ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍-ଦିନ୍ ମଲ୍ଲାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଏ ନେଇ ଅଭିଯୋଗ ପରେ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ମେହରାଜ୍ ତାଙ୍କ ବନ୍ଧୁଙ୍କୁ ଭେଟିବା ପାଇଁ ସୋପୋର ଅଭିମୁଖେ ଯାଉଥିବାବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍ରେ ଅପହରଣ କରି ନେଇଥିଲେ। ଏହି ଅପହରଣ ପଛରେ […]
ଚମ୍ବା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହା ବ୍ୟତୀତ ୧୦ ଗାଈ ମଧ୍ୟ ଜଳି ଯାଇଛନ୍ତି। ଏହି ଘଟଣା ଚମ୍ବା ଜିଲ୍ଲାର ସୁଇଲା ଗ୍ରାମରେ ଘଟିଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଟ୍ୱିଟ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସୁଇଲା ଗାଁରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଜଳି ଯାଇଛନ୍ତି। ଗୃହପାଳିତ ପଶୁ […]
ଏର୍ଣ୍ଣାକୁଲମ୍: ଏମିତି ଅନେକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷିତ ପରେ ମଧ୍ୟ ସେ ବଞ୍ଚିଥାନ୍ତି ବୋଲି ପରେ ଜଣାପଡ଼ିଥାଏ। ଆହୁରି ମଧ୍ୟ ଦେଖିବାକୁ ମିଳିଛି, ଶ୍ମଶାନରେ ଶବଦାହ ବେଳେ ଯାହାକୁ ଲୋକମାନେ ମୃତ ବୋଲି ଭାବିଥାନ୍ତି ପରେ ସେ ବଞ୍ଚିଛନ୍ତି ବୋଲି ଜଣାପଡ଼ିଥାଏ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା କାଲାମସ୍ସରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଏର୍ଣ୍ଣାକୁଲମ୍ରେ […]
ନୂଆଦିଲ୍ଲୀ: CBSE ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନ www.cbse.nic.in ଓ cbseresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଜାଣିପାରିବେ। ଡିଜି ଲକର୍ ମୋବାଇଲ ଆପ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ମୋଟ ପାସ୍ ହାର ୯୧.୪୬% ରହିଛି। ଗତବର୍ଷ ପାସ୍ ହାର ୯୧.୧୦% ଥିଲା, ଏବର୍ଷ ୦.୩୬% ବୃଦ୍ଧି ପାଇଛି। ଭୁବନେଶ୍ୱର ରିଜିଅନରେ ପାସ୍ […]
ମୁମ୍ବାଇ: ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଉଦ୍ଧାର ଓ ବ୍ୟବସାୟୀ ମନସୁଖ ହିରନ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ୱାଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ଏକାଠି କରୁଛି ଏନ୍ଆଇଏ। ବାନ୍ଦ୍ରା ମିଠି ନଦୀରୁ ଲାପଟପ୍, ସିପିୟୁ, ପ୍ରିଣ୍ଟର, ହାର୍ଡ ଡିସ୍କ, ସିସିଟିଭି ଡିଜିଟାଲ୍ ଭିଡିଓ ରେକର୍ଡର୍ ଓ ସମାନ ରେଜିଷ୍ଟ୍ରେସନର ୨ଟି ନମ୍ବର ପ୍ଲେଟ୍ ମିଳିଛି। ସଚିନ ଓ୍ୱାଜେ ଓ […]
କୋଲକାତା: ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ସିଆଇଡି ହତ୍ୟା ମାମଲା ରୁଜୁ କରିଛି। ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। ବିଧାୟକଙ୍କ ପକେଟରୁ ମିଳିଥିବା ସୁଇସାଇଡ୍ ନୋଟ୍ରେ ଯେଉଁ ଦୁଇ ଜଣଙ୍କ ନାଁ ଲେଖାଥିଲା ସେମାନଙ୍କୁ ମଧ୍ୟ କ୍ରାଇବ୍ରାଞ୍ଚ ଜେରା କରିଥିବା ସୂଚନା ମିଳିଛି। ଗତ ୧୩ ତାରିଖରେ ପଶ୍ଚିମବଙ୍ଗ ଉତ୍ତର ଦିଞ୍ଜାପୁର ଜିଲ୍ଲା ହେମତାବାଦ […]
ପାରାଦୀପ: ରାଜ୍ୟରେ କରୋନା ସଂକ୍ରମଣ ଆଖିରୁ ନିଦ ହଜାଇ ଦେଇଛି। ଶିକ୍ଷାନୁଷ୍ଠାନରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିବାବେଳେ କାଲି ଏକ ଜାହାଜରୁ ଚିହ୍ନଟ ହୋଇଛନ୍ତି ୧୪ କରୋନା ରୋଗୀ। ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରୁ ୧୪ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗତ ସନ୍ଧ୍ୟାରେ ପାରାଦୀପ ବନ୍ଦରରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି। ତେବେ ଏହା ବିଦେଶୀ ଜାହାଜ ନୁହେଁ ବୋଲି ଜଣାଯାଇଛି । କୋଷ୍ଟାଲ ସିପିଂରେ ଦେଶର ଅନ୍ୟାନ୍ୟ ବନ୍ଦର ଛୁଇଁ […]
ୱାଶିଂଟନ: ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି କରୋନା ଟିକା। ଭାକ୍ସିନ ନିର୍ମାତା କମ୍ପାନୀ ଫାଇଜର (Pfizer) ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଖରେ କରୋନା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି। ଏ ନେଇ ଫାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ଆମର ସହଯୋଗୀ କମ୍ପାନୀ ବୟୋଏନଟେକ୍ ସହ ମିଶି ଆମେ ଫାଇଜର-ବାୟୋଏନଟେକ୍ କୋଭିଡ ଭାକ୍ସିନର ସୁରକ୍ଷା, ସହନଶୀଳତା ତଥା ଇମ୍ୟୁନୋଜେନେସିଟିର ମୂଲ୍ୟାୟନ କରିବା ପାଇଁ ପ୍ରଥମେ ସୁସ୍ଥ ପିଲାଙ୍କୁ ଏହି ଟିକା […]
ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଡାକ୍ତରଖାନାରେ ୭୦ରୁ ଅଧିକ କରୋନା ରୋଗୀ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁମ୍ବାଇର ଭାଂଡୁପ ଇଲାକାରେ ଥିବା ଡ୍ରିମ୍ ମଲ୍ରେ ନିଆଁ ଲାଗି ଯାଇଥିଲା। ଏହାର ତୃତୀୟ ମହଲାରେ ଡାକ୍ତରଖାନା ଥିଲା। ଏହି ହସ୍ପିଟାଲରେ ୭୦ରୁ ଅ଼ଧିକ କରୋନ ପେସେଣ୍ଟ ଚିକିତ୍ସିତ ହେଉଥିଲେ। ରାତି ପ୍ରାୟ ସାଢେ ୧୨ଟା ହେବ ମଲ୍ରେ ନିଆଁ ଲାଗିଥିଲା। ୭୦ରୁ ଅଧିକ […]
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କୁମ୍ଭାରପଡ଼ା ନିକଟ ମହାନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କୁ ୨ଜଣ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଗତକାଲି ସନ୍ଧ୍ୟାରେ ସ୍ୱାମୀଙ୍କ ସହ ମହାନଦୀ ସେତୁକୁ ବୁଲିବାକୁ ଆସି ଥିବାବେଳେ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ମହିଳା ଜଣକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁଲିହାକାନୀ ଗାଁର ମୀରା ସେଠୀ ବୋଲି ଜଣାପଡ଼ିଛି। ମୀରା ନଦୀରେ ଭାସି ଭାସି ଯାଉଥିବା ବେଳେ ଲଙ୍କେଶ୍ୱର ଘାଟତଳ କୁମ୍ଭାରପଡ଼ାରୁ ୨ଜଣ ମତ୍ସ୍ୟଜୀବୀ ତାଙ୍କୁ […]
ନୂଆଦିଲ୍ଲୀ: ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ସ୍କୁଲ ନୁହେଁ, ରାଜ୍ୟର ସମସ୍ତ […]
ଆଳି: ସ୍ୱାବ୍ ସଂଗ୍ରହ ବେଳେ କୋଭିଡ୍ ଯୋଦ୍ଧାଙ୍କୁ ବନ୍ଧୁକ ମୁନରେ ଧମକ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପାତ୍ରପୁର ଗାଁରେ ଏଭଳି କିଛି ଘଟଣା ଘଟିଛି। କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍ ସଂଗ୍ରହ ପାଇଁ ପାତ୍ରପୁର ଗାଁକୁ ଯାଇଥିବା ବେଳେ ପାତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏପରିକି ତୁମେମାନେ କିଏ ଏବଂ କାହିଁକି ଆସିଛ ? ବୋଲି ସମ୍ପୃକ୍ତ ଯୁବକ ଜଣକ ପଚାରିବା ସହ ଗାଳିଗୁଲଜ […]