ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ଟ୍ରେନର ସ୍ପିଡ କମ ଥିବାରୁ ଟ୍ରେନର ୭ଟି ବଗିରୁ କୌଣସି ଗୋଟିଏ ବଗି ଟ୍ରାକରୁ ବାହାରକୁ ବାହାରି ନଥିଲା ଦୁର୍ଘଟଣା ସମୟରେ ଟ୍ରେନରେ ୮୪ ଜଣ ଯାତ୍ରୀ ଥିଲେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଉ ଏକ ଇଞ୍ଜିନ ଲଗାଯାଇଥିଲା ରାଞ୍ଚି: ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ରାତି ୮ଟା ୨୦ରେ କନାରାଓଁ ରେଲୱେ ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେବଳ ଇଞ୍ଜିନ […]
ଜମ୍ମୁ: ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ ଜମ୍ମୁ ଓ କାଶ୍ମୀରର ବାରମୁଳା ଜିଲ୍ଲା ସାପୁରରେ ସିଆରପିଏଫ୍ ଓ ପୋଲିସ ତନଖି କରୁଥିବା ବେଳେ ଜଣେ ଆତଙ୍କବାଦୀ ଗୁଳିଚାଳନା କରିଥିଲା। ଚେକିଂ ପୋଷ୍ଟ ପାଖରେ ପହଞ୍ଚିବା ପରେ ଆତଙ୍କବାଦୀ ଜଣକ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ୩ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏଥି ସହ ୨ ଜଣ ଗୁରୁତର ଅଛନ୍ତି। ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହିଦ ଯବାନ […]
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼ୁଛି ଭାରତ। କେବଳ ନିଜ ନାଗରିକଙ୍କ ପାଇଁ ନୁହେଁ ସାରା ବିଶ୍ୱକୁ ସହାୟତା ହାତ ବଢ଼ାଇଛି। ଡାକ୍ତରୀ ଟିମ୍, ଔଷଧ ପଠାଉଛି ଭାରତ। ହେଲେ ଠିକ୍ ଏହି ସମୟରେ ପାକିସ୍ତାନ ଆତଙ୍କ ପଠାଉଛି। ଆଜି ଏଭଳି କିଛି ଢଙ୍ଗରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଏମ୍ଏମ୍ ନରୱାଣେ। It is very unfortunate that at a time when the whole world & […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଏଭଳି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମ ନାମରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ରାଜ୍ୟ ଓ କେନ୍ଦ୍ର ଓ ଶାସିତ ଅଞ୍ଚଳକୁ ଯେଉଁ ଆର୍ଥିକ ସହଯୋଗ […]