କୋଲକାତା : ’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ, ନହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବାହାର କରିଦେବେ। ମାତ୍ର ଦୁଇ ଦିନ ହେଲା ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କର ଅବସ୍ଥା ବହୁତ ଗମ୍ଭୀର’ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଶେଷ ସମୟରେ କହୁଛନ୍ତି ଅକ୍ସିଜେନର ଅଭାବ ଦେଖାଦେଉଛି । ଅକ୍ସିଜେନ ଆଣିକି ଦିଅ ନହେଲେ ଆମେ ବାହାର କରିବାକୁ ବାଧ୍ୟ ହେବୁ’ । ମୃତ୍ୟୁ ସଂଘର୍ଷ କରୁଥିବା ବାପାଙ୍କ […]
ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ବାଉଳା ହେଲା କଂଗ୍ରେସ ନେତା । ବଞ୍ଚି ଥାଉ ଥାଉ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶଶି ଥରୁର୍ । ସୁମିତ୍ରା ମହାଜନଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ଗୁରୁବାର ରାତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏବଂ କଂଗ୍ରେସ ନେତା ଶଶି ଥରୁର ସୁମିତ୍ରା ମହାଜନଙ୍କ ନିଧନ ବାବଦରେ ଖବର ଦେଇ ଏକ ଟ୍ୱିଟ୍ କରିଥିଲେ । ଥରୁର ଲେଖିଥିଲେ, ପୂର୍ବତନ […]
ହରିଦ୍ୱାର : ପତଞ୍ଜଳି ଯୋଗପୀଠରେ ପ୍ରବେଶ କଲା ମହାମାରୀ । ଉତ୍ତରାଖଣ୍ଡରେ ତୀବ୍ର ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କ ହରିଦ୍ୱାର ସ୍ଥିତ ବିଭିନ୍ନ ସଂସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏବେ ସୁଦ୍ଧା ଯୋଗପୀଠର ବିଭିନ୍ନ ସ୍ଥାନରେ କରୋନାର ସଂକ୍ରମଣର ୮୩ ମାମଲା ସାମ୍ନାକୁ ଆସିଛି । ତେବେ ପତଞ୍ଜଳି ପକ୍ଷରୁ ଦାବି କରାଯାଉଛି, ବାବା ରାମଦେବଙ୍କ ସଂସ୍ଥାନରୁ କୌଣସି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି । […]
ମୁମ୍ବାଇ : ମହାରାଷ୍ଟ୍ରରେ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । କରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର ଗୋଟିଏ ପରେ ହସ୍ପିଟାଲରେ ଦୁର୍ଘଟଣା ଘଟୁଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଲିକ୍ କାରଣରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ଥଣ୍ଡା ପଡ଼ିନଥିବା ବେଳେ ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ୍ ସେଣ୍ଟରରେ ନିଆଁ ଲାଗି ୧୩ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ସକାଳ ପାଖାପାଖି ସାଢ଼େ ୩ଟାରେ ସଟସର୍କିଟ ଯୋଗୁଁ […]
ଡବଲ ମ୍ୟୁଟାଣ୍ଟ ନଷ୍ଟ କରିବାରେ କୋଭାକ୍ସିନ ବେଶି ସାମର୍ଥ୍ୟ ଗବେଷଣାରୁ କୋଭାକ୍ସିନ ଅଧିକ ସାମର୍ଥ୍ୟ ଥିବା କହିଲା ICMR ୟୁକେ, ବ୍ରାଜିଲ୍, ଦକ୍ଷିଣ ଆମେରିକାର ମ୍ୟୁଟାଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ ନ୍ୟାସନାଲ୍ ଭାଇରୋଲୋଜି, ଆଇସିଏମ୍ଆର୍ ରିସର୍ଚ୍ଚରେ ପ୍ରକାଶ ନୂଆଦିଲ୍ଲୀ : କରୋନାର ନୂଆ ଭ୍ୟାରିଏଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ କୋଭାକ୍ସିନ୍ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନୂଆ ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ ଅଧିକ ସାମର୍ଥ୍ୟ ରଖିଛି । ଏନେଇ ନୂଆ ତଥ୍ୟ ପ୍ରକାଶ […]
