କେନ୍ଦ୍ରାପଡ଼ା: କାଳ ହେଲା ଓଭର୍ଟେକ୍ ନିଶା। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ୍ ବୋଝେଇ ଟ୍ରକ୍ଟି ଆଉ ଏକ ଟ୍ରକ୍କୁ ଓଭର୍ଟେକ୍ କରିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍କୁ ଆଇରନ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମୋଟା ଗାଁର ନରହରି ପ୍ରଧାନ। […]
ଆଗ୍ରା: ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଝଡ଼ ତୋଫାନ ସହ ବର୍ଷା,ବଜ୍ରପାତ ଓ କୁଆପଥର ମାଡ଼ ହୋଇଥିଲା। ଏଥିରେ ଐତିହାସିକ ତାଜମହଲର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ଝଡ଼ ତୋଫାନରେ ତାଜମହଲର ମୁଖ୍ୟ ସମାଧିସ୍ଥଳରେ ଥିବା ମାର୍ବଲ୍ ରେଲିଂ ଭାଙ୍ଗି ଯାଇଥିବା ସୂଚନା ମିିଳିଛି। ଏହାସହ ପଶ୍ଚିମଦ୍ୱାରରେ ଥିବା ଲାଲ୍ ରଙ୍ଗର ସ୍ତମ୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ତାଜମହଲର ପଛ ଭାଗ ଓ ବଗିଚାରେ ଥିବା […]
ଭୁବନେଶ୍ୱର: ରାଜ୍ୟରେ ୧୯ ଜିଲ୍ଲାରେ ନୂଆ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧତ୍କ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରୁ ୧୬ଜଣ, ନୂଆପଡ଼ାରୁ ୧୨ଜଣ, ବଲାଙ୍ଗିରରୁ ୧୧ଜଣ, ଗଞ୍ଜାମ ଓ ଯାଜପୁରରୁ ୧୦ ଜଣ ଲେଖାଏ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ରୁ ୬ଜଣ ଲେଖାଏ,କଟକରୁ […]
ଫ୍ଲୋରିଡା: ଆମେରିକା ମାଟିରୁ ଐତିହାସିକ ମହାକାଶ ଯାତ୍ରା। ବିଶ୍ୱରେ ପ୍ରଥମ ଥର ପାଇଁ ଘରୋଇ କମ୍ପାନୀ ସହାୟତାରେ ମହାକାଶକୁ ପଠାଗଲା ମଣିଷ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ‘ହ୍ୟୁମାନ୍ ସ୍ପେସ୍ ମିଶନ୍’ ଲଞ୍ଚ୍ କରିଛନ୍ତି। ଏଥିସହ ପ୍ରାୟ ୯ ବର୍ଷ ପରେ ପୁଣିଥରେ ମହାକାଶକୁ ମଣିଷ ପଠାଇବାରେ ସଫଳ ହୋଇଛି ଆମେରିକା। ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ […]