ଗାଜାସିଟି: ଦୀର୍ଘ ୧୧ ଦିନ ଧରି ଜାରି ରହିଥିବା ସଂଘର୍ଷରେ ବିରାମ ଆଣିବା ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ ଇସ୍ରାଏଲ ଓ ହମାସ। ଶେଷରେ ଅସ୍ତ୍ରବିରତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ମନ୍ତ୍ରୀମଣ୍ଡଳ। ଇସ୍ରାଏଲ ସମୟ ଅନୁସାରେ ଶୁକ୍ରବାର ରାତି ୨ଟାରୁ ଏହି ଅସ୍ତ୍ରବିରତି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ହମାସର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସିଜଫାୟାର ଲାଗୁ ହୋଇଥିବା ସ୍ପଷ୍ଟ ହୋଇଛି । ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ କରିବାକୁ […]
ପୁରୀ: ରଥ ଖଳାରେ ପଶି ମହାମାରୀ କରୋନା। ଅକ୍ଷୟ ତୃତୀୟଠାରୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି। ହେଲେ ବାଧକ ସାଜିଲାଣି କରୋନା। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଥିବା ସୂଚନା ମିଳିଛି। । କରୋନାର ଦ୍ୱିତୀୟ ଲହରରେ ପୁରୀ ଜିଲ୍ଲା ପ୍ରଭାବିତ ହୋଇଛି। ୨ୟ ୱେଭରେ ମହାପ୍ରଭୁଙ୍କ ୨ ସେବାୟତ ଓ […]
ନୂଆଦିଲ୍ଲୀ: ସାଇକ୍ଲୋନ ତାଉତେ ତାଣ୍ଡବ ସୃଷ୍ଟି କରିବା ପରେ ଏବେ ଦୁର୍ବଳ ହୋଇଯାଇଛି । ହେଲେ ଏହାର ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ପାଗ ପୂରା କୋହଲା ରହିଛି। ବୁଧବାର ସକାଳୁ ଝିପିଝିପି ବର୍ଷା ବି ଜାରି ରହିଛି। କୁହାଯାଉଛି, ୭୦ ବର୍ଷ ପରେ ଦିଲ୍ଲୀରେ ଏପରି ପାଗ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଲାଗି ରହିଥିବା ବର୍ଷା ୭୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୭୬ ମେ’ ମାସରେ ଏପରି ବର୍ଷା ହୋଇଥିଲା। […]
ନୂଆଦିଲ୍ଲୀ: ତାଉତେ ଆସିଲା , ତାଣ୍ଡବ ରଚିଲା ଆଉ ଚାଲିଗଲା । ଗଲାବେଳେ ଛାଡ଼ିଗଲା ଧ୍ୱଂସର ପଦଚିହ୍ନ। ଅନେକ ଧନଜୀବନ ହାନି କଲା । ତାଉତେ ଯିବା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ପ୍ରଳୟ ପରର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ମୁମ୍ବାଇ ସମୁଦ୍ର ବେଳାଭୂମିରେ। ଅଳିଆ, ଆବର୍ଜନାରେ ଭର୍ତ୍ତି ମୁମ୍ବାଇ ସମୁଦ୍ର ବେଳାଭୂମି । ସମୁଦ୍ରକୁ ଯାହା ଫୋପଡ଼ା ଯାଇଥିଲା ଏବେ ତାହା ପୁଣି ଫେରି ଆସିଛି ବେଳାଭୂମିକୁ । ଦେଶର […]
କଟକ:କଟକରେ କରୋନା କାୟା ବିସ୍ତାର କରି ଚାଲିଛି। ଆଜି ଦିନକରେ କଟକରୁ ୫୭୦ ପଜିଟିଭ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଟକ ସହରରେ ସାନି କଟକଣା ଲାଗୁ କରାଯାଉଛି । ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ […]
ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ ମଧ୍ୟ ସୋଲି ସୋରାବଜୀ ଚିକିତ୍ସାଧୀନ ଥିଲେ। ସୋଲି ସୋରାବଜୀ ଦୁଇ ଦୁଇ ଥର ଦେଶର ଆଟର୍ଣ୍ଣି ଜେନରାଲ ଥିଲେ। ପ୍ରଥମେ ୧୯୮୯ରୁ ୯୦ ଏବଂ ଦ୍ୱିତୀୟ ଥର ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ। […]
ବ୍ରହ୍ମପୁର:ଯୋଗ୍ୟତା, ଆତ୍ମବିଶ୍ୱାସ ଏସବୁ ସଫଳତାର ଗୋଟିଏ ଗୋଟିଏ ଚାବିକାଠି। ଏକଥାକୁ ଅସ୍ୱୀକାର କରାଯାଇ ନ ପାରେ। ହେଲେ ଏସବୁ ସହିତ ସଫଳତାର ଆଉ ଏକ ସତ୍ୟ ହେଉଛି କରୁଥିବା କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ। ଯଦି କୌଣସି କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ ରହିବ ତେବେ ସଫଳତା ହାତ ପାହାନ୍ତାରେ ମିଳିପାରିବ। ଏମିତି ଉତ୍ସର୍ଗ ମନୋଭାବ ଜଣେ ଯୁବକଙ୍କଠାରେ ଦେଖି ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ। କରୋନାର ତା’ର କାୟା ସାରା […]