
ପଶ୍ଚିମବଙ୍ଗର ରାଜନୀତିକୁ ନେଇ ଥମିବାରେ ନା ନେଉ ନାହିଁ ଚର୍ଚ୍ଚା। ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
କରୋନା ମହାମାରୀ ଲୋକଙ୍କ ଜୀବନ ଧାରାକୁ ଅନେକାଂଶରେ ପରିବର୍ତ୍ତନ କରିଦେଇଛି। ଅନେକ ଲୋକ ଏହି ମହାମାରୀ ସମୟରେ ଭଲରେ ଗଣ୍ଡାଏ ଖାଇବାକୁ ବି ପାଇଲେ ନାହିଁ। ଦୀର୍ଘଦିନ ସଟଡାଉନ ଓ ଲକଡାଉନ ଲାଗି ରହିବାରୁ ଅନେକ ଚାକିରୀ ବି ହରାଇଲେ
କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦାମ ବଢାଇବାରେ ବ୍ୟସ୍ତ। ଗୋଟିଏ ପଟେ ଦେଶରେ ଯେପରି ଭାବରେ ତୈଳ ଦର ସବୁ ବଢିବାରେ ଲାଗିଛି ତାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତେଜୁଥିବା ବେଳେ ପୁଣି ଦରଦାମ ବଢିବାର ମିଳିଛି ସଂକେତ। ଖୁବଶୀଘ୍ର ସାଧାରଣ ଲୋକଙ୍କ ଉପରେ ପଡିବାକୁ ଯାଉଛି ଆଉ ଏକ ମହଙ୍ଗା ମାଡ଼।
ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି।
କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର […]
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି କଲିକତାର ରାଜନୈତିକ ମାହୋଲ ସେତିକି ଗରମ ହେଉଛି। ଲଗାତାର ଭାବରେ ମୋଦି-ଦିଦିଙ୍କ ସମର୍ଥକ ଆମ୍ନାସାମ୍ନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ଗୁଡ଼ିକ ନିଜ ନିଜର ଆଭିମୁଖ୍ୟ ଭୋଟରଙ୍କ ସାମ୍ନାରେ ରଖୁଛନ୍ତି।
ନୂଆଦିଲ୍ଲୀ: ହୋଟେଲ ହେଉ ବା ରେଷ୍ଟୁରାଣ୍ଟ। ଅନେକ ସମୟରେ ଆପଣ ସେଠାରେ ରହିଥିବେ, ଖାଇଥିବେ ଓ ରାତ୍ରୀଯାପନ କରିଥିବେ। ଏଇ ପୃଥିବୀ ପୃଷ୍ଠକୁ ଛାଡି ଆପଣ କେବେ ମହାକାଶରେ ରହିଛନ୍ତି କି? ଯଦି ନା ତାହେଲେ ଏ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ମହାକାଶରେ ହେବାକୁ ଯାଉଛି ଏକ ଅତ୍ୟାଧୁନିକ ହୋଟେଲ। ଯେଉଁଠି ରହିବା ସହ ଖାଇବାର ସୁବିଧା ମିଳିବ। ଖାଲି ଏତିକି ନୁହେଁ ସିନେମା ହଲଠାରୁ ଆରମ୍ଭ କରି ଜିମ ଓ ଲାଇବ୍ରେରୀ ବି […]
ପୁଣି କାୟା ମେଲାଇ ଚାଲିଛି କରୋନା। ଏବେ କରୋନାର ନୂତନ ଷ୍ଟ୍ରେନ୍ ଏବଂ ଭ୍ୟାରିଏଣ୍ଟ୍ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି। ଏଇ ନିକଟରେ ବ୍ରାଜିଲରେ ଦେଖା ଦେଇଥିବା କରୋନାର ଦୁଇଟି ନୂତନ ଭ୍ୟାରିଏଣ୍ଟ ଏବେ ବ୍ରିଟେନରେ ଦେଖା ଦେଇଛି
ନୂଆଦିଲ୍ଲୀ: ପ୍ରପର୍ଟି କିଣିବା ଯୋଜନାରେ ଆପଣ ଅଛନ୍ତି କି। ଯଦି ହଁ ତାହେଲେ ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଉଛି ଏମିତି ଅଫର। ଆସନ୍ତାକାଲିଠାରୁ ଏସବିଆଇ ଆୟୋଜନ କରୁଛି ଏହି ମେଗା ଇ–ଅକ୍ସନ। ଯେଉଁ ଲୋକେମାନେ ସମ୍ପତ୍ତି ବନ୍ଧକ ରଖି ଋଣ ନେଇଥିଲେ, ଟଙ୍କା ପରିଶୋଧ ନ କରିବାରୁ ଏସବିଆଇ ସେମାନଙ୍କର ବନ୍ଧକ ସମ୍ପତ୍ତି ନିଲାମ କରିବାକୁ ଯାଉଛି। ଏସବିଆଇର ଏହି ମେଗା ଇ–ନିଲାମରେ ଘର, ପ୍ଲଟ, କମର୍ସିଆଲ ସ୍ଥାନ, ପ୍ଲାଣ୍ଟ, ମେସିନାରୀ, […]
ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ୮୧ ପ୍ରତିଶତ ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା କୋଭାକ୍ସିନ। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ବେଳେ ଟିକାର ଏଭଳି ସଫଳତା ବାବଦ ତଥ୍ୟ ସାମ୍ନାକୁ ଆସିଥିବା ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି। ICMRର ସହଯୋଗରେ ୨୫ ହଜାର ୮୦୦ ଜଣଙ୍କ ଠାରେ ଟିକାର ଥାର୍ଡ ଫେଜ୍ ପରୀକ୍ଷଣ ହୋଇଥିଲା। ଭାରତ ବାୟୋଟେକର ଏହି ଟିକା ୮୧ ପ୍ରତିଶତ ଫଳପ୍ରଦ ଥିବା ନେଇ ଏହି ପରୀକ୍ଷାରୁ ଜଣାପଡ଼ିଛି। ଟିକାର ଆଉ ଏକ […]
ମୁଖା ଖୋଲିଦେଲା ଇଣ୍ଡିଆ ସ୍କିଲ୍ ରିପୋର୍ଟ ଚାକିରି ପାଇବାକୁ ଅଯୋଗ୍ୟ ଓଡ଼ିଶାର ୬୮ %ରୁ ଅଧିକ ମାନବସମ୍ବଳ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା, ଜବାବ ରଖିଲା ବିଜେଡି ଭୁବନେଶ୍ୱର: ସାରା ବିଶ୍ୱ ଦେଖିବ ଓଡ଼ିଆଙ୍କ କୌଶଳ। ଅନ୍ୟ ରାଜ୍ୟ ତଥା ବିଦେଶୀ ରାଷ୍ଟ୍ର ପାଇଁ ମଡେଲ୍ ପାଲଟିବ ରାଜ୍ୟର ଦକ୍ଷତା ବିକାଶ। ଏମିତି ମନ୍ତ୍ର ନେଇ ରାଜ୍ୟ ସରକାର ସ୍ଥାପନ କରିଥିଲେ ଦକ୍ଷତା ବିକାଶ ପ୍ରାଧିକରଣ। ହେଲେ ଫଳ ଘର ଶୂନ। ଓଡ଼ିଶାର ୬୮%ରୁ ଅଧିକ ଛାତ୍ରଛାତ୍ରୀ […]
କଏଦୀ ଆଉ ଜେଲର ପାଣିଚିଆ ଖାଦ୍ୟ ପାଇଁ ଅଭିଯୋଗ କରିବେ ନାହିଁ । ମହାରାଷ୍ଟ୍ର ଜିଲ୍ଲାର ଅତିରିକ୍ତ ମହାସଂଚାଳକ ସୁନୀଲ ରାମାନନ୍ଦ ଏହି ସୂଚନା ଦେଇଛନ୍ତି ।
ବ୍ରହ୍ମପୁର(ଅଶୋକ ବ୍ରହ୍ମା) ବଲାଙ୍ଗିର ପରେ ବ୍ରହ୍ମପୁରରେ ବି ମହାମାରୀ ବେଳେ ମହାଦୁର୍ନୀତି ଗନ୍ଧ ମିଳିଛି। ରେଶମ ସହରରେ ବି କେଇଖଣ୍ଡ ବାଉଁଶକୁ ନେଇ ତିଆରି ହୋଇଥିବା ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କୋଭିଡ୍ ଲକଡାଉନ ବେଳେ ବୁଲା ପଶୁଙ୍କୁ ଖାଇବାକୁ ଦେବାକୁ ବି, କାଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛି ମହାନଗର ନିଗମ। ସୂଚନା ଅଧିକାର ବଳରେ ଏସବୁ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିବା ପରେ, ଘଟଣାର ତଦନ୍ତ ପାଇଁ ଦାବି […]
ନୂଆଦିଲ୍ଲୀ: ଅଟୋ ଭିତରେ ବିଳାଶମୟ ଘର। ଆଉ ଘର ଭିତରେ ରହିଛି କିଚେନ ଆଉ ଓ୍ୱାସରୁମ। ଜଣେ ଲୋକ ଚଳିବା ପାଇଁ ଅଟୋ ଭିତରେ ସବୁ କିଛି ରହିଛି। ଯେମିତି କି ଛାତ ଉପରେ ବସିବା ଓ ଲୁଗାପଟା ଶୁଖାଇବା ପାଇଁ ବ୍ୟବସ୍ଥା ହୋଇଛି। ଖାଲି ଏତିକି ନୁହେଁ, ଭେଣ୍ଟିଲେସନ ପାଇଁ ପ୍ରଚୁର ସ୍ପେସ ରହିଥିବା ବେଳେ ସୌର ଶକ୍ତିରେ ସମସ୍ତ ରୁମକୁ ବିଦ୍ୟୁତକରଣ କରାଯାଇଛି। ଯାହାକୁ ଦେଖିଲା ପରେ ଆପଣଙ୍କ ମନ କହିବ ଏଠାରେ ଥର […]
ଆମେ ସମସ୍ତେ ପ୍ରତିଦିନ ଚା ପିଇଥାଆନ୍ତି। ସାଧାରଣ ଭାବରେ ଅଫିସ ହେଉ କିମ୍ବା କୌଣସି କାମରେ ବାହାରୁ ଆସିଲେ ଚା ପିଇ ଥକା ମେଂଟାଇ ଥାଆନ୍ତି। ସେହିପରି ଅଫିସରୁ ମଧ୍ୟ ଟିକିଏ ଫୁରସତ ମିଳିଲେ ଆମେ ସମସ୍ତେ ଚା ଖଟିରେ ବସିଯାଆନ୍ତି।
ବିଧାନସଭା ପରିସରରେ ଥିବା ଡିସ୍ପେନ୍ସେରୀରେ ବିଧାୟକଙ୍କୁ କରାଯାଉଛି ଟିକାକରଣ। ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ବିଧାନସଭାର କର୍ମଚାରୀଙ୍କୁ ଏଠାରେ କୋଭିଡ୍ ଟିକାକରଣ କରାଯାଉଛି
ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଆଉ ଆଜି ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ଭୁବନେଶ୍ୱରରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗତ ୨୪ ଘଣ୍ଟା ମଧ୍ୟରେ ୧୫,୫୧୦ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୧୧ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୫୧୦ କରୋନା ଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୦୬ ମୃତ୍ୟୁ ରେକର୍ଡ କରାଯାଇଛି
ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟ ରକ୍ଷା କରାଯାଉଛି? ଲିଙ୍ଗରାଜ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଖନନକୁ ନେଇ ଏଭଳି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ସ୍ଥାନ ପରିଦର୍ଶନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରଶ୍ନ ଉଠାଇଛନ୍ତି
ଆଜିଠୁ ୪ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର ଏହି ବ୍ୟାଙ୍କର IFSC କୋଡ ଆଉ କରିବ ନାହିଁ କାମ ନୂଆଦିଲ୍ଲୀ: ଆମେ ଏବେ ଏମିତି ଏକ ସୂଚନା ଦେବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ଲାଗି ଜାଣିବା ନିହାତି ଦରକାର। କାରଣ ମାର୍ଚ୍ଚ ପହିଲାରୁ ଦେଶରେ ୪ଟି ବଡ଼ ପରିବର୍ତ୍ତନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଆଉ ଯେଉଁ ନିୟମ ସବୁ ପରିବର୍ତ୍ତନ ହୋଇଛି ତାହା ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ତେବେ ଏହି […]
ରାଜ୍ୟରେ ଅନେକ ସ୍ଥାନରେ ଚାଲିଛି କରୋନା ଟିକାକରଣ। ଆଜି ବୟସ୍କ ଲୋକଙ୍କୁ ଦିଆଯାଉଛି କରୋନା ଟିକା।ତେବେ ବାଲେଶ୍ୱରରେ ମଧ୍ୟ ଚାଲିଛି ବୟସ୍କଙ୍କ ଟିକାକରଣ। ଷାଠିଏ ବର୍ଷରୁ ଅଧିକ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ନେଇ ପଂଜୀକରଣ ମଧ୍ୟ ଚାଲିଛି
ଜଳ ଅମୃତଠାରୁ ବି ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ଆମ ମାନଙ୍କ ପାଇଁ ଜୀବନ ଓ ଆସ୍ଥା। ତେଣୁ ବର୍ଷା ଜଳର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ଆଜି ୭୪ତମ ମନ୍-କୀ-ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ହେବ ବିକ୍ରି। ହୁଏତ ଏହି ଖବର ଶୁଣିବା ପରେ ଆପଣ ବ୍ୟତିବ୍ୟସ୍ତ ହୋଇଯାଇଥିବେ। କାରଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଯେପରି ଭାବରେ ବଢୁଛି ତାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି
ଦେଶରେ ପୁଣି ଥରେ କରୋନ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ -ISRO କୁ ଆଉ ଏକ ବଡ଼ ଉପଲବ୍ଧି ମିଳିଛି। ଏକା ସାଙ୍ଗରେ ୧୯ଟି ଉପଗ୍ରହ ପଠାଇ ଇତିହାସକୁ ଦୋହରାଇଛି ଇସ୍ରୋ। ଯେଉଁଥିରେ ରହିଛି ବ୍ରାଜିଲର ବାଣିଜ୍ୟକ ଉପଗ୍ରହ ଆମାଜୋନିଆ-୧। ତା ସହ ୫ ଭାରତୀୟ ଉପଗ୍ରହ ସମେତ ଅନ୍ୟ ୧୮ଟି ସାଟେଲାଇଟକୁ ଏକାସାଙ୍ଗରେ ନେଇ ମହାକାଶ ଯାତ୍ରା କରିଛି PSLV-C51।