ପେଇଚିଂ: କରୋନା ଭାଇରସକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏବେ ଲଦାଖ ସୀମାନ୍ତକୁ ନେଇ ଭାରତ-ଚୀନ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଭାରତ, ଆମେରିକା ନୁହେଁଁ, ଏବେ କରୋନା ଭାଇରସକୁ ନେଇ ସାରା ଦୁନିଆ ଚୀନକୁ ଘେରିଛି। ତଥାପି ଚୀନର ଦିମାକ୍ କମିନି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ନ କରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଲାଗି କହିଛନ୍ତି। ଅନ୍ୟପକ୍ଷେ […]
ରାୟପୁର:ଛତିଶଗଡ଼ର ନକ୍ଲଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ଅମଦଇ ଘାଟି କ୍ୟାମ୍ପରେ ଯବାନମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଫଳରେ ୨ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ବସ୍ତର ଆଇଜି ପି.ସୁନ୍ଦର ପି କହିଛନ୍ତି, ନାରାୟଣପୁର ଜିଲ୍ଲାର ଛୋଟଡୋଙ୍ଗର ଥାନାର ଘାଟି ଅଞ୍ଚଳରେ ଛତିଶଗଡ଼ ସୁରକ୍ଷାକର୍ମୀଙ୍କ ୯ମ ବାଟାଲିଅନର କ୍ୟାମ୍ପ ପଡ଼ିଥିଲା। କ୍ୟାମ୍ପରେ ଶୁକ୍ରବାର ରାତିରେ […]
କୁଲଗାମ:ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ ୱାମପୋରାରେ ଲୁଚି ରହିଥିଲେ। ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଦୁଇ ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ଶୁଣି ନ ଥିଲେ। ଶେଷରେ ସୁରକ୍ଷାକର୍ମୀ ଉଭୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ନିହତ ଆତଙ୍କୀ ଦ୍ୱୟ ଲସ୍କର-ଏ-ତୋଏବାର ବୋଲି […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ ବଢୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ହେଲେ କରୋନାର ପ୍ରାଣଘାତୀ ଭୟ କମିବାରେ ଲାଗିଛି। ଭାରତରେ କରୋନା ଭାଇରସ କେସ୍ ଫଟାଲିଟି ରେଟ୍ (Case Fatality Rate)ଶୁକ୍ରବାର ୨.୮୪ ପ୍ରତିଶତ ଥିଲା । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୩ ପ୍ରତିଶତ ତଳକୁ ଆସିଛି । ଅର୍ଥାତ୍ କରୋନା […]
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରକୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିବାରୁ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଡିଓ ବାର୍ତ୍ତା ଜରିଆରେ କରୋନା ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଘଡ଼ିସନ୍ଧି […]
ନୂଆଦିଲ୍ଲୀ: ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଚିହ୍ନଟ କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଏହି ଆତଙ୍କବାଦୀ ଜଣଙ୍କ ସୋପିଆନ୍ ଅଞ୍ଚଳର ହିଦାୟତୁଲ୍ଲା ମଲ୍ଲିକ । ଗତକାଲି ସୁରକ୍ଷାବଳର ଅପରେସନରେ ଧରାପଡ଼ିଥିବା ବିସ୍ଫୋରକ ବୋଝେଇ କାରର ମାଲିକ ହେଉଛି ହିଦାୟତୁଲ୍ଲା। ଗତ ବର୍ଷ ଜୁଲାଇରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦିନ୍ ସହ ଯୋଡି ହୋଇଥିଲା ହିଦାୟତୁଲ୍ଲା। ଏହି ଘଟଣାରେ ପୋଲିସ ଅଧିକ ଛାନଭିନ୍ କରୁଛି । ୨୦୧୯ […]
ନୂଆଦିଲ୍ଲୀ: ସପ୍ତମ ଶ୍ରେଣୀ ଛାତ୍ରଙ୍କ ସ୍ମାର୍ଟ ଓ୍ୱାର୍କ । ଲକଡାଉନ ସମୟରେ ଘରେ ରହି ବିକଶିତ କରିଛନ୍ତି ଏକ ସ୍ମାର୍ଟ ରୋବର୍ଟ। କୋରନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଓ୍ୱାର୍ଡ ବୟ, ନର୍ସ, ଡାକ୍ତରଙ୍କୁ ଏହି ରୋବର୍ଟ କାମରେ ଆସିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବେଳେ ସେମାନେ ସିଧାସଳଖ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କ ପାଖରେ ସଂକ୍ରମଣ ହେବାର ଭୟ ଅଧିକ ଥାଏ। ତେଣୁ କରୋନା ରୋଗୀଙ୍କ ପାଖକୁ […]
ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି । ଲାଇଭ ଟିଭି କାର୍ଯ୍ୟକ୍ରମ ଚାଲିଥିବାବଳେେ ଏକ ମାଙ୍କଡ ଟିଭି ହୋଷ୍ଟଙ୍କୁ ହଠାତ୍ ଆକ୍ରମଣ କରୁଛି । ଏହାପରେ ଜଣେ ଆକ୍ଟରଙ୍କ ଇଣ୍ଟରଭ୍ୟୁ ନେଉଥିବା ହୋଷ୍ଟ ଇଣ୍ଟରଭ୍ୟୁ ଛାଡ଼ି ଷ୍ଟୁଡିଓରୁ ଦୌଡ଼ି ପଳାଉଛନ୍ତି । ସାକ୍ଷାତକାର ଚାଲିଥିବାବେଳେ ଏକ ମାଙ୍କଡ ହଠାତ୍ ଆଙ୍କରଙ୍କ ଉପରକୁ ଆକ୍ରମଣ କରିଥିଲା । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଏହି ଭାଇରାଲ ଭିଡିଓ ଇଜିପ୍ଟର ବୋଲି ଜଣାଯାଇଛି । ଇଜିପ୍ଟର ଅଲ […]