥିବା ବିଜେପି ନେତା ଅନୁରାଗ ଠାକୁର ଏବଂ ପ୍ରବେଶ ସିଂହ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନ କଡା ପଦକ୍ଷେପ ନେଇଛନ୍ତି। ଉଭୟଙ୍କୁ ନିର୍ବାଚନ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆପତ୍ତିଜନକ ଭାଷାରେ ଶାହିନ ବାଗ୍ ଉପରେ ଟ୍ୱିଟ୍ କରି ମଡଲ ଟାଉନ୍ର ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବିରୋଧରେ ମଧ୍ୟ ଇସି ଦୁଇଦିନ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନାଥାଉ କି, […]
କୋଲକାତା:ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ବି ଜାରି ରହିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ପ୍ରଦର୍ଶନ ହିଂସା ରୂପ ନେଇଛି। ଏଠାରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲୁ ରହିଥିବାବେଳେ ଦେଶୀ ବୋମା ପକାଯାଇଥିବାବେଳେ ଗୁଳି ମଧ୍ୟ ଚଲା ଯାଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ସିଏଏ ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପାର୍କ ସର୍କସ […]