”ବାପାଙ୍କୁ କାଳେ କରୋନା ହୋଇଥିବ’, ଆମର ତ ପୁଣି ପିଲା ଛୁଆ ଅଛନ୍ତି‘ ସଂକ୍ରମଣ ଭୟରେ ବୁଢ଼ାବାପାକୁ ଏକୁଟିଆ କରିଦେଲେ ପରିବାର ଲୋକ ୮୦ ବର୍ଷିୟ ବୃଦ୍ଧଙ୍କର ପରିବାରରେ ୩ ବିବାହିତ ଝିଅ ଦିଲ୍ଲୀ ପୋଲିସ୍ କନେଷ୍ଟବଳଙ୍କ ପାଇଁ ବଞ୍ଚିଲା ଜୀବନ ମେଡ଼ିକାଲକୁ ଯିବାକୁ ରାଜି ହେଉନଥିଲେ ପୂର୍ବତନ ସିଆଇଡି ଅଫସର ଦିଲ୍ଲୀ : ପରିବାର ହାତ ଛାଡ଼ିଦେଲା, ସାହା ହେଲା ପୋଲିସ୍ । ସଂକ୍ରମଣ ଭୟରେ ଅଲୋଡ଼ା ହୋଇଗଲେ ବୁଢ଼ା ବାପା । ଭଗବାନ ଭରସାରେ […]
ମୁମ୍ବାଇ : ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା । ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି । ବର୍ତ୍ତମାନ ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି ନେଇପାରନ୍ତି ଠାକରେ । ଏପଟେ ଦିଲ୍ଲୀ ପରେ ଝାଡ଼ଖଣ୍ଡରେ ଲକଡାଉନ୍ କରାଯାଇଛି । ସାରା ରାଜ୍ୟରେ ୮ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର । ଏପ୍ରିଲ ୨୨ତାରିଖରୁ […]
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ […]
ଗୋଡ୍ଡା : ମହଙ୍ଗା ପଡ଼ିଲା ଫେସବୁକ୍ ପ୍ରେମ । ପ୍ରେମିକ ସହ ସଂସାର ଗଢ଼ିବାର ସ୍ୱପ୍ନ ନେଇ ମା’ବାପାକୁ ପର କରିଆସିଥିଲେ ଯୁବତୀ । ହେଲେ ପ୍ରେମିକାକୁ ଦେଖିବା ମାତ୍ରେ ବିଧା ଗୋଇଠା ବର୍ଷାଇଲା ପ୍ରେମିକ । ଝାଡ଼ଖଣ୍ଡ ଗୋଡ୍ଡାର ରାଜରାସ୍ତାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫେସବୁକ ଜରିଆରେ ପ୍ରେମ ହେବା ପରେ ପ୍ରେମିକକୁ ଦେଖାକରିବା ପାଇଁ ସବୁଦିନ ପାଇଁ ନିଜ ଘର ଛାଡ଼ି ପଳାଇ ଆସିଥିଲା ପ୍ରେମିକର ସହରକୁ । କିନ୍ତୁ […]
ବସରେ ସିଟ୍ ନମିଳିବାରୁ ଛାତ ଉପରେ ବସି ଯାଉଛନ୍ତି ଲୋକେ ରାତି ୧୦ରୁ ଲାଗୁ ହୋଇଛି ୬ ଦିନିଆ ସଟଡାଉନ୍ ନୂଆଦିଲ୍ଲୀ : ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ପୁଣି ଥରେ ଜନଗହଳି । ଘରକୁ ଫେରିବାକୁ ଭିଡ଼ ଜମାଇଛନ୍ତି ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଏବେ ସେମାନେ ଘର ମୁହାଁ । ଗତକାଲି ରାତି ତମାମ ଆନନ୍ଦବିହାର ବସ୍ ଟର୍ମିନାଲରେ ଏପରି […]
ଦିଲ୍ଲୀ : ’ମାସ୍କ ନାମରେ ଚାଲାଣ କାଟିବା ପାଇଁ ଆସିଗଲେ ଭିକାରୀ । ମୁଁ ତାଙ୍କୁ ତୁମ ସାମ୍ନାରେ କିସ୍ ବି କରିବି, ମୋର କ’ଣ କରିବ କ” । ମାସ୍କ କାହିଁକି ପିନ୍ଧିନାହିଁ ବୋଲି ପ୍ରଶ୍ନ କରିବାରୁ ନାଲି ଆଖି ଦେଖାଇ ପାଖରେ ଧିବା ସ୍ୱାମୀଙ୍କ ଆଡ଼କୁ ଇଙ୍ଗିତ କରି ଏପରି କହିଛନ୍ତି ମହିଳା । ପାଖରେ ନାଇଟ୍ କର୍ଫ୍ୟୁର ପାସ୍ ନଥିଲା, ନାଥିଲା ମୁହଁରେ ମାସ୍କ । କର୍ଫ୍ୟୁ ସମୟରେ କାରରେ ବୁଲି ବାହାରିଥିବା […]
