ଶ୍ରୀଗଙ୍ଗାନଗର: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାର ରାଜିଆସର ଥାନା ଇଲାକାରେ ବୁଧବାର ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି। ସ୍ଥାନୀୟ ରାଜିୟାସର ଥାନା ଇଲାକାରେ ଭାରତୀୟ ବାୟୁ ସେନାର ଏକ ଜିପ୍ସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଜିପ୍ସି ଓଲଟି ଯିବାପରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି। ଏଥିରେ ଥିବା ସେନାର ୩ ଜଣ ଯୁବାନ ଜୀବନ୍ତ ଜଳି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସୁରତଗଡ-ଛତରଗଡ ରୋଡ୍ରେ ବୁଧବାର ବିଳମ୍ବିତ ରାତିରେ […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଧାରା କମିବାର ନାଁ ଧରୁନି। ସଂକ୍ରମଣ ପୁଣି ଥରେ ତୀବ୍ରଗତିରେ ବଢିବାରେ ଲାଗିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ତାଲିକା ରେକର୍ଡ ଛୁଉଁଛି। ଗତକାଲି ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩, ୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ୨୭୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା […]
ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନ cbseresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଜାଣିପାରିବେ। ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜନ୍ରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତ୍ରିଭେନ୍ଦ୍ରମ ରିଜନ୍ରେ ସର୍ବାଧିକ ୯୭.୬୭ ପ୍ରତିଶତ ପାସ୍ ହାର ରହିଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ […]
କୋଲକାତା: ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ଝୁଲନ୍ତା ମୃତଦେହ ପଶ୍ଚିମବଙ୍ଗ ଉତ୍ତର ଦିଞ୍ଜାପୁର ଜିଲ୍ଲା ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯିବା ସହ ଓ ଏହା ପଛରେ ଶାସକ ଦଳ ଟିଏମସିର ହାତ ଥିବା ଦଳ ଦାବି […]
ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ଆଜି ୨ୟ ଦିନରେ ପୁଣି ପେଟ୍ରୋଲ,ଡିଜେଲ ଦର ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୧ ପଇସା ଏବଂ ଡିଜେଲ ୨୦ ପାଇସା ଶସ୍ତା ହୋଇଛି। ଫଳରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୯୦.୭୮ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୧.୧୦ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୭.୧୯ ଟଙ୍କା ଏବଂ ଡିଜେଲ ଦାମ ୮୮.୨୦ ଟଙ୍କା ରହିଛି। ଦୁଇଦିନ ଭତରେ ପେଟ୍ରୋଲ […]
ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ନ୍ୟାସନାଲ କ୍ୟାପିଟାଲ ଅଫ୍ ଦିଲ୍ଲୀ ଆମେଣ୍ଡମେଣ୍ଟ ବିଲ୍ । ଆମ୍ ଆଦ୍ମି ପାର୍ଟି, କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଯାଇଛି । ବିଲ୍କୁ ବିରୋଧ କରି କଂଗ୍ରେସ ସମେତ ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିଲ୍ ପାସ୍ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି, ଏହା ଭାରତୀୟ ଗଣତନ୍ତ୍ର […]
ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପରସେଣ୍ଟାଇଲ୍ ରଖିଛନ୍ତି । ଏନେଇ ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ପଂଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୯୦ହଜାର ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଚଳିତବର୍ଷ ପ୍ରଥମଥର ପାଇଁ […]
ବୁଲନ୍ଦସହର: ଉତ୍ତରପ୍ରଦେଣ ବୁଲନ୍ଦ ସହରର ବହୁଚର୍ଚ୍ଚିତ ଆରୁଷି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ (ଚଳନ୍ତା କାର୍ରେ ଗଣଦୁଷ୍କର୍ମ ଓ ହତ୍ୟା) ମାମଲାର ରାୟ ଶୁଣାଣୀ ହୋଇଛି। ମାମଲାର ବିଚାର କରି ପୋସ୍କୋ କୋର୍ଟ ତିନି ଅଭିଯୁକ୍ତଙ୍କୁ ଫାଶିଦଣ୍ଡାଦେଶ ଶୁଣାଇଛନ୍ତି। ଏଠି କହିରଖିବୁ, ଆରୁଷି ଗଣଦୁଷ୍ମର୍ମ ଓ ହତ୍ୟାକାଣ୍ଡ ସମଗ୍ର ଉତ୍ତର ପ୍ରଦେଶକୁ ଥରାଇ ଦେଇଥିଲା। ଚଳନ୍ତା କାର ଭିତରେ ଏପରି ଗଣଦୁଷ୍ମର୍ମ ଏବଂ ହତ୍ୟା ସେ ସମୟରେ ପୋଲିସର ନିଦ ହଜାଇ ଦେଇଥିଲା। ଘଟଣା ଘଟିଥିଲା ୨୦୧୮ ଜାନୁଆରୀ […]
ନୂଆଦିଲ୍ଲୀ / ଭୁବନେଶ୍ୱର: ସିବିଏସ୍ଇ ବୋର୍ଡ ପରୀକ୍ଷା 2021 ଦେବାକୁ ଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସି ଖବର। ବୋର୍ଡ ସେହି ବର୍ଷ ଆଉ ଗୋଟିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯା ଦ୍ୱାରା CBSE ଶ୍ରେଣୀ 10, 12 ର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଭଲ କରି ନଥିବେ ବା ସେମାନଙ୍କ ରେଜଲ୍ଟ ତାଙ୍କ ଆଶାନୁରୂପ ହେଇ ନଥିବ ସେମାନେ ନିଜ ବୋର୍ଡ ପରୀକ୍ଷା ଫଳାଫଳ ରେ […]
କୋଲକାତା: ‘ଟିଏମସିର ପାପର ଘଡା ପୂର୍ଣ୍ଣ ହୋଇ ଗଲାଣି। ପଶ୍ଚମ ବଙ୍ଗରେ ଏବେ ବିଜେପି ସରକାର ଦରକାର। ପଶ୍ଚିମବଙ୍ଗରେ ଟିଏମସିର ଖେଳ ଶେଷ ହୋଇଯାଇଛି । ଏବେ ବିକାଶର ଆରମ୍ଭ ହେବ। ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯିବ ଟଙ୍କା। ବଙ୍ଗରେ ଏବେ ନୂଆ ଏକ ନାରା ଶୁଭୁଛି ‘ମେ ଦୁଇ..ଦିଦିଙ୍କ ବିଦାୟୀ। ଏମିତି ଅଗ୍ନବର୍ଷୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟିଏମସି ସରକାର ଉପରେ ବର୍ଷିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ଜୋର ଧରିଛି। ବିଜେପି-ଟିଏମ୍ସି […]
ଚଣ୍ଡୀଗଡ: ପଞ୍ଜାବର ମଣ୍ଡି ଗୋବିନ୍ଦଗଡରେ ଏକ ଫାଇନାନ୍ସ କମ୍ପାନୀ ଅଫିସରେ ଜଣେ ଯୁବତୀଙ୍କୁ ୬ ଜଣ ବ୍ୟକ୍ତି ଗନପଏଣ୍ଟରେ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଖୋଜୁଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପୀଡିତାଜଣକ ଫରୀଦକୋଟର ବାସିନ୍ଦା। କିନ୍ତୁ ଏବ ସେ ଲୁଧିଆନାରେ ରହୁଛନ୍ତି। ଗଣ୍ଡି ଗୋବିନ୍ଦଗଡର ଅମଲୋହ ରୋଡ ସ୍ଥିତ […]
ଭିଲୱାଡା: ରାଜସ୍ଥାନର ଭିଲବାଡା ଜିଲ୍ଲାର ହୁନୁମାନନଗର ଥାନା ଇଲାକାରେ ମଙ୍ଗଳବାର ରାତିରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ୍ରେ ଅଚାନକ ନିଆଁ ଲାଗି ଯାଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବ୍ଲାଷ୍ଟ ହେବାରେ ଲାଗିଥିଲା। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଆଖପାଖ ଇଲାକା ଥରି ଯାଇଥିଲା। ସ୍ଥାନୀୟ ଲୋକେ ଭୟରେ କମ୍ପି ଉଠିଥିଲେ। ଭିଲୱାଡା ପୋଲିସର କହିବା ଅନୁଯାୟୀ, ଜୟପୁରରୁ ୪୦୦ରୁ ଅଧିକ ଘରୋଇ ଗ୍ୟାସ ସିଲିଣ୍ଡର ନେଇ ଏକ ଟ୍ରକ ଜାତୀୟ […]