କଲରାଡୋ: ଆମେରିକାର କୋଲରାଡୋ ସ୍ଥିତ ବୋଲ୍ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଜଣେ ୫୧ ବର୍ଷୀୟ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଅତିର୍କିତ ଗୁଳିଚାଳନା କରୁଥିବା ଦେଖି […]
ନୂଆଦିଲ୍ଲୀ: ବାଘ ଗଣନାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ କଲା ଭାରତ। ୨୦୧୮-୧୯ ମସିହାରେ ଭାରତରେ ଥିବା ବାଘଙ୍କୁ ନେଇ ଏହି ଗଣନା କରାଯାଇଥିଲା। ବିଶ୍ୱର ସର୍ବ ବୃହତ ଅନ୍-କ୍ୟାମେରା ବନ୍ୟପ୍ରାଣୀ ସର୍ଭେ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ନାଁ ଲିପିବଦ୍ଧ କରିଛି ଭାରତ। ୨୦୧୮ରେ ଚତୁର୍ଥ ପର୍ଯ୍ୟାୟ ସର୍ବଭାରତୀୟ ବ୍ୟାଘ୍ର ଗଣନା ଅନୁଯାୟୀ ଦେଶର ସମୁଦାୟ ବାଘ ସଂଖ୍ୟା ୨,୯୬୭ ଥିଲା। ଯାହା ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୫ […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା ‘Sea Springs’କୁ ସିଲ୍ କରାଯାଇଛି। ରେଖାଙ୍କ ବାନ୍ଦ୍ରା ସ୍ଥିତ ଏହି ବଙ୍ଗଳାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ କରୋନା ପଜିଟିଭ୍ ଆସିବା ପରେ ବଙ୍ଗଳାକୁ ସିଲ୍ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବଙ୍ଗଳା ବାହାରେ ବିଏମ୍ସି ନୋଟିସ୍ ଲଗାଇ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି। ସୂଚନା ଅନୁସାରେ, ରେଖାଙ୍କ ଏହି ବଙ୍ଗଳାରେ ୨ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଯେଉଁମାନେ […]
ଚନ୍ଦୌଲି:ସୋଶିଆଲ ମିଡିଆ ଲାଗି ଟଳିଗଲା ଏକ ବଡ ବିପଦ। ଅସାମାଜିକଙ୍କ ହାବୁଡରୁ ଉଦ୍ଧାର ପାଇଲେ ନାବାଳିକା । ଗୋଟିଏ ଟୁଇଟ ପାଇଁ ଝିଅକୁ ଫେରି ପାଇଲେ ବାପା। ନହେଲେ ଝିଅର ଜୀବନ ଯେ କ’ଣ ହୋଇଥାନ୍ତା ! ସୋଶିଆଲ ମିଡିଆକୁ ନେଇ ଅନେକଙ୍କ ମନରେ ନକାରାତ୍ମମ ଚିନ୍ତାଧାରା ଥିବାବେଳେ ଏହି ଘଟଣା ସେମାନଙ୍କୁ ଆଉ ଥରେ ଭାବିବା ପାଇଁ ବାଧ୍ୟ କରିବ। ଗୌହାଟିର ଏଇ ନାବାଳିକାଙ୍କୁ କାମାକ୍ଷ ଏକ୍ସପ୍ରେସରେ ଅପହରଣ କରି ନେଇ ଯାଉଥିଲେ । ହେଲେ […]
ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା । ସରକାର ଜେଟ୍ ଇନ୍ଧନ ଦର ବୃଦ୍ଧି କରିଛନ୍ତି। ଫଳରେ ବିମାନ ଭଡା ବଢିବାର ସମ୍ଭାବନା ରହିଛି। ତେବେ ଦରବୃଦ୍ଧି ଯୋଗୁ କେବଳ ଇକୋନମିକ୍ ଶ୍ରେଣୀରେ ବିମାନ ଟିକେଟ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବିଜିନେସ ଶ୍ରେଣୀରେ ଟିକଟ ଦର ବଢ଼ିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆସନ୍ତା ଏପ୍ରିଲ ଯାଏଁ ଟିକେଟ୍ ଦରରେ […]
ମିରଟ: ବିବାହ ଭୋଜିରେ ଛେପ ଲଗାଇ ତନ୍ଦୁର ରୁଟି ତିଆରି କରି କ୍ୟାମେରା ସାମ୍ନାରେ ଧରା ପଡ଼ିଥିବା ଜଣ ଯୁବକଙ୍କ ବିରୋଧରେ ନାଶନାଲ ସିକ୍ୟୁରିଟି ଆକ୍ଟ (ଏନଏସ୍ଏ)ରେ ମାମଲା ରୁଜୁ କରାଯାଇଛି। ଉତ୍ତର ପ୍ରଦେଶର ମିରଟରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଗତ ଫେବ୍ରୁଆରୀରେ ଗିରଫ କରାଯାଇଥିଲା। ଗିରଫ ଯୁବକଙ୍କ ନାମ ସୋହିଲ। ନିକଟରେ ତାଙ୍କ ପରିବାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଜାମିନି ପାଇଁ ଆବେଦନ କରିଥିଲେ। ହେଲେ ଜିଲ୍ଲା […]
ମୁମ୍ବାଇ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ୩୯ ହଜାର ୭୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ପରେ ଦେଶରେ କରୋନା ସଂକ୍ରମଣ ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ଛୁଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ୨୪ ଘଣ୍ଟାରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ପୁଣି ଥରେ କଡ଼ ଲେଉଟିଛି କରୋନା। ଏଠାରେ […]
ହାଇଦ୍ରାବାଦ: ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଭୋଜନ। ସବୁ କିଛି ସ୍ୱତନ୍ତ୍ର ହେବା ଉଚିତ୍। ତେଣୁ ଜ୍ୱାଇଁ ଆସୁଥିବା ଜାଣି ଶାଶୂ ରାନ୍ଧିଛନ୍ତି ୬୭ ପ୍ରକାର ବ୍ୟଞ୍ଜନ। ଜ୍ୱାଇଁଙ୍କୁ ଏମିତି ସମ୍ମାନ ଜଣାଇଛନ୍ତି ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା । ସାଧାରଣତଃ ଜ୍ୱାଇଁମାନେ ଘରକୁ ଆସିଲେ ସେମାନଙ୍କୁ ଅଧିକ ସମ୍ମାନ ଦିଆଯାଇଥାଏ। ଖାଇବାଠୁ ଆରମ୍ଭ କରି ରହିବା, ବୁଲାବୁଲି ଓ ସର୍ପ୍ରାଇଜ୍ ପ୍ଲାନିଂ ସବୁକିଛିର ଆୟୋଜନ ହୋଇଥାଏ। ତେବେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ଖାଦ୍ୟ ରୋଷେଇ […]
ମୁମ୍ବାଇ:ମୁକେଶ ଅମ୍ବାନୀଙ୍କ ଘର ବାହାରେ ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଘଟଣାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପୋଲିସ ଅଧିକାରୀ ସଚିବ ୱାଜେଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଏନଆଇଏ ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗଡ କରିଚାଲିଛି। ଏପରିକି ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମାମଲା ସହ ସ୍କର୍ପିଓ ମାଲିକ ମନସୁଖ ହିରେନ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସଂପୃକ୍ତି ଥିବାର […]