ନୂଆଦିଲ୍ଲୀ : ବ୍ୟକ୍ତିଗତ ବାହାନ ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ । Narcotics Drug and Psychotropic Substance ଆକ୍ଟ ଅନୁସାରେ ସର୍ବସାଧାରଣ ଅଧୀନରେ ବ୍ୟକ୍ତିଗତ ଗାଡ଼ି ଆସୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଭୁଲ ଧାରା ଅଧୀନରେ ମାମଲା ଦାୟର କରାଯାଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏପରିସ୍ଥଳେ ବିନା ସର୍ଚ୍ଚ ୱାରେଣ୍ଟରେ ବ୍ୟକ୍ତିଗତ ଗାଡ଼ିର ଛାନଭିନ କରାଯାଇ ପାରିବନାହିଁ […]
ଗ୍ୱାଲିୟର : ବିକୃତ ମାନସିକତା । ମହାମାରୀ ତାଣ୍ଡବ ଭିତରେ ମଧ୍ୟ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସୁନି । ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ପୀଡ଼ିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ୱାର୍ଡବୟ । ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏପରି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ୱାର୍ଡବୟକୁ ଗିରଫ କରିଛି ପୋଲିସ୍ । ଗ୍ୱାଲିୟରର ଏକ ଘରୋଇ ହସ୍ପିଟାଲର କୋଭିଡ କେୟାର ସେଣ୍ଟରରେ ଘଟିଥିବା ଏପରି ଘଟଣା […]
ମହାରାଷ୍ଟ୍ରରେ ୬୮ ହଜାର ଓ ଦିଲ୍ଲୀରେ ୨୫ ହଜାର ପାର କଲା ପଜିଟିଭ୍ ସଂଖ୍ୟା ସେପଟେ ସ୍ଥିତି ବିଗିଡ଼ିବାରୁ ଛତିଶଗଡ଼ରେ ସଟଡାଉନ୍ ଅବଧି ୨୭ ଯାଏ ବୃଦ୍ଧି ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା । ଦିନକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟରେ ଲମ୍ବା ଡିଆ ମାରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୮ ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]
ଗୋରଖପୁର : ମାନବିକତାରେ ବିଶାଳ ପାଚେରୀ ଛିଡ଼ା କଲା ଅଦୃଶ୍ୟ ଭାଇରସ୍ । କରୋନାରେ ବାପପୁଅଙ୍କ ମୃତ୍ୟୁ ପରେ ମୁହଁରେ କବାଟ କିଳିଦେଲେ ସୁଖଦୁଃଖର ସାଥୀ ସାଜିଥିଲା ପଡ଼ୋଶୀ । ଘଣ୍ଟା ଘଣ୍ଟା ଧରି ଛଅ ଘଣ୍ଟା ଘର ବାହାରେ ପଡ଼ିରହିଲା ପୁଅର ମୃତଦେହ । ଯେଉଁ ମଣିଷ ଦିନେ ପାଖ ପଡ଼ୋଶୀଙ୍କ ଗୋଟିଏ ଡାକରେ ବିନା ଦ୍ୱିଧାରେ ଘରେ ପହଞ୍ଚି ଯାଉଥିଲା,ଆଜି ତା’ର ମୃତ୍ୟ ପରେ କେହି ପାଖ ମାଡ଼ିଲେନି । ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ […]
ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା, JEE (ମେନ୍) ସ୍ଥଗିତ । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି( NTA) JEE (ମେନ୍) ପରୀକ୍ଷାକୁ ସ୍ଥଗିତ ରଖିଛି । ଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଲଗାତାର ଉଠୁଥିବା ଦାବିକୁ ଧ୍ୟାନରେ ରଖି NTA ୧୦ ଦିନ ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିଛି । ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବ । ତେବେ ନୂଆ ତାରିଖ ଘୋଷଣାର ୧୫ ଦିନ […]
ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ଆଜି ଦିନକରେ ସର୍ବାଧିକ ୧୫୦୧ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦କୁ ବୃଦ୍ଧି ପାଇଛି । ସେହିପରି ଆଜି ଦିନକରେ ସର୍ବାଧିକ ୨.୬୧ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ […]
ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ । କୋଭିଡ ସ୍ଥିତି ନେଇ ଗତକାଲି ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୋଦି । ରୋଗୀଙ୍କ ପାଇଁ ଔଷଧ, ଅକ୍ସିଜେନ୍, ଭେଣ୍ଟିଲେଟର ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେଇ ସମୀକ୍ଷା ବୈଠକ ବସିଥିଲା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନକୁ ଅଧିକ ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ପଡ଼ିବ, […]
ନାଇଟ୍ କର୍ଫ୍ୟୁ ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ରାତି ୯ରୁ ସକାଳ ୫ ଯାଏ ବାହାରେ ବୁଲାବୁଲି କରିବାକୁ ସଂପୂର୍ଣ୍ଣ ବାରଣ କଟକଣାରୁ ବାଦ୍ ଅତ୍ୟାବଶ୍ୟକ ସେବା ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ବୋଲି ପୋଲିସ […]
କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଲୋକ ନ ଆସିବାକୁ ଅନୁରୋଧ କୁମ୍ଭମେଳାକୁ ଆସିଥିବା ୬୮ ସାଧୁ କରୋନା ଆକ୍ରାନ୍ତ ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍ ୨ ରାଜସ୍ନାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା । ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି । ଏହାଫଳରେ କରୋନା ବିରୋଧରେ ଲଢେଇକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି […]
ବନାସକାଣ୍ଠା : ମନ୍ଦିରର ଦେଶ ଭାରତ । ଆମ ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ । ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ସେହିପରି ଭାବେ ଭାରତରେ ମା’ ଦୁର୍ଗାଙ୍କର ଅନେକ ମନ୍ଦିର ରହିଛି । ଦେବୀ ସତୀଙ୍କ ଶରୀରକୁ କୌଣସି ନା କୌଣସି ଅଂଶ ଖସିଥିବା ସ୍ଥାନରେ ତିଆରି ହୋଇଛି ଏପରି କିଛି […]
ବାରାଣାସୀ : ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା ସ୍ନାନରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ତଥା ନଦୀ ବିଜ୍ଞାନୀ ପ୍ରଫେସର ଡ। […]
କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ । ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ […]
ମୁମ୍ବାଇ : ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ । ଆମ୍ବୁଲାନ୍ସରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଥିବା ବାପାକୁ ବଞ୍ଚାଇବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଅସହାୟ ପୁଅ । କରୋନା ସଂକ୍ରମଣରେ ଅଣନିଶ୍ୱାସୀ ହୋଇଯାଉଥିବା ବାପାଙ୍କୁ ହସ୍ପିଟାଲରୁ ହସ୍ପିଟାଲକୁ ନେଇ ଥକିଗଲେଣି ଯୁବକ, କୋଉଠି ହେଲେ ବେଡ଼ ଗୋଟିଏ ମିଳୁନି । ବୋଉ ସିଆଡ଼ୁ ଫୋନ୍ କରି କରି ଅଥୟ କରିଦେଉଛି । ହେଲେ ଅଭାଗା ପୁଅ ବାପା ବିଷୟରେ […]
ନୂଆଦିଲ୍ଲୀ : କରୋନାର ବଢ଼ୁଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି […]