ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କ ଅଭିନୀତ ଫିଲ୍ମ ‘କବୀର ସିଂ’ରୁ ଅନୁପ୍ରାଣିତ ହୋଇ ବ୍ଲାକ୍ମେଲର୍ ସାଜିଲେ ୩୧ ବର୍ଷୀୟ ଯୁବକ। ନିଜକୁ ମିଛରେ orthopaedic ସର୍ଜନ କହି ଏକ ଡେଟିଂ ୱେବ୍ସାଇଟ୍ରେ ଯୁବତୀଙ୍କୁ ପ୍ରଲୋଭନ ଓ ପରେ ବ୍ଲାକ୍ମେଲିଂ କରିବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଆନନ୍ଦ କୁମାର। ଏହି ଘଟଣାରେ ପୁଲିସ୍ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ କ୍ରମେ […]
ୱାଶିଂଟନ୍: ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏବେ WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ WHOକୁ ଚୀନ ନିଜ ନିୟନ୍ତ୍ରଣରେ ରଖିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଚୀନ ଉପରେ ବର୍ଷିବା ସହ ଟ୍ରମ୍ପ କହିଛନ୍ତି, ସୁରକ୍ଷା ପାଇଁ ବିପଦ ସାଜି ଆମେରିକାରେ ରିସର୍ଚ୍ଚ କରୁଥିବା ଚୀନ ବୈଜ୍ଞାନିକମାନଙ୍କ ଉପରେ […]
ନୂଆଦିଲ୍ଲୀ: ମେ’ ୩୧ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀର ଆଗମନ ପରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ କହିଛି। […]