ଶ୍ରୀନଗର: ହୋଲିରେ ଏକ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଚାଲ୍ରେ ପାଣି ପକାଇ ଦେଇଛନ୍ତି। ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ମଧ୍ୟ ଆତଙ୍କବାଦୀ ପାଖରୁ […]
ନୂଆଦିଲ୍ଲୀ: ଭାରତକୁ ଆସିବନି କୌଣସି ବେଦେଶୀ କ୍ରୁଜ ସିପ୍। କୌଣସି ବିଦେଶୀ କ୍ରୁଜକୁ ଭାରତୀୟ ବନ୍ଦରକୁ ଆସିବାକୁ ଅନୁମତି ମିଳିବନି। ଆଜି ଏନେଇ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି ା କରୋନା କାୟା ବିସ୍ତାର କରୁଥିବା ଯୋଗୁଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେପଟେ ସିଙ୍ଗାପୁର କ୍ରୁଜ୍ ସିପକୁ ମିଳୁନି ବନ୍ଦର। ସିଙ୍ଗାପୁର, ମାଲେସିଆ,ଥାଇଲାଣ୍ଡ, ଚୀନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏହି କ୍ରୁଜକୁ […]
ନୂଆଦିଲ୍ଲୀ: ଦି ଦ୍ୱିପହର। ଲୋକ ଭିଡ଼। ହଠାତ୍ ପଶି ଆସିଲା ସିଂହ। ଯିଏ ଯୁଆଡେ ପାରିଲେ ଦୌଡିଲେ। ସିଂହ ବି ପଛେ ପଛେ ଦୌଡିଲା….ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଏକ ଗାଁରେ। ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଏହି ଭିଡିଓ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି। ଭିଡିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ବିସର ଜଣେ ଅଫିସର ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାର ୬ ହଜାର ଭିଉଜ୍ ହୋଇ […]
ନୂଆଦିଲ୍ଲୀ:କଂଗ୍ରେସ୍ର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାଶନିକ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୬୦ ବର୍ଷ ବୟସରେ ବନ୍ଧୁ ରବିନା ଖୁରାନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉପସ୍ଥିତିରେ ସେ ରବିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟର ବରିଷ୍ଠ ନେତା ବାଲକ୍ରିଷ୍ଣଙ୍କ ପୁଅ ମୁକୁଲ ୱାଶନିକ୍। ତାଙ୍କ ନାଁ ସେତିକିବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ […]
ଥିରୁଅନନ୍ତପୁରମ୍: ଭାରତରେ କରୋନା ଭାଇରସ୍ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲାଣି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଏହାକୁ ମିଶାଇ କେରଳରେ କରୋନା ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଶିଶୁଟି ନିଜ ପରିବାର ଲୋକଙ୍କ ସହ ଇଟାଲି ଯାଇଥିଲା। ଇଟାଲିରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଆଜି ଏହା କହିଛନ୍ତି। ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ କାମ କରୁଛି। ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଶେୟାର ଏସବିଆଇ କିଣିବ। ଏଥିପାଇଁ ଆରବିଆଇ ବୋର୍ଡ ଅନୁମତି ଦେଇଛି। ହେଲେ ଏସବିଆଇ ସହିତ ୟେସ୍ ବ୍ୟାଙ୍କ ମିଶ୍ରଣ […]
ବେଜିଂ: ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲରେ ଗପିବା ମନା। କାରଣ ଏଥିରେ ବିପଦର ଆଶଙ୍କା ରହିଛି। ହେଲେ ଲୋକେ ଫାଇନ୍ ଦେବାକୁ ପସନ୍ଦ କରୁଛନ୍ତି ପଛେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଏହାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ନମୁନା ଦେଖିବାକୁ ମିଳିଛି ଚୀନ୍ରେ। ଫେବ୍ରୁଆରୀ୨୧ ତାରିଖ ଘଟଣା। ଗଣମାଧ୍ୟମ ଖବର ଅନୁଯାୟୀ, ଚୀନ୍ର ଜଣେ ବ୍ୟକ୍ତି ଡ୍ରାଇଭିଂ ଟେଷ୍ଟ ପାସ୍ କରିବାର ୧୦ ମିନିଟ୍ ପରେ […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ମିଳିବ। ହେଲେ କେବେ ? ତାରିଖ ପରେ ତାରିଖ ଟାଳି ଚାଲିଛନ୍ତି ଦୋଷୀ। କୋର୍ଟ ମାର୍ଚ୍ଚ୨୦ ତାରିଖ ସାନି ଡେଥ୍ ୱାରେଣ୍ଟ ଜାରି କରିଥିଲେ ହେଁ ସେଦିନ ବି ଦୋଷୀଙ୍କୁ ଫାଶି ମିଳିବ କି ନାହିଁ ସନ୍ଦେହ ଦେଖା ଦେଇଛି। ଏମିତ ସମୟରେ ସୁପ୍ରିମ୍ କୋର୍ଟ ଜଣେ ହତ୍ୟାକାରୀଙ୍କ ଫାଶିଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଛତିଶଗଡ଼ର ମନୋଜ ସୂର୍ଯ୍ୟଭାନ୍ସି ନାମକ ଜଣେ ବ୍ୟକ୍ତି ୮ ରୁ ୬ ବର୍ଷ ବୟସର […]
ମୁମ୍ବଇ:ଦିନ ଥିଲା ତାଙ୍କ ଆଖି ସାମ୍ନାରେ ଥିଲା ଖାଲି ଅନ୍ଧାର ଆଉ ଅନ୍ଧାର। ଜୀବନ ହୋଇ ପଡ଼ିଥିଲା ଦୁର୍ବିସହ। ଜୀବନ ଯୁଦ୍ଧରେ ସତରେ କ’ଣ ମୁଁ ଲଢି ପାରିବି – ଏମିତି ଏକ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। କାରଣ ଏକ ଦୁର୍ଘଟଣାରେ ସେ ତାଙ୍କର ଦୁଇଟି ହାତ ହରାଇଥିଲେ। ଗୋଟିଏ ବର୍ଷ ଏପରି ଦ୍ୱନ୍ଦ୍ୱରେ କଟିଗଲା। ହେଲେ ଆଜି ତାଙ୍କ ପାଇଁ ସମୟ ବଦଳି ଯାଇଛି। ଏବେ ତାଙ୍କ ଆଖିରେ ଅନେକ ସ୍ୱପ୍ନ। […]
କାବୁଲ:ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। ସେହିପରି କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିପାରି ନାହିଁ। ଶୋଭାଯାତ୍ରାରେ ବିସ୍ଫୋରଣ କରି ଏଭଳି ହମଲା କରାଯାଇଛି। ପୁଲିସ୍ ଓ […]
ନୂଆଦିଲ୍ଲୀ:ମନପସନ୍ଦର ଜୀବନ ସାଥୀଟିଏ କିଏ ବା ନ ଚାହେଁ ? ମନର ମଣିଷକୁ ପାଇବା ପାଇଁ ମଣିଷ ତ କଷ୍ଟରୁ କଷ୍ଟ ପରୀକ୍ଷା ଦେଇପାରେ। ଜୀବନକୁ ବାଜି ବି ଲଗାଇପାରେ। ହେଲେ ବାଘଟିଏ ଯେ ତା’ର ପ୍ରେମିକା ପାଇଁ ଏତେ କଷ୍ଟ କରିପାରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମିକକୁ ପାଇବା ପାଇଁ ବାଘ ୨୦୦୦ କିମି ବାଟ ଚାଲିଛି। ଭାରତୀୟ ବନ ଅଧିକାରୀ (IFS) ପରବୀନ କସ୍ୱାନ ଟ୍ୱିଟ କରି ଏହି ପ୍ରେମିକ ବାଘର କାହାଣୀ କହିଛନ୍ତି […]
ନୂଆଦିଲ୍ଲୀ: ପୁଣି ଆଇନର ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପୁଣି ତାରିଖକୁ ଟାଳିବା ପାଇଁ ନୂଆ ଭେଳିକି ଆରମ୍ଭ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ଦୋଷୀ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଦାବି କରିଛି। ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ ଯଥାକ୍ରମେ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହା ଖାରଜ […]
ନୂଆଦିଲ୍ଲୀ: ପୁଣି ଜଣେ କରୋନା ଆକ୍ରାନ୍ତ ଠାବ ହେଲେ ଦିଲ୍ଲୀରୁ। ଦିଲ୍ଲୀ ଉତ୍ତମ ନଗର ଅଞ୍ଚଳରୁ ଆଉ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆରୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ୩୧ କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଏହା ପୂର୍ବରୁ ଗାଜିଆବାଦ୍ରେ ଜଣେ ୫୭ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେ ଇରାନରୁ ଫେରିଥିଲେ। ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସୋଲେସନରେ […]
ବେଙ୍ଗାଲୁରୁ:କର୍ଣ୍ଣାଟକର ମାଙ୍ଗାଲୁରୁ-ବେଙ୍ଗାଲୁରୁ ଜାତୀୟ ରାଜପଥ (ଏନଏଚ-୭୫)ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ୱିତ ରାତ୍ରିରେ ଦୁଇଟି ଏସୟୁଭି କାର ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ଦୁଇ ଛୋଟ ଛୁଆ ରହିଛନ୍ତି। କୁନିଗାଲ ସହର ବେଙ୍ଗାଲୁରୁଠାରୁ ୭୫ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଛି। ଚାରିଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏସୟୁଭି କାରଟି ଯାଉଥିବାବେଳେ କୁନିଗାଲଠାରେ ପ୍ରଥମେ ଆଉ […]
ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ୟେସ ବ୍ୟାଙ୍କର ସ୍ଥିତି ଖରାପ ହୋଇଛି। ଆଜି ଷ୍ଟକ ମାର୍କେଟରେ ବ୍ୟାଙ୍କର ଶେୟାର ୫୦ […]
ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ବିପଦ। ନାସା ପକ୍ଷରୁ ଏପରି ସତର୍କ ସୂଚନା ଦିଆଯାଇଛି। ବିରାଟ ‘ଆଷ୍ଟ୍ରଏଡ୍’ ବା ‘ଗ୍ରହାଣୁ’ ବା ଉଲ୍କା ପିଣ୍ଡ ପୃଥିବୀର ନିକଟତର ହେଉଛି, ଯାହାର ଓସାର ୧.୧ରୁ ୨.୫ ମାଇଲ୍ ବୋଲି ଅନୁମାନ କରାଯାଉଛି । ଅଫିସିଆଲି ଏହାକୁ ୫୨୭୬୮ (1998 OR2 ) କୁହାଯାଉଛି। ଏପ୍ରିଲ ୨୯, ୨୦୨୦ରେ ଏହା ପୃଥିବୀର ଅତି ନିକଟତର ହେବ। ଯଦି ଏହା ପୃଥିବୀକୁ ଧକ୍କା ଦିଏ ତେବେ ଭୟଙ୍କର କ୍ଷତି ହେବ। […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ୱାଣ୍ଟେଣ୍ଡ ଥିବା ଆପ୍ ନେତା ତାହିର୍ ହୁସେନ୍ କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ଆସିଥିଲେ । ତାହିର୍ ନିଜ ଓକିଲଙ୍କ ସହ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ସରେଣ୍ଡର ପାଇଁ ଆସୁଥିଲେ। କୋର୍ଟରେ ପାର୍କିଂ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ସୂଚନା ଥାଉ କି, ସେ ଜାମିନ୍ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ଏହାପରେ ଦିଲ୍ଲୀ ପୋଲିସ୍ ତାଙ୍କୁ କାକରଡୁମା […]
ନୂଆଦିଲ୍ଲୀ:ଉତ୍ତରପୂର୍ବ ଦିଲ୍ଲୀରେ ହିଂସାରେ ପ୍ରାୟ ୪୮ ଲୋକଙ୍କର ମୃତ୍ୟୁ ଘଟିଲାଣି। ଦିନକୁ ଦିନ ସାଂପ୍ରଦାୟିକ ସଦ୍ଭାବ କ୍ଷୂର୍ଣ୍ଣ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ହିନ୍ଦୁ-ମୁସଲ୍ମାନ ପରସ୍ପରକୁ ସହୃଦୟତାର ହାତ ବଢାଇବା ଉଚିତ୍ । କାରଣ ଆମ ଦେଶରେ ଏକତା ରହିଛି, ଭାଇଚାରା ରହିଛି। ଆଉ ଏଇ ଏକତା, ଭାଇଚାରର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୁଜୁରାଟର ମୋହମ୍ମଦ ହନିଫ ଶେଖ୍। ଏଏନଆଇ ଖବର ଅନୁସାରେ, ତାମିଲନାଡୁର ପରିପଟ୍ଟି ଗାଁର ବାସିନ୍ଦା ଅବଦୁଲ୍ଖୁଦା ମୋହମ୍ମଦ ହନିଫ ଶେଖ ଏବେ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗୁରୁଗ୍ରାମ ଡାକ୍ତରଖାନାରେ ୧୪ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଖବର ମିଳିଛି। ଏବେ ଗାଜିଆବାଦରେ ପୁଣି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ଦେଶରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ବୁଧବାର ୨୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତି ମଧ୍ୟରେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରଛନ୍ତି। […]
ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ସଂଖ୍ୟା କମିବ। ସାର୍ବଜନିକ କ୍ଷେତ୍ରରେ ୧୦ଟି ବ୍ୟାଙ୍କକୁ ବନ୍ଦ କରି ଦିଆଯିବ। ଏପରି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବୁଧବାର ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୧୦ଟି ବ୍ୟାଙ୍କକୁ ବନ୍ଦ କରି ୪ଟି ବଡ ବ୍ୟାଙ୍କ ସହ ମିଶାଇ ଦିଆଯିବ। ଏହି କାମ ଜାରି ରହିଛି। ଏପ୍ରିଲ ୨୦୨୦ ସୁଦ୍ଧା କାମ ଶେଷ ହୋଇଯିବ। ସୀତାରମଣ ଆହୁରି କହିଛନ୍ତି, କେନ୍ଦ୍ରିୟ ମନ୍ତ୍ରିମଣ୍ଡଳର ୧୦ ବ୍ୟାଙ୍କକୁ ବନ୍ଦ କରିବା […]